ମଣି-ମାଳା
ମଧୁସୂଦନ ରାଓ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବିବିଧ କବିତା (2)
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୩
- ସ୍ଥିତି
- ସାର୍ବଜନୀନ (Public domain)
ମା’ ନାମ ମଧୁର ଅମୃତ-ସମାନ,ମା’ ନାମେ ଶୀତଳ ହେଉ ମୋହର ପରାଣ।୧।ପିତାମାତା ଗୁରୁଜନ ଦେବତା ସମାନ,ତାଙ୍କୁ ଭକ୍ତିଭରେ ସେବି ହେବି ସୁସନ୍ତାନ।୨।ଭାଇଭଗିନୀଙ୍କୁ ସ୍ନେହ କରି ଅନୁକ୍ଷଣଧନ୍ୟ ହେଉ, ଧନ୍ୟ ହେଉ ଏମୋର ଜୀବନ।୩।ପରଦୁଖେଃ ଦୁଃଖୀ ହୋଇ ଦୁଃଖୀ ଜନ ପ୍ରତିଦୟା କରି ହେବି ମୁହିଁ ସୁଶୀଳ ସୁମତି।୪।ବିଶ୍ୱପତି ପ୍ରାଣଦାତା ପରମ ଈଶ୍ୱରେଭଜିବି ପୂଜିବି ମୁହିଁ ସଦା ଭକ୍ତିଭରେ।୫।ମୁଖେ ସଦା ସତ୍ୟକଥା, ସତ୍ୟଚିନ୍ତା ମନେ,ମୁଖେ ଅବା ମନେ ମିଥ୍ୟା ନ ରଖିବି କ୍ଷଣେ।୬।ସ୍ୱଦେଶ ସ୍ୱଗୃହ ଅଟେ ସ୍ୱରଗ ସମାନ,ଦେଶହିତେ ଗୃହହିତେ ଲଗାଇବି ପ୍ରାଣ।୭।ଏ ବ୍ରହ୍ମାଣ୍ଡେ ଏ ଜୀବନେ ମହାଶାସ୍ତ୍ର ଜାଣିବିନୟେ ଶିଖିବି ଜ୍ଞାନ, ହେବି ତହୁଁ ଜ୍ଞାନୀ।୮।ମଙ୍ଗଳ ସୁନ୍ଦର ସତ୍ୟ ଲୋଡ଼ି ନିନ୍ତରଧନ୍ୟ ହେଉ, ଧନ୍ୟ ହେଉ ଜୀବନ ମୋହର।୯।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର