ମୋ ସ୍ମୃତି
୧୮୯୮–୧୯୬୫
- ସଂକଳନ: ରୂପରେଖା
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୧୫
- ସ୍ଥିତି
- ସାର୍ବଜନୀନ (Public domain)
ଦଶଟି ଶରତ୍ ପଛେ ଯାଆ ଫେରିବାରେସ୍ମୃତି ମୋର । ଜୀବନର ଦୂରୁ ଦୂରାନ୍ତରେ,ବକୁଳ ନିକୁଞ୍ଜ ତଳେ, ତମାଳ ଉଢ଼ାଳେ,ସେ ଦିନ ପ୍ରଦୋଷ ରବି ହେମ-କରଜାଳେ,ବଦନ କୁସୁମ ଫୁଟି ପଡ଼ିଥିଲା କା’ରଅଯତ୍ନ କୁନ୍ତଳରାଶି ଆବୋରି କପାଳ ?ଜନମାଉଥିଲା ଭ୍ରମ; ସରେ କମଳିନୀବିଦାୟ କି ନେଉଥିଲା ଉଷା କଣ୍ଟ ମାନି ?ତା’ କମଳିନୀ ଫୁଟି ଏ ମୋ ଅନ୍ତଃସ୍ଥଳେକହିଲା, ଜୀବନ-ପ୍ରୀତି ମଉଳେ କି କାହିଁ ?ମଉଳିବି ନାହିଁ ମୁଁ ଗୋ, ମଉଳିବି ନାହିଁ ।ସେ ମୋର କମଳ ଏବେ ହସେ ଅବିରତକହିବୁ ଗୋ ସ୍ମୃତି ତା’ରେ ଭେଟିଲେ ଯାବତ ।ଭେଟିଲେ କହିବୁ ପୁଣି ଜୀବନର ଖେଳ !ମାନେ ନାହିଁ ଦିବାରାତି, କାହିଁ କାଳବେଳ ।ଗିରି-ଅଙ୍ଗ ତେଜି ଝର ଭେଟି ନିର୍ଝରିଣୀବୋଲାଏଟି ବିଶ୍ୱପଥେ କଳ-କଲ୍ଲୋଳିନୀ ।ଭେଟଇ ତଟିନୀ ଶେଷେ ପାରାବାର ଦେହେ,ଉଠେ ମହା ପ୍ରୀତି-ଗୀତି ଆକାଶେ ଅଦେହେ ।ଯୌବନ-ତଟିନୀ, ପ୍ରିୟେ, ଏ ଜୀବନ-ପଥେ,କୁଳ ଲଙ୍ଘିଯାଏ ଯେବେ ଏ ବିଶ୍ୱ-ଜଗତେ,ଭେଟିଲେ ସରଣୀ ଶେଷେ ପ୍ରେମ-ପାରାବାରମିଳେ ସିନା ଜୀବନର ମୁକତିସମ୍ଭାର !ମୋ ଯୌବନ ମିଶିଛି ଗୋ ପ୍ରେମ-ପାରାବାରେ–ତୁମରି କପୋଳ ତଳେ, ତୁମରି ଅଧରେ ।ତୁମରି ଲୋଚନବିଭା ବୁଡ଼ାଇ ବସୁଧାନିହିଛି ସେ ପାରାବାରେ ମୋହ ପାଇଁ ସୁଧା ।
ହସ ଗୋ ଦୁଃଖିନି !ଦୁଃଖିନି ଗୋ ଦୁଃଖ ଏତେ ସହିବାକୁ ସତେଦେଇଛି ଦଇବ ବଳ ପରାଣେ । ମରତେକହିବ କି ପାଶେ ମୋର, ଯେ ହୃଦୟ ଧରିଦିନରାତି ଜୀବନଟା ଦେଉଅଛି ସାରିବରଷା କାକର ଶୀତେ ଢାଳ ନେତ୍ରୁ ଲୁହ,ଭସାଇ ନେଲାଣି ଦୂରେ ଜୀବନର ସୁଅ,ପାରି କରି ଯଉବନ ଅଧାଅଧି ପଥେ,ବାକୀ ଅଧେ ଯଉବନ, କହ କି ଜଗତେଏଣିକି ଏଭଳି ସତେ ପାରିବ ଗୋ କାଟି !ଜୀବନଟା ମଣିଅଛ ସତେ ଧୂଳିମାଟି !ଏ ନୟନେ ଜଳେ ଏ ଯେ ବହ୍ନି କି ଭୀଷଣ,ପାଟଳ ଅଧର ତଳେ ନ ଧରେ କଷଣ ।ଚଞ୍ଚଳ ଚରଣ ତବ ଥରେ ଅବିରତ,ଅଛି ତ ଚଞ୍ଚଳ ତବ ଯଉବନ-ରଥ ।ଦୁଃଖିନି ଗୋ ଥରେ ହସ, ହସ ଥରେ ହସ,ତିଳେ ହେଲେ ଯିବ କଟି ଯଉବନ ପ୍ରାସ ।ଯଉବନ ଥିଲେ କି ଗୋ ଦୁଃଖ ଦେଖି ଆସେ ?ମରିଯାଏ ଯଉବନ ପ୍ରୀତି ଅବକାଶେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର