କୌଣସି ମାନନୀୟ ବନ୍ଧୁ ପ୍ରତି
ମଧୁସୂଦନ ରାଓ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବସନ୍ତ ଗାଥା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୧
- ସ୍ଥିତି
- ସାର୍ବଜନୀନ (Public domain)
ବହୁଦିନ କଥା, ଆର୍ଯ୍ୟ, ପଡ଼ଇ କି ମନେ,ଉପହାର-ରୂପେ ଯେବେ ଏହି ଅଭାଜନେ,ସରୋବରୁ ପଦ୍ମ ନିତି ତୋଳାଇ ଯତନେ,ଦେଉଥିଲ ସ୍ନେହଭରେ ସ୍ନେହ ସମ୍ଭାଷଣେ ?ସେହିତବ ପୁଣ୍ୟ-ସ୍ନେହ, ପୁଣ୍ୟ ଉପାୟନେସୁମରି ଭକତି ଭରେ ସଜଳ ନୟନେ,ନୀରବେ ନମଇ ଦୀନ ଆଜି ଶ୍ରୀ ଚରଣେ,ବିଚ୍ଛେଦ-କାତର-ତପ୍ତ ନିରାଶ ଜୀବନେ ।ଏକାନ୍ତେ ଚରଣ-ତଳେ ସୁଖେ ବସିବାରକାହିଁ ଗଲା ମୋର ସେହି ପୁଣ୍ୟ-ଅଧିକାର ?ନାଶିଛି ସେ ସୁଖ ମୋର ନିଷ୍ଠୁର ସଂସାର,କିନ୍ତୁ ସେହି ସୁଖ-ସ୍ମୃତି ନୁହେ ଭୁଲିବାର;ସେ ସ୍ମୃତି ନିଭୃତ ପ୍ରାଣେ ଜପି ଅନିବାରଆମରଣ ଭୁଞ୍ଜୁଥିବି ଆନନ୍ଦ ଅପାର ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ