ଗଉଡ଼ ଚିନ୍ତା
୧୮୯୮–୧୯୬୫
- ସଂକଳନ: ପାହାଚ ତଳର ଘାଷ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୮୧
- ସ୍ଥିତି
- ସାର୍ବଜନୀନ (Public domain)
ଗଉଡ଼ ତାର ଗାଈକି ଜଗେ ବରଷା ହେଲା ଆସିଗରଜି ମେଘ ବିଜୁଳି ମାରେ, ଓଳିଏ ବେଳ ଅଛି ।ପୂର୍ବ ଆଉ ପଶ୍ଚିମର ନ ଦିଶେ ଗିରି ରେଖା,ମେଘରେ ଚଢ଼ି ମେଘ କି ଆସେ, କାହିଁ ତ ନାହିଁ ଦେଖା ।ଏଭଳି ଦିନେ ଗଉଡ଼କଥା ଭାବେ କି କେହି ଘରେ ?ଏଭଳି ବେଳେ ଗାଈକି ଛାଡ଼ି ଗଉଡ଼ ରହିପାରେ ?ତଲାରି ତଳେ ସଳଖ ତନୁ ଜାକି ସେ ଦୁଇ ହାତକହଇ ମୋର ଗାଈକି ରଖ ଶୁଭରେ ଜଗନ୍ନାଥ !ନଈ ସେ ପାଖେ ଗରଜେ କିଏ ଖାଲି ତ ବାରିଧାରମେଘରେ ମେଘ ବାକି କି ଫାଟିପଡ଼ିଲା ପାଣିଝର !ସେ ପାଣି କୂଳେ କଇଁଆ ମୂଳେ ମାଟିର କୁଟୀ ଗୋଟିକାହାରି ତଳେ ମରମତଳେ କାହାର ଜଳେ ବତୀ ।ବିଜୁଳି ଦେଖି, ବଦନ ଟେକି ପାଗଳ ମେଘେ ଚାହେଁସେ ଜଡ଼ ତନୁ କୁଟୀରେ ତାର, ଚିତ୍ତ ଦୂରେ ଧାଏଁ ।ଥରେ ସେ ଥୋଇ ପଦାକୁ ପାଦ, ଥରେ ସେ ନିଏ କାଢ଼ିସତେ ବା ତାର ଆଗୁଳେ ବାଟ ମେଘର ଘଡ଼ଘଡ଼ି ।ପଦାରେ ତେଣେ ଗଉଡ଼ ମନେ ବିଚାରେ ହୋଇ ଠିଆମୋ ଗଉଡ଼ୁଣୀ ଆସିଥିବ କି ଧରି ଘୋଟଣାଖିଆ ।ଉପରେ ଦେଖି ବିଜୁଳି ତଳେ ଥରୁଥିବ ତା ଚିତ୍ତକୁଆଡ଼େ ଯିବି, ଏଆଡ଼େ ଗୋଠ, ସେଆଡ଼େ ପ୍ରାଣମିତ !ପବନ ହେଲା, ମେଘ ଭାଜିଲା, ବିପୁଳ ହେଲା ନଭଶୁଭିଲା ତାର ଗାଈଗୋଠରେ ବିପୁଳ ହମ୍ବାରବ ।ଆପଣା ବୁକେ ଉଠିଲା ଝଡ଼ ସୁମରି ପ୍ରାଣପ୍ରିୟାବୁଲି ସେ ଦେଖେ, ଉଦ୍ବେଗେ କେ ତାହାରି ପାଖେ ଠିଆ !!
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର