କ
୧୮୬୭–୧୯୨୩
- ସଂକଳନ: ପ୍ରବାଦ ପୁଷ୍ପାଞ୍ଜଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୨୫
- ସ୍ଥିତି
- ସାର୍ବଜନୀନ (Public domain)
କ ଅକ୍ଷର ଗୋମାଂସ ।କା କସ୍ୟ ପରିବେଦନା ।କଟା ଘାରେ ଲୁଣ ଛିଟା ।କାଣି ଗାଈର ଭିନେ ଗୋଠ ।କାଳନେମୀର ଲଙ୍କା ଭାଗ ।କାହ୍ନୁ ଛଡ଼ା କୀର୍ତ୍ତନ ନାହିଁ ।କାକ ବସାରେ କୋଇଲି ।କାହୁ କାକ ପିକ ପିକ ।କାଚ କାଚ ମଣି ମଣି ।କୁମ୍ଭକର୍ଣ୍ଣ ନିଦ୍ରା ।କୃପଣର ଦିଗୁଣ ସରେ ।କର୍ତ୍ତିର୍ଯସ୍ୟ ସ ଜୀବତି ।କାଳସ୍ୟ କୁଟିଳା ଗତିଃ ।କାନ୍ଧରେ ପଡ଼ିଲେ ବଜେଇ ଶିଖନ୍ତି ।କୋଳି ଖାଇ କୋଳିମଞ୍ଜି ପୋତିଚି ।କୀଚକ ବାହୁବଜେ ବିରାଟ ରଜା ।କଂସାହୀଘର ପାରା ।କୋପେ ବର କି ତପେ ବର ।କିଏ ସାତ କିଏ ସତର, କିଏ ନିଦା କିଏ ପଥର ।କାଲ ଆଗେ ମୂଳା ଚୋବାଇବା ।କଟକ ଭଣ୍ଡାରି ଦେଶକୁ ରଜା ।କୋଷେ ପବତ ପୋଷେ ମିଳେ ।କେଉଁ ବରାକୁ ଦି ବୋଳ ଅଳତା ।କୁସୁମ ପରଶେ ପଟ ନିସ୍ତରେ ।କମ୍ବଳରୁ ବାଳ ବାଛିବା ।କଅଁଳ ଲୁହା ବିରାଡ଼ି କାମୁଡ଼େ ।କନ୍ୟତୁଳମତିକ୍ରାନ୍ତା ନିରାଶା ପିତରୋଗତା ।କଉଡ଼ି ଥିଲେ ମା ବାପ ଛାଡ଼ି ସବୁ ମିଳେ ।କଉଡ଼ି ଥିଲେ ବାଘ ଦୁଧ ମିଳେ ।କତରା ଘୋଡ଼ି ହେଲେ କି ଯମ ଛାଡ଼େ ।କାକୁଡ଼ିଚୋରକୁ ମୁଣ୍ଡକାଟ ଶାସ୍ତି ।କୀଳୋତ୍ପାଚୀବ ବାନରଃ ।କଙ୍କଡ଼ାକୁ ଗୋଳିପାଣି ।କବିତୁଣ୍ଡ ମେଣ୍ଢାମୁଣ୍ଡ ସମାନ ।କପୂର ଗଲାଣି କନା ଅଛି ।କାମ ସରିଲେ ବେଦି ମୁହଁ ପୋଡ଼ା ।କାଲ ଠାର କାଲା ମା ଜାଣେ ।କେରାଣ୍ଡି ଗୁନ୍ଥିଚି ଶେଉଳପାଇଁ ।କୂପମଣ୍ଡୁକ ।କୁଣ୍ଡା ଦେଇ ପାଠ ପଢ଼ା ।କୁଣିଆକୁ କାନ୍ଥଭାଗ ।କେଉଟ ଧରେ ମାଛ ଖାଏ କଙ୍କଡ଼ା ।କନଶିରି ଗୋଟା ସୁଦ୍ଧା ଯାଏ, ପାନରୁ ଶିରା କଢ଼ାଯାଉଚି ।କାଙ୍କ ନ ଚିହ୍ନି ଗଡ଼ିଆ ନାହିଁ ।କୁଳକନ୍ୟା କାଳୀ, ତୀର୍ଥପାଣି ଗୋଳି ।କୁକୁରକୁ ମୁହଁ ଦେଲେ ଉପରକୁ ଚଢ଼େ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର