କା
୧୮୪୮–୧୯୧୮
- ସଂକଳନ: ଢଗମାଳିକା (ପ୍ରଥମ ଭାଗ)
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୯୭
- ସ୍ଥିତି
- ସାର୍ବଜନୀନ (Public domain)
କାଲଠାର କାଲ ମା’ ଜାଣେ । କାଲ ଆଗେ ମୂଳା ଚୋବାଇବା ନ୍ୟାୟ ।କାଲି ସୁଆଦ ପାଇଛି, ସକାଳୁ ଉଠି ଧାଇଁଛି ।କାଳିକି ରସନ୍ତି, ନ ଦେଲେ ରୁସନ୍ତି, ଦେଲେ କୁରୁ କୁରୁ ହୋଇ ହସନ୍ତି ।କାହିଁ ରାଣୀ, କାହିଁ ଚନ୍ଦ୍ରକାଣୀ, କାହିଁ ଗଜଦନ୍ତ କାହିଁ ବାଉଁଶ କଣି ।କାଳର ଅଟେ ବିପରୀତ ରୀତି, ଦଣ୍ଡକେ ଦଣ୍ଡେ, ଦଣ୍ଡକେ ଟେକାଏ ଛତି ।କାଣି ଆଙ୍ଗୁଠି ଫୁଲିଲେ ବୁଢ଼ା ଆଙ୍ଗୁଠି ମୋଟ ହୁଏ କି ?କାଲିର ଯୋଗୀ, ମୁଣ୍ଡରେ ଜଟା ।କାହାର ବାଟିଲେ ଘଷିଲେ ପୋଡ଼ପିଠା, ତାହାର ଚୁଲିଲେ ହଗିଲେ ପୋଡ଼ପିଠା ।କାଳୀ କି ଗୋରୀ, ଦୀପ ଲିଭିଲେ ଏକସରି ।କାଙ୍କ ନ ଜାଣି କି ଗାଡ଼ିଆ ଥାଏ ?କାଣୀ ଆକ୍ଷିରେ କଜ୍ଜ୍ୱଳଗାର ।କାହାର ହରଣୀ କେ ନେଇ ବାନ୍ଧେ, ପର ପୁଅ ଲାଗି ଯୋଗିଆ କାନ୍ଦେ ।କାହାର କଣନଖା ଟାଣି ହଉଚି ?କାକର ଚିପୁଡ଼ିଲେ କି ଘଡ଼ା ପୁରେ ?କାମ ସାର ବସ, ଶତ୍ରୁ ମାର ବସ ।କାଖରେ ପତର, ହାତରେ ଲୁଣ, ମିଛେ କହୁଥାନ୍ତି ତିନି ତିଅଣ ।କାକୁଡ଼ି ଚୋରକୁ ମୁଣ୍ଡକାଟ ଶାସ୍ତି ।କାଳ ଢିଙ୍କିଶାଳେ ଗଲା, ଏବେ ଡେଙ୍ଗା ପାଚେରୀ ପଡ଼େ ।କାହାର କି ହେଉଛି, ଗୁଡ଼ିଆ ଘରକୁ ଧାନ ଯାଉଛି ।କାଞ୍ଜିପାଣି ହାଣ୍ଡି ଭାଙ୍ଗିଗଲାପରେ, ଟଙ୍କ ମରୁ ନାହିଁ !କାଉ କୋକିଳ ଏକବର୍ଣ୍ଣ, ଶବ୍ଦଦ୍ୱାରା ଭିନ୍ନ ଭିନ୍ନ ।କାଉ ଖାଏ ପଣସ, ବକ ମୁଣ୍ଡରେ ଅଠା ।କାଣୀ ଗାଈର ଭିନ୍ନେ ଗୋଠ ।କଣି କଉଡ଼ି ପଚାତାଳ, ଏହା ବିକିବ ରାତ୍ରକାଳ ।କାଲି ଅଇଲା ରାଣ୍ଡି, ଆଜି ଭାଙ୍ଗିଲା ଖୁଦର ହାଣ୍ଡି ।କାଳ, ଜନ୍ମ, ବରଷା, ଏହା ନ ଜାଣେ ପୁରୁଷା ।କାହା ମନ କାହାକୁ ଜଣା, ମିଛେ ବୋଲୁଥାଏ ମୁ ତୋର କିଣ ॥
କାଳୀ ଜାୟୀ ଗଣ୍ଡକୁ, ସନ୍ତିଆ ବୁହାଣ କାରିଆ ।କାଳିଆ ମୁହଁରାକିମ, ମାଡ଼ ଆସୁଥାଏ ଝୁମୁକି କଠାଉ ମୋଡ଼ି ଦେଉଥାଏ ନିଶ ।କାଟିଲେ ରକ୍ତ ନାହଁ, କି କୁଟିଲେ ମାଂସ ନାହିଁ ।କାଉ ତୁଣ୍ଡେ ପୁଣି କୃଷ୍ଣ କଥା ।କାହାକୁ ନ ରୁଚେ ସର ଲବଣି, କିଏ ଲୋଡ଼ିଲେ ନ ପାଏ ପେଜ ତୋରାଣିକାହାର ଶ୍ରାଦ୍ଧ କିଏ କରେ, ବ୍ରାହ୍ମଣ ଦନା ଶିଇଁ ଶିଇଁ ମରେ ।କାନଶିରୀ ଗୋଟାସୁଧା ଯାଏ, ପାନରୁ ଶିରା କଢ଼ା ଯାଉଛି ।କାନ ଯାହାର ଥାଏ ନୁଡ଼ୁକା ନ ଥାଏ, ନୁଡ଼ୁକା ଯାହାର ଥାଏ କାନ ନ ଥାଏ ।କାଚ କାଚ, ମଣି ମଣି, କିଣାବିକାବେଳେ ଜାଣି ।କାଳକ ଯାକ ଥିଲା ବସି, ଆଷାଢ଼ ମାସରେ ପାରୁଛି ଘସି ।