ଗୋଟିଏ ଚଢ଼େଇ ତା ଛୁଆକୁ ଖୁଆଉଅଛି
ମଧୁସୂଦନ ରାଓ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ଶିଶୁବୋଧ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୨୭
- ସ୍ଥିତି
- ସାର୍ବଜନୀନ (Public domain)
ଗୋଟିଏ ଚଢ଼େଇ ତା ଛୁଆକୁ ଖୁଆଉଅଛି – ମା, ମୁଁ ଏଇକ୍ଷଣି ଗୋଟାଏ ବଡ଼ କୌତୁକ ଦେଖିଲି ।
କଅଣ ଦେଖିଲୁ ରେ ଧନ ? – ଗୋଟିଏ ଛୁଆଚଢ଼େଇ ମୁଢ଼ି ଖାଇଲା ।
ତୁ କ’ଣ ଦେଖିନାହୁଁ, କେତେ ଚଢ଼େଇ ଏଣେତେଣେ ବୁଲୁଥାନ୍ତି, ଖାଇବା ଦରବ ପାଇଲେ ଥଣ୍ଟରେ ଖୁଣ୍ଟି ଖା’ନ୍ତି ।
ହଁ, ତା ଦେଖିଛି ଯେ, ଏଇକ୍ଷଣି ଗୋଟାଏ ନୂଆ କଥା ଦେଖିଲି ।
କଅଣ ନୂଆ ଦେଖିଲୁ, କହ ? – ମୁଁ ଆମର ଦୁଆରଆଗରେ ମୋ ଖାଇବା ମୁଢ଼ିରୁ ଗଣ୍ଡାଏ ପକାଇ ଦେଇଥିଲି । ଗୋଟିଏ ଘରଚଟିଆ ଚଢ଼େଇ ଉଡ଼ିଆସି ଥଣ୍ଟରେ ଗୋଟିଏ ମୁଢ଼ି ଖୁଣ୍ଟି ନେଲା । ଉଡ଼ିଯାଇ ପାଚେରି ଉପରେ ଗୋଟିଏ ଛୁଆ ଚଢ଼େଇ ବସିଥିଲା, ବଡ ଚଢ଼େଇ ପାଖକୁ ଗଲା । ଛୁଆ ଚଢ଼େଇଟି ଥଣ୍ଟ ମେଲା କରିଦେଲା, ଆଉ ବଡ଼ ଚଢ଼େଇଟି ସେହି ମେଲା ଥଣ୍ଟ ଭିତରକୁ ମୁଢ଼ିଟି ଗଳାଇଦେଲା । ବଡ଼ ଚଢ଼େଇଟି ଏହିପରି ଥରକୁଥର ମୁଢ଼ି ଥଣ୍ଟରେ ନେଇଯାଇ ଛୁଆକୁ ଖୁଆଇଲା ।
ତା ଦେଇ ଆରେ ଧନ, ଖୁସି ତୋହର ମନ ।
ତୋ ହସହସ ମୁଖ, ଦେଖି ମୋହର ସୁଖ ।
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ବର୍ତ୍ତମାନ ଶିକ୍ଷାପ୍ରଣାଳୀ
ମଧୁସୂଦନ ରାଓ