କିଏ ସେ ପାଷାଣ
୧୮୯୮–୧୯୬୫
- ସଂକଳନ: ବଙ୍କା ଓ ସିଧା
- ପଢ଼ିବା ସମୟ
- ୮ ମିନିଟ୍
- ଶବ୍ଦ
- ୧୩୦୯
- ସ୍ଥିତି
- ସାର୍ବଜନୀନ (Public domain)
ମାତୃସ୍ନେହ-ବନ୍ଧନରେ ନିମିଷକେ କରିଦେଲା ଛିନ୍ନ ?ଯେ ଛବି ଦେଖିଲ ତୁମେ ଯୌବନର ତରଙ୍ଗମାଳାରେଯେ ଦେଲା କୁସୁମମାଳା ତୁମରି ସେ କମ୍ପିତ ଗଳାରେସେ ସ୍ୱପ୍ନ ଗଲା କି ତୁଟି, ମମତା କି ରହିଲା କେବଳଶୁଆଇ ଏ ପଥପ୍ରାନ୍ତେ ଛାଡ଼ିଗଲେ ଶୂନ୍ୟ କରି କୋଳ ?ମରମେ ବେଦନା ଧରି ଅତୀତର କେତେ ସ୍ମୃତି ଜାଲେଘାରିହେଉଥିବ ଅବା ଯୁଗନେତ୍ର ଭରି ଅଶ୍ରୁଜଳେ !ଆସିବ ସେ ଦିନ ଯେବେ ଏ କୁମାର ନବୀନ ବେଶରେହେବ ପୁଣି ନାଗରିକ ଏଇ ଆମ ସ୍ୱାଧୀନ ଦେଶରେ !ହୋଇପାରେ ଏ ସଚିବ, ଅବା କେବେ ଏଠି ରାଜ୍ୟପାଳନଥିବ ତା ମନେ ଆଉ, ଏ ପଥ, ଏ ନୀଳାଲୋକମାଳ ।ଦେବ କି ଗୋ ପରିଚୟ ସେତେବେଳେ ବୋଲି ତାର ମାତାମନରେ ଲୁଚାଇ ଖାଲି ତୁମର ଏ ବିସର୍ଜନ କଥା ?[ଜାନୁୟାରୀ-୧୯୬୧]ଅମୋଘ ଅସ୍ତ୍ର**ଘୋର ଅନାବୃଷ୍ଟି କାଳେ ଜଣାଗଲା ଚମ୍ପାବତୀପୁରେନ ଆସିଲେ ଋଷ୍ୟଶୃଙ୍ଗ ଜଳବିନ୍ଦୁ ନ ପଡ଼ିବ ତଳେ ।ତପୋରତ ମୁନି ମନ ଯେ ‘ଅମୋଘ ଅସ୍ତ୍ରେ’ ହେଲା କିଣାତା ନାମ ଜରତା ବେଶ୍ୟା, ଧରଣୀର ଶ୍ରେଷ୍ଠ ବାରାଙ୍ଗନାଯେବେ ଇନ୍ଦ୍ରାସନ ଲାଗି ଭସ୍ମାସୁର ରଚିଲା କୌଶଳନେଇ ଶିବ ଆଶୀର୍ବାଦ ତ୍ରିଭୁବନ କଲା ଥରହର,ନିଜେ ହାତେ ନିଜ ଶିର ଛୁଆଇଁ ସେ ‘ଅମୋଘ ଅସ୍ତ୍ର’ରେକଲେ ଶିବ ଭସ୍ମୀଭୂତ ଲେଖାଅଛି ପୁରାଣ-ଶାସ୍ତ୍ରରେ ।ଦେଖିଛ ଅମୋଘ ଅସ୍ତ୍ର ? ଆଖିରେ ତା’ ଯାଏନାହିଁ ଦେଖାପେଷିଥିଲେ ଘୋରରଣେ କୁରୁକ୍ଷେତ୍ରେ ସବ୍ୟସାଚୀ-ସଖା ।ଘୂରି ସେ କାଟିଲା ମୁଣ୍ଡ ନାମ ତାର ଚକ୍ର ସୁଦର୍ଶନ‘ଧର୍ମ ସଂସ୍ଥାପନାର୍ଥାୟ’ କଲେ କୃଷ୍ଣ ମାୟା ପ୍ରବର୍ତ୍ତନ ।ନାରୀର ଅମୋଘ ଅସ୍ତ୍ର ନୟନର ଜଳ ଛଳଛଳ,ଶିଶୁର ସେ ଅସ୍ତ୍ର ପୁଣି ଅସହାୟ କ୍ରନ୍ଦନର ରୋଳ ।କଟାକ୍ଷ କଟୁରୀ ଅସ୍ତ୍ର ବାରାଙ୍ଗନା ବଦନ-ମଣ୍ଡଳେ,ଶ୍ରମିକର ଧର୍ମଘଟ ସେ ଅମୋଘ ଅସ୍ତ୍ର ମହୀତଳେ !ଯଦୁକୁଳ-ନାଶକାଳେ ସେ ‘ଅମୋଘ ଅସ୍ତ୍ର’ କାଦମ୍ବରୀକୃଷ୍ଣସୁତ ଶାମ୍ବ ଗର୍ଭେ କଉଶଳେ ଲୌହପିଣ୍ଡ ପରି ।ସେ ଯୁଗ ତ ନାଇଁ ଆଉ, ଆଜି ଏଇ କଳି କାରବାରେଘୋର ରାଜନୀତି ରଣେ ଏକ ଦଳ ଆନ ଦଳେ ମାରେ !କିବା ସେ ମାରଣ ଅସ୍ତ୍ର କି ‘ଅମୋଘ ଅସ୍ତ୍ର’ ତାର ନାମ ?ଚଉଦ୍ୱାର ବସ୍ତ୍ର ଅବା କେଉଁଝର ଖଣି ଉନ୍ନୟନ !ଆଦିବାସୀ ହାଣ୍ଡିଆ ବା ଭଦ୍ରଜନ ଅଶ୍ୱମାର୍କା ରସଲଭିବେ ଉତ୍କଳଜନ ମାଡ଼ି ଆସୁ ଆସୁ ଜୁନ୍ମାସ ।[ଅପ୍ରେଲ-୧୯୬୧]ରେଡ଼ିଓ ବିଭା*ଓଡ଼ିଶାର ଯେତେ ରଖିଚ ରେଡ଼ିଓ ଶୁଣୁଚ ଯେ ବାବଜାର-ହାଟରେ ଜାଣୁଚ ଅବାହେଉଚି ସଭାସେଇ କଥା ଆଉ କହିବି କିବା ?ସେଇ କଥା ଆଉ କହିବି ନାଇଁ ମୁଁ କବିତାଦେଇପୁରୁଣା କଥାକୁ ଶୁଣିବା ପାଇଁବରାଦ ନାଇଁଏ ବର-ବଜାର ଗରମ ଥାଇ ।ଓଡ଼ିଶାର ବର-ବଜାର ଭିତରେ ବଢ଼ିଚି ଦରକନିଆ ପିତାକୁ ମିଳୁନି ବରକି ହରବର,ପାଲଟୁଚି ଘର ଗଗନ ଘୋର !ଏଇ ତଳଦିନେ ଝିଅପାଇଁ ବର ଖୋଜିବା ଆଶେଆମରି ଗାଆଁକୁ ଅଇଲେ ଶେଷେଚଇତ ମାସେଯାଜପୁରଆଡ଼ୁ ମଦନ ଦାସେ ।ଆମରି ଗାଁର ମକଦ୍ଦମ ଘର ଜାଣିନ ତୁମେବାନା ଉଡ଼ୁଥିଲା ତାଙ୍କରି ନାମେଧନ ଓ ମାନେ,ସବୁ ଲିଭିଗଲା ଅଳପ ଦିନେ ।ସେଇ ବଡ଼ଘର ବଡ଼ ପୁଅ ହରି କଲେଜ ପଢ଼େଡ଼େଇଁଲା ବାଇଶି ଏଇ ଆଷାଢ଼େ,ତିଥିଟା ଗଡ଼େବିବାହ ବାସର ଆଗକୁ ପଡ଼େ ।ବଡ଼ ସୁଚତୁର ମକଦ୍ଦମ, ନାଆଁ ବଇଁଶୀଧରଦାସେ ଯେବେ ଖୋଜି ଅଇଲେ ବରକହିଲେ-ମୋରଯଉତୁକ ଲୋଡ଼ା ହଜାର ବାର ।କହିଲେ ଫିଟାଇ - ପୁଅଟେ ଗଢ଼ିବା କଠିନ କାମ,ମୋ ନିଜ ବିଭାରେ କରିଚି ଋଣତିନିଟାଶୂନହଜାର ସାତରୁ ନୁହେ ତା କମ୍ ।ଭଲରେ ମନ୍ଦରେ ତା ଲାଗି ଏଯାଏଁ ଖରଚ ଖାଲି,ରୋଗ-ବଇରାଗ ସମ୍ଭାଳି ନେଲି,କଲେଜ ଦେଲି,ଯେତେ ଅସୁବିଧା ପାରିଲି ଠେଲି ।ଶାଗ ଭାତ ଖାଲି ଦେଇନି ପୁଅରେ, ପାରିଚି ଦେଇଦେଢ଼ଶ’ ଟଙ୍କାରେ କିଣିଚି ଗାଈଦୁଧ ଓ ଦହିବରାଦ କରିଚି ତାହାରି ପାଇଁ ।ତାହାରି ପାଇଁ କି ବଇଦ ନେଲେଣି ନଅଶ ନଉହିସାବ କରିଲେ ହୋଇବ ଆଉବଢ଼ିବ ଭାଉବାକି ଲୁଗାପଟା ଚୁଲିକି ଯାଉ !ଏ ବାଦେ ଶୁଣିନ ଆଉରି ଗୋଟାଏ ଜରୁରୀ କଥାଗୋଟେ ସାଇକେଲ ଦିଇଟା ଘଣ୍ଟାକି ହଟହଟାହଜାଇଦେଲାଣି ଏଇ ହରିଟା !ସବୁ କାଟିକୁଟି ଗୋଟାଏ ହିସାବ କରିଚି ମୋଟେ -ଟଙ୍କା ଛାଡ଼ି ନୂଆ ସାଇକେଲଟେଘଣ୍ଟାରୁ ପଟେବିବାହ ଆଗରୁ ଯେପରି ଉଠେ ।ତୁମେ ଯେବେ ଦେବ କହୁଚ ଏତକ, ହେଉ ଏ କଥା,ମନରେ ଦେଉନି କିଛି ମୁଁ ବ୍ୟଥାକନିଆ-ପିତାତୁମେ ହେବ, ମୁହିଁ ବର-କରତା ।ଯାଜପୁର ଆଡ଼େ ପଡ଼ିଲା ଚହଳ, ଫେରିଲେ ଦାସେଝିଅ ବାହାଘର ଅଶିଣ ମାସେ,ଅନ୍ଧାର ଦିଶେକିମିତି ଚାଳିବେ ବୁଦ୍ଧି ନ ଆସେ ।କୋଳର ସଙ୍ଖାଳି କୁଳକୁ ଦୁହିତା କନକମାଳିହୋଇଚି ସତର ବରଷ ପାରିକହି ନ ପାରିଢାଳିଲା କେବଳ ନୟନୁ ବାରି ।ତାହାରି ପାଇଁକି ବାପା ବିକୁଛନ୍ତି ଛ‘ମାଣ ବିଲମାଆର ଗହଣା ହୋଇଚି ମୂଲଦେଢ଼ ହଜାରଭରଣା ହୋଇବ ବିକିଲେ ଘର ।ଯିଏ ବା ଶୁଣିଲେ କାନେ ହାତ ଦେଇ କହିଲା ଖାଲି-ଦାସେ ଚାଲିଯିବେ ଏ ଗାଆଁ ଛାଡ଼ିବିବାହ ସାରିତୁଟିବ ଗାଆଁରୁ ଅଧିକ ଶିରୀ !ଜାଣିବା-ଶୁଣିବା ଯେତେ ଲୋକ ଥିଲେ କରିଲେ ଛି ଛି,କହିଲେ - ଆଉ କି ମହତ ଅଛିଏ କାଳେ କିଛି ?ଟଙ୍କା ଦେଇ ବର-କିଣା ଚାଲିଛି !ଏ ବର-ବଜାରେ ଦାମିକା ବର ସେ ତରୁଣ ହରିବେଦିରେ ନ ବସୁ ବାଜିଲା ତୂରୀଗଳାକୁ ମାଳିକରିନେବ ବୋଲି କନକମାଳି ।ଚାରିଆଡ଼େ ଖାଲି ଜନସମାଗମ, ଉଛୁଳେ ପୁରଦେଲେ ହୁଳହୁଳି କାମିନୀକୁଳ,ବରଷେ ଫୁଲ,ପ୍ରଣୟ-ବେଦିରେ କାହିଁ ତା ମୂଲ ?ଓଢ଼ଣା ଭିତରେ ରହିଥିଲା ଯିଏ ବଦନ ପୋତିଢାଳୁଥିଲା ଲୁହ ବିଦାରି ଛାତି -କି ହେବ ଗତିହେଲେ ବାପ-ମାଆ ଗରିବ ଅତି !କୁଳକୁ କାଳିମା ହେଲି କି ସତେ ମୁଁ, ଭାଜିଲା ଘର,ଦେବି ଯାହା ଗଳେ ବରଣମାଳକରିଲେ ବର,ମୁଁ ହେଲି ଆପଣା, ଏ ହେଲେ ପର !ଏକାଳେ ଶୁଭିଲା ମୁକୁଟ ତଳରୁ କାହାର ବାଣୀ -ବାପା ମୋର ସେବେ ନଥିଲେ ଜାଣି,ରେଡ଼ିଓ ଆଣିନ ଦେଲେ ଧରିବି ନାହିଁ ଏ ପାଣି !ହାୟ ! ସେ ଭିତରେ ବଜ୍ର ପଡ଼ିଲା ବୁକୁରେ କା’ରଆତ୍ମା ଥରିଲା ଓଢ଼ଣାଟାରଶୁଭିଲା ସ୍ୱରଜାଣୁଚି ତମେ ତ ‘ରେଡ଼ିଓ-ବର’ !ଝାଳ-ଗମଗମ ବଦନ ଉଠିଲା କାହାର ଅବାଚମକି ପଡ଼ିଲା ବରଣ ସଭା,ଅଧରଜବାକହିଲା - ଏଇ କି ରେଡ଼ିଓ-ବିଭା ?ବାପା ଘରବାଡ଼ି ବିକିଲେ ଯାହାର ବରଣପାଇଁମୋ ଯିବା ବାସିକି ତୋରାଣି ନାଇଁଆଉରି ତହିଁରେଡ଼ିଓ ଲାଗି ସେ ହୋଇବେ ଦାୟୀ ?ପୁର ଜନପଦ ହଲଚଲ ହେଲା ସେଦିନ ସେଠିବର ଠିଆହେଲା ବେଦିରୁ ଉଠି,ଆଉ କେଉଁଠିକନିଆ ମିଳିବ ଚାଲିଲା ଚିଠି ।[ମେ-୧୯୫୧]ମଲାଟପୁସ୍ତକ ଡାକି କହେ- ହେ ପାଠକ, ଗ୍ରାହକ ମୋରଭିତର ଖୋଲଲେଖନୀ ମୁନର କର କି ମୂଲ !ପଇସା ଦେଲ !ଶସ୍ତା ଆଜି ଏ ଛାପଖାନା ତଳେ ବେପାର ଚାଲେଦୋକାନ ତଳେ,ଭାଷା ତୁଲେ ନାହିଁ ଛନ୍ଦ ମିଳେଭାବନା ଭୁଲେ !!ସଭ୍ୟତା ଆଜି ମଲାଟ ଉପରେ ଚାଲିଚି ଖାଲି,ଯାଉଛ ଭୁଲିରଙ୍ଗୀନ ଛବି କାଗଜ ମେଲିଦେଖୁଛ ବୋଲି ?ଭୂଷଣପ୍ରଧାନ ବେଶ ପରିଧାନ ସନ୍ଥ ଜନଯାହାରେ ମଣଭିତରୁ କି ତାର ବଚନ ଶୁଣଉଖାରି ଗୁଣ ?ପରିଧାନ ତଳ ଚୋର ତସ୍କର ବିଷମ ଅତିଓଲଟା ରୀତି,ବାହାର ଦିବସ ଭିତର ରାତିନକଲି ଯତି !ସଭ୍ୟତା ଆଜି ଚାଲିଛି ଦେଶରେ ବେଶରେ ସାଜିପକାଇ ବାଜିନୀତ, ସମ୍ମାନ ଯାଉଛି ଭାଜିକାଲି କି ଆଜି ।ସ୍ୱାଦ-ଗନ୍ଧର ନକଲି ବେପାର ଏଇଠି ଚଳେମଲାଟ ତଳେ,ଦେଖି ପାରୁଥିବ ଏ ଉତ୍କଳେ,ବାହାରେ, ଘରେ ।ତେଲରେ ଅଗରା ପଡ଼ିଲେବି ଧରା ଯାଉଛି ମିଳି,ଚିନିରେ ବାଲି;ଚୋରି, ଦୁର୍ନୀତି କି କୋଳାକୋଳିଲୋକ ଢାଳି !!ମହାକାଳ ଫଳ ବାହାର ରୁଚିର, ଭିତର ତାରକି ନାରଖାର !ମଲାଟ ଉପରେ ଚାଲିଛି ଖେଳଏ କାରବାର ।[ଜୁନ୍୧୯୬୧]ବିଚାର*ବସିଛନ୍ତି ବିଚାରକ ନ୍ୟାୟାସନେ ଗମ୍ଭୀର ବଦନେ,ଆନ୍ଦୋଳିତ ଜନ-ସିନ୍ଧୁ, ଗୃହକୋଣେ ଉଭା ଅଭିଯୁକ୍ତ ।ଅଧର କମ୍ପିତ ତାର, କିବା କଥା ବିଚାରଇ ମନେ,ଛଳଛଳ ନେତ୍ରଯୁଗ କରିଦିଏ ଛିନ୍ନବାସ ସିକ୍ତ ।ଉଡ଼ୁଛି ପତାକା ଦୂରେ ସତ୍ୟ-ନ୍ୟାୟ-ଶାନ୍ତିର ପ୍ରତୀକ,ବେଳେବେଳେ ଦମକାଏ କାହୁଁ ଆସି ବାତ ବିଚଳିତଦିଏ ବା ସୂଚାଇ - ଏ ଯେ ଅଭିନୟ ବିଚାର ଅଳୀକଭାଗ୍ୟ ଆଉ ଭଗବାନ ମଝିରେ କେ କରେ ଅଶ୍ରୁପାତ !ଘରେ ତା’ର ପାଞ୍ଚ ପ୍ରାଣୀ-ପୁତ୍ର, କନ୍ୟା, ପତ୍ନୀ ଓ ଜନନୀଲାଗିନାହିଁ ଚୁଲି ପରା ତିନି ଦିନ ତିନି ରାତି ତହିଁ !କହିଲା କେ ଅଶ୍ରୁ ଢ଼ାଳି - ଚୋରି କରି ତୁମେ କି ଜାଣନିନୋହିଲେ କି ଜଳ, ଅଗ୍ନି, ସମୀରଣ ସାହା ହେବେ ନାଇଁ !କୂଅକୁ ଚାହିଁଲା ବସି - କି ଗଭୀର ! ପାଉନାଇଁ ଆଖି,ନିଆଁ ଜାଳି ଦେଖିଲା ସେ ପାଞ୍ଚପ୍ରାଣୀ ହୋଇବେ ଅନାଥ,ପାଖେ ତା’ ଦ୍ୱିତଳ ହର୍ମ୍ୟ, ସେ କଥାଟା ଖାଲି ଥିଲା ବାକିକରିଲା ସେ ଯା ଚୋରି, ଭିକ୍ଷାପାଇଁ ପାତିସାରି ହାତ ।ଚୋର ଆଜି ସାଧୁବାବୁ, ବିଧୁବାବୁ, ଚୋର ବିଶ୍ୱନାଥ;ଚୋର ଆଜି କଣ୍ଟ୍ରାକ୍ଟର, ଚୋର ଆଜି ପ୍ରଚାରକଦଳ ।ଚୋରି କରେ ମନ୍ତ୍ରୀ ଆଜି ଆବରଣ ଦେଇ ଶାନ୍ତି, ସତ୍ୟଶିଖିବାକୁ ଚୋରିବିଦ୍ୟା ଲୋଡ଼ା ଖାଲି ସାମାନ୍ୟ କୌଶଳ ।ପାଇ ସେ ନଥିଲା ଟ୍ରେନିଂ, ତେଣୁ ଆଜି ପଡ଼ିଗଲା ଧରାନେଇନାହିଁ ହାର କାଟି, ହାରେ ହାତ ଯାଇଛି ତା କଟି,ଚତୁର୍ଦ୍ଦିଗେ ଏଇ କଥା - ଭଦ୍ରଲୋକ ଶେଷେ ଚୋରିକଲା !ହାତରେ ତା ହ୍ୟାଣ୍ଡକପ୍, ହଉଡ଼ିରେ ବନ୍ଧା ଅଛି କଟୀ !!ଟେକି ସେ ଆନତ ମୁଖେ ଭିତ୍ତିପୃଷ୍ଠେ ଚାହିଁଲା ନିମିଷେ,କାହାକୁ କହିଲା କଥା, ସେ ଅବା ବୁଝିଲା ଅନ୍ତରେ-ବୁଢ଼ିଆଣୀ ଜାଲେ ଘେରା ଯେ ଛବିଟା ଏଇ ଆଗେ ଦିଶେ ।ହେ ହାକିମ ! ସଫା କର, ସତକଥା ସେଇ କହିପାରେ !ଫେରିଲା ସକଳ ଦୃଷ୍ଟି - ସେ ଛବିଟା ଆଖି ଅଧେ ବୁଜିଉଭାଅଛି, ଦକ୍ଷ କରେ ଦେଇ ବିଶ୍ୱେ ଅଭୟ ସାନ୍ତ୍ୱନା ।ଦରିଦ୍ରର ସାଥୀ ସେ ଯେ, ଜନତାର ପ୍ରାଣର ‘ବାପୁଜୀ’ତାହାରି ଆହ୍ୱାନେ ଦିନେ ହୋଇଥିଲା ଏ ‘ବାନରସେନା’ !![ଡ଼ିସେମ୍ବର-୧୯୬୧]ଦେବପୂଜା
(୧)
ବନ୍ଦ କର ଭକ୍ତ ଆଜି ଶଙ୍ଖ ବଜାଅ ନାହିଁଏଇ ଗାଆଁର କୁଟୀରେ ଏକ ଶଙ୍ଖ ବାଜଇ ତେଣେ,ପଥର-ଗୋଡ଼ି-ଚୂନରେ ଗଢ଼ା ଦେଉଳେ କିଏ ନାଇଁ,ଦେବତା ଯେବେ ଦେଖିବ ଚାଲ ଗରିବ-ନାରାୟଣେ ।
(୨)
ଦୁଆରେ ତାର ରହିଚି ଖୋଲା, ଭକ୍ତ ନାଇଁ କେହିଆଳତୀ ଦୀପ ଜଳୁନି ତହିଁ ଜଣକ ହାତେ ହେଲେ,ବେଦନା ଖାଲି ବାଦୁଡ଼ି ସମ ବକ୍ଷେ ଦକା ଦେଇଅନ୍ଧକାରେ ସେଇ ଦେଉଳେ ଚକ୍ର ସମ ବୁଲେ ।
(୩)
ପ୍ରସାଦ ପାଣି ଆଖିର ଲୁହ ନିଗିଡ଼ିପଡ଼େ ତହିଁପଦିଏ କଥା ‘କରୁଚି ଭୋକ’ ଅନ୍ତରରେ ବାଣୀ,ଭକ୍ତର ଏ ପ୍ରାର୍ଥନା ବା ଉଠଇ ରହି ରହି-ଏଇଠି ନାଇଁ ସେଇଠି ଶୁଣ ଦେବତା ପାଶେ ଯାଇ ।
(୫)
ବନ୍ଦ କର ଭକ୍ତ ଆଜି, ଶଙ୍ଖ ବଜାଅ ନାଇଁଗୋଟିଏ ନୁହେ, କୋଟିଏ ଆଜି ଦେଉଳ ଅଛି ଦେଶେ,ସେଇ ଦୁଆରେ ବନ୍ଧୁ, ତୁମେ ଭକ୍ତ ହୁଅ ଯାଇସେଇ ପୀଡ଼ିତ-ଆତ୍ମା ଦେବ ଦେଖା ଦେବତାବେଶେ ।[ନଭେମ୍ବର-୧୯୫୮]ଗୋଟିଏ ଭାର୍ଯ୍ୟା*ରିପୋର୍ଟ ଲେଖିଗୋଟିଏ ବୋଲି ମୁଁ ମନେ ମନେ କେବେ ପାରୁନି ଦେଖିଏଇ ମନେପଡ଼େ ଗାଆଁ ବଟତଳେଅଳସ ଚରଣ କଳସୀ କାଖରେସେହି ଅଛି ମୋର ପାଖରେ ପାଖରେ ସେକାଳ ସଖୀ,କିମିତି ଛାଡ଼ିବି ରିପୋର୍ଟ ଲେଖି ?
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ