ମାଲ୍ୟଗିରି
କବିବର · ୧୮୪୮–୧୯୦୮ · ରାଧାନାଥ ଯୁଗ
- ସଂକଳନ: ଟିପାଖାତା
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୬୮୭
- ସ୍ଥିତି
- ସାର୍ବଜନୀନ (Public domain)
ଶୁଷ୍କଶିଉଳିଶୁଭ୍ର ପ୍ରକାଣ୍ଡ ପାଷାଣସ୍ତୂପ । ଅନେକ ସ୍ଥଳରେ ବିଶାଳ ଶିଳାପଟ ତଳେ ମନୁଷ୍ୟର ବାସୋପଯୋଗୀ ଗହ୍ୱର । ୩-୪ଟା ଭୀଷଣ କୋଟର ରାଜାଙ୍କ ସଙ୍ଗେ ଦର୍ଶନ । ରାଜାଙ୍କର କସ୍ତୁରିକା ଲଘୁଗତି । ଲଲଟନ ନେଇ ଏକ ଏକ ଦୁରବରୋହ କନ୍ଦର ଦର୍ଶନ ।
ପର୍ବତରେ ଅସଂଖ୍ୟ ଖୋଲ । ବିବିଧ ତରୁ-ଲତା । ରୁଢ଼ିଆ କୁବ୍ଜତରୁ । ଶଙ୍ଖମଲ- ମସୃଣ ଅଶ୍ୱବର୍ଣ୍ଣ ଲତା, ଅସଂଖ୍ୟ ପ୍ରକାର fern, କଦଳୀ, ଧନ୍ୱନ୍ତରି, ଶିକୁଳା, ଅଠିଳ । ପର୍ବତରେ ଅନେକ ନିର୍ଝର । ଅଭ୍ରଯୁକ୍ତ ପ୍ରସ୍ତର । ନାନାପ୍ରକାର ଅଜାନିତ ସୁଦୃଶ୍ୟ ପୁଷ୍ପ ।
ଅନେକ ସ୍ଥାନରେ ବିଶାଳ ପ୍ରସ୍ତର ବଜ୍ରଦ୍ୱାରା ଅଥବା ଜଳ ଏବଂ ଉତ୍ତାପର କ୍ରିୟାଦ୍ୱାରା ବିଦୀର୍ଣ୍ଣ ହୋଇ ସୁଡ଼ଙ୍ଗବତ୍ ନିମ୍ନକୁ ଯାଇଅଛି । ଏହି ଦୁରବରୋହ ନୈସର୍ଗିକ ସୁଡ଼ଙ୍ଗମାନଙ୍କରେ ପ୍ରବେଶ କଲେ ସୂର୍ଯ୍ୟାଲୋକ ସହିତ କୌଣସି ସମ୍ପର୍କ ନଥାଏ ।
ଉପରେ କେବଳ ଠେକୁଆ, ସମ୍ବରର କଦାଚିତ୍ ସଞ୍ଚାର ଦେଖାଯାଏ । ସ୍ଥାନେ ସ୍ଥାନେ ଗିରିନିର୍ଝର ଦରୀ ମଧ୍ୟରେ ଝର୍ଝର ଶବ୍ଦରେ ଶିଳାରୁ ଲମ୍ଫ ଦେଇ କ୍ଷୁଦ୍ର କ୍ଷୁଦ୍ର ପ୍ରପାତ ଉପଜାତ କରି ଅଧୋଦେଶକୁ ଯାଇଅଛି । ଏହି ନିର୍ଝରମାନଙ୍କ ପାର୍ଶ୍ୱଦେଶ ବନ୍ୟ ଖର୍ଜୁର, ଧନ୍ୱନ୍ତରି ଓ ଅନ୍ୟାନ୍ୟ ତୃଣ ଦ୍ୱାରା ଶ୍ୟାମଳ ।
ଗଙ୍ଗାପ୍ରପାତାନ୍ତିବିରୂଢ଼ଶଷ୍ପଂ
ଗୌରୀଗୁରୋର୍ଗହ୍ୱରମାବିବେଶ ।
ଧୂମୋଦ୍ଗିରାନୁକୃତିନିପୁଣଃ & c. &.c.I ।
ଡିମ୍ବୁରି, ଧର୍ମଦ୍ୱାର, ପ୍ରାକୃତିକ ଗୁମ୍ଫା, ଅଠିଳଗଛ, ମାର୍ଗରେ ପ୍ରପାତ ଏବଂ ଝରଣା, ବିରାଟ ବରାହଘୋଣାକୃତି ବିଶାଳ ପାଷାଣଖଣ୍ଡ, ବଂଶ-ବନ, ଶାଳ, କେନ୍ଦୁ, ପିୟାଳ, ଅଶନାଦି ବୃକ୍ଷ, ଶିଆଳିଲତା, ବନ୍ୟଖର୍ଜୁର, ମୁଚୁକୁନ୍ଦ, ଅଠିଳ, ମହୁଲ, ମାଳତୀ, ମାଧବୀ ।
ବାମଣ୍ଡା ରାଜ୍ୟର ଚୁଳିଆ ପ୍ରଭୃତି ପର୍ବତ, ବ୍ରାହ୍ମୀ ନଦୀ, କେନ୍ଦୁଝରର ଗନ୍ଧମାଦନ, ଗୋନାସିକା, ତାଳଚେରର ବାରୁଆଁ, ଢେଙ୍କାନାଳର ପଳାଶୁନି ବିଷର ପର୍ବତମାଳା, ଅନୁଗୁଳର ପର୍ବତମାଳା, ବଣେଇ ପର୍ବତମାଳା, ସିଂହଭୂମି ।
ଅଶୋକ, ନାଗେଶ୍ୱର, ଚମ୍ପକନିକୁଞ୍ଜପୂର୍ଣ୍ଣ ପାବୁଡ଼ି ଦେଶର ଶୈଳମାଳା, ରାଜା ଗଣେଶ୍ୱରଙ୍କ ନବାବିଷ୍କୃତ ଗିରିମାର୍ଗ, ରାଜର୍ଷି ମୁନିପାଳଙ୍କର ଯାଗାଦିରେ ପୂତ ସ୍ଥଳୀ ।
ଶୀତର ଆଧିକ୍ୟ, ଶୀତଳ ବାୟୁର ନିୟତ ସଞ୍ଚାର । ବ୍ୟାଘ୍ର ଉଲ୍ଲୁକାଦିର ଅଭାବ, ସର୍ପାଦିର ଅଭାବ, ପକ୍ଷୀର ବିରଳସଞ୍ଚାର । କେବଳ ଟିପିର ଟୁଇ ଟୁଇ ସମୟସମୟରେ ଶ୍ରୁତ ହୁଏ । ଶମ୍ବର, ଶଶକାଦିର କଦାଚିତ୍ ଦର୍ଶନଲାଭ, କୋଟରାର ସ୍ୱର ।
ପାହାଡ଼ିଆ ବିଛା । ଶିକୁଳ, ପନସ, ଖର୍ଜୁର, ନିମ୍ନରେ ଆଚକ୍ରବାଳସଜ୍ଜୀଭୂତ ମେଘସ୍ତର ।
ବାବାଜୀ-ଗୁମ୍ଫା । ସେଥିର ସମ୍ମୁଖସ୍ଥ ବିରାଟ ଶିକୁଳ ।
ଟିପି, ଶ୍ୟେଣ, ଗୋବରା, ଏଣ୍ଡୁଅ, ଛୁଛୁନ୍ଦରା । ସିଆଡ଼ିଫଳ । ଗୁଣ୍ଡିଚିର ସତ୍ତା ନାହିଁ ।
ବସନ୍ତ-ମାତ୍ର ଏଠାରେ ଅଶୋକ, ଶାଳ୍ମଳୀ, ପଳାଶ, ପାଳଧୁଆ, ଧାତକୀ, କଞ୍ଚନ ପ୍ରଭୃତିର ନାମ ନାହିଁ । କୋକିଳ, ପାପିଆ, ଚଷାପୁଅ, ନଦୀକୂଳବନ୍ଧୁ, ଶ୍ୟାମା, ଶାରୀ, ଦୟାଳୁର ସ୍ୱର ନାହିଁ । କାକ, କକ୍କୁଟ, କୁମ୍ଭାଟୁଆ ପ୍ରଭୃତି ପ୍ରଭାତ ବୈତାଳିକମାନେ ଏଠାରେ ଅପରିଚିତ ।
ନିମ୍ନ ପ୍ରଦେଶରେ ଖରା, ଉପରେ ମେଘ । ବୃଷ୍ଟି ହୋଇ ନିମ୍ନ ପ୍ରଦେଶରେ ବନ୍ଧ ପରିପୂର୍ଣ୍ଣ ହୋଇ ସେଥିରେ ସୂର୍ଯ୍ୟକିରଣ ପ୍ରତିଫଳିତ ହେବାରୁ ନୀଳଗିରି ଏବଂ ବନାଳିରେ ଖଣ୍ଡିଏ ଦର୍ପଣ ପରି ଦିଶୁଅଛି । ବଜ୍ରଦ୍ୱାରା ଗିରିଚୁଡ଼ାସ୍ଥ ବିଶାଳ ପାଷାଣ ଖଣ୍ଡ ଖଣ୍ଡ ହୋଇ ଇତସ୍ତତଃ ବିକ୍ଷିପ୍ତ ।
ରାତ୍ରରେ ଚତୁର୍ଦିଗରେ ଦାବାନଳର ଶୋଭା । ପାଷାଣରୁକ୍ଷ ଏବଂ ଉଦ୍ଭିଦଶ୍ୟାମଳା । ଶଷ୍କ ପତ୍ର ଏବଂ ଶୁଷ୍କ ଉଦ୍ଭିଦ । ଦାବାନଳଦଗ୍ଧ ।
ଅଧୋଦେଶରେ ସଜ୍ଜିତ ମେଘବୃନ୍ଦ । ଆଚକ୍ରବାଳବ୍ୟାପୀ କ୍ଷୀରାର୍ଣ୍ଣବର ଲହରୀମାଳା ନିସ୍ପନ୍ଦତା ଭଜିରହିଥିବା ପ୍ରାୟ । ଆଚକ୍ରବାଳ-ବ୍ୟାପୀ କୋଟି କୋଟି ପିଞ୍ଜା ତୁଳା ଧାଡ଼ି ଧାଡ଼ି ହୋଇ ରହିଅଛି । ଏହି ମେଘର ଅଧୋବର୍ତ୍ତୀ ଦେଶରେ ବର୍ଷା କିମ୍ବା ଆକାଶ ମେଘାଚ୍ଛନ୍ନ । ଆମ୍ଭେମାନେ ଆତପବାନ୍ ଶୃଙ୍ଗରେ ଆସୀନ ।
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ