ଏ ଦେହର ସବୁ ଦାବୀ — ଲକ୍ଷ୍ମୀକାନ୍ତ ମହାପାତ୍ର · ସ୍ୱର୍ଣ୍ଣଲିପିମୋହ ତୁଲେ ସମସ୍ଥାନ ପାଏ,ଘୃଣିତ ପବିତ୍ର କିବାସବଳ ମୁଁ ସମ ଭାବେ ନିଏଁ !!ବୃହତ୍ ସାମାନ୍ୟ ଯାହାସମସ୍ତର ସମ ଅଧିକାରୀ,ମୋହ ପାଶେ ମୁଲ୍ୟବାନ୍ଶରୀରର ସବୁ ଆଜ୍ଞା ଅଳି !!ଏ’ ଦେହ ପ୍ରେମିକ ମୁହିଁଏ ଇନ୍ଦ୍ରିୟ ପ୍ରଣୟିନୀ ଯେଣୁ,ସକଳ କର୍ତ୍ତୃତ୍ୱ ତା’ରନତ ଶିରେ ମାନି ନିଏ ତେଣୁ !!ଏ ଦେହକୁ ଉଚ୍ଚେ ଟେକେଏ’ ଆତ୍ମାକୁ ଦିଏ ଶ୍ରେଷ୍ଠ ସ୍ଥାନ,ଏ ଶରୀର ଲୀଳା ଲାଗିମୁହିଁ ଆଜି ସର୍ବ- ଶକ୍ତିମାନ୍ !!ମୋହରି ବ୍ୟକ୍ତିତ୍ୱ ସତ୍ୟ,ମୋ’ ବିଚାରେ ମିଥ୍ୟା ଏ ଧରଣୀ,ତା’ର ଅଭିଯାନ ପାଇଁବାଧା ବନ୍ଧ ନ ପାରୁଛି ଗଣି !!ଏ ଶରୀର ଯାତ୍ରା ପାଇଁମାନେ ନାହିଁ ଲୌକିକତା ବାଡ଼,ସାମାଜିକ ‘ନାହିଁ’ ନାହିଁଧାର୍ମିକର ଭାଙ୍ଗର ନିଗଡ଼ !!‘ଚିରାଚାର’ ମାନେ ନାହିଁ,ଜାଣେ ନାହିଁ ଶାସନ ପରର,ମୋହରି ଜୀବନେ ପଥେସଂସାରର ନାହିଁ ଅଧିକାର !!ଲୌକିକ “ବାହାବା”ଶିରେଘୃଣା ଭରେ ପଦଟି ମୋ ଥୁଏଁ,ଯୌନପୁନିକତା ସୀମାଦୁନିଆରେ ଫିଙ୍ଗି ମୁଁ ଆଗାଏ !!ମୋ’ ବିଚାରେ ମୁହିଁ ଆଗମୋହ ପଛେ ପଡ଼ୁ ସେ’ ଧରଣୀ,ତେଣୁ ହିଁ ପଥର କିଛି ବାଧା ବିଘ୍ନନ ପାରୁଛି ଗଣି !!ମୋ’ ସୃଷ୍ଠିର ମୁଁ ସମ୍ରାଟ,ମୋର ଇଚ୍ଛା ଆପଣା ଆଦର୍ଶ,ଉଗ୍ର ମୋ’ ମାନବତ୍ୱରପରାଜୟ ନ ଲିହିବି ଲେଶ !!ଯୌବନମିଛ ତ କହିଲି –ସେଦିନ ବନ୍ଧୁ ହେ ଯାହା ତୁମ କୁଞ୍ଜେ ବାସର ରଚିଲି --ବାସନ୍ତୀର ମଧୁ- ଲଗ୍ନେ, ଫୁଲ – ହାସେ ଆପଣେ ବିହ୍ୱଳି,ହୃଦୟର ଅର୍ଘ୍ୟ ଭରି ତୁମ ପୁରେ ଜାଳିଲି ଦିପାଳୀ ।ପୁଷ୍ପ- ତଳ୍ପେ—ଜ୍ୟୋତ୍ସ୍ନା – ରାସେ – ମଳୟର ମୃଦୁଳ ହିଲ୍ଲୋଳେ,କରିଲି ଯେ “ଅଙ୍ଗୀକାର” ରଜନୀର ନିଘଞ୍ଚ ନିରୋଳେ –ରଚିଲି ଯେ ‘ପ୍ରେମର କବିତା’ –ସ୍ମୃତି ଆଜି ତିଳେ ନାହିଁ ମିଥ୍ୟା କିବା ତାହା ବାସ୍ତବତା !!ଜୀବନର ରିକ୍ତ ବ୍ୟଥା ଖାଲି ହୁଏ ଛଟପଟ,ପ୍ରାଣୀର ମନ୍ଦିରେ କ୍ଷୀଣେ ବାଜି ଉଠେ ତାହାରି ସଂଗୀତ !
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାହାରି ଗୋ ଅପମାନ – ତାହାରି ଯେ ନିଷ୍ଠୁର ଲାଞ୍ଛନା,
ଦୁନିଆର ନିର୍ଯ୍ୟାତନ ପ୍ରାଣେ ମୋର ଜଗାଏ ଯାତନା !!
ତେଣୁ ଆଗୋ ମୂକ ମୁଁ ବଧୀର –
ଜୀର୍ଣ୍ଣ ସେ’ କୁଟିରେ କେବେ ଗୁଞ୍ଜରେ କି ପୁରବୀର ସ୍ୱର ?
ନିଃସ୍ୱର ଜଡ଼ତ ଶ୍ୱାସ – ପିଡ଼ୀତର ଆର୍ତ୍ତ ହାହାକାର –
ରକ୍ତର ଉଜ୍ୱଳେ ଯହିଁ ସ୍ମୃତିକୋଷେ ପ୍ରଜ୍ୱଳିତ ମୋର –
ତହୁଁ ଆଗୋ ତୁମ ନାମ ରାଣି –
ନିଷ୍ପ୍ରଭତା ପରାଜୟେ କାହିଁ କେବୁ ନେଲାଣି ମେଲାଣି !
କଣ୍ଟକିତ ବନ ପଥେ ତୁମର ଗୋ’ ଚାରୁ ପଦ-ଚିହ୍ନ,
ଫୁଲ ଆସ୍ତରଣେ ନୋହେ ତାହା ପରା ଋକ୍ଷ ଶମସାନ !!
ଦିନକର ସତ୍ୟ ଯାହା ଆଜି ତାହା ଚିର ଅବିଶ୍ୱାସ,
ଦିନକର ଗର୍ବ ପୁଣି ଆଜି ମହା ଅପମାନେ ହ୍ରାସ ।
ହୁଏତ ବା ହୋଇପାରେ ତୁମ କଥା ସତ୍ୟରେ ଗଣନ,
ଜୀବନର କେଉଁ ଯୋଗେ କାଟିଥିଲି ତୁମ ସାଥେ ଦିନ –
କେତକୀର ଅଗ୍ରମୁନ – ଗୋରଚନା ଲେପପାତ୍ରେ ଦଳି –
ହୁଏ ତ ମୁଁ ଆଙ୍କିଥିଲି ତୁମ ନାମ “ସ୍ମୃତିର ସଂଙ୍ଖାଳୀ “
ମାତ୍ର ଆଜି, ଅସ୍ୱୀକାର ମୋର –
ତେବେ ସେ ସ୍ମୃତିରେ କହି କିବା ଲୋଡ଼ା କିବା ଅଧିକାର ?
ମୋତେ ତ ଡାକୁଛି ତେଣୁ ରୁଗ୍ଣଶିଶୁ ପଳିତ କଙ୍କାଳ,
ଦୈନ୍ୟର କାତର ବ୍ୟଥା ମୋର ପରା ଆକର୍ଷଇ କର,
ନିଃସ୍ୱ ତା’ ଦୁର୍ବଳ କଂଠେ ମୋର ଲାଗି କାନ୍ଦି କାନ୍ଦି ମରେ,
ପୀଡ଼ିତ ଆହତ ସ୍ୱରେ ମୋର ନାମ ଉଚ୍ଚାରଣ କରେ !
ଶୋଷିତ ମୋ’ ମୁଖ ଚାହିଁ ବାରମ୍ବାର ଗଡ଼ାଉଛି ଲୁହ,
ଏ ସବୁର ପ୍ରତିରୋଧ କେମନ୍ତେ ବା କରିପାରେ କହ ?
ମୋତେ ତ ଡାକୁଛି ଆଗୋ ମଶାଣିର ପ୍ରଳୟ ଅନଳ,
ମରଣର ଲୌହ ହସ୍ତ ଦୃଢ଼େ ମୋର ଆକର୍ଷଇ ବାଳ ।
ମୋତେ ତ ଡାକୁଛି ମାଟି, ଶୁନ୍ୟନଭ ଛାଡ଼େ ମହାରଡ଼,
ମୋର ରୂପ ଖୋଜି ବୁଲେ ବାୟୁ, ବିଶ୍ୱ ରନ୍ଧ୍ରେ ରନ୍ଧ୍ରେ ଉଡ଼ !
ମୋତେ ଲୋଡ଼େ ବନଗିରି, ଲୋଡ଼େ ପୁଣି ନଦୀ ଉପତ୍ୟକା,
ପୃଥ୍ୱୀ ତଳେ, ଗିରି ଶୃଙ୍ଗେ ମୋର ପୁଣି ପଡ଼ିଅଛି ଡକା !
ମୋତେ ଚାହେଁ ଝଡ଼ ବୃଷ୍ଟି, ଚାହେଁ ପୁଣି ରୁଦ୍ର ଘଡ଼ଘଡ଼ି,
ଜ୍ରୋଷ୍ଠ ତତଲା ଝାଞ୍ଜି ମୋ’ ଅଙ୍ଗନେ ମରେ କାନ୍ଦି ଗଡ଼ି !
ଶୀତର ଶୀକର ଚାହେଁ – ବସନ୍ତ ତ ଚାହେଁନାହିଁ ମୋତେ,
ଏହିତ ମୋ ଜୟ ଟୀକା, ଏହି ମୋର ସଫଳତା ସତେ !
ମୋତେ ଚାହିଁ ଧ୍ୱଂସ ପୁଣି ଚାହିଁ ମୋତେ ସୃଜନର ଲୀଳା,
ମୁହିଁ ମହାକାଳ ପୁଣି, ମୋ ଭବନ ସୃଷ୍ଟି ଶିଳ୍ପ – ଶାଳା ! !
ମୁହିଁ ଅଟେ ବଂଶୀ ତାର, ମୋହସ୍ୱରେ ସୃଷ୍ଟିର ରାଗିଣୀ .....
ମହାକାଳ ଶିଙ୍ଗା ମୁହିଁ, ମୋ’ ଫୁତ୍କାରେ ମୃତ୍ୟୁ ମହାବାଣୀ ! !
ପ୍ରଳୟର ଅଗ୍ର ଦୂତ ଅଟେ ପୁଣି ସୃଷ୍ଟି ନଟରାଜ –
ଅଗ୍ନି, ପୁଣି ଶୀକର ମୁଁ, ମୋହ ତୁଲେ ପୃଥିବାକି ହେଜ !
ତେଣୁ ଆଗୋ ‘କମଳ-କୁମାରି’ –
ପୁଷ୍ପର କୋମଳ ସୁତ୍ରେ ମୋତେ ଆଉ ନପାରିବ ଧରି !
ଗୋଲାପଟି ତୁମେ ରଖ କଣ୍ଟା ତୋଳି ଦିଅ ମମ କରେ,
ଚନ୍ଦନର ଚିତ୍ର ପୋଛି ରକ୍ତ ଟିକା ଦିଅ ପ୍ରେମ ଭରେ !
ଆଉ ନୁହଁ ମୁଁ ଗୋ ଚିତ୍ରକର –
‘କମଳ- ବିଳାସୀ ‘ବୋଲି କବି, ବାରେ ନାମ ମୋ’ ନ ଧର !
ରସଜ୍ଞ ତ ନୋହେ ଆଜି, ଖାଲି ମୁହିଁ କଂସେଇ କେବଳ,
ସଙ୍ଗୀତ ନମୋ ହୃଦେ ନାହିଁ, ଅଛି ମାତ୍ର ବେଦନାର ରୋଳ !
ହସ୍ତ ଛାଡ଼ ତେଣୁ ଗୋ ସୁନ୍ଦରି –
ପ୍ରଳୟର ସେ’ କମ୍ପନେ ନାହିଁପାରେ ଆଉ ଥୟ ଧରି !
ବାହୁନି ଲୋଡ଼ଇ ମୋତେ ରେଙ୍ଗାମର କୁଲିର ରମଣୀ,
ରୁଗ୍ଣ ଶିଶୁ କାନ୍ଦି ଉଠେ କ୍ଷତେ ତାର କୃମି ଦଂଶିବେଣି;
ନିରନ୍ନ ଶ୍ରମିକ ମେଳେ ମୋ’ ଅଭାବେ ପଡ଼େ ତୀବ୍ର ହୁରି,
କଳର ମାଲିକ କ୍ରୋଧେ ମୋ’ ଉପରେ ଦାନ୍ତ ହୁଏ ଝୁଣି !
ସର୍ବହରା ହାହାକାର ମୋତେ କିବା ଇଙ୍ଗିତ କରଇ,
ନିର୍ଯାତିତ ଖରଶ୍ୱାସ କାନେ ମୋର କିବା ଯାଏ କହି !
ଚଟକଳ ଶିଶୁ କୁଲି ସକରୁଣ ଜଳ ଜଳ ଦୃଷ୍ଟି,
ଏ ସବୁର ବିଭୀଷିକା – ତିଳେ ମୁହିଁ ପାରିବି କି ତିଷ୍ଠି ?
ନିଘଞ୍ଚ କାନନ କୋଳେ ଅନାଥିନୀ ଆର୍ତ୍ତ ହାହାକାର,
ମନୁଷ୍ୟତା ଯହିଁ ଖାଲି ଶାସକର ବିଳାସ ସମ୍ଭାର ! !
ଉଆସର ତୁଙ୍ଗ ଶିଖା ମୋତେ କିବା ନିର୍ଦ୍ଦେଶ କରଇ,
ଇଟାର ନିର୍ଜୀବ ବକ୍ଷେ ମୁହିଁ କାର କ୍ରନ୍ଦନ ଶୁଣଇ !
ଶୁନ୍ୟ ଏ କୁଟିର କହେ ମୋ’ର କାନେ ଶତ ଅତ୍ୟାଚାର,
ନଦୀର ଗହ୍ୱର ବୋଲେ ଲାଞ୍ଛନାର ମୁହିଁ ଗୋ କବର !!!
ମନୁଷ୍ୟର ବର୍ବରତା – ମନୁଷ୍ୟର ବିଭିତ୍ସ ବିଳାସ –
ଆଜି ଏ ନଗର ଚୂଡ଼େ ତୋଳିଛି ଯେ ନଭସ୍ପର୍ଶୀ ଶିଖ,
ନିଷ୍ପ୍ରଭ ଏ କୁଶରାଜି ଜୀର୍ଣ୍ଣ କେହି ଅବା ଭଗ୍ନ ପ୍ରାୟ,
ସବୁରି ବିଭ୍ରାଟ ଲୋଟି ମନୁଷ୍ୟର ଏ କି ଶେଷ ହାୟ !
ଏ ବାୟୁର ପରମାଣୁ କହେ ମୋତେ କୁତ୍ସିତ କାହାଣୀ,
ହୃଦୟର ରନ୍ଧ୍ରେ ରନ୍ଧ୍ରେ ଜାଗେ ତେଣୁ ତାର ପ୍ରତିବାଣୀ ! !
ଯାତ୍ରା ତେଣୁ ଫାସି ଖୁଣ୍ଟ ଦିଗେ –
ଯୌବନର ଶେଷ ସ୍ନେହ ରାଣି ଆଜି ଘେନ ମୋ’ ସରାଗେ !
ଜୀବନର ଶେଷ ଯାମେ ନେତ୍ରେ ତବ ଜଳଧାର ଦେହି,
ସଫଳତା ଏହି ମୋର ଜୀବନର ଶ୍ରେଷ୍ଠ ଅର୍ଘ୍ୟ ସଖି ! !
ଅଭିଯାତ୍ରୀ –
ତୁମେ ସିନା ଦେଖ, ଶୟନେ ସ୍ୱପନେ
ସୁନ୍ଦରୀ ଷୋଡ଼ଶୀ ମଧୁ-ଶୋଭା,
ମୁଁ ଦେଖେ କଙ୍କାଳ-ମାଳିନୀ ମାଆର
ଲୋତକାର୍ତ୍ର ମୁଖ ମ୍ଳାନ-ଆଭା ।
ତୁମକାନେ ସିନା ବାଜେ ଅହରହ
ନୂପୁର-ନିକ୍ୱଣ ତରୁଣୀର,
ମୋହ କାନେ ବାଜେ ଯୁଗ-ବିପ୍ଲବୀର
ଅଟ୍ଟହାସ୍ୟ-ଅସ୍ତ୍ର ଝଣତ୍କାର ।
ତୁମ ପାଇଁ ତବ କାମିନୀ ସାଜିଛି
ହୃଦୟେ ପ୍ରେମର ପୁଷ୍ପ-ଦୋଳି,
ମୋ’ ପାଇଁ ଶତ୍ରୁର ନିର୍ଜନ ଶ୍ମଶାନେ
ଚଣ୍ଡିକା-ମନ୍ଦିର-ଅରଗଳି !!
ତୁମକୁ ଡାକଇ ନନ୍ଦନ-କାନନୁଁ
ପାରିଜାତ ମଳୟର ବାତେ,
ମୋ’ ପାଶେ ପେଶଇ ଅଭିଯାନ ବାଣୀ
ମହାକାଳ-ଦୂତ ଝଂଜା ହାତେ ।
ତୁମ ପାଇଁ ସଜା ତୁଳିକାର ଶେଯ
ଫୁଲ ଆସ୍ତରଣ ତଥିପର,
ରାଜପୁତନାର ତପତ ବକ୍ଷରେ
ନାଚିବାକୁ ମୋର ଅଭିସାର ।
ତୁମ ଆଗେ ଘୋଷେ ନିକୁଂଜ- ଶାରିକା
ଦର ବିରହିଣୀ ପ୍ରିୟାନାମ,
ମୋତେ ଡାକି କହେ ପିଞ୍ଜରା- ବନ୍ଦିନୀ
ଜନନୀ, “ବାବୁ କି’ ତୁ ଅଧମ “ !
ଆଷାଢ଼ ନିଶୀଥେ ଝଂଜା- ବଜ୍ର ପାତେ
ହୃଦେ ତବ ଜାଗେ ପ୍ରିୟା-ସ୍ମୃତି,
ମୁଁ ଭାବେ ଆଜିକି ସ୍ୱୟଂ ଧ୍ୱଂସକର୍ତ୍ତା
ହୁଁକାରି ମୋତେ ବା ଲୋଡ଼ୁଛନ୍ତି !
ପଉଷ ରାତିରେ ତୁମେ ସୁଖେ ଶୁଅ,
ପ୍ରଣୟୀ ତନ୍ୱୀକୁ କ୍ରୋଡ଼ କରି,
ମୁଁ ପହୁଡ଼େ ସଖା, ପ୍ରିୟ କରବାଳେ
ହୃଦୟେ ନିବିଡ଼େ ଯାକି ଧରି !
ମଳୟ-ଉଦ୍ୟାନୁଁ ଲୋଧ୍ରରେଣୁ ହରି
ତୁମେ ତୁମ ପ୍ରିୟା ଗଣ୍ଡେ ମାଖ,
(ମୋର) ତପ୍ତ ବୁକୁ ରକ୍ତେ ରଂଜାର ପ୍ରିୟଙ୍କୁ
ମୁଁ ବଢାଏଁ ମୋ’ ବସନ୍ତ ସୁଖ !
ରୌଦ୍ର ମଧ୍ୟାହ୍ନେ, ତପନ କିରଣେ
ତୁମେ ଡାକ, “ସଖା ! ମଲି, ମଲି’’
ମହାକାଳ ହସ୍ତେ ହସ୍ତ ଛନ୍ଦି ରଖି
ମୁଁ ତହିଁ ରଚଇ ବୀର- କେଳୀ !!
ଉଲ୍କା ଖସିଲେ, ବାତ୍ୟା କମ୍ପିଲେ
ହସିଲେ ଆଗ୍ନେୟ ଗର୍ଭ ଗିରି,
ତୁମ ପାଇଁ ଯାହା ଅଶାନ୍ତି- ନିଳୟ
ମୋହ ପାଇଁ ତା’ ଉତ୍ସବ- ପୁରୀ ! !
ବ୍ୟଗ୍ରତା –
ଛାଡ଼ ହସ୍ତ ଛାଡ଼ ସଖା ! ହୁଏଁ ଅସମ୍ଭାଳ,
ଆଉ ରଖି ନ ପାରିବ ଅନୁରୋଧ ତବ !
ଗର୍ଜିଲାଣି ଝଂଜା, ଶୁଭେ ଦମ୍ଭୋଳୀ- ନିନାଦ –
(ଦିଗ୍ବିଜୟ କାଳେ ମୋର ଫୁଟେ ଅବା ତୋପ )
ପଦତଳେ କମ୍ପେ ପୃଥ୍ୱୀ, ସମ୍ମୁଖ ସାଗରୁ—
ଫେନ- ପୁଞ୍ଜ ଚୂଡ଼େ ଧରି ମହା ଉର୍ମ୍ମିମାଳା –
ଆସନ୍ତି ଗରଜି ଦର୍ପେ ! ତଥିପରେ ଆସେ –
ସଧୀରେ ଦୋହଲି ରକ୍ତ ଧ୍ୱଜାରେ ଲାଂଛିତ –
ମୋ’ ଯାତ୍ରା ବୋଇତ !
ଶୁନ୍ୟ ଅଂକେ ନେବେ ମୋତେ ବରି !
ଯାଅ ଫେରି ଗୃହେ ପ୍ରିୟା ମୋର !
ଏ ଋଦ୍ର ତୋଫାନ ତୁମେ କରେ ବିଚଳିତ !
ତେଣେ ପଥ ଚାହିଁ ଚାହିଁ ବାତ୍ୟାୟନ ମୁଖୀ –
ସୁନ୍ଦରୀ ସୁରଙ୍ଗୀ ପ୍ରାଣ ଯିବଣି ଶିହରି—
ଏ ପ୍ରଳୟ ବୃଷ୍ଟି ପାତେ –
ତୁମ ବିନେ ସଖି !
ହେବେଣି ଅଧୀରା ଫେରି ଘେନି କୋଳେ ତା’ରେ –
ପାଉ ସେ ଆରାମ ! ଯାଅ ଭୁଲି ମୋହ ନାମ !
ଏ ଚୈତ୍ର- ଯାତ୍ରକୀ ଚଳୁ ଏବେ ନିଜପଥେ –
ଯଦି ପଡ଼େ ଜୈତ୍ର ଯୋଗ ... ଏ ମରତେ ଦେଖା !
ସୈତାନର ଡ଼ାକ –
ବଜ୍ର ଶିଙ୍ଗାରେ ଶୁଣାଇ ଦେଲେଣି
ମହାକାଳ ଦୂତ- ‘ଚେତରେ ସେନା ‘!
ସୃଷ୍ଟି ଥରାଇ ଭୂକମ୍ପନ ଛଳେ
ସୁପ୍ତ ପରାଣେ ଦେଇ ଚେତନା ।
ମେଘେ ଡମ୍ବୁରୁ ଗୁଋ ଗୁଋ ବାଇ
ଉଲକାପୁଚ୍ଛେ ଲେଖି ବିପ୍ଲବ ମନ୍ତ୍ର,
ବାତ୍ୟା ଆଜିରେ ସେନାପତି ପଣେ
ଇତ୍ତେଜିତ ପ୍ରାଣେ କରଇ ନୃତ୍ୟ !
ରାତ୍ରିର ଚୂଡ଼େ ଉଡ଼ିଲାଣି ତେଣେ
ବିପ୍ଲବର ଦୀପ୍ତ ରକ୍ତାତ ବାନା
ଜାଗରେ ଜାଗରେ ନିଦ୍ରିତ ସୈନିକ
ରକ୍ତରେ ତୋର ଆଣ ଚେତନା !
ମଣିଷର ଶିଶୁ- ମଣିଷ ଡାକେରେ
ମଣିଷ କାମକୁ ହୁଅ ତିଆର,
ସ୍ୱାଧୀନ ତୋର ଉଗ୍ର ପ୍ରକୃତି
ଜଡ଼ତା ବନ୍ଧନୁ ମୁକତ କର ।
ମଣିଷ ପ୍ରାଣର ମଣିଷ ରକ୍ତର
ମଣିଷ ପରିରେ ବଂଚିବା ଦାବୀ,
ପ୍ରସ୍ତୁତ ହୁଅ ଅମୃତ ଶିଶୁରେ
ତୋ’ ଆକାଶ ଭାଲେ ରକ୍ତ ରବି !
ଉତ୍କର୍ଣ୍ଣ ହୋଇ ଶୁଣରେ ଦଳିତ
ତୋ’ ଡାକେ ଉଛୁଳେ ସାରା ଜଗତ,
ତୋ’ ପିଷ୍ଟ ସତ୍ତାର କରୁଣ କ୍ରଦନେ
ପ୍ରତିଧ୍ୱନି ଦିଏ ନିଖିଳ ଚିତ୍ତ !
ଧରଣୀର ଯେତେ ଦୈନ୍ୟ ଯାତନା
କଳୁଷ ପେଷଣ କଷଣ ରାଜି –
‘ଥିଲା’ ମଣିଷର ଶତ ମନ ପାଞ୍ଚ
‘ନଥିଲା-ପ୍ରାଣର ନୀରବ – ରାଜି ! !
ଶତାଦ୍ଦୀ ପାହିଛି ମ୍ଳାନ ଲଭିବ
ସବଳର ଲୌହ ଆଇନ୍ ଗାର;
ଶୁଣରେ ଗତାୟୁ ମହାଋଦ୍ର ବାଣୀ
ଅନ୍ତର ପ୍ରେତକୁ ଜାଗ୍ରତକର !
ଉଠରେ କ୍ଷୁଧିତ କ୍ରୁଦ୍ଧିତ ପ୍ରେତ
ମଣିଷ ମଡ଼ାର ଅନ୍ଧାର ତଳୁ,
ଆସରେ ରଚିବା ଅଭିଯାନ ଆମ ....
ଶବ୍ଦେ ଥରାଇ ଅଚଳ ମେରୁ !
ଆସରେ ମୋର ସୈତାନ ଭାଇଏ
ଦେବତା ଦେଶକୁ ଦେବାରେ ଧାଡ଼
ଚୁର୍ଣ୍ଣ କରିବା ଦେବତା କ୍ଷମତା
(ତାର) ପଦବୀ ମସ୍ତକ ପଦରେ ମାଡ଼ !
ଯେ ଦେଶ ଧନିକ ଦେବତା ବୋଲାଏ
ଶ୍ରମିକ ତାହାର ପୂଜାର ବଳି,
କ୍ଷମତାବନ୍ତର ଖର୍ପର ଯେ ଦେଶେ
ଅକିଞ୍ଚନ ରକ୍ତେ ପଡ଼େ ଚହଲି !
ଫରମାସ ମାନି ନୀତି ପୁରାଣର
ତସ୍କର ଯେ ଦେଶେ ବୋଲାଏ ରାଜା
ସେ ଦେଶକୁ ଆଜି ଆମର ଚଢ଼ାଉ
ସେ ଦେଶେ ବାଜିବ ଆମରି ବାଜା !
ଦୁର୍ବଳ ବୁକୁର ରୁଗ୍ଣ ଶୋଣିତେ
ଦୈତ୍ୟରସନା ନୋହେ ତୃପତ,
ଶୋଷକ ବୁକୁର ଠୁଳ ଗନ୍ତାଘରେ
ଭୈରବୀ ଆଜି ନାଚିବେ ଶତ !!
ମଣିଷ ବୁକୁର ମଦ୍ୟ ପିଇବେ
ମଣିଷ ମୁଣ୍ଡର ପାତ୍ରେ ଢାଳି,
ଦୈତ୍ୟ ତୃପ୍ତିରେ ନୃତ୍ୟ ରଚିବେ
ଦୈତ୍ୟ କୁତ୍ସିତ ବାସନା ଧରି !
ସୁରନାରୀ ପାଇଁ କଳହ ଆଜିରେ
ଦେବାଳୟ ହେବ ସୈତାନ ଖାନା,
ଦୈତ୍ୟ ମନର ପ୍ରତିହିଂସା ସାଧି
ହେବେ ଏ ପ୍ରାଣର ତୃପତି ସିନା !
ଗଣ –
ପୁଞ୍ଜିଭୁତ – ରାଷ୍ଟ୍ରଶକ୍ତି- ପଶୁମତି – ପୁଞ୍ଜିପତି ଧନାକାର କୋଣେ’
ଯାହାରେ ମାରିବା ପାଇଁ ଚେଷ୍ଟାକଲ ତା’ର ଆଜି ଅଭିଷେକ ଏଣେ !
ବୁର୍ଜୋୟାର କ୍ଷୁରଧାରେ ଯାର ଥରେ କାଟିନେଲ ଜିହ୍ୱା
ସମନ୍ତ ସାନ୍ଦନ ଚକ୍ରେ ଯାର ଅସ୍ଥି ଚୁରିଥିଲ ଆହା !
ସାମାଜିକ ପଦ- ବର୍ମେ ଯାରଦେହୁ ଉତାରିଲ ଚର୍ମ,
ଅଭିଜାତ ଅସିରେ ଯା’ ମାଂସଛେଦି କଲ ରେଣୁସମ !
ଶାଶକ ସଙ୍ଗିନ୍ ଭୁସି ବକ୍ଷୁ ଯାର ଅନ୍ତ୍ର ଓଟାରିଲ,
ମୁନିବର କୃପାଣରେ ଅଙ୍ଗକାଟି ବିକଳାଙ୍ଗ କଲ !
ଧର୍ମପତି ପଣେ ହୋଇ ଶ୍ୱାନ ଯା’ର ରୁଗ୍ଣଦେହୁ ଓଟାରିଲ ମାଂସ,
ଚକ୍ଷୁଖୋଳି ଭୁଞ୍ଜିବାକୁ ନୀତିଛଦ୍ମେ, ସାଜିଲି ବାୟସ ! !
ପୁରୋହିତ ଖର୍ପରରେ ଯାର ରକ୍ତ ନିଃଶୋଷି ଶୋଷିଲ,
ପୁଣ୍ୟ ଆଉ ଶୌରପଣେ କୀଟସମ ଯା ମାଂସ ଦଂଶିଲ,
ଯାହାର ହାସ୍ୟର ଲାଗି ଜଗାଇଲ ଦୁର୍ବାର ସଇନ,
ଯାହାର ଜୀବନ ସ୍ଫୁର୍ତ୍ତି ଶୋଷିନେଲା ବେୟନେଟ୍ ମୁନ !!
ଯାହାର ମଣିଷ ବୁକେ ଥରାଇଲା ତୋପର ଉଦ୍ମାର,
କମାଣ ଚମକେ ଯାର ବକ୍ଷୁ ପ୍ରାଣ କରିଲ ଅନ୍ତର!!
ନଳୀର ଗର୍ଜନେ ଯେଉଁ ମଣିଷକୁ ଗଢ଼ିଥିଲ ମାଛି,
ଆଜ୍ଞ—ତାର ପ୍ରାଣେ କରି କୌଶଳରେ ଭୂତଭୟ ସୃଷ୍ଟି !
ମଣିଷକୁ ପଶୁକରି ସୃଜି ତବ ଅନ୍ଧାରୀ କୌଶଳ,
ଶୋଷଣବାଦର ଆଜି ଆସିଲାଣି ସମାଧିର କାଳ !!
ବୃଥା ଏ ସମାଜ ଆଉ ନୀତି ନାମେ ଫାନ୍ଦି କୂଟ ଜାଲ,
ଉର୍ଣ୍ଣନାଭ ସମ ତୁମେ, ମଣିଷକୁ ମାଛିରେ ଗଣିଲ !!
ଶତାଦ୍ଦୀ ଶତାଦ୍ଦୀ ଗଲା ତୁମେ ତାକୁ ପଶୁରେ ରଖିଛ,
ଆପଣା ଖିଆଲ ଲାଗି ତା’ର ମସାଲ ଜାଳିଛ .. !
ଆପଣା ମଉଜ୍ ଲାଗି- ଆପଣାର ସୌଖିନ୍ ବିଳାସେ –
ଯାହାକୁ ପିତୁଳା ତଳେ ଲେଖିଥିଲ ଜାଣିକି କିଏ ସେ ?
ଯାହାକୁ କାଷ୍ଠରେ ଗଣି ଭାବିଥିଲ ଜଡ଼ ପ୍ରାଣହୀନ,
ତାହାରି ଭିତରେ ଆଜି ମନୁଷ୍ୟତା ଛାଡ଼ିଛି ଗର୍ଜନ !!
ଯାହାକୁ ପାଷାଣ ବୁଝି ତାର ପରେ ଯାତ୍ରା ସମ୍ପାଦିଲ,
ତାହାରି ଅନ୍ତରୁ ଆଜି ଉଠେ ମନ୍ଦ୍ରେ ପ୍ରାଣ କୋଳାହଳ !!
ଉର୍ଦ୍ଧ୍ୱେଅଧେଃ, ଚତୁସ୍ଥଳେ, ଶୁନ୍ୟେ, ନଭେ, ପ୍ରତିରେଣୁ ଗର୍ଭେ,
ମନୁଷ୍ୟତା ଗର୍ଜିଉଠେ ପ୍ରଳୟର ଭୀଷଣ ଆହବେ !!
ମନୁଷ୍ୟର ଉପଦ୍ରବେ ସଂସାରର ନିଷ୍ଠୁର ସଂଗ୍ରାମେ,
ଯେ ସୈନିକ ମରିଥିଲା ଆଜି ସେହୁ ପ୍ରେତରୁପେ ଜନ୍ମେ !!
ଅନ୍ୟାୟର ଚକ୍ର ବ୍ୟୁହେ – ନିଃସହାୟ ନିରସ୍ତ୍ର – ଦୁର୍ବଳ,
ଯେଉଁ ଶିଶୁ ଦେଇଥିଲା ପ୍ରାଣ ଆଜି ମରି ସେ ଅମର !
ତାହାରି ସୈତାନ ଆଜି ତୋଳିଅଛି ଚୈତ୍ରର ନିଶାଣ,
ତାହାରି କବନ୍ଧ ଆଜି ମାଗିଅଛି “ଦେହି ଦେହି ରଣ ।’’
ସେହି ସେ ଦଳିତ ଆଜି ପିଟୁଅଛି ରଣର ମର୍ଦ୍ଦଳ,
ଶତାବାର ଛିନ୍ନକରି ଯାର ସତ୍ତା ବାୟୁରେ ମେଲିଲ !
ଯାହାର ହରିଛି ସର୍ବ ଶ୍ମଶାନର ପଞ୍ଜରାଟି ଛାଡ଼ି,
ସେହି ସେ ସର୍ବସ୍ୱ ହରା ଆଜି ଦିଏ ପ୍ରଳୟର ରଡ଼ି !
ରକ୍ତ ମାଂସ ନାହିଁ ତାର – ନାହିଁ ପୁଣି ଜୀବନ୍ତ ପ୍ରତିମା,
ତଥାପି ଦୈତ୍ୟର ବୀର୍ଯ୍ୟେ ବଞ୍ଚିଅଛି ତାହାରି ପ୍ରେତାତ୍ମା !!
ଯୁଦ୍ଧ ଆଜି ମାଗେ ଦର୍ପେ ସେହି --
ତାହାରି ଆହ୍ୱାନ ଶୁଭେ, ପଥ ଆଜ ହେ ବିଜୟା !!
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ