ମୁକୁଟ-ପରିଧାନ
୧୮୯୮–୧୯୬୫
- ସଂକଳନ: ହେ ମୋର କଲମ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୧୪
- ସ୍ଥିତି
- ସାର୍ବଜନୀନ (Public domain)
ଘେନ ବତ୍ସ, ଏ ମୁକୁଟ ଦେଲି ତୋର ଶିରେଆଜି ଏ ପାର୍ବଣ ଦିନେ ମହାନଦୀ ତୀରେ ।ପ୍ରବୃଦ୍ଧ ଶାଳ୍ମଳୀ ବଟ ଶାଳ ପିଆଶାଳଘୋର ଅରଣ୍ୟାନୀ କୋଳେ ପଡ଼ିଚି ଚହଳ ।ଶୁଭଇ ଚିତ୍କାର ଆଜି ବନୁବନାନ୍ତରେଅଗଣିତ ବିରହିଣୀ-ବାନରୀ ଅନ୍ତରେ ।ଜଳୁଛି ବେଦନାନଳ ହାହାକାରମୟଅରଣ୍ୟ ଧରଣୀ ଆଜି ଲଭେ ପରାଯୟ !ମରୁଚି ଅକାଳେ ଆଜି ଏ ବାନରଶିଶୁଏଇ ଶୁଣ ବନ୍ଧୁକର ଚୋଟ ଦଶଦିଶୁ !କେତେ ଯେ ବାନର-ବାମା, ବାନରୀ କିଶୋରୀପଡୁଛନ୍ତି ଏ ଧରଣୀ ତରୁତଳେ ଝଡ଼ି ।ଆମେ ଏ ବାନରଜାତି ଚିର-ବନବାସୀସେ ଦିନୁ ହେଲାଣି ଏବେ କେତେ ଯୁଗ ଆସି !ଗଲେ ରାମ ପ୍ରାଣାରାମ ପ୍ରଭୁ ଭାବଗ୍ରାହୀନାହିଁ ସେ ଅଯୋଧ୍ୟା ଆଉ ନାହାନ୍ତି ବୈଦେହୀ !ପଥ ହୁଡ଼ି ଶୋକେ ବୁଡ଼ି ଯେବେ ରାଜା ରାମବୁଲୁଥିଲେ ବନୁ ବନେ ପତିତପାବନ,କେହି ଥିଲେ କି ରେ ସାଥୀ ଏଇ ନର ଜାତିଲଙ୍ଘି ସିନ୍ଧୁ, ମାରଣାସ୍ତ୍ରେ ପାତିବାକୁ ଛାତି ?ଆମରି ସେ ପିତାମହ ବୀର ହନୁମାନ୍କରିଥିଲେ ରାମ ଲାଗି ଶରୀର ଦହନ ।ରାମ ଗଲେ, ଆମେ ହେଲେ ଜାତିର କଳଂକ-ଆମକୁ ମାରିବାପାଇଁ ଚାରିଆଡ଼େ ଡାକ !ପଡ଼ିଛି ରେ ଆମ ପାଳି ଏଇ ଥର; ବାବୁ !‘ରାମରାଜ୍ୟ’ ଗଢ଼ିବାକୁ ଡାକ ଶୁଣ ସବୁ ।ଥିଲେ ରାମ ଅଭିରାମ ଦୁଃଖୀ ଜନ ସାଥିୀ-‘ସାବରମତୀ’ର ସେଇ ବୀର ସେନାପତି !ଆପେ ଜଳି ଦେଲେ ଯେହୁ ପରେ ଦିବ୍ୟାଲୋକନିବାରିବା ଲାଗି ଧରା ରୋଗ ଭୋକ ଶୋକ,ସେହି ରାମ ଗଲେ ଛାଡ଼ି ବର୍ଷ ତିନି ତଳେ‘ବାନରସେନାଏ’ ଏବେ ଛନ୍ତି ମହୀତଳେ ।ଆମେ ତ ‘ବାନରଜାତି’ ସେ ‘ବାନରସେନା’ଗାଇଥିଲେ ଦିନେ ସେହୁ ଆମରି ବନ୍ଦନା ।ଲଙ୍ଘିଥିଲେ ଆମ ଭଳି ସିନ୍ଧୁ-କାରାଗାର,ବାନ୍ଧିଥିଲେ ସେତୁବନ୍ଧ ସତ୍ୟ-ଅହିଂସାର !ବାନର ଶାସନ ଆଜି ଚାଲିଚି ରେ ଧନ,ସେ ସିନା ବାନର, ଆମେ ବାନରପ୍ରଧାନ !ବାନରେ ବାନରେ ହେବ ମିଳନ ମଧୁରଦୁଃଖ ଯିବ ଏତେ କାଳେ ବାନର-ବଧୂର ।ମୋ କୋଳ ନନ୍ଦନ ଆରେ ବାନର-ଭୂଷଣ;ଶିରେ ତୋର କରି ‘ଧଳା ଟୋପି’ ପରିଧାନକରିବୁ ଶାସନ ଆଜି ଏ ସାରା ଦେଶରେକରିଛୁ ହାସଲ ବିଦ୍ୟା ବନପ୍ରଦେଶରେ !ଏଇ ଟୋପି ହେବ ପଥେ ତୋ ରକ୍ଷା-କବଚମିଛେ କରିପାରୁ ସତ, ସତକୁ ତୁ ମିଛ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର