ଯୁଗ ଯୁଗ ଯୁଗ ପରେ — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିବିବର୍ତ୍ତନରେ ଧାନ ପାଲଟିଲସବୁଜ ଧରଣୀ ତଳେ ।ମନ-ମନ୍ଦିରେ ମନୁ-ସନ୍ତାନତୁମକୁ ପୂଜିଲେ ନେଇତୁମେ ହେଲ ମହାଲକ୍ଷ୍ମୀ ଦେଶରପିଣ୍ଡ ଅନ୍ନମୟୀ ।ତୁମେ ହେଲ ଏବେ ଦେଶରେ ବଳକାଚାରିଆଡ଼େ ପଡ଼େ ହୁରିତୁମରି ପୂର୍ବ-ପୁରୁଷ ଯେତେ ଏସାରା ଓଡ଼ିଶାରେ ପୂରି -ବଳକା ନାମରେ ପଠାଇ ଧାନରେପେଟରୁ ଅନ୍ନ କାଟିକରିଲେ ଶାସନ, ଏଇ ତ ଦେଶରଶାସନର ପରିପାଟୀ !ଆମ ଓଡ଼ିଶାର ଯେତେ ବାଳୁଙ୍ଗାରାଜଧାନୀ ତଳେ ଜମା,ଏତିକି ଦୁଃଖ - ତୁମେ ଯିବ ଛାଡ଼ିବିଶାଳ ଓଡ଼ିଶା ସୀମା ।ବଳକା ନାମରେ ତୁମେ ଗଲେ ଛାଡ଼ିଜନତା ମରିବେ ଶେଷେଆଉ କିଏ ନାଇଁ ଏଇ ବାଳୁଙ୍ଗାଉପାଡ଼ିବାପାଇଁ ଦେଶ ।[ଡ଼ିସେମ୍ୱର-୧୯୫୮]ସେ କେତେ ଦୂର ?*ଏ ପାଖ ନଈର ପାଣି ଶୁଖିଗଲା,ସେ ପାଖ ନଈରେ ବୋଇତ ଚାଲେଏ ପାଖ ଗଛର ଫୁଲ ଝଡ଼ିଯାଇସେ ପାଖ ଗଛରେ ମୁକୁଳ ଧରେ,କହିବ କି ଭାଇ, ସେ କେତେ ଦୂର ?ବିହାରୀବାଗରୁ ତୁଳସୀପୁର !ସେ ପାଖ ଶ୍ୟାମଳ ବନତରୁତଳହାସ୍ୟମୁଖର ରଜନୀ-ଦିବାଏଇ ପୁରାତନ ଥୁଣ୍ଟା ଗଛରଶିରୀ ତୁଟିଗଲା ସତେ କି ଅବା ?ଜାଣିଚ କି ଭାଇ, ସେ କେତେ ଦୂର ?ବିହାରୀବାଗରୁ ତୁଳସୀପୁର !ଶୁଭୁଚି ସେ ପାଖେ ନବଜାତକରଘନ କଳରୋଳ, ଯାତ୍ରା ଚାଲେରାତ୍ରି ନିବିଡ଼, ଘୋର ମହାକାଳଏଇ ପାଖେ ବସି ହାକୁଟି ମାରେଶୁଣିଚ କି ଭାଇ, ସେ କେତେ ଦୂର ?ବିହାରୀବାଭରୁ ତୁଳସୀପୁର !ଏ ପାଖ ଦେଉଳେ ତାଲା ପଡ଼ିଗଲା,ସେ ପାଖେ ଦେଉଳ ସାହାଣମେଲାଏ ପାଖର ଯେତେ ଭକ୍ତ ଭିକାରିସେ ପାଖେ କଲେଣି ଶିରିଣି ପାଲାକହିବ କି ଭାଇ, ସେ କେତେ ଦୂର ?ବିହାରୀବାଗରୁ ତୁଳସୀପୁର !ଏ ପାଖ ବେଦିରୁ ବର ଉଠିଗଲା,ସେ ପାଖ ବେଦିକୁ ଚାଲ ରେ ସିଧାଆରେ ମୋ ବାଟୋଇ ଆଉ ନ ମଠେଇକରିବାକୁ ହବ ସବୁ ସୁବିଧା ।କହିବ କି ଭାଇ ସେ କେତେ ଦୂର ?
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ବିହାରୀବାଗରୁ ତୁଳସୀପୁର !
[ମେ-୧୯୬୧]
ବିଦାୟ ଚଉକି !
କାହିଁ କେତେ ଦୂରେ ବନସ୍ତ ଭିତରେ
ଜନମି ପାଦପ ବେଶେ
କାଠ ହୋଇ ତୁମେ ଚଉକି ହେଲ ହେ,
ସରକାରୀ ଘରେ ଶେଷେ ।
ଭିଡ଼ିଚି, ଟାଣିଚି, କେତେ ଘୋଷାରିଚି
ଦିନେ ତ କହିନ କଥା
ଥରେ ହେଲେ କେବେ ସପନେ ଦେଇନ
ଏ ମୋର ମରମେ ବ୍ୟଥା ।
ଜଳି ପ୍ରେମାନଳେ ପ୍ରୀତି ଅଭିସାରେ
ବସିଚି ତୁମରି ବୁକେ
ଚାଲିଚି କଲମ ଅତି ନିରିମମ
ଏଡ଼ି ପ୍ରିୟଜନ ସୁଖେ ।
ନ୍ୟାୟ ନିକିତିରେ ତୁଳିବାକୁ ବସି
କେତେ ଅଭାଜନ ଦାବୀ
ଧରି ପାପବୁଦ୍ଧି ଏଡ଼ି ନୀତି ବିଧି
ଦେଇଥିବି ଅବା ଦାବି !
ତଥାପି ହେ ତୁମେ ମଉନ ରହିଚ,
ରହିଚ ନିବିଡ଼ ଜଡ଼
ତୁମରି ଛାତିରେ ମାନ ସନମାନେ
ନିଜକୁ କରିଲି ବଡ଼ ।
ବସିବେ ଏ କୋଳେ କେତେ ସାଧୁଜନ
ଅବା ଖଳ ଦୁରାଚାରୀ
କାହା କଥା ତୁମେ କାହାକୁ ନ କହି
ଏଇ ଥାନେ ଥିବ ପଡ଼ି ।
ତୁମେ କେବେ ଯେବେ ଜୀବନ ପାଇ ହେ
କହିପାରନ୍ତ ଏ କଥା
ରାମରାଇଜର ରୂପ ବଇଭବ
ଏ ମରତେ ଆସିଯା’ନ୍ତା ।
ପଛରେ ଆସି ମୁଁ ଆଗରେ ଯାଉଚି
ମୋ ପଛେ ଆସିବେ କେତେ
ତୁମେ ଦେଖୁଥିବ ହେ ପ୍ରିୟ ଚଉକି
ଯିବେ ସେ ମୋ ଚଲାପଥେ !
ହେ କାଠ-ଦୋସର ତୁମ ବୟସର
ଚାକିରି ବାରଣ ନାଇଁ
ବରଷକେ ଥରେ ରଙ୍ଗ ବୋଳିହୋଇ
ପଡ଼ିଥିବ ଏଇ ଠାଇଁ ।
[ଡ଼ିସେମ୍ୱର-୧୯୬୦]
ବିଦାୟ-ବିରହ-ବିଦେଶ*
(୧)
କି କଥା କହିବି ଆଜି ଏ କଲମେ କବିତାରେ ?ଦେଖି ଏ ଜାତିର ପରଗତିଗଲା ଯୁଗ ଯୁଗ ଦେଖି କେତେ ଶଶି ସବିତାରେଓଡ଼ିଆ କବିର କରାମତି ।ବରଷା ନ ହେଲା, ଧରା ପାଲଟିଲା ମରୁତଳଗଜାରୁ ଫସଲ ଗଲା ପୋଡ଼ିକେଉଁ ଦେବତାର କି ଅଭିଶାପରେ ଥରଥରଏ ଓଡ଼ିଆ ଗଲା ଗାଆଁ ଛାଡ଼ି ।
(୨)
ପତି ଗଲା ଦୂର ବିଦେଶ ପଥରେ ରୋଜଗାରେଛାଡ଼ି ପରାଣର ପ୍ରିୟତମାବିରହ ବୁକୁରେ ଲୁହ ଦେଖାଗଲା ଗାରେ ଗାରେକବି କଲମରେ ଗୀତ ଜମା !
(୩)
ଏ ରାତି ପାଇଲେ ପୁଅ ଯିବ କାଲି କଲିକତାକରି ଚଟକଳେ ରୋଜଗାରବୁଢ଼ୀ ଜାଣେ ନାଇଁ ଗାଆଁ ଛାଡ଼ି ଆର ଗାଆଁକଥାଚାଉଳ ଭାଜିଲା ତରତର ।କହିଲା, ପୁଅ ରେ ! ପାଖେ ରଖିଥିବୁ ବୁଜୁଳାଟିଭୋକରେ ରହିବୁ ନାଇଁ ଧନ,ତୁ ଆସିଲାଯାଏ ଯାହା ଥିଲା ମୋର ହଜିଲାଟି ।ତୋ ମୁହଁଟି ମୋର ଦରପଣ !
(୪)
ବରଷ ବରଷ ବଳ ପଉରୁଷ ଏ ଜାତିରଖଟି ପରପଦେ ହେଲା ଜଡ଼ଏ ଜାତି ଉଧେଇ ପାରୁନାହିଁ ଏଇ ସରକାରକରି କି ପାରିବ ପ୍ରତିକାର ?ଏ ଜାତିର ଦେବୀ ବାଣୀ-ବାଗ୍ଦେବୀ ସନାତନୀବିଦାୟ-ବିରହ-ବିଦେଶରେଛାଡ଼ି କି ରଚିବେ ନବୀନ ଯୁଗର ଆଗମନୀନୂତନ ଜୀବନ ପରିସରେ ?ମରଣଦୁଆରୁ ନେବ କି ବିଦାୟ ଏ ଓଡ଼ିଆସଂଗ୍ରାମ ହେବ ତା’ର ସାଥୀ ?ତୁଟିବ ପଥରେ ସେବା ଉପାସନା ପରକୀୟାଯିବ ଅପସରି ଅମାରାତି ?[ସେପ୍ଟେମ୍ବର-୧୯୫୪]କୋଚିନ୍-ଟ୍ରାଭାଙ୍କୋର !*ସୁଦୂର କୁମାରୀ ଫେନିଳ ସାଗରତଟେଏଇ କାଲି କଥା ଚିତ୍ତ-ମୁକୁରେ ଉଠେଗଣତନ୍ତ୍ରରେ ଲାଗିଲା ସମର ଘୋର -କହି କି ପାରିବ କୋଚିନ୍-ଟ୍ରାଭାଙ୍କୋର !କହି କି ପାରିବ ସେ ନାରୀକେଳର ଦେଶେସମରେ ମାତିଲେ କେତେ ଦଳ କେତେ ବେଶେକମିଉନିଷ୍ଟ, ପରଜା-ସାମ୍ୟବାଦୀସମାଧି ଦେବାକୁ କଂଗ୍ରେସୀ-କାରସାଦି ।ଲାଗିଲା ସମର, ଜାଗିଲା ଜନତା ଭୋଟେସନ୍ଦେହ ନାହିଁ ରହିଲା କାହାରି ମୋଟେ -ଏଥର ବୁଡ଼ିବ କଂଗ୍ରେସ ରସାତଳେସାରା ଭାରତରେ କୋଚିନ୍-ଟ୍ରାଭାଙ୍କୋରେ ।ହାତେ ହାତେ ଫଳ ଫଳିଲା ଭୋଟରେ ଶେଷେସାରା ଉପକୂଳ ଜାଗିଲା ସତେ ବା ରୋଷେ !ଜିଣିଲେ ମିଳିତ, ଜିଣିଲେ ସାମ୍ୟବାଦୀକମିଉନିଷ୍ଟ ତୁଲେ ମଇତ୍ର ସାଧି ।ପଡ଼ିଲା ଚହଳ ଆରବ ସାଗରତୀରେବଙ୍ଗ ସାଗର ଚମକିଲା ଏକବାରେ ।କୁମାରିକା ତୀରୁ ଶୁଭିଲା ହିମାଦ୍ରିରେ -ଅଘଟ ଘଟଣ କୋଚିନ୍-ଟ୍ରାଭାଙ୍କୋରେ !ହାୟ, ଏତେବେଳେ ଘଟିଲା ବିଷମ କାଣ୍ଡକିଏ ସେ ଧରିବ ସେ ଦେଶେ ଶାସନଦଣ୍ଡ ?କଂଗ୍ରେସ କା’ରେ ବାନ୍ଧିବ ନାଇଁ ମେଣ୍ଟଏଡ଼ିବ ମିଳିତ, ଏଡ଼ିବ କମିଉନିଷ୍ଟ ।ଦୁର୍ବଳ ହେଲା କଂଗ୍ରେସ-ରାଜନୀତିଦିଲ୍ଲୀରେ ତେଣେ ଚମକେ ନେହେରୁ ଛାତି ।ସଂଖ୍ୟାଲଘୁଏ କିମିତି ଚାଳିବେ ଦେଶଗୋଲକଧନ୍ଦା ହେଲା ଆସି ପରବେଶ ।ଶାସନ ଗଢ଼ିବ, ନାହିଁ କଂଗ୍ରେସେ ବଳ,ନିର୍ବାଚନରେ ସଂଖ୍ୟା ନ୍ୟୂନ ତା’ର ।ତଥାପି ତାହାର ଶାସନ-ଦଉଡ଼ି ଲୋଡ଼ାଠିକ୍ କରିନେଲା କାହା ତୁଲେ ହେବ ଯୋଡ଼ା ।ଲୋକେ କରୁଥିଲେ ସନ୍ଦେହ ଯାହା ଥରେ -ସେ କଥା ଘୋଟିଲା କୋଚିନ୍-ଟ୍ରାଭାଙ୍କୋରେ ।ଇତିହାସ ସେଠି ପ୍ରମାଣ କରିଲା ଶେଷେଘଟିଚି ସେ କଥା କାଳେ କାଳେ ଦେଶେ ଦେଶେ ।ଜନତା ଭିତରେ ଯନ୍ତା ରୂପରେ ରହିଇତିହାସ କହେ - ଏଇ ଉତ୍କଳ ଭୂଇଁପଛରୁ ଖାଇଲା ଶିଖି-ମନାଇଁର ଭୁସାମେଣ୍ଟିବା ପାଇଁ ଜୀବନେ କ୍ଷମତା-ତୃଷା !ଏଇ ତଳ ଦିନେ ଶ୍ୱେତଦ୍ୱୀପ ତଳେ ବସିମାକ୍ଡୋନାଲ୍ଡ଼ ଶ୍ରମିକ ଦଳରୁ ଖସିନ୍ୟସ୍ତସ୍ୱାର୍ଥ ପତାକା ଉଡ଼ାଇ ପରାଶାସନ କରିଲେ ଏଇ ସସାଗରା ଧରା !ମିଳିତ ଦଳର ମିଳିତ ଇସ୍ତାହାରେଯାହା ଲେଖାଥିଲା କୋଚିନ୍-ଟ୍ରାଭାଙ୍କୋରେ,ଓଲଟିଲା ତହିଁ ସମ୍ୟବାଦର ମତିଯୁଗେ ଯୁଗେ ଏ କି ‘ସାମ୍ୟବାଦୀ’ର ଗତି ?
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ