ଜୟମଙ୍ଗଳାଷ୍ଟକ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୫୨
- ସ୍ଥିତି
- ସାର୍ବଜନୀନ (Public domain)
(ଢେଙ୍କାନାଳ ରାଜ୍ୟର ମହୀପତି ଶ୍ରୀ ଶ୍ରୀ ରାଜା ଶୂରପ୍ରତାପ ମହୀନ୍ଦ୍ର ବାହାଦୂର ମହୋଦୟଙ୍କ ଶୁଭ - ରାଜ୍ୟ - ସଂପ୍ରାପ୍ତି - ଉତ୍ସବ ।)
(ରସକୁଲ୍ୟା ବୃତ୍ତ)ଜୟ ଜୟ ନବ ଅବନୀପତି !ଶ୍ରୀ ଶୂରପ୍ରତାପ ଦେବ ସୁମତି !ଢେଙ୍କାନାଳ ରାଜ୍ୟ ମଣ୍ଡଳେଶ୍ୱର !ଘେନି ଆଜ ରାଜ – ଦଣ୍ଡ ଭାସ୍ୱରଶୁଭ ରାଜ – ସିଂହାସନେବିରାଜ ଭୋ ଦେବ, ରାଜଗୌରବରେରାଜଲକ୍ଷ୍ମୀ – ଆମନ୍ତ୍ରଣେ ।୧।ଦିବ୍ୟ ରାଜଛତ୍ର ରାଜମସ୍ତକେରାଜୁ ହେ ରାଜନ, ସ୍ୱର୍ଣ୍ଣ ଝଟକେ,ଢାଳନ୍ତୁ ପ୍ରଜାଏ ରାଜ–ଚାମର,ରାଜମନ୍ତ୍ରୀ ରାଜ–ଭୃତ୍ୟନିକରବହନ୍ତୁ ରାଜ–ଶାସନ,ରାଜ–ପୁରାହିତେ ଅଭିଷେକ–ମନ୍ତ୍ରକରନ୍ତୁ ହେ ଉଚ୍ଚାରଣ ।୨।ରାଜମାର୍ଗେ ଆଜ ରାଜଧାନୀରବିରାଜୁ ପତାକା–ଶ୍ରେଣୀ ରୁଚିର,ମଙ୍ଗଳ ବାଜଣା ବାଜୁ ନଗରେମୃଦଙ୍ଗ ମର୍ଦ୍ଦଳ ମୁରଲୀ ସ୍ୱରେ,ମଧୁର ସଙ୍ଗୀତତାନେରାଜପୁରୀ ପୂର୍ଣ୍ଣ ହେଉ ଶୁଭ କ୍ଷଣେଦିବ୍ୟ ତାଳ–ଲୟ–ମାନେ ।୩।ଜୟ ଜୟ ଜୟ ନବ ନୃପତି !ଶ୍ରୀ ଶୂରପ୍ରତାପ ଦେବ ସୁମତି !ଏ ଘୋଷଣା ଗାଉ ମହାକଲ୍ଲୋଳେବ୍ରାହ୍ମଣୀ ସରିତ ସଲିଳ – ରୋଳେ ।ଏ ଶୁଭ ଘୋଷଣା ରଙ୍ଗେକପିଳାସ ଗିରି ଗାଉ ମହାଘୋଷେବନ ପ୍ରସ୍ରବଣ ସଙ୍ଗେ ।୪।ଜୟ ଜୟ ଜୟ ନବ ନୃପତିଶ୍ରୀ ଶୂରପତି ଦେବ ସୁମତି !ପୂଜ୍ୟ ଭାଗୀରଥ – କୁଳମଣ୍ଡନ !ଦୟାସିନ୍ଧୁ ଦୀନ – ବନ୍ଧୁ ନନ୍ଦନ !ପରଜା – ପାଳନ ବ୍ରତେରାଜ୍ୟଭାର ଘେନି ରତ ହୁଅ ନିତ୍ୟପୂଣ୍ୟ ରାଜନୀତି – ମତେ ।୫।ମହାରାଜ ବଂଶ ବିପୁଳ ନାମ,ମହାରାଜ ଲକ୍ଷ୍ମୀ ଉଦାର ଧାମଶ୍ରୀଛାମୁଙ୍କ ରାଜ – କରରାଜୀବେରାଜୁ ହେ ଯଶର ପୁଣ୍ୟ ତ୍ରିଦିବେ,ଫେଡ଼ି ଦେଶର ଦୁର୍ଗତିବିସ୍ତାର ଭୋ ଦେବ ଉତ୍କଳ – ଭୁବନେବିପୁଳ ରାଜକୀରତି ।୬।ମହାପ୍ରଭୁ ସତ୍ୟ – ଶିବ – ସୁନ୍ଦରମଙ୍ଗଳବିଧାତା ବ୍ରହ୍ମାଣ୍ଡେଶ୍ୱରମହିମାର ସ୍ୱାମୀ ଦୟାସାଗରପୂର୍ଣ୍ଣ କରନ୍ତୁ ଶ୍ରୀ – ଛାମୁ – ଅନ୍ତରସତ୍ୟ ମଙ୍ଗଳ ସମ୍ପଦେ;ପୁଣ୍ୟ ରାଜୈଶ୍ୱର୍ଯ୍ୟେ ହୋଇ ବିଭୂଷିତ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର