ମନ୍ତ୍ରୀଝିଅର ଗୀତ
ବୈଷ୍ଣବ ପାଣି
ଗଣକବି · ୧୮୮୨–୧୯୫୬
- ସଂକଳନ: ଜୟନ୍ତ-ଜୟପାଳ ସୁଆଙ୍ଗ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୦
- ସ୍ଥିତି
- ସାର୍ବଜନୀନ (Public domain)
[ଧୂଳିରେ ଶୋଇଛୁ – ବୃତ୍ତେ]
ରାଜସୁତ ହୋଇ ଏଡ଼େ ନିଷ୍ଠୁର ଭାବ ହେ । ବିନା ଦୋଷେ ସଖା ସଙ୍ଗେ କଲ ଅଭାବ ହେ ।ପଦ । ପଡ଼ି ବେଶ୍ୟା କଉଶଳେ, ତଡ଼ିଦେଲେ ପାଶୁ ବଳେ, ହୁଡ଼ି ହୃଦୟରୁ ସେହି ପୂର୍ବ ସ୍ୱଭାବ ହେ ।୧। ବ୍ୟଭିଚାରୀ ନାରୀ ସଙ୍ଗେ. ଶ୍ୱଶୁର-ବାସରେ ରଙ୍ଗେ ମଜ୍ଜି ନିଜ ହସ୍ତେ ତେଜିଲ ଜୀବ ହେ-।୨। ତୁମ୍ଭ ଦୁଃଖେ ତୁମ୍ଭ ସଖା, ମାଗିଲେ ବୁଲିଣ ଭିକ୍ଷା; ପ୍ରବେଶିଲେ ଆସି ଶେଷେ ମୋହ ଠାବ ହେ-।୩। ତୁମ୍ଭ ଅସ୍ଥି ଥିଲେ ଆଣି, ମୋ ହସ୍ତ ଲାଗିଲାକ୍ଷଣି, ଲଭିଲ ଜୀବନ, ରସେ ଭାଷେ ବଇଷ୍ଣବ ହେ ।୪।
ମନ୍ତ୍ରୀଝିଅ – ରାଜପୁତ୍ର, ଏ ତୁମ୍ଭର ଘର ନୁହେଁ, ବା ତୁମ୍ଭ ଶ୍ୱଶୁରଘର ନୁହେଁ । ଭାବି ଦେଖ, ସତ୍ୟ କି ମିଥ୍ୟା ? ତୁମ୍ଭ ସଖାକୁ ସିନା ବିନା ଦୋଷରେ ବଧକଲ, ତୁମ୍ଭ ହେତୁ ମୋର ପତି ଭିକାରି; ମୁଁ ଆଜି ବିଧବା ହେଲି । ଉପକାରୀର ଅପକାର ଏବେ ସ୍ୱଚକ୍ଷୁରେ ଦେଖିଲି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ