କବିତା (୧୫) — କୁନ୍ତଳା କୁମାରୀ ସାବତ · ସ୍ୱର୍ଣ୍ଣଲିପିଏଣିକି କି ଭୟ ଜେଲ ନିର୍ବାସନେଏଣିକି କି ଭୟ ମୃତ୍ୟୁ ଅନଶନେ ।ସବୁ ସହିବ ରେ ଭାରତର ହାଡ଼ନଭାଙ୍ଗେ ସହଜେ ଏ ଦୃଢ଼ ପାହାଡ଼ ।ସେନାପତି ତବ କରେଣି ଆହ୍ୱାନଆସ ଆଗ କିଏ ଦେବ ପ୍ରାଣଦାନ ।ସେ ଏକ ସଙ୍ଗେ ହିନ୍ଦୁ ମୁସଲମାନଶିଖ ପାର୍ଶୀ ବୌଦ୍ଧ ଇହୁଦୀ ଶ୍ରୀଷ୍ଟାନ ।ବୀରଗର୍ବେ ନାଚିଉଠେ କା’ର ଛାତିଦେଖ ପ୍ରେମମଦେ କେ ଉଠିଛି ମାତି ।ଅଛ କି, ବୀର ଭାରତ ସନ୍ତାନକାହା ପ୍ରାଣ ଜାଗେ ଦେଖାଉ ସମ୍ମାନ ।ଆଇନ ଅମାନ୍ୟର ଜଳେ ଅଗ୍ନିକୁଣ୍ଡମୁଣ୍ଡମାଳା ତବ ତହିଁ ହେବ ରୁଣ୍ଡପୁରୋହିତ ନିଜେ ଗାନ୍ଧି ଯଜ୍ଞାସନେକେ ଦେବ ଆହୁତି ଆସେ ହେ ବହନେ ।ଏବେ କି ଯନ୍ତ୍ରଣା ନ ସହୁଚ ଭାଇଅନ୍ନ ବସ୍ତ୍ର ବେନି ନେଲା ଯେ ଛଡ଼ାଇ ।ଦୁର୍ଭିକ୍ଷ ଦାରିଦ୍ର୍ୟ ବଢ଼ି ରୋଗ ଦାଉଋଣ କରଭାର ସାରେ ତୁମ୍ଭ ଆୟୁ । (ଆହ୍ୱାନ)କବିତା (୧୬)ଗୀୟର୍ସନଙ୍କ ପାଇଁ କବିତାଛନ୍ଦି ଚମ୍ପାଚୂତେ ମନ୍ଦାର ମଲ୍ଲିକାକୁନ୍ଦ ଅରବିନ୍ଦ ଶିରୀ ସମ୍ପଦମଞ୍ଜୁଫୁଲ ମାଳି, ପୂତ ଅର୍ଘ୍ୟଥାଳିଘେନି ଯେ ପୂଜିଲ ‘ଭାରତୀ’ ପଦ ।କଳିଙ୍ଗ କାନନ ସମ୍ୱଳ ବିମଳବିଲ୍ୱଦଳ ତହିଁ ଲଭିଲା ସ୍ଥାନତା କି ଭୁଲିପାରେ ଗଜପତି-ଜାତିକେଶରୀ ପୁରୁଷୋତ୍ତମ ସନ୍ତାନ ।କୁଞ୍ଜ-କୃଷ୍ଣ-ଅଭିମନ୍ୟୁ-ଜଗନ୍ନାଥକବିସୂର୍ଯ୍ୟ ଜୟଦେବ ଜନନୀସାରଳା ସେବିତ ମଧୁ ରାଧାନାଥମେହେର କୀରତି ବରବରନୀ ।ଚିଲିକାଚୁମ୍ୱିତ ନୀଳାଦ୍ରିମଣ୍ଡିତବୈତରଣୀପୂତ ଉତ୍କଳଧାମଭାରତୀ ମନ୍ଦିର ପୁରୋହିତେ ଆଜିଅରପେ ଶ୍ରଦ୍ଧାର ସୁମନ ଦାମ ।ଥିବ ଯେତେ ଦିନ ଏ ଭାରତଭୂଇଁନଉଃ ଛୁଇଁ ହିମ ଶିର ଶୋଭିବମହାଜଳଧିର ଗଭୀର ଗର୍ଜନଲହରୀ ନର୍ତ୍ତନ ଉଛୁଳୁଥିବ ।ଜାହ୍ନବୀ ଯମୁନା କୃଷ୍ଣା ଗୋଦାବରୀରେବା ମହାନଦୀ ଗାଇବେ ଗାନବୀଣା ଏସରାଜେ ମୁରଲୀ ମୁରଜେମିଶିବ ଖଞ୍ଜଣି ତରଳ ତାନ ।ଦେବପୂଜା ଲାଗି ପଞ୍ଜବଟିବନେକଳିଙ୍ଗେ କାଶ୍ମୀରେ ଫୁଟିବ ଫୁଲଗୁରୁ ଗ୍ରୀୟର୍ସନ ସେହି ଦିନ ସରିପୁଜିବୁଁ ଶ୍ରୀପଦ ସ୍ନେହେ ଅତୁଳ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ପୂରବ ପଶ୍ଚିମ ଅପୂର୍ବ ମିଳନ
ମଙ୍ଗଳ ଚୁମ୍ୱନ ଯଦି ସମ୍ଭବ
ହେବ କେବେ ଭବେ ତୁମରି ଗୌରବେ
ତୁମେ ପୁଣ୍ୟ ଶ୍ରମେ ମହାନୁଭବ ।
ଆମେରିକା ଚୀନ ୟୁରୋପ ଜାପାନ
ସନେ ଏକାସନେ ଏ ହିନ୍ଦୁସ୍ଥାନ
ଯେ ଦିନ ବସିବ ସ୍ମରିବ ସେ ତାର
ଭାଷାକୁ କଲା କେ ମହତ୍ତ୍ୱ ଦାନ ।
ସ୍ୱଭାବେ ସୁନ୍ଦର ଭାରତ ଆମର
ବିଚିତ୍ର ପ୍ରକୃତି ଚିତ୍ରଶାଳିକା
ତହୁଁ ଗୁରୁତର ତା ଭାଷାସମ୍ଭାର
ସଜାଡ଼ିଲା ତବ କର ତୁଳିକା ।
ହେ ଅମର ଶିଳ୍ପ ! ସଂକଳ୍ପିବି କିବା
ଅଳ୍ପ ତୁଚ୍ଛ ଦୂବପତ୍ର ଦିଓଟି
ଭଲ ଲାଗେ ପରା ସ୍ଥବିର ଶ୍ରୁତିରେ
ଗୁନୁଗୁନୁ ଭଲଭରା ଦରୋଟି ।
ଶୋଭୁ ପଛେ ହୀରାମଣି କୋହିନୂର
ମୋତି ପଦ୍ମକାନ୍ତ ପଦେ ଅତୁଳ
ଆପଣା ଗୁଣରେ ଘେନ ହେ ଚରଣେ
ଫୁଲରେଣୁ ଏ ତ ଅମୂଲମୂଲ ।
କବିତା (୧୭)
ଓଁ
ବୀର ଶ୍ରୀ ଜୟ ମାଁ
ବୀର ଶ୍ରୀ ବୀରବର ବୀରାଗଗଣ୍ୟେ
ବୀର ଶ୍ରୀ କଳିଙ୍ଗ ଧନ୍ୟେ ।
ବୀର ଶ୍ରୀ ବୀରବର କୀର୍ତ୍ତି ବିଚିତ୍ରେ
ବୀର ଶ୍ରୀ ବୀରବର ଧାତ୍ରୀ ପବିତ୍ରେ ।
ଜୟ ମାଁ ବୀର ଶ୍ରୀ ବୀରବର ଜନନୀ
ଜୟ ମାଂ ବୀର ଶ୍ରୀ ବୀରବର ପାଳିନୀ ।
ଜୟ ମାଂ ବୀର ଶ୍ରୀ ବୀରବର ମୋହିନୀ
ଜୟ ମାଂ ବୀର ଶ୍ରୀ ଶାଳିନୀ ।
ବୀର ଶ୍ରୀ ଉତ୍କଳ ଅତୁଳ ଗୌରବ
କୋଣାର୍କ ଭୁବନେ ଭାସ୍କର ଗରିମା ।
ତବ ପୁଣ୍ୟ କରେ କଳିଙ୍ଗ ଅଙ୍ଗରେ
ଲେଖ ଜଗନ୍ନାଥ ଏ ବୀର ଜାତିର ବୀର ଶ୍ରୀ ମହିମା ।
ହେଉ ଆମେ ନିତ୍ୟ ବୀର ଶ୍ରୀ ମଣ୍ଡିତ
ବୀର ଶ୍ରୀ ସ୍ୱଦେଶ ନ ହେଉ ଖଣ୍ଡିତ ।
କଳିଙ୍ଗ କୁଳରେ ସରବେ ଗରବେ ହୁଅନ୍ତି ବୀର ଶ୍ରୀ
ହେଉ ପଛେ ମୂର୍ଖ ଭିକାରୀ ପଣ୍ଡିତ ।
ହେଉ ସେ ମଳିନ ମ୍ରିୟମାଣ କ୍ଷୀଣ
ବୀର ଶ୍ରୀ ହେଉ ତା ଜୀବନର ଚିହ୍ନ ।
ବୀର ଶ୍ରୀ ଜାତିର ବୀର ଶ୍ରୀ ଉଚ୍ଛିନ୍ନ
ନ ହେଉ କଦାପି ନ ହେଉ ବିଚ୍ଛିନ୍ନ ।
ଆମେ କଳିଙ୍ଗର ବୀର ଶ୍ରୀ ସନ୍ତାନ
ବୀର ଶ୍ରୀ ଆମର ଜାତୀୟ ସମ୍ମାନ ।
ବୀର ଶ୍ରୀ ଜଗତେ ଆମ ଜୟ ଧ୍ୱଜା
ଭାରତର ପ୍ରତି ପ୍ରାନ୍ତେ ପାଉ ପୂଜା ।
ଐର ଖାରବେଳ ଗଙ୍ଗା ଗଜପତି
ବୀର ଶ୍ରୀ ବୀରର ଜାତି ମହାମତି ।
ମହାଭାରତର ମହା ଉଦ୍ବୋଧନେ
ଗାନ୍ଧୀ ଜବାହର ସୁଭାଷ ସଦନେ ।
ବୀର ଶ୍ରୀ ଭୂଷିତ କର ଆଜ ଭାଇ
ସ୍ମରଦିବଂଗତେ ଅଶ୍ରୁ ବରଷାଇ ।
ମଧୁ, ଗୋପବନ୍ଧୁ, ଚିତ୍ତ, ଲାଜପତ
ମୋତି ଜ୍ୟୋତି, ଯତି ବୀରେନ୍ଦ୍ର ଭଗତ ।
ସ୍ୱର୍ଗୀୟା କମଳା ବୀରଶ୍ରୀ ଶାଳିନୀ
ଭାରତ ଦୁହିତା ବୀର ବିଳାସିନୀ ।
ବୀର ଶ୍ରୀ ଭାରତ ବୀର ହେ ଉତ୍କଳ
ଯଶୋଗାନେ ପୁରୁ ପୃଥିବୀ ମଣ୍ଡଳ ।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ