ଗୀତ
ଗଣକବି · ୧୮୮୨–୧୯୫୬
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୩୮
- ସ୍ଥିତି
- ସାର୍ବଜନୀନ (Public domain)
[ପ୍ରାଣସଙ୍ଗିନୀ ରେ ନେତ୍ରାନନ୍ଦ - ବୃତ୍ତେ]
ମୋହନ ରେ ! ମୋର ମେନୁଛି ମନ । କର ଯାଗ ଆୟୋଜନ ।ପଦ । ଗିରିଶିରୀ ଚାହିଁ ଚିତ୍ତ, କା’ର ନୋହିବ ଉସତ । ନିସ୍ତରିବେ ଦେଖି ଯାଗ ଜଗତଜନ ।୧। ଯାଦବ ରମଣିଗଣ । କଲେ ଯଜ୍ଞ ପ୍ରଦକ୍ଷିଣ । ପବିତ୍ର ହୋଇବ ତାଙ୍କ ଦେହ ଜୀବନ ।୨। ଦେଇ ଦ୍ୱାରୀକି ଆଦେଶ । ପେଶ ଉଗ୍ରସେନ ପାଶ । ଯୋଗାଇ ଦେବେ ସେ ନାନା ପଦାର୍ଥମାନ ।୩। ଶାମ୍ୱ ଗଦ ଅନିରୁଦ୍ଧ । ସାତ୍ୟକି ନେଇ ସମ୍ୱାଦ । ଯାନ୍ତୁ ଚାରିଦିଗେ ବଇଷ୍ଣବ ରଚନ ।୪।
(ଦ୍ୱାରୀର ପ୍ରବେଶ । ଦ୍ୱାରୀହସ୍ତେ ସାତ୍ୟକି ଶାମ୍ୱ ଅନିରୁଦ୍ଧ ଗଦଙ୍କୁ ଡକାଇ ଗୀତ)[ଯାଅ ଗୋ ଉର୍ବଶୀ - ବୃତ୍ତେ]
ଯାଅ ଚାରିବୀରେ ଚାରିଦିଗକୁ ରେ । ନିମନ୍ତ୍ରଣ ଦେଇ ଆସ ଯାଗକୁ ରେ ।ପଦ । ଭାଷ ୠଷିଗଣେ, ଆବର ବ୍ରାହ୍ମଣେ । ଯିବେ ରଇବତ ଗିରିବତ ଗିରିଶୃଙ୍ଗକୁ ରେ ।୧। କହ ରାମହରି, ଅଛନ୍ତି ସେ ଗିରି । ଡେରି ନ କରିବେ କେଭେ ଆଜ୍ଞାକୁ ରେ ।୨। କାଲି ପ୍ରାତୁଁ ଯଜ୍ଞ ହୋଇବ ଆରମ୍ଭ । ଛାଡ଼ିବେ ନାହିଁ ଏମନ୍ତ ଯୋଗକୁ ରେ ।୩। ଯେତେ ରାଜବର୍ଗ, ନିମନ୍ତ୍ରବ ସର୍ବବଇ ଛନ୍ଦେ ପଦ ଚାରିଯୁଗକୁ ରେ-।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର