କବିତା (୧୦)
୧୯୦୦–୧୯୩୮
- ସଂକଳନ: ଅନ୍ୟାନ୍ୟ କବିତା
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୪୩
- ସ୍ଥିତି
- ସାର୍ବଜନୀନ (Public domain)
ଓଡ଼ିଆ ଏଥର ମଣିଷ ହୁଅସହିଲୁଣି ବହୁ କଷଣ ବିପତ୍ତିନିଜ ଗୋଡ଼େ ଏବେ ଛିଡ଼ାହୁଅ,ଜାତିର କଳଙ୍କ ନିଜ ଗୁଣ ଜଳେଯତନରେ ବାବୁ ମାଜି ଧୁଅ ।ହୀନ ନୁହଁ ତୁମେ ହୀନ ନୁହଁତେତିଶ କୋଟିରେ ଏକ କୋଟି ବୋଲିଆଉ ନ ଗଡ଼ାଅ ନିରାଶା ଲୁହ,ଅଳସୁଆ ବୋଲି ଅନ୍ଧାର କୁଡ଼ିଆ କୋଣକୁଆବୋରି ଆଉ ନ ଶୁଅ ।ମନୋବଳେ ସିନା ମଣିଷ ପଣିଆମନେ ଆଣ୍ଟ ବାନ୍ଧି ଦମ୍ଭେ ହୁଅ ଠିଆଗରବରେ କହ ମୁଁ ଟାଣ ଓଡ଼ିଆମହାନଦୀର ମୁଁ ପ୍ରବଳ ସୁଅ ।କୋଣାରକ ଶିଳା ନୀଳାଚଳ ଲୀଳାପଥର ଦେହରେ କୀରତି ଥୁଅ ।କାହାକୁ ଭୟରେ କାହାକୁ ଭୟମନୋବଳକୁ କେ କରିବ ଜୟଦାନାକନା ସବୁ ଆସିବ ଅଜାଡ଼ିଆତ୍ମବଳେ ଯଦି ରଖିବ ଲୟ ।ଜଗତଯାକଟା ଜଗନ୍ନାଥଙ୍କରନୁହ ତାଙ୍କ ରାଜ୍ୟେ ଚୋର ତସକରକୋଳର ସନ୍ତାନ ସେ ଦେବେ ମୁକରଯାହା ଲୋଡ଼ା ଭୟେ କାତର ନ ହୁଅ ।ଅଛି ସତ ଚାରିଆଡ଼େ ଶତଶତପ୍ରବଳ ଆଘାତ ବନ୍ୟା ବିତ୍ପାତମଣିଷ ଦଇବ ବଇରୀ ସଭିଏଁପଦେ ପଦେ ବାବୁ ନିତି ମର୍ମାହତ ।ତଥାପି ମଣିଏ ମଣିଷ ହୁଅରେମଣିଷ ହେବୁଁ ହେ କହ ଏକ ସ୍ୱରେ ।ମଣିଷ, ମଣିଷ, ମଣିଷ ଆସନଭଗବାନ ସଙ୍ଗେ ଆଜି ସରିସମ ।ମଣିଷ, ଆମର କି ଲାଜ କି ଭୟଜୟ କପାଳରେ ଅଛି ସୁନିଶ୍ଚୟ ।ମଣିଷ ଆମେରେ କୋଟିଏ ଓଡ଼ିଆନୋହୁ ଜଗତର ଜଞ୍ଜାଳ ଅଳିଆ ।ଅଛିରେ ଅଛିରେ ତେଜ ଆମ ମନେଦୁଃଖ ନାହିଁ ଆଉ ନିଷ୍ଠୁର ପତନେଉଠିବୁ ଏଥର ଉଠିବୁ ମୁକରକହ କହ ଆଜି ହୋଇ ସମସ୍ୱର ।ଗାଅ ଘରେ ଘରେ ସ୍ୱାଧିନତା ଗୀତସ୍ୱାବଲମ୍ୱନରେ ମଜ୍ଜିଯାଉ ଚିତ୍ତଗତିରୋଧ ତବ କରିବ ଏପରିନାହିଁ ରବିତଳେ ଶକତି କେଶରୀ ।ଉଠରେ ଓଡ଼ିଆ ହୁଅରେ ମଣିଷମଣିଷ ମୁଣ୍ଡରେ ବିଧିର ଆଶିଷମଣିଷ ହିସାବେ ପୂଜା ପାଅ ଭବେନାଚିଉଠୁ ରକ୍ତ ମଣିଷ ଗରବେ ।ଆସିବରେ ଫେରି ଯା’ ଯାଇଛି ତବଅଧିକୁଁ ଅଧିକ ବଢ଼ିବ ବିଭବଓଡିଆ ଏଥର ମଣିଷ ହୁଅରେଓଡ଼ିଆ ନାମରେ କାଳିମା ଧୁଅରେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର