କରଭାରେ ଦରିଦ୍ରର — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିମେରୁଦଣ୍ଡ ପଡ଼ୁଅଛି ଭାଜି,‘ସାର୍ବଭୌମ ରାଷ୍ଟ୍ର' ନାମେନ୍ୟସ୍ତସ୍ୱାର୍ଥ ରଚେ ବିଡ଼ମ୍ବନାଭାଷା ମୋ ବନ୍ଦିନୀ, ଡାକେପ୍ରତିବାଦେ ତୁମ ଦ୍ୱାରେ ଆଜି ![ଜାନୁୟାରୀ-୧୯୬୨]ଯୋଗ୍ୟତାନନା ଥିଲେ ମୋର ଡାକ-ରନରମନ ଜାଣୁଥିଲେ ଦଶ ଜଣର ।ଥିର ନୋହୁଥିଲା ଚରଣଗତିଜାଣୁ ସେ ନଥିଲେ ଦିବସ-ରାତି ।ସେଇ ଯୋଗ୍ୟତା ବଳରେ ମୁହିଁପ୍ରଚାର ବିଭାଗେ ଚାକିରି ପାଇ ।ପଢ଼ାରେ ପଛରେ ଥିଲେ ବି ପଡ଼ିପାରୁଥିଲି ମୁହିଁ ଉଡ଼ାଇ ଘୁଡ଼ି ।ମାରୁଥିଲି ମଶା ମଶାରି ତଳେମାଛ ଧରୁଥିଲି ଗଭୀର ଜଳେ ।ସେଇ ଯୋଗ୍ୟତା ଏତିକିବେଳେଦେଖାଇ ମୋତେ ଏ ଚାକିରି ମିଳେ ।ମହୁମାଛି ମୁହିଁ -ଘରକୁ ଘରନଥିଲା ଆପଣା, ନଥିଲା ପର ।ଏକଇ କ୍ଳାସରେ ବରଷ ଚାରିମୂଳଦୁଆ ଟାଣେ ପକାଇଥିଲି ।ଯୋଗ୍ୟତା ମୋର ଉଠିଲା ଫୁଟିଜୋନାଲ-ଚାକିରି ଶିଖରେ ଉଠି ।ଫେସନ, ବସନ, ଭାଷଣ ପାଇଁକେତେ ଜଣକୁ ମୁଁ କରିଚି ବାଇ ।ଦୁଇଟି ଚକ୍ଷୁ ଚାରିଟି କରିହୋଇଛି ମୁଁ ପ୍ରେମ-ସାଗର ପାରି ।ସେଇ ଯୋଗ୍ୟତା ବଳରେ ଏବେସ୍ତରକୁ ସ୍ତର ମୁଁ ଚାକିରି ଲଭେ ![ମେ-୧୯୫୫]ମଙ୍ଗରାଜ ପ୍ରୟାଣେହେ ବାୟୁତରଙ୍ଗ, କହ ତୁମେ ତାକୁ ପାରିଛ କି ଧରିଉଠିଲା ଯେ ବଜ୍ରବାଣୀ ସେ କଣ୍ଠରୁ ଅନଳ ଉଦ୍ଗାରି ।ଥରିଲା ନିଦ୍ରିତ ଚିତ୍ତ ଜଡ଼ ଅବା ଲଭିଲା ଜୀବନଜାଗିଲା ଏ ମୃତ ଜାତି ସେ ବାଣୀରେ କରି ଆବାହନ ।ହେ ଗିରିକନ୍ଦର, କହ ପ୍ରତିଧ୍ୱନି ରଖିଛ କି ସତେଯେ ଡାକ କମ୍ପନ ଦେଲା, ଅସମର୍ଥ ଚାହିଁଲେ ତଦ୍ଗତେ ।ପ୍ରକମ୍ପିତ ତରୁଶାଖେ ବିହଙ୍ଗମେ ଉଠିଲେ ଚମକିପ୍ରତି ପ୍ରତିଧ୍ୱନି ତାର ଆଉ ଥରେ ସତେ ଆସିବ କି ?ହସିଛ କୁସୁମ କେତେ ତା କଥାରେ, ପାରିବ କି କହି,ଅନ୍ତର ପାଖୁଡ଼ା ମେଲି ସୁରଭିତ କରି ମରୁମହୀ ।ଦୁର୍ଦ୍ଦିନର ଦ୍ୱାରଦେଶେ ହସାଇଲା ଯେ ଦୁସ୍ଥ ଜନତାସେ ହସରୁ ରଖିଛ କି କିଛି ତୁମେ, ରଖିଛ କି କଥା ?ଆଜି ମଙ୍ଗରାଜ ନାଇଁ - ସମୀରଣ କହେ ଥରି ଥରି,ଏ ଯେ ପୁରପଲ୍ଲୀ ତଳେ ପ୍ରତିଧ୍ୱନି ଉଠୁଛି ଗୁମରି ।ନିଃସଙ୍ଗ ଏ ଗ୍ରୀଷ୍ମାନଳେ କପୋତର ତାପିତ ପରାଣ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ଦିଏ ଡାକ - ଏଇ ଦେଖ ନଶ୍ୱର ତା ଦେହ ଅବସାନ ।
[ଅପ୍ରେଲ୍୧୯୬୪]
ଚୋର*
ଚାରିଆଡ଼େ ଚୋରି,
‘ଚୋର’ ‘ଚୋର’ ଡାକ ଚାରିଆଡ଼େ
କି ଚୋରି କରିବ ଚୋର ଭାବେ,
ମଣିଷ ମାରିବ ? ଅପହରି ନେବ
ହାତରେ ତାହାର ଯାହା ପଡ଼େ
ବଜାରେ ବିକିବ ବେଶୀ ଲାଭେ ।
ଚୋରି କରିନାହିଁ କାହିଁ ସେ ଜୀବନେ
ଧରି ମାରିନାହିଁ କାହିଁ ଜଣେ,
ପଶେ ପରଘରେ ଆନମନେ,
ସତ୍ୟକୁ ସେ ତ ଆଗରେ ରଖିଛି
ମିଛ କହିବାକୁ ନାହିଁ ଜାଣେ,
ଏଣେତେଣେ ଚାହେଁ ଛନଛନେ ।
ବାସନକୁସନ ହାତରେ ପଡ଼ିଲା,
ଛାଡ଼ିଦେଲା, ଧରି ଲୁଗାପଟା
ଭାବିଲା - ଇଏ କି ହଟହଟା,
ବରଷକ ପାଇଁ ଲୁଗା ଅଛି ମୋର
ନୁହେ ଲୁଗା ଚୋରି କରିବାଟା
ତୁଛାରେ ବୋଳିବି କିଆଁ ଅଠା ?
ଟେକିଲା ବାକସ, ଏଡ଼ିକି ଓଜନ ।
ମୁହିଁ କି ଭାଜନ ଏଥିପାଇଁ -
ବିଚାର କରିଲା ରହି ରହି,
ପଡ଼ିଛି କୋଲପ, ଚାବି ଅଛି କାହିଁ
ଭିତରେ କି ଅଛି ଜଣାନାହିଁ,
ଟେକି ତା ଅଳପ ଦେଲା ଥୋଇ ।
ଦେଖିଲା ଶୋଇଛି କିଏ ସୁକୁମାରୀ
ଗଳାରେ ରହିଛି ହାର ଗୋଟେ
କିମିତି ଛୁଇଁ ସେ ହାର କାଟେ !
ଲାଗିଲା କି ମାୟା, ପ୍ରାଣର ତନୟା
ଛାୟା ଦେଖାଗଲା ମନପଟେ,
ଘରକଥା ମନେ ପରକଟେ ।
ଏ ଘରୁ ସେ ଘର ପାଖେ ଆର ଘର
ଲିଭିଚି ସେ ଘରୁ ଚୁଲି ଜାଳ,
ଜଳୁଚି ଉଦରେ କ୍ଷୁଧାନଳ,
ଅତି ନିରିମଳ ଶୀତଳ ପଖାଳ
ହାତମାରି ଦେଖେ ଥର ଥର
ଭରିକରିଦେଲା ତା ଉଦର ।
ଶୁଭିଲା ହାକୁଟି, ବୁଢ଼ୀ କରେ ପାଟି,
ଝିଅ ଡାକି କହେ ଚୋର, ଚୋର,
ଆନ ପାଟିକରେ - ଧର ଧର,
ଚୋର ଧରାପଡ଼ି କହେ କରଯୋଡ଼ି -
ନେଇନି ବାକ୍ସ, ସୁନାହାର,
ମୋତେ କିଆଁ ତୁମେ ଚୋର କର ?
[ମେ-୧୯୬୩]
ଚାଷୀଭାଇ
ବେଠି, ଭେଟି, କରପୀଡ଼ା, ଋଣଭାର ବହି
ଦୁନିଆର ବଡ଼ଦାଣ୍ଡେ ଚାଲେ ଚାଷୀଭାଇ ।
ପେଟେ ନାଇଁ ଅନ୍ନ ତାର, ମୁଖେ ନାଇଁ ହାସ
ଉଠିଲାଣି ବୁକୁତଳୁ ବାୟୁ ଅଣଞ୍ଚାଶ ।
ଚିରାକନା ମେଖଳେ ତା ରଖିଚି ବେଢ଼ାଇ
ସଳଖି ନ ଚାଲେ ଅଣ୍ଟା ଭାଜିପଡ଼େ ଲଇଁ ।
ତଥାପି ତା ମନେ ଆଶା, ବୁକେ ଆସେ ବଳ,
ଦିଶିଲାଣି କାଳ ପରା ଶେଠ ମହନ୍ତର ।
ବାଜିଲାଣି ଜମିଦାରି ପଥେ ଜୟବାଜା,
ଆସିଲେଣି ସିଂହାସନୁ ପୁରପଥେ ରାଜା ।
ଲୁଚିଲାଣି ସାହୁକାର ଆଶା ସର୍ବଗ୍ରାସୀ
ଥୟ ଧର ଚାଷୀଭାଇ, ବେଳ ହେଲା ଆସି ।
[ସେପ୍ଟେମ୍ବର- ୧୯୩୮]
ବେଣୀ ଓ ଖୋଷା
ବେଣୀ ଓ ଖୋଷା ଦିନେ ଲାଗିଲେ କଳି
ରମଣୀ ରମଣୀୟ ମସ୍ତକରେ
ସର୍ପ ସମ ହଲି କହିଲା ବେଣୀ -
ଦେଖି ତୋ ରୂପ ମୋର ଚିତ୍ତ ଥରେ ।
ତୋ ଭଳି ନୁହେ ମୁହିଁ ସଂକୁଚିତା
ଓଢ଼ଣା ତଳେ ଲୁଚି ଲଜ୍ଜାବତୀ,
ତୋ କଥା ନେଇ ଉଠେ କେତେ ଯେ କଥା,
ବିଚାରେ କାହିଁ ତୋର ମୁକ୍ତିଗତି ?
ବଦନ ଗମ୍ଭୀର, ଅଙ୍ଗ ଜାକି
କହିଲା ଖୋଷା - ମୁଁ ଗୋ ତୋଭଳି ନୁହେଁ
ଚପଳା ଛନଛନ, ଛଳନାମୟୀ,
ଜାଣିଛି ଥାନ ତୋର କାହିଁ ଏ ଗୃହେ ।
ମୋ ରୂପେ ବିମୋହିତ ‘ଚନ୍ଦ୍ରଭାନୁ’
ଜାଳିଲା ‘ଲାବଣ୍ୟ'ର ପୀରତି-ବତି
ମୋ ତହୁଁ ସମ୍ମାନ ପାଇବୁ କାହୁଁ,
କବିତା- କାବ୍ୟରେ ମୁଁ ଯଶୋବତୀ ।
କୁଟିଳ ତରଙ୍ଗିତ ଭ୍ରୂକୁଟୀ ଟାଣି
କୁସୁମଗୁମ୍ଫିତ ସେ ବେଣୀ କହେ -
ହଲିଲେ ମୁହଁ ମୋର ପଛରେ ହେଲେ
ଅଟଳ ମନ ପ୍ରୀତି ଗନ୍ଧ ବହେ ।
କୁଟିଳା ଥିଲୁ ତୁହି ଜଟିଳା ଶିରେ
ପୁରାଣ କହେ ତୋତେ କାଟିଲା ମୂଷା
ଦ୍ୱାପର ଗଲା ଏବେ, ଏ କଳିକାଳେ
ବେଣୀ ମୁଁ ରମଣୀୟ ଅଙ୍ଗଭୂଷା ।
କହିଲା ଖୋଷା - ତୁ କି ଯାଇଚୁ ଭୁଲି
ସେ କୁରୁସଭାତଳେ ଘଟିଲା ଯାହା
ଆଣିଲା ଟାଣି ଯେବେ ଦୁଃଶାସନ
କୃଷ୍ଣା ଶିରେ ଥିଲୁ ତୁ ବେଣୀ ଆହା !
ଜଗତ ଜାଣେ ଆଜି ସେ ବେଣୀ କଥା,
ସେ ‘ବେଣୀ ସଂହାର' ପଢୁନି କିଏ ?
ଖୋଷାକୁ ଟାଣି କିଏ ନେଉଛି କହ
ନାରୀରେ ସଂଯମ ଶିକ୍ଷା ଦିଏ ।
ଏ କାଳେ ଥାଇ ତଳେ କହିଲା ନାରୀ -
କି ଲାଗି କର ଆଜି ତୁଛାରେ କଳି,
ଜରୁରୀକାଳେ ମୋର ନାଇଁ ଗୋ ବେଳ
କାହାକୁ ରଖିବି ମୁଁ କାହାକୁ ତଡ଼ି ?
ପାନିଆ ଛାଡ଼ି ଆଜି କତୁରି କିଣେ
ଯାଉଚି ଦେବି ମୁହିଁ ଅଧାରୁ କାଟି
ଅଡ଼ୁଆ ଲାଗେ ମୋତେ ବେଣୀ ବା ଖୋଷା,
ସରିଲା ତୁମ କାଳ, ନ କର ପାଟି ।
[ମେ-୧୯୬୩]
ବାଲା ସ୍ୱାଇଁ*
ଦି'ଚାରିଟି ଘର ତହିଁ
ଲୋକେ ତାକୁ କହୁଛନ୍ତି ଗାଆଁ
ସେ ଗାଆରେ ଜନ୍ମିଥିଲା
ଜଣେ କିଏ ବାଳା ସ୍ୱାଇଁ ନାଆଁ ।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ