କବିତା (୧୩)
କୁନ୍ତଳା କୁମାରୀ ସାବତ
୧୯୦୦–୧୯୩୮
- ସଂକଳନ: ଅନ୍ୟାନ୍ୟ କବିତା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୫୨
- ସ୍ଥିତି
- ସାର୍ବଜନୀନ (Public domain)
ନବ ନୀରଦ ଉଦୟେ କେକୀ କିନ ରସିବନବ ମରୀଚିମାଳୀକୁ ଫୁଲ କିନ ଚାହିଁବ ?ଆକାଶେ ଶୋଭିଲେ ଧନୁ ମେଘରେନ ଚାହିଁବ କହ କେ ଅନୁରାଗରେତେସନ ସୁନ୍ଦର ମନମୋହକରଶ୍ରୀପଦ-ସରୋଜେ ମନ-ଅଳି ନ ଚୁମ୍ୱିବ ?କହନ୍ତୁ ଲୋ ଲୋକେ ଶ୍ୟାମ କପଟିଆକହନ୍ତୁ କାଳିଆ କୁଳ-କଳଙ୍କିଆଗଳାରେମୋହର ଛୁରୀ ଦେଇ ଭରେରହ ଆନ ଆନନ୍ଦରେ–ମଥାମଣି ସମ ମଣିଛି ମିତଣୀକିସ ପର ବାଛନ୍ଦରେ ?
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର