ଗୀତିନାଟ୍ୟ କର୍ଣ୍ଣବଧ
ବୈଷ୍ଣବ ପାଣି · ଭାଗ ୩ / ୪
ସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ଅଙ୍କ
[ପ୍ରଥମ ଦୃଶ୍ୟ](ରଣଭୂମି, କୃଷ୍ଣ ଅର୍ଜ୍ଜୁନ ନନ୍ଦିଘୋଷରେ ପ୍ରବେଶ)କୃଷ୍ଣ– ସାଧୁ ! ସାଧୁ !! ସାଧୁ !!! ଧନ୍ୟ ଧନ୍ୟ ଧନ୍ୟ ସୂର୍ଯ୍ୟସୁତ !ସାତ ଭେଡ଼ା ଘୁଞ୍ଚାଇଲୁ ନନ୍ଦଘୋଷ ରଥ ।ହେ ଅର୍ଜ୍ଜୁନ ! କି ହେତୁ ଅସ୍ତ୍ରଚାଳନା ନ କରୁ ଏ କାଳେନୀରବ ହୋଇଣ କିବା ତେଜିଲୁ ଗାଣ୍ଡୀବ ?ଅର୍ଜ୍ଜୁନ- ହେ କେଶବ, ସାତଥର ଘୁଞ୍ଚାଇଲି କର୍ଣ୍ଣ ରଥ ମୁହିଁପ୍ରତ୍ୟେକ ଥରକେ ଶହେହସ୍ତ ପରିଯନ୍ତେଏହାକୁ ପ୍ରଶଂସା ତିଳେ ନ କର ଶ୍ରୀହରି !ମୋ ରଥକୁ କର୍ଣ୍ଣ ଘୁଞ୍ଚାବନ୍ତେ ସାତ ହାତସେ ଯୋଗେ ପ୍ରଶଂସାପାତ୍ର ହେଲା ରାଧାସୁତ ?କୃଷ୍ଣ– ହେ ଅର୍ଜ୍ଜୁନ ! ନ ବୁଝି ନ ସୁଝି କିମ୍ପା ବୃଥା କରୁ କୋପଅନ୍ୟାୟ ଭାବେ ଦେଉଛି ମୋତେ ସିନା ଦୋଷ,ବୁଝାଇ ଦେଉଛି ତୋତେ ତହିଁର କାରଣଆହେ ପଣ୍ଡୁ ଶିଷ୍ୟ ।(ଗୀତ)[ଚନ୍ଦ୍ରବଦନା– ବୃତ୍ତେ]
ଶୁଣ ଅର୍ଜ୍ଜୁନ ରେ, କର୍ଣ୍ଣ ରଥ ତୁଳା ଗିରି ପରି । ତୋର ନନ୍ଦିଘୋଷ ଗୋଟିଏ ଚକକୁ ହେବ ନାହିଁ ସମସରି ।ପଦ । ମହା ମନ୍ଦରକୁ ଜିଣିକରି ଗରୁ ଅଟେ ଏ ତୋ ରହୁବର । ଚଉଦ ସହସ୍ର ବଳକୁ ବହିଛି ଧ୍ୱଜେ ବସେ ହନୁବୀର । ଚାରି ମେଘ ଚାରି ଚକ ହୋଇଛନ୍ତି ହେଜି ଦେଖ ହୃଦେ ତୁହି । ଆବର କୁବେର ଉମାବର ତୁଲେ ଦକ୍ଷିଣ କୋଣେ ବିଜୟୀ । ନଇର୍ଋତ କୋଣେ ବିଜେ ଦେଖ କରିଛନ୍ତି ଦିନମଣି । ପଶ୍ଚିମ କୋଣେ ସ୍ତମ୍ଭରେ ଜଳପତି ଅଛନ୍ତି ନ ପାରୁ ଜାଣି ॥
ଦେଖ ଚାରିଯୁଗ ଅଖ ଏ ସ୍ୟନ୍ଦନେ ଏମନ୍ତ ମହିମା ଯାର ।ସେ ରଥକୁ କର୍ଣ୍ଣ ହଟାଇଲା ଧନ୍ୟ ନୋହିବ କି ବଇ ଗିର ॥
ପୁଣି ଦେଖ ଆରେରେ ଗାଣ୍ଡୀବି !ଗର୍ଭେ ମୋର ରହିଛି ଅଶେଷ ବ୍ରହ୍ମାଣ୍ଡମୁହିଁ ତୋର ଧରିଅଛି ଅଶ୍ୱରଜ୍ଜୁ ଜାଣଏ ରଥର ଭାର ଅଟେ କେତେ ?ଏମନ୍ତ ରଥକୁ କର୍ଣ୍ଣ ହଟାଇଲା ଯେଣୁତେଣୁ କିମ୍ପା ନୋହିବ ପ୍ରଶଂସାର ପାତ୍ର ।ଯେବେ ନ ମାନେ ତୋ ମନ ତୁଣ୍ଡ ବିସ୍ତାରୁଛିକର ଗର୍ଭେ ମୋର ବିଶ୍ୱବ୍ରହ୍ମାଣ୍ଡ ଦର୍ଶନ ।ଅର୍ଜ୍ଜୁନ– (ଗର୍ଭେ ବ୍ରହ୍ମାଣ୍ଡ ଦେଖି) ଦୟାମୟ !ତବ ମହିଁମା ଅଟଇ ଦେବେ ଅଗୋଚରମୁଁ କିସ କରିବି ଛାର ନର ତନୁ ବହିହେ ହରି ! ଦେଖିଲି ଉଦରେ ତବପୂରିଅଛି ନଦୀ ହ୍ରଦ ଗିରି,କାହିଁ ଲାଗିଅଛି ରାମାୟଣ, କାହିଁ କର୍ଣ୍ଣ ଅର୍ଜ୍ଜୁନର ଯୁଦ୍ଧବର୍ଣ୍ଣି ନ ପାରିବି ତାହା ମୁଖେ ଚକ୍ରାୟୁଧ !ଧରିଲି ଗାଣ୍ଡୀବ ଚାଲ କରିବା ସମର । (କୃଷ୍ଣାର୍ଜ୍ଜୁନଙ୍କ ପ୍ରସ୍ଥାନ)(କର୍ଣ୍ଣ ଯୁଧିଷ୍ଠିରର କେଶ ଧାରଣ କରି ପ୍ରବେଶ)କର୍ଣ୍ଣ– ରେ ରେ ପାଷଣ୍ଡ ଭଣ୍ଡ ଯୁଧିଷ୍ଠିର,ବିରଥି ହୋଇଛୁ ଏବେ ପଳାଇବୁ କେଣେ ?ରେ ପାମର ! କନିଷ୍ଠ ହୋଇଣ ଜ୍ୟେଷ୍ଠ ବୋଲାଉଛୁ ତୁହିଏହିକ୍ଷଣି ଛେଦିବି ତୋ ମୁଣ୍ଡ ।ରେ ନିର୍ଲଜ ! ମୋର କରୁ ଆଉ ତୋର ନାହିଁ ପରିତ୍ରାଣତୁହି ମଲେ ଜ୍ୟେଷ୍ଠରେ ମୁଁ ହୋଇବି ଗଣନା ।(ଗୀତ)[ଆଜି ଘୋଷଣା ଶୁଣି– ବୃତ୍ତେ]
ଇଷ୍ଟ ଚିନ୍ତାକର ଯୁଧିଷ୍ଠି ତୋ ଇଷ୍ଟ ଯାଉ । ସ୍ପଷ୍ଟ କହିଲି ନାହିଁ ତୋ ଆୟୁ ବେଶି ଆଉ ।ପଦ । ଆସି କୃଷ୍ଣ ମୋ ହାତରୁ ତୋତେ ଦୁଷ୍ଟ ରକ୍ଷା କରୁ । ସେ ତ କୃଷ୍ଣଚନ୍ଦ୍ର ମୁହିଁ ତା’ର ରାହୁ । ଆରେ ରେ ବିରାଟ ଦରସ, ବୁଡ଼ାଇଲୁ ନିଜ ବଂଶ । ଦୁର୍ଯ୍ୟୋଧନ ବାଦୀ ହୋଇ ଚାହୁଁ ଚାହୁଁ ॥ ବୃଥା ନ କର ଗର୍ଜ୍ଜନ, ଡାକ ରଖୁ ସେ ଅର୍ଜ୍ଜୁନ । ବର୍ଜ୍ଜନ କେ କରିପାରେ ଏଡ଼େ ଦାଉ । ସୁତ ତାତ ମାତ ବନ୍ଧୁ, ଅକାରଣେ କିମ୍ପା କାନ୍ଦୁ । ବଇ ବୋଲେ କିଏ ମୁଁ ତା ଜାଣି ନାହୁଁ ।
(କଥା)– ଚିନ୍ତା କର ଶୀଘ୍ର ଇଷ୍ଟଦେବ ନାମଆଜି ପୂର୍ଣ୍ଣ ହୋଇଛି କାଳ ।ଶ୍ରୀକୃଷ୍ଣ ବୋଲାଏ ପରା ବିଶ୍ୱର ପାଳକଡାକ ତାକୁ, ସେହି ଆସି ରଖୁ ମୋ ହାତରୁ ।ନରାଧମ ! ନିଜେ ନିଜର ଦୋଷରେବୁଡ଼ାଇବୁ କୁଳ ।ଦମ୍ଭ କରୁ ଯେଉଁ ପାର୍ଥ ଲାଗି,ତାକୁ ଡାକ ସେହି ଆସି କରୁ ତୋତେ ରକ୍ଷା ।ଯୁଧିଷ୍ଠିର– ହେ ରାଧେୟ ! ବାକ୍ୟ ତବ ଅଶନିରୁ ଆଣ୍ଟବିନ୍ଧେ ମୋର ମରମେ ମରମେ ।ଇଚ୍ଛା ଯଦି କାଟ ପଛେ ଏ ଶିର କମଳଶୁଣାଅନା ଶ୍ରୀକୃଷ୍ଣଙ୍କ ନିନ୍ଦା ।କର୍ଣ୍ଣ- ଚିନ୍ତାକର ଇଷ୍ଟ ଦେବତାଙ୍କୁ ।ଯୁଧିଷ୍ଠି- ମାତା ଭୋଜରାଜ ସୁତା କୁନ୍ତୀଦେବୀ,ଏ ବିପଦେ ରକ୍ଷାକର ଆସି ତୋ କୁମରେଧର୍ମ ଅଂଶେ ଦେଇଣ ଜନମ, ଦେଇଥିଲ ଧର୍ମରାଜ ନାମଏତେବେଳେ କର୍ଣ୍ଣ କରୁ ରକ୍ଷାକର ମୋତେ ।ହେ କର୍ଣ୍ଣ ! କହୁଛି ଥରେ ମୁଁ ଶୁଣ ମୋହର ଭାରତୀ ।(ଗୀତ)[କହ କରୁଣା ସାଗର ହେ- ବୃତ୍ତେ]
ଶୁଣିଥାଅ ଅଙ୍ଗରାଟରେ ମାତା କୁଇନ୍ତା ଇଷ୍ଟ ମୋର । କାଟିଲେ କାଟ ତୁ ପଛେ ଏହି ଶିର ଭାଷନା କଟୁଗିର ।ପଦ । ଏ ବିପଦେ ନାହିଁ ଭରସା ଆନ, ଯା ଯୋଗେ ପାଳିତ ଏହି ଜୀବନ । ସେହି ମୋର ଯନ୍ତ୍ର ମନ୍ତ୍ର ତନ୍ତ୍ର ସବୁ ତାହାର ଏ ଶରୀର । ରଖିଲେ ରଖୁ ସେ ମାରିଲେ ମାରୁ, ଏ ସଂକଟେ କର୍ଣ୍ଣ ଆସି ତୋ କରୁ । ଦିଅ ନାହିଁ ଲାଜ ରେ ରାଧା ତନୁଜ ଏ ଜୀବ ନୁହେଁ ଚିର ॥ ସହି ନ ପାରିବି ଆଉ କଷଣ, ସହିଛି ଅନେକ ହେଲି ପାଷାଣ ।
ଅନ୍ନ ତେଜି ବନ୍ୟ ଫଳ କରି ଗ୍ରାସଳ, ବଇଷ୍ଣବର ଗିର ॥
କଥା- ଇଷ୍ଟ ମୋର ମାତା କୁନ୍ତୀ ଦେବୀତାଙ୍କ ନାମ କଲି ମୁଁ ସ୍ମରଣ,ଆଉ ଭୟ ନାହିଁ—କାଟ ଏବେ ତବ ଶାଣିତ କୃପାଣେମସ୍ତକ ମୋହର ।କର୍ଣ୍ଣ- ରେ ପାପିଷ୍ଟ ଯୁଧିଷ୍ଠିର !ଯେଣୁ ବୋଇଲୁ ମୋ ଇଷ୍ଟ କୁନ୍ତୀ ଦେବୀତେଣୁ ମୁକ୍ତି ଦେଲି ମୁହିଁ ତୋତେତା ନୋହିଲେ କାଟିଥାନ୍ତି ମୁଣ୍ଡଏବେ ପଳା ପଳା ଏଥୁ ଭଣ୍ଡ !ପୂର୍ବେ ମାତା କରାଇଛି ସତ୍ୟଅର୍ଜ୍ଜୁନ ବ୍ୟତୀତ ନ ମାରିବି ଆନ ଚାରି ଜଣେନ ଜାଣୁ ଏ କଥା କୁରୁରାଣପଳା ତୁ ଏକ୍ଷଣେ । (ଯୁଧିଷ୍ଠିଙ୍କର ପଳାୟନ)ଶଲ୍ୟ- ଏ କି ଅବିଚାର କଲୁ କର୍ଣ୍ଣ,ବିପକ୍ଷକୁ କରେ ଧରି ଛାଡ଼ିଦେଲୁ କେହ୍ନେ ?କର୍ଣ୍ଣ- ମାମୁ ! ଏହାର କାରଣ ପରେ ଶୁଣିବ ମୋଠାରୁ,ଚାଲ କେଣେ ଗଲା ଲୋଡ଼ିବା ଅର୍ଜ୍ଜୁନେ ।[ପ୍ରବେଶ କଲା ନିୟତି ଗୀତ କଣ୍ଠେ](ଗୀତ)ମରଣକୁ ଲୋଡ଼େ ଯାରେ ପୂରିଥାଏ କାଳକାଳ ପୁରୁଷକୁ ଦେଇ ବରଣମାଳ,ମାୟା ମୋହୀ ହୋଇ ନିଜ ପ୍ରୋଢ଼ି ପାଇଁବାହାଦୁରୀ କରେ ଅନ୍ଧ ଆଜ୍ଞା ବାଇବୁଝି ନ ପାରେ ଅବସ୍ଥା କ୍ରୋଧିତ ପାଗଳ ॥
ଖଟି ଖଟି ତୁମ୍ଭେ ହଟିବ ଶେଷରେଦେଖା ହେବ କାଳ ଅନ୍ତକ ବେଶରେନିୟତର ଖେଳ ଏହି ଦିବ୍ୟ ଚିତ୍ତେ ଭାଳ ॥
ଖୋଜୁଅଛ ଯାକୁ ସେ ଅଛି ନିକଟେମୃତ୍ୟୁର ଚମ୍ବନ ଦେବାକୁ ଅଛଟେବଇଷ୍ଣବ ଭାଳେ ଅହି ଲାଞ୍ଜକୁ ନ ଚାଳ ।କର୍ଣ୍ଣ- ତୁନି ହୁଅ ଭଣ୍ଡ !ଯାତ୍ରାକାଳେ ନ ଗାଅ ତୁ ଏପରି କବିତା ।ନିୟତି- ଦେଖିଲେ ମଙ୍ଗଳ ଗାଏ ମଙ୍ଗଳ କବିତା,ଅମଙ୍ଗଳ ବେଳେ ଗାଏ ଅମଙ୍ଗଳ ଗୀତି ।କର୍ଣ୍ଣ- କିଏ ତୁହି ?ନିୟତି- ପଥର ପଥିକ ଜଣେ ।କର୍ଣ୍ଣ- ପଥିକର ଗୀତ ବୋଲା କିସ ପ୍ରୟୋଜନ ?ନିୟତି- ପଥଶ୍ରମ ବାଧା ଦୂର ପାଇଁ ।କର୍ଣ୍ଣ- ଚାଲିଯାଅ ମୂର୍ଖ !ତିକ୍ତ ଗାନ ଗାଇ ମନେ ନ ଦିଅ ସନ୍ତାପ ।ନିୟତି- ସନ୍ତାପିତ ମାନସର ପ୍ରିୟସେଥିପ୍ରତି ବିମୁଖ ହେଉଛ କିମ୍ପା !ଭାଗ୍ୟ ଲେଖା ପାର କି ଲିଭାଇ ?କର୍ଣ୍ଣ- ନାହିଁ କେହି ବିଶ୍ୱେ ଶକ୍ତିମାନଅଖଣ୍ଡିତ ଭାଗ୍ୟଲିପି କରିବ ଖଣ୍ଡନ ।ନିୟତି- ତେବେ ଯାଅ ବୀର ଭାଗ୍ୟ ପରେ ରଖିଣ ଭରସାଅଯଥା ପଥୁକୀ ପ୍ରତି ନ ହୁଅ କ୍ରୋଧାନ୍ଧ । (ଅନ୍ୟ ଦିଗେ ପ୍ରସ୍ଥାନ)[କୃଷ୍ଣ ଅର୍ଜ୍ଜୁନଙ୍କ ପ୍ରବେଶ]ଅର୍ଜ୍ଜୁନ- ହେ କେଶବ ! କେଣେ ଗଲେ ଧର୍ମରାଜ ତେଜି ରଣଭୂଇଁ ?ବହୁତ ସନ୍ଧାନ କରି ନ ପାଇଲୁ କାହିଁ ।କୃଷ୍ଣ- ଶୁଣରେ କିରୀଟୀ ! ଏହିକ୍ଷଣି ସହଦେବ କୀହିଲା ବାରତା,କାହାଠାରୁ ଯୁଧିଷ୍ଠିର ପାଇ ଅପମାନନିଜ ବାସେ କବାଟକୁ କିଳି କରିଅଛନ୍ତି ଶୟନ ।ଅର୍ଜ୍ଜୁନ- ଚାଲନ୍ତୁ ଶ୍ରୀହରି ! କାଳେ ଭ୍ରାତା ତେଜିବେ ଜୀବନବୁଝାଇ ତାହାଙ୍କୁ ଶୀଘ୍ର ଆସିବା ଲେଉଟି ।ନକୁଳ ଶିଖଣ୍ଡୀ ଧୃଷ୍ଟଦ୍ୟୁମ୍ନ ସହଦେବ ସହଏଥି ମିଳି କରୁଥାନ୍ତୁ ରଣ । (ଭଭୟଙ୍କର ପ୍ରସ୍ଥାନ)[ଦ୍ୱିତୀୟ ଦୃଶ୍ୟ](ଯୁଧିଷ୍ଠିର ଏକାକୀ ଶୟନେ- ସ୍ୱଗତଃ)ଯୁଧିଷ୍ଠିର- ଓଃହୋ ! କି ଭୀଷଣ ଅପମାନ ଦେଲା ସେ ରାଧେୟକେହୁ ରକ୍ତ ମାଂସ ଦେହ ଧରିଏହା ସହି ରହିବ ମହୀରେ ?ନମରିବାଯାଏ କର୍ଣ୍ଣ, ଅନ୍ନ ଜଳ ନ ଛୁଇଁବି କିଛି ।ପ୍ରାଣ ଯିବା ଉଚିତ ମୋହରିଦେଖାଇବି ପୋଡ଼ାମୁଖ କାହା ଆଗେ ଯାଇଁ ? (କୃଷ୍ଣ ଅର୍ଜୁନ ପ୍ରବେଶ)କୃଷ୍ଣ- ଧର୍ମରାଜ ! ଧର୍ମରାଜ ! ଆସ ଏଣେକିମ୍ପାଇଁ କବାଟ କିଳି କରିଛ ଶୟନ ?ଅର୍ଜ୍ଜୁନ- ଜ୍ୟେଷ୍ଠଭ୍ରାତ ! ଆସନ୍ତୁ ବାହାରିକିମ୍ପା କରୁଅଛ ଡେରି ?ଯୁଧିଷ୍ଠିର- ରେ ଅର୍ଜୁନ ଯାଉଛି ମୁଁ ଘେନି ଅର୍ଘ୍ୟରହ ଦଣ୍ଡେ ସ୍ଥିରେ ।କୃଷ୍ଣ- ଆସ ଧର୍ମରାଜ, ନ ପଶ ଭିତରେ ।ଯୁଧିଷ୍ଠିର- କହନି ଅର୍ଜ୍ଜୁନ କର୍ଣ୍ଣେ ମାରୁଛୁ ତ ରଣେ ?
ଯେତେ ଦୁଃଖ ମୋତେ ଦେଲା ମୂର୍ଖ କର୍ଣ୍ଣ ପଡ଼ିଲେ ପୋଡ଼ଇ ହୃଦୟ ମୋର । ରେ କିରୀଟୀ ମୁଣ୍ଡ କାଟିବ ବସିଲା ଭାଷିଲା ସେ କଟୁଭାଷା ନିକର । ପଦ । କାମୋଡ଼ିଲା ଓଷ୍ଠ ସେ ଦୁଷ୍ଟ ପାପିଷ୍ଠ ଶାଣିତ ଖଡ଼୍ଗ ଧରିଣ କର । ଝିଙ୍କିଲା ମୋ କେଶ ନର୍ଦ୍ଦୟେ ନୃଶଂସ ବୋଇଲା ତୋ ଇଷ୍ଟ ଥରେ ସୁମର । କୁଇନ୍ତା ମୋ ମାତ ଅଟନ୍ତି ଏ କଥା କହନ୍ତେ ତେଜିଲା ରାଧା କୁମର । ସେ ବାଧା ହୃଦକୁ ବାଧିଛି ବହୁତ ପଳାଇ ଅଇଲି ଯେମନ୍ତେ ଚୋର । ତୋ ପରାଏ ଭାଇ ଥାଉଁରେ ବିଜୟୀ ଭୋଗିଲି ଏ ଦଶା ରସା ଭିତର । ଧିକ ତୋ ଅକ୍ଷୟ ତୂଣୀ ପାଶୁପତ ଧିକ ତୋ ବହିବା ଗାଣ୍ଡୀବ ଭାର ॥ ଧିକ ଦେବଦତ୍ତ ଶଙ୍ଖ ତୋର ପାର୍ଥ ଧିକ ନନ୍ଦିଘୋଷ ତୋ ରହୁବର । ଧିକ ତୋର ସଖା ସେ ଯାମଳାଜକା ବଙ୍କା ବଂଶୀଫୁଙ୍କା ଶାରଙ୍ଗଧର । ଧିକ ତୋର କପିଧ୍ୱଜରେ ନିର୍ଲଜ୍ଜ ନାହିଁ ବୃଥା ବୋଲାଉ ବୀର । ବଇଷ୍ଣବ ଦ୍ୱିଜରାଜ ଗୀତେ ଭଣି ସହିଲା କେମନ୍ତେ ଧରଣୀଧର ।
ଯୁଧିଷ୍ଠିର- ରେ ଅର୍ଜ୍ଜୁନ !ନିର୍ଲଜ ମୁଖ ଦେଖାଉ ଆସି କେଉଁପରି ?ଯେତେ ଯେତେ ଦଣ୍ଡ ମୋତେ ଦେଲା ମୂର୍ଖ କର୍ଣ୍ଣକହି ନାନା କଟୁଭାଷା ସ୍ପର୍ଦ୍ଧିତ ବକ୍ଷରେ,ସେ କଥା କହିଲେ ଜଳିଯାଏ ଏ ଅନ୍ତର ।ପାର୍ଥ ଭୀମ ଅଟନ୍ତିରେ ଯାହାର ସାନୁଜ,ସେହି ଯୁଧିଷ୍ଠିର ଭାଗ୍ୟେ ଏତେ ଅପମାନ,ଛାର ସୁତପୁତ୍ର ମୁଖେ !ଅସହ୍ୟ ଅସହ୍ୟ ଯନ୍ତ୍ରଣା,ସହି ମୁଁ ନ ପାରେ ତିଳେ କର୍ଣ୍ଣ କଟୁଭାଷା ।କେଶ ମୋର କରିଣ ଧାରଣ,ଖଡ଼୍ଗ ଝମକାଇ କାଟୁଥିଲା ମୁଣ୍ଡଜନନୀ କୁନ୍ତୀଙ୍କ ନାମ ଉଚ୍ଚାରନ୍ତେ ମୁଖେଛାଡ଼ିଦେଲା ଅତି ହୀନ ମଣି ।ଧିକ ମୋତେ ଧିକ ମୋ ବଂଶକୁ,ଧିକ ତୋର ଗାଣ୍ଡୀବ ଧାରଣ ନାମ,ଧିକ ସେହି ପାଶୁପତ ଅସ୍ତ୍ରଦେବଦତ୍ତ ଶଂଖ ସହ ରଥ ନନ୍ଦିଘୋଷକପିଧ୍ୱଜ ଆଦି ସବୁ ପ୍ରହସନ ମାତ୍ରସଖାପଣେ ଅଛନ୍ତି ଯେ ଶିଖଣ୍ଡଚୂଳିଆତାଙ୍କୁ ମଧ୍ୟ ଅଟେ ଶତଧିକ ।ଅର୍ଜ୍ଜୁନ- ହେ ହରି ! ଏହିକ୍ଷଣି କାଟିବି ମୁଁ ଯୁଧିଷ୍ଠିର ଶିର-ନାହିଁ ନାହିଁ ଭୟ ପାପକୁ ମୋହର ।(ଖଡ଼୍ଗ ଧରନ୍ତେ କୃଷ୍ଣ ପାର୍ଥରେ କର ଧାରଣ)କୃଷ୍ଣ- ଏ କି କଥା କରୁ ବୀରବର !ଜ୍ୟେଷ୍ଠଭ୍ରାତା ପିତାସମ ଅଟଇ ଜଗତେ ।
ଅର୍ଜ୍ଜୁନ- ଶୁଣ ନନ୍ଦସୁତ, ଅଛି ମୋର ପୂର୍ବରୁ ଏ ପଣ ଯେ ନିନ୍ଦିବ ଅକ୍ଷୟ ତୂଣୀର ପାଶୁପତକୁ ମୋହର, ନିଶ୍ଚେଁ ଶିର କାଟିବି ମୁଁ ତାର । ତା ନ ହେଲେ ସେହି ଅସ୍ତ୍ର ଯିବ କଇଳାସେ ।
କୃଷ୍ଣ- ରେ ଅର୍ଜ୍ଜୁନ ! ସେହି କଥା ଜାଣେ ମୁହିଁହେଲେ ତୋର ବଳେ ଯୁଧିଷ୍ଠି କି ନ ପାରିବୁ ମାରି ।ଅର୍ଜ୍ଜୁନ- ଏହା କେହ୍ନେ ଭାଷ ଗୋପିନାଥ ।ଅଙ୍ଗାର ପନ୍ନଗ ହର ନିବାତ କବଚହନୁ ପାଣ୍ଡବାସୁରକୁ ଜିଣିଲି ସମରେସୁଭଦ୍ରା ହରଣେ ଜିଣିଅଛି ବଳରାମେରାଜସୂୟ ଯଜ୍ଞକଥା ମନେପକା ହରିଧନୁହୁଳେ ତୋଳିଲି ଧରଣୀବିରାଟ ଗୋଧନ ହରଣରେ ଏକା ମୁହିଁଜିଣିଲି କୌରବେ ବାମାବେଶେଯୁଧିଷ୍ଠିର ଛାର ମୋତେ ବଳାଇବ ନାହିଁ ।କୃଷ୍ଣ- କ୍ରୋଧ ଶାନ୍ତି କର ଅର୍ଜ୍ଜୁନହର ଗୈାରୀ କରିଣ ସ୍ମରଣରୁହାଇବିକ ପାଶପତ ଅକ୍ଷୟ ତୂଣୀର ।ଚାଲ ଶୀଘ୍ର ଯିବା ରଣସ୍ଥଳେ ।ଆସ ଧର୍ମରାଜ ! ଆଜି କର୍ଣ୍ଣ ଲଭିବ ବିନାଶ । (ସମସ୍ତେ ପ୍ରସ୍ଥାନ)(ଭୀମ ଏକାକୀ ପ୍ରବେଶ)ଭୀମ- ଓଃ ! ଏ କି ଭୟଙ୍କର ରଣ କରନ୍ତି କୌରବେ ?ନଥିବାରୁ ପାର୍ଥ ଏହିଠାରେଦମ୍ଭ ଗର୍ବେ ବିନାଶନ୍ତି ପାଣ୍ଡବ ବାହିନୀ ।(ନକୁଳର ପ୍ରବେଶ)ଆସଇ ନକୁଳ ଘେନି କେବଣ ସମ୍ବାଦ-କହରେ ନକୁଳ ଏଡ଼େ ଆକୁଳ କାହିଁକି ?ନକୁଳ- ଦ୍ୱିତୀୟ ପାଣ୍ଡବ ଶୁଣ ରଣର ଘଟଣାଦୁର୍ଯ୍ୟୋଧନ ଭ୍ରାତା ଦୁଃଶାସନ ପଶି ଆମ୍ଭ ଥାଟେରଥ ଗଜ ଅଶ୍ୱ ଆଉ ରଥୀ ଓ ପଦାତିଅସଂଖ୍ୟ ମାରି ଲୋଟାଏ ଭୂତଳେମତ୍ତ କରି ପଦ୍ମବନ ଦଳିଲା ପରାୟେଦଳୁଅଛି ପାଣ୍ଡବ ବାହିନୀଶିଖଣ୍ଡି ବିନାଶ ହେଲେ ଦୁଃଶାସନ କରେ ।ଭୀମ- କି କହିଲୁ କୁମାର ନକୁଳ !ଶିଖଣ୍ଡିକି ମାରିଲା ସେ ଦୁଃଶାସନ ରଣେ ?କାହିଁ ଅଛି ସେହି ଅନ୍ଧ ଦ୍ୱିତୀୟ ନନ୍ଦନପଥ ଦେଖାଇଣ ମୋତେ ନିଅ ତା’ ପାଶକୁଆଜି ଦ୍ରୌପଦୀର ପୂର୍ଣ୍ଣ ହେବ ମନସ୍କାମ । (ଭୀମ ଓ ନକୁଳର ପ୍ରସ୍ଥାନ)(ଦୁଃଶାସନର ପ୍ରବେଶ)ଦୁଃଶା- ଆଜି ପୂର୍ଣ୍ଣ ହେବ ମନବାଞ୍ଛାଆଜି ପାସୋରିବି ଭ୍ରାତୃଶୋକଏହି ଦିଗେ ଆସୁଅଛି ଭୀମାଭାଙ୍ଗିବି ମୁଁ ଦୁଷ୍ଟର ଗରିମାଆରେ ପାଣ୍ଡବା, ଆଜି ପୂରିଲା ତୋ କାଳ ।(ଗୀତ)[ଆହେ ସୁକୁମାରୀ- ବୃତ୍ତେ]
ଆରେ ଭଣ୍ଡ ଭୀମ ମୁହିଁ ତୋର ଯମ ହାବୁଡ଼େ ପଡ଼ିଛୁ ଆସି ରେ । ଖଣ୍ଡ ଖଣ୍ଡ ପିଣ୍ଡ କରିଣ ଚୂରିବି ଏଡ଼େ ତୁଟା ଭଣ୍ଡ ଦୋଷୀ ରେ ।ପଦ । ମେଣ୍ଢା ପରି ମୋର ବାଳକ ଭାଇଙ୍କି ଗଣ୍ଡା ଗଣ୍ଡା ଦୁଷ୍ଟ ମାଇଲୁ କାହିଁକି । ଭେଣ୍ଡା ବୋଲାଉଛୁ ପଣ୍ଡା ପରା ବଳି ଦେବି ଚାହଁ, ଏହି ଅସିରେ । ମୁଣ୍ଡା ମୁଣ୍ଡା ତୋର ସୁସ୍ଥ ମାଂସ ଗୃଧ୍ର, ଶ୍ୱାନ ଭୁଞ୍ଜୁଥିବେ ହୋଇ ଆନନ୍ଦ । କାନ୍ଦିବେ ପାଣ୍ଡବେ ମୁଣ୍ଡେ କର ମାରି ତୁଣ୍ଡ ନ ଫିଟିବ ବସିରେ । ତୋର ପାପରାଶି ଆସି ହେଲା ରୁଣ୍ଡ, ସେ ଘେନି ଚାଣ୍ଡରେ ଭୋଗିବୁ ତା’ ଦଣ୍ଡ । ଦଣ୍ଡଧର ଆଳେ ଯିବା ପାଇଁ ହେଲେ ବସ ହୋଇ କସିକାସିରେ । ଷେଣ୍ଢ ମରା ଭଣ୍ଡ ସେ ଗଉଡ଼ ଟୋକା, କେମନ୍ତେ ସେ ସାହା ହେବ ତୋତେ ଏକା, ଏ ତ ରଣ ନୁହେଁ ଦହି ହାଣ୍ଡି ଶିକା ଛିଣ୍ଡାଇବୁ ଘରେ ପଶିରେ ॥ ଆରେ ରାଣ୍ଡଛୁଆ ଦାଣ୍ଡର ଭିକାରି, ଭିକମଗା ବୁଦ୍ଧି ଯିବ ନିଶ୍ଚେଁ ସରି । ଖଣ୍ଡିତ ନୋହିବ ଦଇବ ଲିଖନ ବିପ୍ର ବଇଷ୍ଣବ ଭାଷିରେ ॥
(କଥା)- ଯମ ଆଗେ ପଡ଼େ ଯେବେ ପ୍ରାଣୀତେବେ ଆଉ ସେ ନ ଫେରଇ,ଭଣ୍ଡ ଭୀମା ! ଯାହା ତୁହି କରିଛୁ ଅନ୍ୟାୟତାର ଆଜି ହେବ ପ୍ରତିଶୋଧ ।ଭୀମ- ସେହି ପ୍ରତିଶୋଧ ଲାଗି ଆରେ ଦୁଃଶାଉପାଡ଼ି ଭୁଜ ତୋହର ଆଜିର ସମରେବନ୍ଧାଇବି ଦ୍ରୌପଦୀର ବେଣୀଟଳିଯିବେ ରବି ଶଶୀ ଗ୍ରହ ତାରାପନ୍ତିନ ଟଳିବ ପ୍ରତିଜ୍ଞା ମୋହର ।ଦୁଃଶା- ଆରେ ଆରେ ପାପୀ ଭୀମପାପ ତୋର ହେବାରୁ ପ୍ରବଳ, ଆଜି ରଣେ ପଡ଼ୁଅଛୁ ଭେଟବିନା ଦୋଷେ ଗଣ୍ଡା ଗଣ୍ଡା ମୋରବାଳକ ଭାଇଙ୍କୁ ମାରି ଅର୍ଜ୍ଜୁଛୁ ଯେ ପାପସେ ପାପର ନେବି ପ୍ରତିଶୋଧଦେଖିବି କେମନ୍ତେ କୃଷ୍ଣ ରଖିବ ରେ ପାପୀ ।ଭୀମ- ରେ ଅନ୍ଧନନ୍ଦନ, ପାଣ୍ଡବେ ଅଟନ୍ତି ପାପୀ ତୁମ୍ଭେ ଧର୍ମଭୀରୁ !ମିଷ୍ଟାନ୍ନରେ ବିଷଦେଇ ମେଲିଲ ସାଗରେଜତୁଗୃହେ ପୂରାଇଣ ଦେଲରେ ଅନଳ,ଚତୁର୍ଦ୍ଦଶ ବର୍ଷୀୟ ବାଳକ ଅଭିମନ୍ୟୁସପ୍ତରଥୀ ବେଢ଼ି ତାକୁ ମାଇଲ ସମରେ,ଖେଳିଣ କପଟପଶା ନେଲ ରାଜ୍ୟଧନଅସ୍ପର୍ଶୀୟ ରମଣୀକି ସଭାତଳେ କଲ ବିବସନ ?ସେ ଦିନୁ ସେ ନ ବାନ୍ଧିଲା କେଶ ହେଲା ଆସି ପନ୍ଦର ବରଷସେହିଦିନୁ ତୋତେ ଲୋଡ଼ୁଥିଲି ଏତେ କାଳେ ପଡ଼ିଛୁ ହାବୁଡ଼େତୋର ରକତେ କୃଷ୍ଣା କେଶ କରିବି ବନ୍ଧନହେଉ ଶକ୍ତି ପରୀକ୍ଷା ଏସ୍ଥଳେ ।ଦୁଃଶା- ସେ ନିମନ୍ତେ ଚିନ୍ତା ନାହିଁ ତିଳେ । [ଉଭୟେ ଯୁଦ୍ଧ କରୁ କରୁ ପ୍ରସ୍ଥାନ](କୃଷ୍ଣ ଅର୍ଜୁନଙ୍କ ପ୍ରବେଶ)ଅର୍ଜୁନ- ନାରାୟଣ ! ସୋମଦତ୍ତ ହତ ହେଲା ରଣେ,ଘେନ ନନ୍ଦିଘୋଷ ମମ କର୍ଣ୍ଣ ରଥ ପାଶେ;ଆଜି ରଣେ ଦୁଷ୍ଟକୁ ପେଷିବି ଯମବାସେ ।କୃଷ୍ଣ- ଶୁଣ ଧନ୍ୟଞ୍ଜୟ ! ଆଉ ହେବ ନାହିଁ ରଣଏଣେ ଦେଖ ଭୀମ ଦୁଃଶା କରନ୍ତି ସମରବାଳୀ ସୁଗ୍ରୀବ ସମାନ ଦିଶୁଛନ୍ତି ଦୁହେଁ ।ଦୁଃଶା ଭୀମ ଗଦା ଫିଙ୍ଗି ମାଲରଣ କଲେଣି ଆରମ୍ଭଚାଲ ସାହାଯ୍ୟ କରିବା ସର୍ବେ ମିଳି ଭୀମେ ।(ରଣବାଦ୍ୟ- ଯୁଦ୍ଧ କରୁ କରୁ ଭୀମ ଓ ଦୁଃଶାସନର ପ୍ରବେଶ)(ଭୀମ ଉପରେ ଦୁଃଶାସନ ମାଡ଼ି ବସିବା)(ଗୀତ)[ହେ ଅବନିପତି- ବୃତ୍ତେ]
ଆରେ ରେ ପାଣ୍ଡବା ତୋର ପୂରିଲାଣି କାଳ । ଏତେବଳେ ଆସି ରକ୍ଷା କରୁ ନନ୍ଦବାଳ । ଡାକ ଦ୍ରୌପଦୀକି ରେ, କେଶ ବାନ୍ଧୁ ଆସିଣ ଏଥିକି ରେ ॥ ବାଳକ ଭାଇଙ୍କି ମୋର କାଳପୁରେ ପେଷି । ଆଉଁସୁ ନାହିୁଁ ତୁ ନିଶ ଏତେବେଳେ ବସି । ନିଜେ ନିଜେ ବଡ଼ରେ, ବୀର ତୁହି ବୋଲାଉ ବଗଡ଼ରେ ॥ କାହିଁକି ରଣରେ ତୁନି ହୋଇଣ ଶୋଇଛୁ । ଭାଇମାନେ ଚାହିଁଛନ୍ତି କଥା ନ କହୁଛୁ । ନାହିଁକି ସେ ଗରିମା ରେ, ଆଜି ଏତେବେଳେ ତୋର ଭୀମାରେ ॥ ଭୀମ ତୋ କଥା ପଡ଼ିଣ ଥିବ ଯମପୁରରେ । ବଞ୍ଚି କି ପାରିବୁ ଦୁଃଶାସନର କୋପରେ । କରିଦେବି ଚୂନା ରେ, ବଇ ବୋଲେ ନ କର ଭାବନା ରେ ॥
(କଥା)- ଆରେ ଆରେ ଭୀମା !ତୁନି ହୋଇ ଶୋଇଲୁ କାହିଁକି ?ବଞ୍ଚି କି ପାରିବୁ ଆଉ ଦୁଃଶାର କବଳୁ ?ଶକୁନି- ଧନ୍ୟ ଧନ୍ୟ ଧନ୍ୟ ଦୁଃଶାସନ ! ଭଣଜା ନୋହିଲେ...ଭୀମ ମଲା ମଲା ମଲା, ଆରେ ଆଉ ଦେଖୁଛୁ କ’ଣ ?ଭୀମ ପରା ଏହିକ୍ଷଣି ଶକୁନି ମୁହଁରେ ପଡ଼ିବ ।କର୍ଣ୍ଣ- ଜୟ ମହାରାଜା ଦୁର୍ଯ୍ୟୋଧନଙ୍କର ଜୟ ।ଜୟ ବୀରକେଶରୀ ଦୁଃଶାସନଙ୍କର ଜୟ ।(ବ୍ୟଗ୍ରଭାବେ ଶ୍ରୀକୃଷ୍ଣ ଓ ଚାରି ପାଣ୍ଡବଙ୍କର ପ୍ରବେଶ)ଯୁଧିଷ୍ଠିର- ହାୟ ହାୟ ଯଦୁନାଥ !ଆଉ କି ବଞ୍ଚିବ ଭାଇ ମୋର ଦୁଷ୍ଟ ଦୁଃଶାର ମୁଖରୁ ?ହାୟରେ ଭାଇ ବୃକୋଦର !କୁମ୍ଭୀରୀ କିନ୍ନରୀ ବକ ହିଡ଼ିମ୍ବକକୁମ୍ଭକ ତାରାକ୍ଷୀ ପ୍ରାଣ ନେଲୁ ଅବହେଳେ ।ଏଡ଼େ ଏଡ଼େ ବୀର ନାଶି ଶେଷେପଡ଼ିଲ ତ ଦୁଃଶାର କବଳେ ?ଭାଇ ଭୀମ ! ତୋ ବିହୁନେ ଏ ଜୀବନ ନ ରହିବ ମୋର ।ମୁଁ ମଲେ ଅର୍ଜ୍ଜୁନ ନିଶ୍ଚେ ତେଜିବି ଜୀବନତୋ ବିହୁନେ ଅପାଣ୍ଡବା ହୋଇବ ଅବନୀଅକଣ୍ଟକ ରାଜ୍ୟ ଭୋଗ କରିବେ କୌରବେ ।ଅର୍ଜୁନ- ହାୟ ଭାଇ ଭୀମସେନ !ପାଣ୍ଡବେ ଭସାଇ କେଣେ ଗଲ ଏକା କରି ।ସହଦେବ- (ନାକରେ ହାତ ଦେଇ ହସିବା)କୃଷ୍ଣ- କହ ସହଦେବ ତୁମ୍ଭେ ହସିଲ କାହିଁକି ?ତିନି ଭାଇ ଶୋକେ ନେତ୍ରୁ ଗଡ଼ାଅନ୍ତି ଲୁହଭୀମ ବିପଦରେ ତୁମ୍ଭେ ହରଷ କି ହେତୁ ?ନାକେ ହସ୍ତ ଦେଇ ହସ ଅବନୀକି ଚାହିଁମନ ଭାବ ଶୀଘ୍ର କର ବ୍ୟକ୍ତ ।ସହଦେବ- ଅନ୍ତର୍ଯ୍ୟାମୀ ! କି ନ ଜାଣ ତୁମ୍ଭେ,ଅଜଣା ପରାୟେ ମୋତେ ପଚାର ଗୋବିନ୍ଦ !ଶୁଣ ମୋତେ ଜଣାଅଛି କଥାସବୁ ଯାହା ।(ଗୀତ)[ଯାଅ ଗୋ ଉର୍ବଶୀ- ବୃତ୍ତେ]
ଚିନ୍ତାମଣୀ ଚିନ୍ତା କରୁ କାହଁକି, କେଉଁ କଥା ତୋତେ ଜଣା ନାହିଁ କି । ଭୀମ ବଳ, ଛଳ, କଳ କଉଶଳ କଳିବ କେ ନରଦେହ ବହିକି । ଆସି ବ୍ରହ୍ମା ହର, କରନ୍ତେ ସମର, ଭୀମ କରୁ ଯିବେ ଜୀବ ପାଇକି ॥ ଏ ସାମାନ୍ୟ ମୂଷା, ସମ ଅଟେ ଦୁଃଶା, ଦେଖ ବୃକୋଦର କଳା ଅହିକି । ଭୀମଙ୍କର ଲୋମ, ଟାଳିବାକୁ କ୍ଷମ, ନ ହୋଇବେ ସୁରେ ଶଚୀସାଇଁକି ॥ ପଡ଼ନ୍ତେ ଯେ ଅଙ୍ଗ, ଗିରି ଶତଶୃଙ୍ଗ ଧସିଗଲା ନ ପାରିଣ ସହିକି ॥ ଏହାଙ୍କ ଅଙ୍ଗୁଳି ବାଜି ଶୃଙ୍ଗ ଟଳି ପଡ଼ିଲା ତା ଜଣା ବଡ଼ଭାଇଙ୍କି । ଫଳିଛି ପର୍ବତ ଶାପ ଗୋପୀନାଥ ମରିବ ଏ ଦୁଃଶା ଭାଷେ ବଇକି ॥
(କଥା)- ଯଦୁନାଥ ! ମନେପଡ଼େ ଶତଶୃଙ୍ଗ ଶାପପ୍ରଥମ ରଣେ ହାରିବେ ବୀର ଭୀମସେନ ।ଦେଖନ୍ତୁ ଏକ୍ଷଣି, ଏହାଙ୍କର କରେ ଦୁଃଶା ତେଜିବ ଜୀବନ ।ତୁମ୍ଭେ ଶତଶୃଙ୍ଗ ନାମ ଶଙ୍ଖରେ ଉଚ୍ଚାରତାହା କର୍ଣ୍ଣେ ପଶନ୍ତେଣ ଉଠିବେ ପାବନୀ;ଏତିକି କରନ୍ତୁ, ସର୍ବେ ଦେଖ ହୋଇ ତୁନି ।(କୃଷ୍ଣ ଶତଶୃଙ୍ଗ ନାମ ଶଙ୍ଖରେ ବଜାଇବା)ଭୀମ- ରେ ରେ ବର୍ବର କୌରବଧମ ଦୁଃଶା !ଏହି ଦେଖ ତୋର ପ୍ରାଣ ଘେନିବି ସହସା ।(ଦୁଃଶାକୁ ଲେଉଟାଇ ମାଡ଼ିବସି)(ଗୀତ)[ଯେଉଁ ହରି ହରି- ବୃତ୍ତେ]
ରେ ରେ ପାପମତି ଅନ୍ଧର ନନ୍ଦନ ରଖିବ କେ ରଖୁ ତୋତେ, ଆରେ ଦୁଃଶା । ଡାକ ଦୁର୍ଯ୍ୟୋଧନ ରଖୁ ତୋ ଜୀବନ କର୍ଣ୍ଣ ଶକୁନି ସହିତେ, ଆରେ ଦୁଃଶା । ଆହେ ଇନ୍ଦ୍ର ଚନ୍ଦ୍ର ବରୁଣ କୁବେର ହର ବ୍ରହ୍ମା ଦିଗପାଳେ, କିଏ ଆସୁ । ଥିଲେ ଦେହେ ଶକ୍ତି କର କର ମୁକ୍ତି ମୋ କରୁ ଏହି ଚଣ୍ଡାଳରେ । ଆରେ ଦୁଃଶା ॥ ଅନନ୍ତ ବାସୁକୀ ପାରିବେକି ରଖି ଏ ପାମର ଦୁଃଶାସନେ, ବେଗେ ଆସ ॥ ଘେନି ନାଗବଳ ଆସ ହେ ଚଞ୍ଚଳ ଅଚଳ କି ତୁମ୍ଭେମାନେ । ଆରେ ଦୁଃଶା, ଆରେରେ କୌରବେ ରକ୍ଷାକର ଏବେ କକ୍ଷା କରି ଭୀମ ସହ, ଆରେ ଦୁଃଶା ॥ ସମ୍ପଦରେ ସଖା ହୋଇ ବିପଦର କାଳେ ଲୁଚାଉଛ ମୁହଁ ବେଗେ ଆସ ॥ ରେ ପାଷଣ୍ଡ କର୍ଣ୍ଣ ବୀରେ ତୁହି ଧନ୍ୟ ବୋଲାଉଛୁ ରଖ ଏହାକୁ, ଆରେ ଦୁଃଶା ॥ ଠକି ଖାଉଥିଲୁ ଦୁର୍ଯ୍ୟୋଧନ ଧନ ଗର୍ବେ ଫୁଲାଇ ହିଆକୁ, ଆରେ କର୍ଣ୍ଣ । ଭୀଷ୍ମ ଦ୍ରୋଣ ଆଶା ଛାଡ଼ିଣ ଭରସା କରିଥିଲା ତୋ ବାହାରେ । ଏବେ ଶୁଣ ହେଲ ସେନାପତି ଆରେ ହୀନମତି ପାରିଲେ ରଖ ଏହାରେ, ଆରେ କର୍ଣ୍ଣ ॥ ଆରେ ଦୁଃଶାସନ ନୋହିଲେ ଭାଜନ ରଖିବାକୁ ଜଣେ ତୋତେ, ଆରେ ଦୁଃଶା ॥ ମେଣ୍ଢା ପଲ ପରି ଗଣ୍ଡା ଗଣ୍ଡା ହୋଇ ପଳାନ୍ତି ଚାହିଁଲା ମାତ୍ରେ, ଆରେ ଦୁଃଶା ॥ ଆହେ ଯୁଧିଷ୍ଠିର କେତେ ଉପକାର କରି ନାହିଁ ଏ ତୁମ୍ଭର, ଭାଇ ଶୁଣ । ଏପରି ଭାଇକି ନ ରଖ କାହିଁକି ବୃଥା ଧର୍ମ ନାମ ଧର, ଆହେ ଯୁଧିଷ୍ଠି ॥ ଆରେ କିରୀଟୀ ନ ଯା ନ ଯା ହଟି ଧରି ଗାଣ୍ଡୀବ କାର୍ମୁକ, ଆରେ ପାର୍ଥ । ସବ୍ୟସାଚୀ ନାମ ସାର୍ଥକ କରିବ ଦୁଃଶାସନ ପ୍ରାଣ ରଖ, ଆରେ ପାର୍ଥ । ସୁଦର୍ଶନଧାରୀ ନିକୁଞ୍ଜବିହାରୀ ରଖିଛ ସଚରାଚର, ଆହେ ହରି । ବଇଷ୍ଣବ ଗୀର ଦୀନ ଦୁଃଖ ହର ନାମ କି ଗଲ ପାସୋରି, ଆହେ ହରି ॥
(କଥା)- ଆହେ ହରି ! ତୁମ୍ଭେ ତ ବୋଲାଅ ଏହି ଚରାଚର ପରତ, ପାର ଯେବେ ମୋ କବଳୁ ରଖ ଏ ଦୁଃଶାକୁ ।କବଳୁ ରଖ ଏ ଦୁଃଶାକୁ ।ଅର୍ଜୁନ- ବିପଦଭଞ୍ଜନ ହରି ଯାଅ ତୁମ୍ଭେ ସାକ୍ଷୀରଖିବି ମୁଁ ଦୁଃଶାସନ ପ୍ରାଣ ।ଧର୍ମ ନିନ୍ଦା ଶୁଣି କୋପ ନୋହିଲା ମୋ ମନେକିନ୍ତୁ ତବ ନିନ୍ଦା ନ ସହେ ଏ ଦେହ,ଭୀମେ ବିନାଶିବ ତିଳେ ନ କର ସନ୍ଦେହ ।(ଧନୁରେ ଶର ଯୋଖନ୍ତେ କୃଷ୍ଣ ପାର୍ଥ ଗୋଡ଼ ଧରି)କୃଷ୍ଣ- ହେ ଅର୍ଜ୍ଜୁନ ! ବାତୁଳ ପରାୟେ ତୋର ଏ କି ରୀତି ଆଜିଯାର ତେଜେ ତୁହି ମହାବଳୀ ତ୍ରିଜଗତେତା’ର ତେଜେ ତେଜିଆନ ଭୀମନାହିଁ ବିଶ୍ୱେ ଭୀମକୁ କେ ଜିଣିବ ସଂଗ୍ରାମେକି ଛାର ଗାଣ୍ଡୀବ ଧରି ଧାଇଁ ଅଛ ତୁମେ ?ଭୀମ- ରେ ବର୍ବର ଦୁଃଶାସନ ! ନାହିଁ ମୋର ଦୋଷଏହିକ୍ଷଣି ଯିବୁ ତୁହି ପ୍ରେତପତି ବାସ,ନ ପାରିଲେ କେହି ତୋତେ ଆଣ ପାଞ୍ଚାଳିକିଯାଅ ସହଦେବ ଶୀଘ୍ର ଆଣ ପାଞ୍ଚାଳିକିତୋର ବାଟ ଚାହିଁ ବସିଥିବ ଯାଜ୍ଞସେନୀବାନ୍ଧିବୀ ତା ବେଣୀ । (ସହଦେବର ପ୍ରସ୍ଥାନ)କୃଷ୍ଣ- ବୃକୋଦର ! କିମ୍ପା କାଳ କର ବୃଥା ଡ଼େରି ?ଭୀମ- ଏହି ଦେଖ ପାଞ୍ଚାଳୀ, ଦେବହରି !(ଧୀରେ ଘେନ ଧୀରେ- ବୃତ୍ତେ)
ରେ ଝୀନବସନା ଆସ ଆସ, ଏତେ ଦିନେ ପୂରିଛି ତୋ ଆଶ । ଦୁଃଶା ରକ୍ତେ ବାନ୍ଧି ସାଜ କେଶ ମୀନନେତ୍ରୀ ମନେ ହୋଇ ତୋଷ । ପଶାଖେଳ ଦଶା, ଆଜି ପାସୋର ମାନସୁ ରସାଭୂଷା ॥ ଅଭୟଦାୟିନୀ କିମ୍ପା ଭୟକରି ପାଶେ ନ ଆସୁରେ କହ । ଭଲ କରି ଦେଖ ମୋର ଭାଇମୁଖ ଦୁଃଖ ହରୁ ଥରେ ଚିହ୍ନିଥାଅ, କେତେ ଉପକାରେ ପୂର୍ବେ କରିନାହିଁ ଏ ତୋ ରାମାବର ॥ ଯା କେଶ ଧରି ଆଣିଥିଲୁ ଝିଙ୍କି-ଚିହ୍ନରେ ଦୁଃଶା ଏ ସେହିଟିକି । ଯଜ୍ଞାନଳୁ ଜାତ ଯେହୁ ଯାଜ୍ଞସେନୀ କହିଥିଲା ଶୋକେ ଯାହା ଡାକି, ସତୀଶାପ ଫଳ, ଏତେ ଦିନେ ଫଳିଲା ରେ ଅନ୍ଧବାଳ ॥ ଅଯୋନିସମ୍ଭବା ଏ ରମଣୀ । ତୁହି ଦୁଷ୍ଟ ନ ପାରିଲୁ ଜାଣି । ଏଣିକି ମରଣସାଜେ ହୁଅ ସଜ, ଦ୍ୱିଜ ବଇଷ୍ଣବ ରସେ ଭଣି । ଆଉ ନାହିଁ ବେଳ ସରିଗଲାଣି ଆଜି ସଂସାର ଖେଳ ॥
(ଦ୍ରୌପଦୀର ପ୍ରବେଶ)(କଥା)- ଦେଖ ଗୋ ପାଞ୍ଚଳୀ ମୋର ଭ୍ରାତାଙ୍କ ବଦନଦିଶେ କେଡ଼େ ତୋରାଏହି ମୁଖେ କହିଅଛି କେତେ କଟୁ କଥା ।କରିଅଛି କେତେ ଗୋ ଲାଞ୍ଛନାଆଜିର ରଣେ ତାହାସବୁ ଯିବ ତ ମଉଳି ।ଦ୍ରୈପଦୀ- ଛି’ ରେ ନିର୍ଲଜ୍ଜ ଦୁଃଶାଏହିଟି କରମ ଦଶା ଅଟେ ତୋହରି-କାହିଁ ଏତେବେଳେ ତୋର ସେ ପୂରୁବ ତେଜ ।(ଗୀତ)[କାହିଁ ପ୍ରେମଠାରୁ ବଳି- ବୃତ୍ତେ]
ନାହିଁ କି ତୋର ନାହିଁ ଦୁଃଶା । ସେ ବେଳ ନିଶା । ମୁହିଁକି ନୁହେଁ ସେହି ପାଞ୍ଚଳୀ ପାଣ୍ଡବ ଯୋଷା ।ପଦ । ଧାଇଁକିରେ ଆଣିଲୁ ଟାଣି, ତହିଁକି ତୋତେ କହିଲି ବାଣୀ । ଛୁଇଁକିଥିଲୁ ଯହିଁକି ଦେଖ ଆଜି ତୋ ଦଶା । ମହୀ ଆଉ ସହିଲା ନାହିଁ । ଭାଙ୍ଗିଗଲା ପୂରୁବ ଛଇ । ଦେଇଛୁ ଯାହା ପାଇବୁ ତାହା ବଇର ଭାଷା ॥
ଭୀମ- କୃଷ୍ଣା ! କୃଷ୍ଣା ! କହ ନାହିଁ କହ ନାହିଁ ସେବେଳର କଥାଶୁଣି ତୋ ବଦନୁ ଦୁଇଗୁଣେ କମ୍ପଇେ ଏ ଦେହଏହି ନିଅ ଯାଜ୍ଞସେନୀ ପଖାଳ ତୋ କେଶ ।ରେ ନିର୍ଲଜ ! ଏହି କରେ ଝିଙ୍କିଥିଲୁ କୃଷ୍ଣା ବେଣୀ-(ଭୁଜ ଉପାଡ଼ି ରକ୍ତ ଦ୍ରୌପଦୀ କେଶରେ ଦେବା ଓ ଦୁଃଶାର ଶୋଣିତ ପାନ କରି ଊର୍ଦ୍ଧ୍ୱକୁ ଚାହିଁ)ହେଲା ତୋଷ ଏବେ ମୋ ମାନସ,ମାତୃସ୍ତନ୍ୟ ପାନ କରିଏଡ଼େ ତୃପ୍ତ ହୋଇ ନାହିଁ ଭୀମର ରସନା ।ଚାଲ ଚାଲ ସହଦେବ, ଚାଲ ହେ ଗାଣ୍ଡୀବୀଘେନି କୃଷ୍ଣ ସଙ୍ଗେ ଏଥର ନଗରେଅସ୍ତାଚଳେ ଗଲେ ଦିନନାଥ ।ପାଣ୍ଡବଗଣ- ଜୟ ଧର୍ମରାଜ ଯୁଧିଷ୍ଠିରଙ୍କ ଜୟ । (ସମସ୍ତଙ୍କ ପ୍ରସ୍ଥାନ)ଦୁର୍ଯ୍ୟୋଧନ- ସଖା କର୍ଣ୍ଣ ! ଶକୁନି ମାତୁଳ,ଅତୁଳ ବିପଦ ମୋତେ ଦେଲେ ପଣ୍ଡୁ ସୁତେଦୁଃଶାସନ ପରା ଭାଇ ମଲା ଆଜି ରଣେଛିଡ଼ିପଡ଼ିଲା ମୋ ବକ୍ଷ ବାହାଆଉ କାହା ମୁଖ ଚାହିଁ ଧରିବି ଜୀବନ ।ହା ଭାଇ ଦୁଃଶାସନ ! ଓଃ ଫାଟିଗଲା ହୃଦ ।(ଗୀତ)[କୀର୍ତ୍ତନ ସୁର]
ଏକା କରି ଭାଇ ମୋତେ ଛାଡ଼ିଗଲୁ କେଣେ ରେ । ତୋ ବିହୁନେ ତେଜି ରାଜ୍ୟ ପଶିବି ମୁଁ ବଣେ ରେ । ପଦ । ତୋ ବାହୁବଳେ କାହାକୁ ସଂସାରେ ନ ଗଣେ ରେ । କାହା ସାହାସେ ଜିଣିବି ପାଣ୍ଡବଙ୍କୁ ରଣେ ରେ । କିମ୍ପା ମରଣ ନୋହେ । ନିର୍ଲଜ୍ଜ ଜୀବନ ଅଛିକ ଦେହେ । ପାଷାଣୁ ହୃଦୟ ଟାଣ କି ଏ ? ଅବିରତେ ନେତ୍ରୁ ନୀର ଧାର ବହେ । କିସ କରିବି, କିସ କରିବି, କେଉଁପରି ହସ୍ତିନା କଟକେ ଫେରିବି । ପଛେ ଭୀମ ହାତେ ଏଣେ ମରିବି । କେତେ ବସି ନଖେ ଧରା ଚିରିବି । ଛାଡ଼ ମୋ ଭରସା ସଖା ବଇଷ୍ଣବ ଭଣେ ରେ ।
କର୍ଣ୍ଣ- ସଖା ! ଆଉ ବୃଥାରେ କାନ୍ଦିଲେ କି ହେବ ?କାର ସାଧ୍ୟ ଖଣ୍ଡିବ କେ ତାହା ଅନିବାର୍ଯ୍ୟ ନିୟତିର ଗତି ।ତେବେ କର୍ତ୍ତବ୍ୟ ପାଳନ ଅଟେ ମାନବର ଧର୍ମଏଥିପାଇଁ ଭୀରୁ କାପୁରୁଷ ପରି କର ନାହିଁ ଶୋକ ।ଆଜିକ ନକୁଳ ପାପିଷ୍ଠ ପାଇ ମୋହଠାରୁ ଅପମାନଆକୁଳ ହୃଦୟେ ରଣୁ ଯାଇଛି ପଳାଇକାଲି ନିଶ୍ଚେଁ ଅର୍ଜ୍ଜୁନ ପଡ଼ିବ ମମ ବାଣେ ।ବସି କାନ୍ଦିଲେକି ଭାଇ ଆସିବ ଲେଉଟିଅକାରଣେ କର ନାହିଁ ଶୋକ ।ଦୁର୍ଯ୍ୟୋଧନ- ମାମୁ, ଜାଣିଅଛି ସମସ୍ତଙ୍କ ମନଆଜି ରଣେ କପଟେ ମୋ ବଂଶ ବୁଡ଼ାଇଲେ ସର୍ବେ ମିଳିଯେଉଁକାଳେ ଦୁଃଶାସନ ପଡ଼ିଅଛି ଭୀମର କବଳେସେତେବେଳେ ଅଶ୍ରୁଜଳେ ପୂର୍ଣ୍ଣ ଆମ୍ଭ ନେତ୍ରଦେଖି ନାହିଁ ତୁମ୍ଭ ଆଖି ଲୋତକଜର୍ଜ୍ଜରଏତେଦିନେ ଜାଣିଲି ମାତୁଳ ବିଦୁର ବଚନ ହେଲା ସତ !
ଶକୁନି- ଭଣଜା ! ମତେ ଦୋଷ ଦବୁନାହିଁ, ଦବୁ ନାହିଁ । ଜାଣିଛୁ ଯେତେବେଳେ ଦୁଃଶାକୁ ଭୀମା, ମାଡ଼ିବସି ଗର୍ଜ୍ଜନ କଲା, ସେତେବେଳେ ତୁମ୍ଭେମାନେ ସିନା କାନ୍ଦୁଥାଅ, କିନ୍ତୁ ରାଗରେ ମୋର ମୁଣ୍ଡ ଠାରୁ ଗୋଡ଼ଯାଏ ଜଳୁଥାଏ । ବାପ ମୁଁ ବେଶି କଅଣ କହିବି ? ତୁ ତୋ ନିଜ କଥାରୁ ନିଜେ ବୁଝି ପାରୁଥିବୁ । ରାଗ ବେଳେ କି ଶୋକ ରହେ ?
ଶଲ୍ୟ- କର୍ଣ୍ଣ ! ମୋ ମତରେ ଏଣିକି ଯୁଦ୍ଧ ନ କରି ସନ୍ଧି କରି ଦେଖ । ତୁମ୍ଭ ସେନାପତି ହେବାର ଦୁଇଦିନ ଯୁଦ୍ଧରେ । ପ୍ରଥମେ ରାଜାର ଶତାନୋଇ ଭାଇ, ଦ୍ୱିତୀୟ ଦିନ ଯୁଦ୍ଧରେ ଦୁଃଶା ପରି ବୀର ପଡ଼ିଲା । ମୁଁ କହୁଥିଲି, ଭୀଷ୍ମ ଦ୍ରୋଣଙ୍କ ପରେ ମିଳିମିଶି ଯାଇଥିଲେ ଏତେ କ୍ଷତି ହୋଇ ନ ଥାନ୍ତା ।
କର୍ଣ୍ଣ- ମାମୁ ! ତୁମ୍ଭେ ସେ ଆଶା ତ୍ୟାଗକର । ଚୋର ଗଲା ପରେ ଘର ବନ୍ଦ କରି କିଛି ଲାଭ ନାହିଁ । ଏକ୍ଷଣି ସନ୍ଧି କଲେ କ’ଣ ମରିବା ଲୋକ ଫେରି ଆସିବେ ? ଚାଲ ସମସ୍ତେ ଶିବିରରେ ବିଶ୍ରାମ କରିବା । କାଲି ପ୍ରଭାତରେ ମୋର ବାଣରେ ଅର୍ଜ୍ଜୁନର ପତନ ହେବ ।
ଶଲ୍ୟ- ଭଣ୍ଡ କର୍ଣ୍ଣ ! ତୁ ଗର୍ବ ଛାଡ଼ିବାର ପାତ୍ର ନୋହୁ । ହଉ ଚାଲ । ଫଳେନ ପରିଚୟେତ୍ ।(ସମସ୍ତଙ୍କର ପ୍ରସ୍ଥାନ)