କବିର ଫସଲ — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିପ୍ରିୟା କହେ, ‘‘ଏ କି ଲେଖୁଚ କବିତାଦିବସ-ରାତି,କାଗଜ ଉପରେ ଚାଲିଲେ କଲମକରତେ ଛାତି !ଝରିଲେ ବରଷା ଟପର ଟପରଛପର ପରେ,କାହୁଁ ଝରଝର ମୁଖରୁ ତମରକବିତା ଝରେ ।ଚଳିଲେ ବିଜୁଳି ନୀଳ ଘନ-ତଳଅନ୍ଧାର ପଥେକଲମ ତମର ଚାଲେ ସରସରକାଗଜେ ସତେ !ବସି ଏତେବେଳେ ନାହିଁ କି ବଚନକହିବ ପଦେ !କଟକରୁ ମିଳେ ଅଳତା ବଜାର -ଦରରୁ ଅଧେ ।ପତିରି ସୁନାର ଦର ବଢ଼ିଚି କି,ଆଣି ନ’ ମାଳି ?ସକାଳୁ ଅନେଇ - ବସିଛି ସେ କଥାମନରେ ଭାଳି ।ରାଜଗୁରୁ ପୁଅ ଦି’ମାଣ କିଣିଲାଫଗୁଣ ପଶୁଁବାର ବରଷରେ ରମା କଥା କହେନ ମାନି ଶାଶୁ ।ଗାଆଁ-ଗୋଟାକରେ ପଡ଼େ ଏତେ କଥା,ସେ କଥା ଛାଡ଼ିପୋଡ଼ିଯାଉ, ଏ ଯେ କଲମ ଚାଲିଚିଧାଡ଼ିକି ଧାଡ଼ି !ଉଧରିବ ଏ କି ସପତପୁରୁଷେନ ପାରି ଜାଣି,ନରକେ ପଡ଼ିବେ ବାପେ ବଡ଼ବାପେନ ପାଇ ପାଣି !ଖଡ଼ା ଗଛଟାଏ ନ ଆସେ ଘରକୁମାସକେ ହେଲେହସି କଥା କହ ପଚାରିଲେ ଖାଲିପଦକେ ଗେଲେ ।ମଲାଯା’ଏ ମୋର ଫଟା କପାଳରେଥିଲା କି ଲେଖା,ଘରଲୋକ ହେଲା ନିତି ଗୁଣୁଗୁଣୁକାହିଁ’ଛି ଦେଖା ?ଗହଳ-ଚହଳ ପଡ଼ିଛି ଗାଆଁରେଯାଉ ନ ଶୁଣି,ବଡ଼ ପଦରକୁ ଗଲେଣି ପିଲାଏକୋଥଳ ବୁଣି ।କିଏ ଗଲା କାହିଁ ରୋଜଗାର କରିବିଦେଶ ବାଟେ,ହାୟ ରେ ବିଧାତା ! ଏତେ କଥା ଥିଲାତମରି ପାଠେ ?ଏଥୁ କି ମିଳିବ ଲାଭ ପଇସାଏ,ଲେଖୁଚ ଗୀତ,ତୁଚ୍ଛାଟାରେ ମତେ ଡାକୁଚ, ଶୁଣ ଗୋପରାଣମିତ !’’କହିଲି, ‘‘ଗୋ ମୋର ଶୁଣ ପ୍ରିୟତମେ,ଶୁଣ ଗୋ ରାଣୀ;ଯେବେ ଯେତେବେଳେ ଗାଆଁ ପୁରଜନେଫସଲ ଆଣି,ଏ ମୋର ଗୀତର ପଦେକ ମୁଖରେ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ଫୁଟିଲେ କା’ର
ହଜାର ବରଷ ଫସଲ ମିଳିବ
ସେ ଦିନ ମୋର ।’’
ଚିତ୍ରୋତ୍ପଳାକୂଳେ
ମିଶିଯାଅ ଲୋଳ ଲହରେ ଶତ ତରଙ୍ଗ-ମାଳା
ମିଶିଯାଉ ମହାପୁଳିନେ ପ୍ରାଣ-ପ୍ରୀତି-ପସରା ।
ମିଶିଯାଉ ଶତ ସଙ୍ଗୀତ ନାଦି ଅନନ୍ତ ନଭ
ଗିରି-ପ୍ରଣୟିନୀ-ବଲ୍ଲରୀ ଶ୍ୟାମ ଶାନ୍ତ ଗରଭ ।
ନାଚି ଉଠ ଫେନ ସୁହାସେ ସୁର ବିଭବରାଜି
ପ୍ରତିବିମ୍ବ ରବି ବାରେ ହେ ନୀର-ମୁକୁରେ ଆଜି ।
ଅବତରି ଆସ ସରଗୁଁ ହସି ଅମର-ବାଳା
ଘେନିବାକୁ ପ୍ରୀତିଭରା ଏ ଶତ ତରଙ୍ଗମାଳା ।
ପ୍ରତିବିମ୍ବ ରବି ନୀରବେ ଲକ୍ଷ-ମୟୂଖ-ମାଳେ
ବାତ-ପ୍ରିୟା-ବୀଚି-କପୋଳ ଚୁମ୍ବୁ ପ୍ରୀତି-ମଧୁରେ ।
ପ୍ରୀତି-ପୁଲକିତ-ପିୟୂଷ ଆଜି ବହିବ ପରା
ଅତୀତ-କନକ ସଂପଦୁ ଧୋଇ ଏ ଶ୍ୟାମ ଧରା ।
ସରଗର ଶତ ଆଶିଷ ମର୍ତ୍ତ୍ୟ-ମୋହନ-ଗୀତି
ଏ ଧରା, ସରଗେ ଛନ୍ଦିବେ ବହି ଯୁଗଳ-ପ୍ରୀତି ।
ପ୍ରାଣର ଗଭୀର ବେଦନା, ଶତ କରୁଣ-ବାଣୀ
ପଲକେ ପଲକେ ଉଠେ ଏ ତାଳେ ତୋଳି ଉଜାଣି ।
ଉଠି ଖେଳେ ଯକ୍ଷ-ବିରହ-ଗୀତି ନିମିଷେ ଆସି
ପ୍ରତି କାଳେ ନବ ନୀରଦ ଦିଗେ କରୁଣେ ଭାଷି ।
ଭାସିଥିଲା ପରା ଏ ନୀରେ ଦିନେ ବୀର-ରୁଧିର
ମଉଳାଇ ଶତ ତରୁଣୀ ସିତ-ତରୁଣାଧର !
ମଉଳାଇ କୋଳ-କଳିକା ବୀର ଅଙ୍ଗନା ସତେ,
ବୁଲି ଏ ପୁଳିନେ ଢାଳିଲେ ଅଶ୍ରୁ ଏ ଖରସ୍ରୋତେ ।
ପଖାଳିଲେ ଏହି ସଲିଳେ ଦିନେ ଶତ ଯୁଆନ
ରକ୍ତ ଅରୁଣିତ ବରାଙ୍ଗେ ଗାଇ ଅତୀତ ଗାନ ।
ଗାଇବାର ନୁହେ ସେ ଗୀତି ଆଜି ଦଗଧ ହୃଦେ
ଦେଖିବାର ନୁହେ ସେ ଛବି ଶତ କଳ୍ପନାପଦେ ।
ଫେରିଆସେ କ୍ଷୀଣ-ଧାରଣା ଯାଇ ସେ ଦୂର ଦେଶ
ଝଲକାଇ ଦିଏ ନୟନ ବୀର୍ଯ୍ୟଭରା ସେ ବେଶ ।
ଯୁଗ ଅଶ୍ରୁଧାରା ବହି ଗୋ ମନ ଆସଇ ଫେରି
ସେ ଦୂର ଅତୀତ-ଜଳଧି ମହା ପୁଳିନେ ବୁଲି ।
ଏହି କି ଅନଙ୍ଗ ଧରଣୀ ଏ କି ସେ ତରଙ୍ଗିଣୀ
ଜୟଦେବ କଣ୍ଠେ ଖେଳିଲା ଯହିଁ ବିରହ-ବାଣୀ ।
ଏ କି ସେହି ବନ ଭୂଧର ଯହିଁ ସୁଧା ଅକ୍ଷରେ
ଫୁଟିଲା ଗୌତମ-ଚରିତ ଲକ୍ଷ ଶିଳାବକ୍ଷରେ ।
‘ଏ କି ସେହି’ କହୁ-ନ-କହୁ ଭାଷେ କିଏ ଗମ୍ଭୀରେ -
ପ୍ରତାପ ଅନଙ୍ଗ ଧରଣୀ ଦେଖୁଅଛଟି ନରେ ।
ଏ ଯେ ବାଲିକଣାଭରା ହେ ଏଥି ଗୌରବ ଶତ
ପ୍ରମିକ-ସନ୍ନ୍ୟାସୀ ଅମୃତ ପଦେ ପୁଣ୍ୟ-ମହତ ।
ଏ ସମୀରେ ନିଶା ‘ଶଙ୍କର’ କୋଟି ଅଦ୍ୱୈତ ବାଣୀ ।
‘ଅଇର’ କନକ-ଚରିତ ‘ଜୟଦେବ’ କାହାଣୀ ।
ଉଡ଼େ ଯହିଁ ତୁଙ୍ଗ ମନ୍ଦିରେ ବିଶ୍ୱ ବିଜୟକେତୁ
ନିୟୁତ-ପରାଣେ ପକାଇ ମହାମିଳନ ସେତୁ ।
ହୀନ ନୁହେ ସେହି ଧରଣୀ ନୀଚ ନୁହେ ସେ ମନ
ଅନୁର୍ବର ନୁହେ ସେ ଭୂମି ଲୁପ୍ତ ଅଛି ସେ ଧନ ।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ