କାକଳି
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୫୧୯
- ସ୍ଥିତି
- ସାର୍ବଜନୀନ (Public domain)
ତରୁରୁ ତରୁକୁ ଉଡ଼ି ଏକାକୀ କୋଇଲି,ବନ ଦେଶେ ଅବିରଳ ଢାଳଇ କାକଳି ।ଉଛୁଳି ଉଠୁଛି ବନ ନିକୁଞ୍ଜ ସକଳ,ମୃଦୁ କମ୍ପେ ଦୋଳୁଅଛି ପତ୍ର ଫୁଲ ଫଳ ।ନିକୁଞ୍ଜ ନିବାସୀ ମୋର କନକ ପ୍ରତିମା,ଘେନନ୍ତି ଯେ ଶିଶୁଗଣ ଗୀତି ମଧୁରିମା ।ଏସନ ସମୟେ ଦୁରୁରାବି ଅଯତନେ,କୁଆ ଦଳେ ଆସି ଖରେ ମିଳିଲେ କାନନେ ।ଚଉପାଶେ ରାବୁଛନ୍ତି କୁଆ କୋଟି କୋଟି,ତା ମଧ୍ୟେ ରାବଇ ଧୀରେ ବସି କୋଇଲିଟି ।କୁଆ ରାବେ ଅବହେଳେ ଯାଏ କାହିଁ ଢଳି,ଏକାକୀ ପାଦପ ଡାଳେ କୋକିଳ କାକଳି ।ଏକ ମହା ଗୀତ ତାନ ଉଠଇ କାନନେ,କୁଞ୍ଜୁ କୁଞ୍ଜେ ଥରିଯାଏ, ସୁମନୁ ସୁମନେ ।ଧୀରେ ପଥେ ଖେଳି ଆସେ ମଳୟ ଲହରୀ,ମଧୁର ପରଶେ ବନ ପୀୟୁଷ ବିତରି ।ଗୁଣୁ ଗୁଣୁ ଗୁଣୁ ରବେ ଫୁଲୁ ଫୁଲେ ବସି,ଫୁଲ ମଧୁପାୟୀ ଅଳି ବିହରଇ ଆସି ।ନିମଜ୍ଜନେ ଶିଶୁଗଣ ଶୁଣି କେତେ କ୍ଷଣ,କୋଳାହଳେ କରତାଳି ଦିଅନ୍ତି ବହନ ।ରାବି ନଭେ କୁଆ ଉଡ଼ି ଯାଆନ୍ତି ସକଳେ;ତଥି ମଧ୍ୟେ ଉଡ଼େ ପିକ ବାରି ନୋହି ତିଳେ ।ଦୁରୁ ଦୁରେ ବନ ଦେଶେ ଉଠଇ ଉଛୁଳି-କୁଆ କୋଇଲିଙ୍କ ମିଶା ମୋହନ କାକଳି ।ଭଗ୍ନା *ସେ ଯୁଗର କଥା ଆଉ ଅଛଇ କି ମନେ,ଯେବେ ମୋ ଗହଣେ ବସି,କମ୍ପିତ ଅଧରେ ହସି,କେତେ ଗାଉଥିଲୁ ଢଗ ଦରୋଟି ବଚନେ ?ମୁହିଁ ନ କହୁଣୁ କିଛି;ବାଳୁତ ସମ୍ପଦେ ନାଚି,ତୋ ଗୀତ ପ୍ରଶଂସା ଆପେ କରୁଥିଲୁ ହେଳେ;ସେ ସବୁ କି ମନେ ଆଉ ପଡ଼େ ବେଳେ ବେଳେ ?ଭାଇ ବୋଲି ମୋତେ ଡାକିଥିଲୁ ଦୁଇଦିନ ।ଥିଲା ଯେବେ ଏ ବିଚାର,କିପାଁ କଲୁ ଆପଣାର;ଅତୃପ୍ତ ବାସନା କିପାଁ ରଖିଗଲୁ ପ୍ରାଣେ;କିପାଁ ଦେଲୁ ଏତେ ଦୁଃଖ ଏତେ ସନମାନେ ?ପରାଣ ପ୍ରତିମା କରି ବହିଥିଲି ତୋର ।ଭାବିଥିଲି, ତୋତେ କରି ଆଦରଣ,ମୋ ଶୁଷ୍କ ଅନ୍ତର କରିବି ସରସ;ତିନ୍ତାଇ ହିଆ ମୋ ତୋ ଶିଶୁ ସମ୍ଭାରେଉଠିବି ବିକଶି ଏ ମର ସଂସାରେ ।ସବୁ କିନ୍ତୁ ମିଛ କରିଦେଇ ଅବହେଳେ,କାହିଁ ଚାଲିଗଲୁ ଏକା,ପତ୍ରଦଳ କୋଳୁ ନବ କୁସୁମ କଳିକା !ଏତେ ମୂଲ୍ୟ ଯେବେ ତୋର ଥିଲା ଆନଦେଶେ,କିପାଁ ପକାଇଲୁ ପାଦ ଏ ଦୀନ ଆବାସେ ?
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର