କ୍ଷଣକ ଦେଖା
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ଯେ ଫୁଲ ଫୁଟିଥିଲା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୨୪
- ସ୍ଥିତି
- ସାର୍ବଜନୀନ (Public domain)
ସପନ ସମ ଲପନ କା’ରପଡ଼ଇ ମନେଜୀବନ-ତୀରେ ପକାଇ ଗାରଚଳ-ଚରଣେକାହିଁ ସେ ଗଲା, ରହିଚି ତାରଗନ୍ଧବାସ,ରହିଚି ତାର ବିଦାୟ କାଳଅଧର ହାସ !ସେହି ଯେ ଗଲା ଏକଇ ଦୀପଜୀବନେ ଜାଳି;ସେହି କ୍ଷଣିକ ଉତ୍ସବରେନଚାଇ ତାଳି;ବଜାଇ ଗଲା କଣ୍ଠେ ତାରମରମ ରୀତି;ସେହି ସପନ ଜାଗଇ ମନେଦିବସ-ରାତି ।ଆଉ କି ଥରେ ପଡ଼ିବ ନାଇଁସେହି ଚରଣ;ଯୌବନର ରମ୍ୟ ତୀରେବଧୂ-ବରଣ;ହେବ କି ନାହିଁ ! ସୁନ୍ଦରି ଗୋ,ଏଇ ଜୀବନେଏ ସାରା ପଥ କାଟିବି ଖାଲିତୁମରି ବିନେ ।ମରଣ ମୋର ମର୍ମ୍ମରିବତୁମରି ବାଣୀ;ଧର୍ମ ମୋର ତୁମରି ରୂପଲୋକନ, ରାଣି !କର୍ମ ମୋର ସେ ଅପଘନେଅବଗାହନବଞ୍ଚିବି ମୁଁ ସହି, କେସନେରଜନୀ ଦିନ !ଲୋକଲୋଚନ ଅନ୍ତରାଳେହୋଇଲା ଦେଖା;ନୀରବେ ଖାଲି ରୁଗ୍ବେଦ ସେହୋଇଲା ଲେଖା !କେବେ ଯେ ପୁଣି କେଉଁ ଜନମେସୁନ୍ଦରି ଗୋ;ତୁମରି ତୀରେ ଲାଗିବ ମୋରଏଇ ତରୀ ଗୋ !
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର