ଯାତ୍ରାପଥେ * — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିବନ୍ଧୁ, ଏ ଯେ ଦୂରେ ଦେଖ, ଦୂର ଗିରିପଥେଧୂସର ନୀଳିମ ରେଖା ଫୁଟିଉଠେ ସତେଆବରି ଏ ଶ୍ୟାମକାନ୍ତେ ବସୁଧା କପୋଳ;ଘୋଟିଆସେ କାହୁଁ ଏ ଯେ ମହା ଘନରୋଳଫଟାଇ ଗଗନ । ରଙ୍ଗେ ହସେ ବିଦ୍ୟୁଲ୍ଲତା ।ସ୍ୱର୍ଗବିଳାସିନୀ ବାଳା ଅବା ଚକ୍ଷୁପତାଫିଟାଇ, ପକାଇ ଲୁଚେ ! ଝରଝର ଝରଝରଇ ନୀରଦଧାରା ଧାରା-ଶ୍ରାବଣର ।ସେ ପାଖେ କି ଶ୍ୟାମ ତରୁକୁଞ୍ଜ ଅନ୍ତରାଳେପଲ୍ଲୀପଥେ ପଲ୍ଲୀବାଳା ଚାହେଁ କୁତୂହଳେ ?ଆସେ ସ୍ରୋତ କାଟି କାଟି ନାବ ବକ୍ରଗତି,କେବେ ପଡ଼ି, କେବେ ଉଠି, କେବେ ଟେକି ଛାତି ।ସମ୍ମୁଖେ ଏ ଶୈବଳିନୀ ତରଙ୍ଗବିହାରେଏ ପ୍ରାବୃଟ ଭୀମକାନ୍ତ ଛବି ଦେଖ ବାରେ ।ପାରିହେବା ଏହି ପଥେ, ବନ୍ଧୁ, ଆର କୂଳେଡାକୁଥିବ ବିହଗ ବା ବଂଶୀକୁଞ୍ଜମୂଳେଆରକ୍ତ ପ୍ରଦୋଷ ପଥେ; ସମୀର ପରଶେଶୂନ୍ୟ ବଂଶୀ ବାଜିଉଠୁଥିବ ପଉରୁଷେ !ଆର କୂଳେ କାହିଁ ମଧୁ ସହକାର ବନଶ୍ୟାମଳେ ସଜାଡ଼ୁଥିବ ସହସ୍ର ଜୀବନ ।ଦିବସ ଯାମିନୀ କେତେ ବରଷେ ବରଷେଜୀବନ-କଳିକା ଫୁଟୁଥିବ ଆଦରଶେବିଶ୍ୱ ପ୍ରସାରଣେ, ନିତ୍ୟ କରୁଥିବ ଖେଳାଭୁଲି ଋତୁକାଳ ଭେଦ ବିଧୁରା କୋକିଳା !ସତ ଯେବେ, ସେ ବିଜନ ଶ୍ୟାମକୁଞ୍ଜ ଶେଯେଖେଳିବା କୁତୁକେ ସ୍ନିଗ୍ଧ ପୁଣ୍ୟ ଶୀତରଜେ ।ଲଭିବା ଜୀବନପଥେ ଆନ ପରିଚୟଏ ଭୀଷଣ ଛବି ପାଶେ ଛବି କମନୀୟ ।ଚାଲ ଚାଲ ଚାଲ ତରୀ ଚାଲ ଚାଲ ଚାଲ,ଝରେ ଶିରେ ବାରିଧାରା, ଦୂର ଗିରି-ଧାରଲୁଚିଲାଣି ମସୀ ରେଖେ, ନାହିଁ ନାହିଁ ନାହିଁ–ଦୂର ଚକ୍ରବାଳ ଏବେ ରହିଲାଣି କାହିଁ ।ଦୂର ବନ୍ଧୁ ରହିଲେଣି କାହିଁ ମୋର ଦୂରେ,ଝୁରୁଥିବ ମୋ ପ୍ରେୟସୀ ବସି ମୋର ପୁରେ–ନୀରୋଳ କୁଟୀରକୋଳେ । ଚଳ ଜଳ ଭାଲେନୀରବେ ମୋ ତରୀଟି ଗୋ ବହିଯାଆ ବାରେ ।ଏ କି ଭାଷା, କି ବାରତା ଏ ଲହରେ ଆସିକ୍ଷଣୁ କ୍ଷଣେ ଏ ଶ୍ରବଣେ ଯାଏ ଗୋ ପରଶି ।ଅବୁଝା ଏ ଗୀତି ଲୀଳା କି ପାରିବି ଜାଣି,ଏ ପାଶେ ସେ ପାଶେ ତଳେ ଉପରେ ମୋ ପାଣି ।ଜୀବନର ବହୁପଥ-ବୁଲା ସଙ୍ଗୀତ କିବହୁବୁଲା-ଜୀବନେ ମୋ ଯାଏ ଡାକି ଡାକି ?ଲାଗିବ ଏ କୂଳେ ତରୀ, ସେ କୂଳେ ପଲକେଦିଶେ ନାହିଁ ଜ୍ୟୋତିରେଖା ଦ୍ୟୁଲୋକେ ଭୂଲୋକେ ।ଜଳସ୍ଥଳ ଏକାକାର, ତରୀ ଯିବ ଚାଲି ।ଜୀବନ ମରଣ ସୀମା ହେବ କେହ୍ନେ ବାରି
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ସଂସାର-ତଟିନୀପଥେ; ଯାଇ ତରୀ ଯେବେ
ଜୀବନର ପରପାରେ ପରଶିବ ଲବେ ?
ଅନ୍ଧାର ବା ଆଲୋକ କି ଆସିବ ଆବରି
କୂଳ ଛାଡ଼ି ଆର କୂଳେ ଲାଗୁ ଲାଗୁ ତରୀ ?
କେ କହିବ ଏ ସମସ୍ୟା ମର ଜୀବନର,
ଆର ପାଖେ ଥିବ ନିକି ନିକୁଞ୍ଜ ମନ୍ଦିର ?
କଳ୍ପିତ ବସନ୍ତକୁଞ୍ଜ ଥିବ କି ସେ ପଥେ,
ଦେବାକୁ ଏ ମର୍ତ୍ତ୍ୟବାସୀ ପଥକ୍ଳାନ୍ତ ଚିତ୍ତେ
ବାରେକ ମୋହନ ସ୍ପର୍ଶ । ଥରେ ବସି ତହିଁ
ବିଧୁରା କୋକିଳା ସତେ ନ ଉଠିବ ଗାଇ ?
ନ ଲାଗୁ ଏ ତରୀ କୂଳେ, କହ ବନ୍ଧୁବର,
ନାହିଁ ଯେବେ ଥିବ ତହିଁ ମୁକ୍ତି କଳ୍ପନାର;
ବ୍ୟଥାତୁର ଜୀବନର କ୍ଷୀଣ ଶାନ୍ତିରେଖା,
ହେଲେ ପାରି କୂଳ ଯେବେ ନ ମିଳିବ ଦେଖା
କି କରିବ ବସି ତହିଁ, ଥରେ ଭାବ ଥରେ,
ନ ଥିବ ସେ ତରୀ ପଦ ଲାଗିଲେ ସେ ତୀରେ ।
ଖାଲି ସେ ଲହରୀ ଶିର ଦେଉଥିବେ ତୋଳି
ଜୀବନର ବର୍ଷ ବର୍ଷ ସ୍ମୃତି ବେଶ ଧରି ।
ଲୋଡ଼ନା ଯିବକୁ ତହିଁ ନ ପାରିଲେ ଜାଣି,
ହେଉ ପଛେ ଅଧଃ ଊର୍ଦ୍ଧ୍ୱେ ଚଉପାଶେ ପାଣି
ସେ ଭୀମ ଆବର୍ତ୍ତ କୋଳେ । ସେ ସ୍ରୋତ ପ୍ରସାରେ
ମିଶିବ ଜୀବନଧାରା ମହା ପ୍ରଳୟରେ ।
ସ୍ରୋତହୀନ ଜୀବନ କି ରହିପାରେ ଧରି
ନିତ୍ୟ ସତ୍ୟ ଚଳଶୀଳ ମହା ବିଶ୍ୱଶିରୀ ।
ଜୀବନ ସପନ ଯେବେ ନ ପାରିବି ଭେଟି
ସେପାଖେ ସେ ପରକାଳ ଉପକୂଳେ ଉଠି,
ନ ହେଲା ମୋ ଯିବ ତହିଁ । ହେବ ତରୀ ସ୍ଥିର,
ରଚିବି ମୁଁ ସେ ଉତ୍ତାଳ ସ୍ରୋତ ଶିରେ ଘର
ଘନ ଅନ୍ଧକାର କୋଳେ । ନ ଭୁଲି ସ୍ୱପନ
ଅନ୍ଧକାରେ ଲଭିବି ମୁଁ ଏ ପ୍ରାଣ-କମ୍ପନ ।
ଭୟ କିବା ? ଜୀବନର ରୂପମୁଗ୍ଧ ଛାୟା
ସେ ସ୍ରୋତ ପରଶି ବିରଚିବ ନବ ମାୟା ।
ପାହିବ ତ ନିଶି ପୁଣି, ଆଉ କିବା ଭୟ ?
ଜ୍ୟୋତି ପରଶିବ ମୋର ଏ ଯୌବନମୟ ।
ଉଠିବ ତରଙ୍ଗ ! ଉଠୁ ଚୁମ୍ବି ଓଷ୍ଠଧାର,
ଆସିବ ତ ବେଳ ତାର ଭୂଇଁ ଚୁମ୍ୱିବାର ।
ସେ ସରଣୀ ! ଭୟ ନାହିଁ, ଭୟ ନାହିଁ ତିଳେ,
ଠାଏ ତ ଏ ପ୍ରବାହିନୀ ସିନ୍ଧୁଗର୍ଭେ ମିଳେ ?
ଜୀବନ-ଯୌବନ-ସ୍ରୋତ ବହିଯାଏ ଭାଇ,
ଅନ୍ଧକାରେ, ଅନ୍ଧକାରେ, ଅନ୍ଧାକାରେ କାହିଁ–
କହେ ସିନା ମର୍ତ୍ତ୍ୟବାସୀ ଭୀରୁ ନର ପ୍ରାଣ,
ଅନ୍ଧକାରେ ହସେନା କି ବିକଚ କୁସୁମ ?
ଅନ୍ଧକାରେ ତଟିନୀ କି ଭୁଲେ ତାର ପଥ ?
ଅନ୍ଧାକାରେ ଗତିଚ୍ୟୁତ ତାରା ଚନ୍ଦ୍ର ରଥ ?
ଅନ୍ଧକାରେ ଧୂମକେତୁ ଉଜଳେ ଦି’ଗୁଣେ,
ଅନ୍ଧକାରେ ଏ ଜୀବନ ବଜ୍ରବାଣୀ ଶୁଣେ
ନିସ୍ତବ୍ଧ ଗମ୍ଭୀର ଭାବେ । ତେଣୁ ଯଉବନ
ପ୍ରେମ ପ୍ରୀତି ନାହିଁ ବାରେ ଅନ୍ଧକାରେ, ଜାଣ ।
ଯିବା ନାହିଁ ଆର କୂଳେ ଅନ୍ଧକାର ଛାଡ଼ି,
ଆସୁ ପଛେ ମହାବୃଷ୍ଟି ଚଉପାଶେ ମାଡ଼ି,
ସେ କୂଳ ଏ କୂଳ ସୀମା ହେଉ ଏକାକାର–
ଜୀବନ ମରଣ ସୀମା ସୂକ୍ଷୂଁ ସୂକ୍ଷ୍ମତର !
ବହୁଯୁଗ-ପ୍ରବାହିନି, କହିବ କି କଥା,
ଜୀବନର ତରୀ ଯାଏ ଏହିପରି କି ତା’–
ଆର କୂଳେ–ଏ ଭୀଷଣ ଘନଘୋର ରାତେ
ନ ଜାଣି, ଭେଟିବ ଅବା ନ ଭେଟିବ ପ୍ରାତେ ?
କହ ଗୋ ତଟିନି, ବାରେ, କେବେ କିଏ ଆସି
ମୋ ପରି ଯୌବନଲୋଭୀ ଯାଆନ୍ତି କି ଭାସି
ତୋ ବୁକୁ ତରଙ୍ଗ ଛୁଇଁ, ନ ଛୁଇଁ ସେ ତୀରେ–
ଘୋଟିଆସୁଥାଏ ଯେବେ ପ୍ରଳୟ ମହୀରେ !
ନେତ୍ରମନ-ଅଗୋଚର ସେ ଅଜଣା ଦେଶେ
ଥାଉ ପଛେ ହେମ ମୃଗ ଶୁଭ୍ରତର ବେଶେ,
ଜୀବନ-ସମ୍ଭୋଗ ଇଚ୍ଛା ତେଜି ମର୍ତ୍ତ୍ୟକୋଳେ
ଯିବ ନାହିଁ ଆର ପାଖେ ମାୟା-ମୋହଭୋଳେ ।
ଜୀବନ ମଦିରା ବୃଥା ନ କରିବି ଶେଷ
ନ ଦେଖିଲାଯାଏଁ ତହିଁ ମୁକତି ବିକାଶ ।
ଯାତ୍ରାପଥେ–ମଧୁପୂର ସ୍କୁଲଟି ବ୍ରାହ୍ମଣୀ ନଦୀକୂଳରେ ଏକ ଆମ୍ବ ବଗିଚା ଭିତରେ । ବର୍ଷାଦିନେ ସେ ପାଖରେ ନଦୀ-କୂଳ ବୁଡ଼ାଇ ଚାଲେ । ତାହା ବଡ଼ ଭୀମକାନ୍ତ ଦୃଶ୍ୟ ।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ