ମୁକୁଟର ପରାଜୟ
୧୮୯୮–୧୯୬୫
- ସଂକଳନ: ହେ ମୋର କଲମ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୭୧
- ସ୍ଥିତି
- ସାର୍ବଜନୀନ (Public domain)
ପାଷାଣ-ଯୁଗର ଗଡ଼ଜାତ ଗଡ଼ ବିଳାସ-ବର ତଳକନ୍ଧ କିରାତ କୁଟୀର ବନ୍ଧ ହେଲା ଆଜି ସମତଳ ।ପତିତ ତାପିତ ଦୀନ ପଦାନତ ଆହତ ଯାତ୍ରୀ ଶୁଣ-ବର୍ବରତାର ଚରମ ସମାଧି ହେଲା ଏଠି ସମାପନ ।ଗିରିକନ୍ଦରରେ, ଦେବମନ୍ଦିରେ, ଘନ ଅନ୍ଧାରେ କହ:ହେଲା ଏତେକାଳେ କୌପୀନପାଖେମୁକୁଟର ପରାଜୟ !ଗଗନଚୁମ୍ବୀ ଗିରି ତରୁ ମେଳେ ଜଟିଳ ଲତିକା ଦଳେକହ, ଏଇ ଆସେ ପ୍ରଥମ ସୂର୍ଯ୍ୟ ଉଜ୍ଜ୍ୱଳ କରଜାଳେ ।ପାନ କର ନବ ପୁଲକ ମଦିରା, ଫୁଲେ ବନ୍ଦନା କରନିଷ୍ପେଷିତର ଅବଶେଷ ଆହେ ସନ୍ତାନ ମାନବର ।ଦେବମନ୍ଦିରେ, ଘନ ଅନ୍ଧାରେ, ଗିରିକନ୍ଦରେ କହ :ହେଲା ଏତେକାଳେ କୌପୀନପାଖେମୁକୁଟର ପରାଜୟ !ଶତ ବର୍ଷର ଥିଲା ଏଠି ଯେତେ ନବର ଚନ୍ଦ୍ରଶାଳଥିଲା ଶତ ଶତ ବିହାର-ବାଟିକା, କାମିନୀ-ହଂସପୁର,ପାଟପ୍ରାଙ୍ଗଣ, ପାଟମହାଦେଈ,ପାଟଜେମା, ପାଟହାତୀ-ଏ ‘ନାମ-ସମାଧି’ ହେଲା ଏଠି ଆଜି,ଲୁଚିଗଲା ପାଟଛତି ।ଘନ ଅନ୍ଧାରେ, ଗିରିକନ୍ଦରେ, ଦେବମନ୍ଦିର କହ:ହେଲା ଏତେକାଳେ କୌପୀନପାଖେମୁକୁଟର ପରାଜୟ ।ଲୁଚିଲା, ‘ମଣୋହି’ ‘ପହୁଡ଼’ ଏଠାରେ,ଇତିହାସେ ହେବ ଲେଖାପଛଘୁଞ୍ଚାରେ ‘ଛାମୁ’ ଗଲେ ଛାଡ଼ି,‘ବିଜେହେବେ’ ନାହିଁ ଦେଖା ।ଗଡ଼ଜାତ ହେଲା ମୋଗଲବନ୍ଦୀଜାଗି ପ୍ରଜାପରିଷଦେ,ମସ୍ତକେ କର ଅବନତ ଭାଇ ମହା-ଉତ୍କଳ ପଦେ ।ଗିରିକନ୍ଦରେ, ଦେବମନ୍ଦିରେ, ଘନ ଅନ୍ଧାରେ କହ:ହେଲା ଏତେକାଳେ କୌପୀନପାଖେମୁକୁଟର ପାରଜୟ ।ଅପଗତ ଆଜି ଘୋର ଘନାଗମ, ଶାନ୍ତି ଏ ଉପଗତ,ଶବର, କନ୍ଧ, ବ୍ରାହ୍ମଣ, ହୋ, କରଣ, ଖଣ୍ଡାୟତ,ପୁଲକ ରଙ୍ଗେ ଧରି ତ୍ରିରଙ୍ଗେ ଉତ୍ସବ ରଚ ହସିଉନ୍ନତ କର ଅବନତ ଶିର ମହାଉତ୍କଳେ ବସି ।ଦେବମନ୍ଦିରେ, ଗିରିକନ୍ଦରେ, ଘନ ଅନ୍ଧାରେ କହ:ହେଲା ଏତେକାଳେ କୌପୀନପାଖେମୁକୁଟର ପରାଜୟ !ମହା ଉତ୍କଳେ ଗଡ଼ଜାତ ଥାନେହୋଇଲେଣି ଏବେ ଠିଆପଚିଶିଟି ରଜା- ପଚିଶି ବିରଳା,ପଚିଶିଟି ଯାଯୋଡ଼ିଆ ।ରଜା ଗଲେ, ଏବେ ପୁଞ୍ଜିପତିରକୁଞ୍ଜେ ବାଜିଲା ବୀଣାରାଜନୀତି ହାଟ-ବଜାର ଚାଲିବରାଜନୀତି ବିକାକିଣା ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର