ମନ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ତୀର୍ଥବାରି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୨
- ସ୍ଥିତି
- ସାର୍ବଜନୀନ (Public domain)
କ୍ଷୁଦ୍ର ଦେହ, ମହାକାୟ ମନର ବସତି,ଚିନ୍ତା କଲେ ମନୋରାଜ୍ୟ ବିପୁଳ ବିସ୍ତୃତି,ପ୍ରତେ ହୁଏ ବିନ୍ଦୁଗର୍ଭେ ସିନ୍ଧ କି ନିହିତ ?ହେଉ ପଛେ ଅଦ୍ଭୁତୋକ୍ତି ଅଳଙ୍କାର ଏହା,ମାତ୍ର ଉପମାସଙ୍ଗତ । ଗତି ପୁଣି ତାରଅଚିନ୍ତନୀୟ, ନ ପୁରୁଁ ମୁହୂର୍ତ୍ତ, ପାରେ ସେଚରାଚର ସୀମା ଭ୍ରମି, ଅଛନ୍ତି ଜଗତେଯେତେ ଦ୍ରୁତଗତିଶୀଳ, ଶବ୍ଦ ଆଲୋକାଦି,କିଣିପାରେ ସେ ସକଳେ ଅବହେଳେ ମନ ।ବଳ ବି ସାମନ୍ୟ ନୁହେଁ, କଳ୍ପନା-ଅତୀତ,ନୁହଇ ଅସାଧ୍ୟ ତାର ଆକାଶେ ଉଡ଼୍ଡ଼ୀନ,କିମ୍ବା ବୀଚିବି କ୍ଷୋଭିତ ସିନ୍ଧୁସନ୍ତରଣ;ଭାବିଲେ ଏକାନ୍ତେ ମହାମହିମା ମନର,ବୁଡ଼ିଯାଏ ମନ ସୁଦ୍ଧା ବିସୟ-ସଲିଳେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର