ଏ
୧୮୪୮–୧୯୧୮
- ସଂକଳନ: ଢଗମାଳିକା (ପ୍ରଥମ ଭାଗ)
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୭୨
- ସ୍ଥିତି
- ସାର୍ବଜନୀନ (Public domain)
ଏକେ ବାଇ, ତହିଁ ପାଳିନର ଗଞ୍ଜାଇ ଖାଇ ।ଏକେ ଖନ, ତହିଁ ଜାଡ଼ୁଆ ଗୋସେଁଇ ପରସନ୍ନ ।ଏକେ କାଳୀ, ଘେନିଛି କାଚ କୋଚିଳାମାଳୀ,ପିନ୍ଧିଅଛି ପୁଣି ନେଳିଆ ଶାଢ଼ି,ତହିଁରେ ହୋଇଛି ରାନ୍ଧଣାପାଳି ।ଏ ନିଆଁଲଗା ଘରେ ଉଁଆସ ନାହିଁ କି ସଂକ୍ରାନ୍ତି ନାହିଁ ।ଏଥର ତାକୁ ପୁଅବାର କେର ।ଏଥର ତାକୁ ପଞ୍ଚମ ବୃହସ୍ପତି ।ଏଥର ତାକୁ ଶନିସପ୍ତା ।ଏ ଗୋଟିଏ ଗୋବର ଗଣେଶ ।ଏକା ମାଘେ କି ଶୀତ ଯାଏ ।ଏହି ବାଟେ ଯାଉ କଥା ନ କହୁ, କଥା କି ମନୁଷ୍ୟ ଖାଇବ ।ରଙ୍ଗ ଟହ ଟହ ଶିମିଳିଫୁଲ ସବୁଦିନେ ଏ କି ରହିବ ।ଏଡ଼ିକି ଯୋଗ, କୁଣ୍ଡାଖାଇକି ନରସିଂହ ଭୋଗ ।ଏତେବେଳଯାଏ ବ୍ରହ୍ମାକୁ ଲିତାଏ ହୋଇ ନାହିଁ ।ଏଡ଼େ ମଲାରେ ତ ଦିଓଳି ଗରମ ।ଏଥର ବ୍ରାହ୍ମଣୀ ହାତକୁ ଅଡ଼ା ଗଲା ।ଏହି ମୁହଁକୁ କି ତତଲା ଭାତ ?ଏଡ଼େ ଗହୀରରେ ଚାଷ କି ?ଏ କେତେ କଡ଼ାରେ ଗଣ୍ଡାଏ କି ?ଏ ନାହାରେ ଗୋଡ଼େ, ସେ ନାହାରେ ଗୋଡ଼େ ।ଏକ ଆଖି ଆଖି ନୁହେଁ, ଏକ ସାକ୍ଷୀ, ସାକ୍ଷୀ ନୁହେଁ ।ଏଣେ ମାଇଲେ ବ୍ରହ୍ମହତ୍ୟା, ତେଣେ ମାଇଲେ ଗୋହତ୍ୟା ।ଏଘର ମାଉଷୀ, ସେ ଘର ପିଉଷୀ ।ଏଁଶ ଚାଷ ଘରେ ପଶୁ, ଆରବରଷରୁ ହାଡ଼ି, ବାଉରି ଚଷୁ ।ଏ ପର୍ବରେ ସେ ପିଠା ନୁହେ ।ଏ ବର୍ଷ ମଳୁ ଆରବରଷକୁ ବୈଦ୍ୟ ।ଏ ହାତ ପାପ କି ସେ ହାତକୁ ଯାଏ ?ଏକା ହାତରେ କି ତାଳି ବାଜେ ?ଏକ କୁତା ଶଶୁର ଘରେ ଜ୍ୱାଇଁ ।ଏକ କୁତା ଭଉଣି ଘରେ ଭାଇ ।ଏକ କୁତା କୁତା ପାଳେ, ଏକ ପୁତା କୁତା ମାରେ ।ଏକରୁ ଦୁଇ ନାହିଁ, ଛିଡ଼ିଗଲେ ଗଇଁଣ୍ଠେଇବାକୁ ନାହିଁ ।ଏକା ନଇ ସହସ୍ରେ କ୍ରୋଶ ।ଏକାନରେ ପଶି ସେ କାନରେ ଗଲା ଏକା, ନର ପୀଡ଼ାପାଇଁ ।ଏହି ମନ ଯେବେ ପ୍ରସନ୍ନ ହୁଅଇ ଦିଅଇ ଅଭୟ ବର ।ଓଓହ୍ଲାଇଲା ହାଣ୍ଡି ଶୀତଳ ।ଓଟ ମୁହଁରେ ଜିରା ।ଓଲେଇ ଦରକଞ୍ଚା ଖାଏ, ଦୁଆର ବୁଲିଲେ ପୋଡ଼ିଯାଏ ।ଓଲୁଅ ତିଆରେ ବଣ ସାରୁକୁ , ତୋର ମୋର ଯିବ ବାହା ଘରକୁ ।ଓଢ଼ଣା ପଡ଼ଇ ନାକ ସରିକି, ତୁଣ୍ଡ ଶୁଭୁଥାଏ ଚଉପାଡ଼ିକି ।