ଯଜ୍ଞପୁର
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ତୀର୍ଥବାରି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୬
- ସ୍ଥିତି
- ସାର୍ବଜନୀନ (Public domain)
ଉତ୍କଳର ଆଦ୍ୟ ପୀଠ ଯଜ୍ଞପୁର ମହୀସ୍ରଷ୍ଟା-ଯଜ୍ଞବେଦୀ * ଖ୍ୟାତ ନାଭିଗୟାନାମେ,ଦ୍ୱିତୀୟ ନାଳାଦ୍ରି ଧାମ ଉତ୍କଳ ମଣ୍ଡଳେ ।ପ୍ରଚାରେ ନୀରବ-କଣ୍ଠେ ଯା’ ପୁଣ୍ୟ ମହିମା* ଯାଜପୁରରେ ବ୍ରହ୍ମାଙ୍କ ଦଶ ଅଶ୍ୱମେଧ ଯଜ୍ଞ ବିଷୟ ପୁରାଣପ୍ରସିଦ୍ଧ ।ଗଭୀରେ ପୂରାଣ, ଶାସ୍ତ୍ର ଅକଳିତ କାଳୁ,ତାହାରି ସ୍ୱବକ୍ଷଶୋଭା ଜାହ୍ନବୀପ୍ରତିମଜଳନିନାଦିନୀ ପୁତ ବୈତରଣୀ ତୁଲେ;ବାଢ଼ିଲେ ଯା’ ତାରେ ପୀଣ୍ଡ, ପିତୃଗଣୋଦ୍ଦେଶେ,ନ ହୁଏ ସାକ୍ଷାତ ତପ୍ତ ବୈତରଣୀ ସହ ।ଅମର-ବିଳାସ ସ୍ଥଳୀ, ଦେଉଳମାଳିନୀ,ନିବସନ୍ତି ତହିଁ ମୃଦେ ପ୍ରକୃତିରୂପିଣୀହୋମାନଳ-ସମୃଭୂତ ବିରଜା ସୁନ୍ଦରୀ ।ଗଦାକ୍ଷେତ୍ରେ ରେଣୁ ପୁତ, ତୀର୍ଥରେଣୁ ସମ,କଲେ ତା ତିଲକ, ଲାଭ କୈବଲ୍ୟ ଅନ୍ତିମେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର