ଜନନୀ — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପି(ନଟବାଣୀ)ଉରୁଜେ ଜନନୀ ନାମେ ହୃଦେ ଭକ୍ତିମା ଅପତ୍ୟ-ଆତ୍ମା-ସଞ୍ଜୀବନୀ ଶକ୍ତି ।ଜନନୀ, ବିଧିର ଶ୍ରେଷ୍ଠ ଶୁଭଦାନଜୀବନେ ବାସ୍ତବ ସୁଖର ନିଦାନ ।ମାତୃନାମ-ମନ୍ତ୍ରେ, ଜୀବ ଧମନୀରେବିଦ୍ୟୁତ ପ୍ରବାହ ପ୍ରବାହେ ଅଧୀରେ ।ମାତା ମୂର୍ତ୍ତିମତୀ ଦେବ ଆଶୀର୍ବାଦ,ଦେବୀତୁଲ୍ୟ ତାରୁ ମହିମା ଅଗାଧ ।ମାତୃ ନାମେ ମିଳେ ଅଭୟ ଉତ୍ସାହ,ଲାଗେ ସୁଶୀତଳ ଭବୋଷ୍ଣ-କଟାହ ।ମହୀତଳେ ମାତା ମହାମହୀୟସୀ,ସ୍ନେହ କରୁଣାର ନିର୍ମଳ ସରସୀ ।ମାତୃଦେବୀ ହେତୁ ଧରା ସ୍ୱର୍ଣ୍ଣସ୍ୱର୍ଗ,ମାତୃଭକ୍ତ ବନ ଲଭେ ଚଉବର୍ଗ ।ଶୋକାଷ୍ଟକ(ରାମକେରୀ)ପାହିଥିଲା କାଳ ଯାମିନୀଆଜି ଦଗ୍ଧ କୁକ୍ଷଣେ,ନିଦାରୁଣ ଶୋକ ସମ୍ବାଦଶୁଣାଗଲା ଶ୍ରବଣେ ।କି ଲେଖିବି ଶୋକ-ବାରତାଚଳୁ ନାହିଁ ଲେଖନୀ,ଏକାବେଳେ ଆସି ପଡ଼ିଲାମୁଣ୍ଡେ କୋଟି ଅଶନ ।ନ ବହିଲା ଘୋର ବିପାକେନେତ୍ର ଲୋତକ ଧାର,ଘୋରଶୋକାତାପେ ବିଶୁଷ୍କଯେଣୁ ଝର ତାହାର ।କରିଯାଇଥିଲା ଜନକବାଳକାଳୁଁ ଅନାଥ,ଛାଡ଼ିଗଲେ ଏବେ ଜନନୀଦେଇ ପ୍ରାଣେ ଆଘାତ ।ପିତୃ-ମାତୃହୀନହୋଇ ମୁଁଲେଖା ହେଲି ଅସାରେ,ନ ରହିଲା କେହି ମୋହରଆଉ ସାହା ସଂସାରେ ।ହା ବିଧି ଏ ବିଧି ତୁମ୍ଭରକେଉଁ ଯୁକ୍ତିସଙ୍ଗତ,ଦୁଃଖି ଭାଗ୍ୟେ ଦୁଃଖ ସୁଲଭହୋଇଥିବ ସତତ ।ଏତେ ଦୁଃଖ ଦେଇ ତୃପ୍ତି କିହେଲା ନାହିଁ ତୁମ୍ଭର,ସାର ସୁଖଟିକୁ ଜୀବନୁହରିନେଲା ହେ ହରି ।ପୂର୍ଣ୍ଣହେଲା ଏବେ ହରି ହେଶୁଭ ବାଞ୍ଛା ତୁମ୍ଭର,ଜନନୀକୁ ମୋର ନିର୍ବାଣ-ମୁକ୍ତି ପ୍ରଦାନ କର ।ମାତୃବିୟୋଗ(ମଙ୍ଗଳ)ତେଜିଲୁ କି ଜନକ ଲୋପୀଡ଼ିତ ସନ୍ତାନେ,ବଜାଇଦେଇ ତା ମର୍ମ-ତନ୍ତ୍ରୀ ଶୋକତାନେ ।ଭୋକେଶୋଷେ ମୁହଁ ତାର ଯାଇଥିଲେ ଶୁଖି,
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
କିଏ ହେବ ଜନନିଲୋ ତାହା ଦେଖି ଦୁଃଖି ।
ଛାଇକିଡ଼ାକିବ କିଏ ବସିଲେ ଖରାରେ,
ମଧୁର ସ୍ୱରରେ କହି ଆରେ ବାପ ଆରେ ।
ଲୁହ ପୋଛିଦେବ କିଏ କାନ୍ଦୁଥିବା ବେଳେ,
କିଏ ଆଉଁଷିବ ପିଠି ରୋଗପୀଡ଼ା ହେଲେ ।
ପାଗଳିନୀ ପରି ହେଉ ନ ଦେଖିଲେ ଯାକୁ ,
କାହାକୁ ସମର୍ପିଦେଇ ଗଲୁ ଏବେ ତାକୁ ।
ଅନାଥ ସୁତର ଆଉ କିଏ ଅଛି ସାହା,
ସମୁଦ୍ରକୁ ପିଙ୍ଗିଦେଇ ଚାଲିଗଲୁ ଆହା ।
ଅବୋଧ ସନ୍ତାନ କଲେ ଶତଶତଦୋଷ,
ମାତା ତ ବହନ୍ତି ନାହିଁ କେବେ ମନେ ରୋଷ ।
କୁପୁତ୍ର ହୁଅନ୍ତି ସିନା ନ ହୁଏ କୁମାତା,
ଶାଶ୍ୱତ ନିୟମ ଏହା ବାନ୍ଧିଛନ୍ତି ଧାତା ।
ବିଖଣ୍ଡନ ଦେଖି ସେହି ଅଖଣ୍ଡ ବିଧିର,
ନ ହେବ ଅଧୀର କେଉଁ ପାଷାଣ ଶରୀର ।
ସତେ କି ତୋଭବଲୀଳା ସରିଛି ଜନନି,
ବିନା ମେଘେ କାହୁଁ ଆସି ପଡ଼ିଲା ଅଶନି ।
ପରତେ ତ ଏହା ମେଘ ମୋର ହେଉ ନାହିଁ କିଛି,
ଯେଣୁ ତୋର ମୂର୍ତ୍ତି ମୋ ନେତ୍ରେ ଲାଗିଛି ।
ନିତାନ୍ତ କୁପୁତ୍ର ସିନା ଅଟେ ମୁଁ ତୋହରି,
ନ ପାରିଲି ଶେଷକାଳ ପଦ-ସେବା କରି ।
ଏହି ଅନୁତାପ ମୋର ରହିଗଲା ମନେ,
ରହିଥିବ ଥିବା ଯାଏଁ ଏ ମର ଭୁବନେ ।
ହରି-ପାଦପଦ୍ମେ ଲୀନ ହଅ ଗୋ ପ୍ରସୂତି,
ପୋଛିଦେଇ ମନୁ ଏହି ଋଗ୍ଣ ସୂତ ସ୍ମୃତି ।
ଯୁଗେ ଯୁଗେ ମିଳୁ ମୋତେତୋପରିସୁନୀତା,
ମୋ ଭଳି କୁପୁତ୍ରକୋଳେ ନ ଦେଉ ବିଧାତା
ଶୋକ ସପ୍ତକ
(କଳହଂସକେଦାର)
ଜନନୀ ଦେବୀ ମୋରସ୍ନେହଦାୟିନୀ,
ସଂସାର-ମରୁଭୂମେବାରିରୂପିଣୀ,
ଆଉ ତ ଥରେ ତାକୁ ଦେଖିଲି ନାହିଁ,
ଉଭେଇଗଲା ଆହା ପଲକେ କାହିଁ । ୧ ।
କରିଥିଲା ସେ ମୋତେନେତ୍ରପିତୁଳା,
ଥିଲା ତା ଦୟା କ୍ଷମା ମର୍ତ୍ତ୍ୟେ ଅତୁଳା,
କେଣେ ସେ ଚାଲିଗଲା ମୋତେ କନ୍ଦାଇ,
ଉଭେଇଗଲା ଆହା ପଲକେ କାହିଁ । ୨ ।
ମୋତେ ନ ଦେଖି ସେହୁଆକୁଳପ୍ରାଣ-
ହୁଅଇ, ମଣିହରା ଫଣୀ ସମାନ,
ଏବେ ତ ଶୋକ-ଜଳେ ଦେଇ ଭସାଇ,
ଉଭେଇ ଗଲା ଆହା ପଲକେ କାହିଁ । ୩ ।
ଆହା ସେ ସୌମ୍ୟ ମୁଖ ପବିତ୍ର ତନୁ,
ମୁହୂର୍ତ୍ତେ ନ ଯାଏ ତ ବିସୋରି ମନୁ,
ସେ ତନୁ ପଞ୍ଚଭୂତେ ଗଲା ମିଳାଇ,
ଉଭେଇ ଗଲା ଆହା ପଲକେ କାହିଁ । ୪ ।
ଜନନୀ ଏ ଜଗତେ ପରମ ସାହା,
ଦେଖାଏ ସନ୍ତାନେ ସେ ଜୀବନ ରାହା,
ତୋ ବିନା ଭବେ ଆନ ଭରସା ନାହିଁ,
ଉଭେଇଗଲା ଆହା ପଲକେ କାହିଁ । ୫ ।
ଲାଗି ରହିଛି ତାର ରୂପ ନୟନେ,
ଲାଗି ରହିଛି ବାକ୍ୟ ସଦା ଶ୍ରବଣେ,
ଅଛି ତା କାର୍ଯ୍ୟ ମାତ୍ର ସେ ଆଉ ନାହିଁ
ଉଭେଇଗଲା ଆହା ପଲକେ କାହିଁ । ୬ ।
ହେଲି ମୁଁ ମାତୃହୀନ ଦୀନ ଅସାହା,
ରହିଲା କେଉଁ ଆଶା ଭବେ ମୋ ଆହା
ପ୍ରଦାନ ଶାନ୍ତି ପ୍ରଭୁ ଜଗତସାଇଁ
ଉଭେଇଗଲା ଆହା ପଲକେ କାହିଁ । ୭ ।
ଶ୍ମଶାନରେ ମାତୃ ସମାଧି
(ଶଙ୍କରାଭରଣ)
ଶୀତ ପୁତତୋୟାସ୍ୱଚ୍ଛସାଳନ୍ଦୀ ଉଦରେ,
ଜନନୀ ସମାଧୀ ହେରି ‘‘ଦୁଧିଆ’’ କୁଦରେ,
ଜାତ ଦୁଃଖ ଅସମ୍ଭାଳ,
ଶୋକ-କରତରେ ହୃଦ ହେଲା ଫାଳ ଫାଳ ।
ଦୁଇଦିନ ପୂର୍ବେ ଯେହୁ ଦିବ୍ୟ ବପୁଷ୍ମତୀ,
ମୁଠାଏ ପାଉଁଶେ ଏବେ ତାର ପରିଣତି,
ଏହା ନିରେଖିବା ପାଇଁ,
ଆସିଥିଲି କି ସୁଦୂର ପ୍ରବାସରୁ ଧାଇଁ ।
କାହିଁ ଅଛୁ ଜନନିଲୋଭସ୍ମସ୍ତୁପେ ଲୁଚି,
ଶ୍ମଶାନ-ଶୟନେ କିପାଁ ବଳିଲା ତୋ ରୁଚି,
ଏ ତ ଭୟଙ୍କର ସ୍ଥଳ,
ନିବସନ୍ତି ଏଥି ପ୍ରେତି ପିଶାଚ ସକଳ ।
ରୁଷି ଆସିଛୁ କି ମା ଲୋ କରିଛି କେ କଳି,
ଅଭିମାନେ ରୋଷନଳ ଉଠିଅଛି ଜଳି,
ମୋତେ ଚାହିଁ ପୂର୍ବ ପରି,
ଉଲ୍ଲସିତ କର ମୁଖ କୋପପରିହରି ।
କାନ ଡ଼େରିଥାଉ ସଦା ଡ଼ାକକୁମୋହର,
ଡ଼ାକିଲେ କିପାଇଁ ଏବେ ନ ଦେଉ ଉତ୍ତର
ଏଡ଼େନିଷ୍ଠୁରାକି ପାଇଁ,
ପୁତ୍ର-ଦୋଷ ଜନନୀ କି କ୍ଷମା କରେ ନାହିଁ ।
ପୀଡ଼ିତଦେଖିଣମୋତେ କାନ୍ଦୁ ସର୍ବକ୍ଷଣେ,
ଦେଇଥିଲା କେତେ ଅଶ୍ରୁ ଧାତା ତୋ ନୟନେ
ମୁଁ ସେ ପୀଡ଼ିତ ସନ୍ତାନ,
ବିଦେଶୁଁବାହୁଡ଼ିଆର୍ତ୍ତେ କରୁଛି ସହିଛୁ ଆହ୍ୱାନ ।
ମୋହପାଇଁ କେତେ କଷ୍ଟ ସହିଛୁ ଜନନି,
ତୋହ ପରି ସର୍ବଂସହା କେବଳ ଅବନୀ,
ଗର୍ଭକଷ୍ଟ ଦିନକର,
ଶକ ଜନ୍ମେ ମୁହିଁ କାହିଁ ଶୁଝିବି ତୋହର ।
ରୋଗେ, ଶୋକେ ମୁହିଁ କାହିଁ ଶୁଝିବି ତୋହର ।
ରୋଗେ, ଶୋକେ, ମନସ୍ତାପ ପ୍ରଦାନୁ ସାନ୍ତନା,
ଦେଲୁ ଏବେ ମହାଶୋକ ଏ କି ବିଡ଼ମ୍ବନା,
ତୋର ହୃଦ କି କୁଳିଶ,
ନ ଶୁଣୁ କିପାଇଁ ଡ଼ାକୁଅଛି ଅହର୍ନିଶ ।
ନିବସୁଛୁ ତୁହିମାତଃ ଯେଉଁ ଦେଶେ ଯାଇ,
ସେ ଦେଶେ କି ମର୍ତ୍ତ୍ୟଲୋକଡ଼ାକ ପାଏ ନାହିଁ,
କିମ୍ବା ଅମର୍ତ୍ତ୍ୟବାସୀର,
ମର୍ତ୍ତ୍ୟ ଆର୍ତ୍ତନାଦେ ଆର୍ଦ୍ର ନୁହଇ ଶରୀର ।
ମୋ ପକ୍ଷେ ଦୁର୍ଲ୍ଲଭ ହେଲା ଏବେ ତୋ କରୁଣା,
କି କହିବି ମାତଃଗ୍ରହବଳମୋର ଊଣା,
ଭାଗ୍ୟେ ଘଟୁ ମୋର ଯାହା,
ମାତ୍ର କୃପା କରନ୍ତୁ ତୋ ପ୍ରତି ବିଶ୍ୱନାହା ।
ବିରାଜ ମୋ ଅନାମୟ ସତ୍ୟ ନିତ୍ୟଧାମେ,
ନିଶ୍ଚୟ ଭେଟିବି ଦିନେ ପ୍ରାଣ ପରିଣାମେ,
ବହି ସେ କାଳେ କି ସ୍ନେହ,
ଧରିବୁ ଅଙ୍କେ ଏ ପାପ-ପଙ୍କଲିପ୍ତ ଦେହ ।
ତୋ ପଦ-ସେବାରୁ ସିନା ହେଲି ମୁଁ ବଞ୍ଚିତ,
ମାତୃଭାଷା ପଦେ କିନ୍ତୁ ଥାଉ ମୋର ଚିତ୍ତ,
ମାତୃଦେବିଦୟାମୟି,
ଏହି ବର ଯାଚେ ଦାସ ଦିଅ ଦୟା ବହି ।
ଶାନ୍ତିବାଚନ
(ବଙ୍ଗଳାଶ୍ରୀ)
ଦ୍ୱାଦଶ ଦିବସ ପରିପୂର୍ଣ୍ଣ ଆଜି
ପ୍ରେତ ଯିବ ସୁରାଳୟ,
ପୁଣ୍ୟ ସ୍ମୃତି ତାର ବିସ୍ମୃତି ଗରଭେ
ଭଜିବ ଏବେ ବିଲୟ ।
ଧିକ ମୁଁ କୃତଘ୍ନ ଏହି କି ମୋହର
ମାନବୋଚିତ ବେଭାର
ଯାର କୃପାବଳେ ଧରିଛି ଜୀବନ
ତାକୁ ଦିନ ଦଶ ବାର-
ଅନ୍ତେ ଚିରଦିନ- ପାଇଁ ମୁରୁଛିଣ
କି ସୁଖେ ଧରିବି ଦେହ,
ଖରେ ଅଗ୍ନି କାଳି ନ ଦେବ କି ହୃଦେ
ତାହା ଅପାସୋରା ସ୍ନେହ ।
କିପରି ବା ଧୃତି ଧରି ସମାଧିରେ
କରିବି ଦଧି ସେବନ,
ଶୋକ-ଜଡ଼ ତୁଣ୍ଡେ ଉଚ୍ଚାରିବି ଆହା
କିପରି ଶାନ୍ତିବାଚନ ।
ଅନ୍ତ୍ୟେଷ୍ଟି ତୋହର ସରିଲା ମାଆ ଲୋ ।
ଘେନିରୁ ଚିର ବିଦାୟ,
ଆଜିଠାରୁ ସିନା ଚିର ରୁଗ୍ଣ ସୂତ
ହେଲା ତୋର ଅସହାୟ ।
ଏଣିକି ମୋହର ବେନି ନେତ୍ର ସିନା
ହେବ ଶୋକାଶ୍ରୁ-ନିର୍ଝର,
ଶୋକ ତାପ ଦୁଃଖ ତିନିହେଁମୋହର
ହୃଦୟେ ତୋଳିବ ଘର ।
ଜଳଶୂନ୍ୟ ନଦୀ ପ୍ରାୟ ମୋ ଜୀବନ
ହେଲା ଆହା ଅକାରଣ,
ଜୀଇଥିବା ଯାଏଁ ମଣିବ ତାହାକୁ
ସିନା ଜୀବନ୍ତ ମରଣ ।
ସୁଖମୟ ଧାମେ ଚାଲିଗଲୁ ତୁହି
ଅର୍ପି ମୋତେ ଚିର ଦୁଃଖ,
କି କହିବ ମୋର କପାଳତ ତ ପୋଡ଼ା
ବିଧାତା ଯେଣୁ ବିମୁଖ ।
ଯା, ଯା ଗତସ୍ମୃତି ଆଉ ନ ଦହ ରେ
ଶୋକ-ଦାବ-ଦଗ୍ଧ ପ୍ରାଣେ,
ମଡ଼ା ପରେ ଖଣ୍ଡା- ଚୋଟ ହାଣୁ ତୁହି
କେଉଁ ପଉରୁଷ ଜ୍ଞାନେ ।
ଯାଅ ମାତଃ ଏବେ ମହାହୃଷ୍ଟ ଚିତ୍ତେ
ଘେନି ଏ ବିଦାୟ ଭେଟି,
ଜୀର୍ଣ୍ଣ, ଚିନ୍ତା-କୀଟ- ଦଂଶିତ, ଶୋକାଶ୍ରୁ-
ପରିପୂର୍ଣ୍ଣ ହୃଦ-ପେଟି ।
ଜଗତର ନାହା ଆହେ ଚଉବାହା
ଅନାଦି ଅଗତି-ଗତି,
ଶୁଣ ମୋ ଗୁହାରି ପ୍ରଭୁ ପାପହାରି,
ତବ ପାଦେ ଏ ବିନତି ।
ଗଲେ ମୋ ଜନନୀ ସଂସାର ଜଞ୍ଜାଳ-
ଅନଳେ ହୋଇଣ ଘାରି,
ସୁଶୀତଳ କର ଆତ୍ମାକୁ ତାଙ୍କର
ସିଞ୍ଚି ପଦ୍ମ ଶାନ୍ତି-ବାରି ।
ଶୋକସ୍ମୃତି
(କଳହଂସକେଦାର)
ନାଚୁଛି ହୃଦେ ସଦା ତୋଶୋକ-ସ୍ମୃତି,
ଲୁଚାଇଲି ଜନନି, କାହିଁ ସେ ମୂର୍ତ୍ତି ।
ଦିବସ ଗଣିବାରେ ହେଲା ଛ ମାସ,
ଆଉ ତ ନ ଶୁଣିଲି ସେ ମଧୁଭାଷା । ୧ ।
ପଡ଼ିଲା ନାହିଁ ସୁଦ୍ଧା ସ୍ୱପନେ ଥରେ,
ସେ ଦିବ୍ୟ ପୁଣ୍ୟ ମୂର୍ତ୍ତି ନେତ୍ରପଥରେ ।
ବୁଡ଼ାଇ ଦେଇଅଛି କଳ୍ପନା ଧୃତି,
ଅଙ୍କି ହୃଦୟେ ସଦା ତୋଗତସ୍ମୃତି । ୨ ।
ଥରେକି ନ ପଡ଼େ ଲୋ ମନେ ତୋହର,
ଚିର ସ୍ନେହର ଦୀନ ରୁଗ୍ଣ କୁମର,
ଧନ୍ୟ ତୁ ନିବାସୁ ମା ଯେଉଁ ଭୁବନେ,
ପୁତ୍ର ସ୍ନେହ କି ଚାହିଁ ଭୁଲନ୍ତି ଜନେ । ୩ ।
ମୋ ହିତ ବାଞ୍ଛି କେତେ ଉପାସବାର,
ଆଚରୁଥିଲୁ ସହି କ୍ଳେଶ ଅପାର,
ମୋପୀଡ଼ା ଶାନ୍ତି ପାଇଁ ଦିବାଯାମିନୀ,
କରୁ ଦେବେ କେତେ ସ୍ତୁତି ଦଇନୀ । ୪ ।
କାହିଁ କରୁଣାତି ! ସେ ଦୟା ତୋର,
ଛିଣ୍ଡାଇଦେଲୁ ସ୍ନେହ ମମତା ଡ଼ୋର,
ଛାଡ଼ି ତ ଗଲୁ ଯେବେ ନିରାଶ କରି,
ନ ନେଲୁ ସଙ୍ଗେ କିପାଁ ସ୍ତୁତି ତୋହରି । ୫ ।
ଜାଳୁଛି ଅନୁତାପାନକ ସେ ସଦା,
ତୋତେ ହରାଇ ଦେଲା ହୃଦୟ ପଦା,
ଘଟୁ ଯା ଘଟିବାର କି ହେବ ଭାଳି,
ତୋ ସ୍ମୃତି କରିଥିବ ପ୍ରାଣ ସଙ୍ଖାଳି । ୬ ।
ମାତୃଶ୍ରାଦ୍ଧ
(କଳହଂସକେଦାର)
ସତେ କି ତେଜିଲୁ ମା ଏ ରୁଗ୍ଣ ସୁତେ,
ଛିଣ୍ଡାଇ ସ୍ନେହ ଦୟା ଅଚ୍ଛେଦ୍ୟ ସୁତ୍ରେ,
ବରଷେ କାଳ ହେଲା ରହିଛୁ କାହିଁ,
ଆରେ କି ମୁଁ ତୋ ମନେ ପଡ଼ିଲି ନାହିଁ । ୧ ।
ଭୁଲିଛୁ ଯେବେ ଚିରକାଳ ଭୁଲିଥା,
କିପାଁସୁମରି ଚିତ୍ତେ ଜାଳିବୁ ଚିତା,
ସମର୍ପି ଜଳାଞ୍ଜଳି ଶାନ୍ତି ସୁଖରେ,
ମୋ ପାଇଁ ହେବୁ ଦହି କିପାଁ ଦୁଃଖରେ । ୨ ।
ବସିଛୁ ଦେବଧାମେ ଦେବୀ ସ୍ୱରୂପେ,
ପଡ଼ିଛି ମୁହିଁ ମର୍ତ୍ତ୍ୟ କଳୁଷ-କୁପେ,
କିପାଁ ଏ ପାପୀ କଥା କରିବୁ ଚିନ୍ତା,
ମଧୁର ତୁଣ୍ଡେ କିପାଁ ଭୁଞ୍ଜିବୁ ପିତା । ୩ ।
କପାଳ ପୋଡ଼ା ଯାର ଛାଡ଼ ତା କଥା,
କିପାଇଁ ବଢ଼ାଇବୁ ତା ଲାଗି ବ୍ୟଥା,
ଯାଉ ଯେ ଗଲା ଚିରକାଳ ସେ ଯାଉ,
କିପାଁ ତା ତୁଚ୍ଛା ମୁଖ ଦେଖିବୁ ଆଉ । ୪ ।
ନ ଦେଇ ଯୋଗତୋର ବାର୍ଷିକ ଶ୍ରାଦ୍ଧେ,
ହରୁଛି କାଳ ଆଜି ଘୋର ବିଷାଦେ,
ଉଦ୍ଦେଶେ ପ୍ରଣମୁଛି ଥାଇ ପ୍ରବାସେ,
ନ ଧରି ଦୋଷ କ୍ଷମା ପ୍ରଦାନ ଦାସେ । ୫ ।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ