ଦୁର୍ଗମ ଯାତ୍ରୀ — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିଧୂମ୍ର-ବିକଳ ଗିରି ପଦ ତଳ,ଅନଳ ରଚଇ ଖେଳ,ମଧ୍ୟ-ଗଗନେ ତପନ ବିରାଜେ,ନିର୍ଜନ ଖରାବେଳ;ଚାଲେ ସନ୍ନ୍ୟାସୀ ବାଟ,ଚଉଦିଗେ ଅବା ବହ୍ନି ଉଗାରି ଶଙ୍କର କରେ ନାଟ !ଗୁରୁଭାରାକୁଳ ସନ୍ନ୍ୟାସୀ ମୁଖଉଠେ ଭାବନାରେ ପୂରିଆଗେ ମରୀଚିକା, ଚରଣ ତଳରେ ଅନଳ ପାଲଟେ ଧୂଳି,ପଥ କାହିଁ, ପଥ କାହିଁ ?କ୍ଳାନ୍ତ ବିହଗ କୁଲାୟେ କହଇ ଦୂର ତରୁ କେଳେ ଥାଇ ।ବହେ ସନ ସନ ତପ୍ତ ପବନ, ଜନପଦ ଜନହୀନ;ସନ୍ନ୍ୟାସୀ ପଛେ ଚାଲଇ ଭକ୍ତ–ନରଳସ, ଉନ୍ମନ ।ପଛରୁ ଶୁଭିଲା ବାଣୀ–ଗରୁଦେବ, ପଦ କର ମନ୍ଥର, ପଥ ହେଉ ନାହିଁ ଜାଣି ।ବାରିହେଉନାହିଁ ଦୂର ତରୁ ସୀମା, ଏ ତ ନୁହେଁ ପରିଚିତଦିଗ୍ବଳୟର ମସୀରେଖା ପାରେ କାହିଁ ସେ ଲକ୍ଷ୍ୟପଥ ।ଦିବସର ଅବସାନେଛାଇ ପାଲଟିବ, ଏଇ ଦେଖ ଦୂରେ ଜଳଦ ଈଶାନ କୋଣେ ।ନାଚିଉଠେ ଦେଖ ଧୂର୍ଜ୍ଜଟି ସମ ଚପଲ ଝଞ୍ଜାବାୟୁସଂଯୋଗ ନଈ ତୀର ତରୁରେଖା ବାରି ହେଉ ନାଇଁ ଆଉ,ବିପ୍ଲବ ଉଠେ ଏ ଯେ !ଶୁଣାଅଛି ଏଠି ଅଦିନ ବର୍ଷା ପ୍ରାଣ ସଙ୍କଟସୃଜେ ।ଧରା, ଗିରି, ନଭ ଥରି ଏ ଘୂର୍ଣ୍ଣ ମାତିଉଠେ କ୍ଷଣୁ କ୍ଷଣୁ,ଧୂଳି-ଧୂସରିତ ଧରଣୀ ବୁକୁରେ ବର୍ଷାର ଅଭିଯାନ !ବଦନ ଉଠାଇ ଧୀରେଗୁରୁଗମ୍ଭୀରେ କହେ ସନ୍ନ୍ୟାସୀ–ଯାତ୍ରୀ ତୁ ଡର ନା ରେ !କ୍ଷୀଣ ଜଳଧର ବିପୁଳ ବେଗରେ ତପନ କରିବ ଗ୍ରାସଆମରି ଯାତ୍ରାପଥରେ ଏ ସିନା ଭାଗ୍ୟର ପରିହାସ !ପଥ ବଡ଼ ଦୁର୍ଗମଭଜି ନ ପାରିଲେ କଥା ଅଛି ପରା ଭାଜନ୍ତି ଯୋଗିଜନ !ଦୁଇଟି ଯାତ୍ରୀ ଏଡ଼ାଇ ଝଞ୍ଜା, ପଡ଼ିଲେ ଭୂତଳେ ଶୋଇଝଡ଼ ଚାଲିଗଲା ଗଉର ତନୁରେ ମାଟି ଗୋଡ଼ି ବାରି ନୋହିଅଶନି ବାଜିଲା କାନେ,ଚମକି ଉଠିଲା ଧରା ଅମ୍ବରେ ବିପ୍ଲବ ଅଭିଯାନେ !ରବି ନ ବୁଡୁଣୁ ବାରୁଣୀ ଶିଖର, ନ ଆସୁ ଅନ୍ଧକାରମେଘ ଚାଲିଗଲା ମେଘର ବାଟରେ, ପବନ ହୋଇଲା ଥିର,ବନ ଗିରି ଜନପଦମନେ ହେଲା ଅବା ପାଲଟି ଯାଇଚି ଶନ୍ତିର ଆସ୍ପଦ !ଉଠି ତଳୁ, ଶିଳା ପରେ ହୋଇ ଉଭା ସନ୍ନ୍ୟାସୀ ଯୋଗିବରକୁଞ୍ଚିତ କରି ଭୂରୁ, ଗୁରୁବାଣୀ ଭାଷିଲେ–ବତ୍ସ ମୋର,ଏ ଜାତି ଯାତ୍ରାପଥେକେତେ ଘନଘଟା, କେତେ ସଂକଟ ଦେଖାଦେବ ଏଇମତେ ।ତିଳ ତିଳ କରି ଜୀବନ ଥରିବ, ଝରିବ ଅଶ୍ରୁରାଶି,ଅକାଳେ, ଅଦିନେ ଯାତ୍ରା ଲଗନେ ବଜ୍ର ପଡ଼ିବ ଆସିଭ୍ରୂକୁଟି ଦେଖାଇ କାଳଜାଗରିତ କେତେ ଯାତ୍ରୀ ପଥରେ ଜାଳିବ ପ୍ରଳୟାନଳ !
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
କେତେ ଯେ ଆସିବେ, ଅବାଟେ ପଶିବେ ଶିଖି–ମନାଇର ଦଳ,
ସେ ଗୁରୁ ଧକ୍କା ସହିବାକୁ ଖାଲି ଲୋଡ଼ାଟି ଆତ୍ମବଳ,
ଜାତିର ପତାକା ଧରି
ଲୁଟି କରି ନେବେ ଏ ଜାତି ଧର୍ମ, ଦିବସେ କରିବେ ଚୋରି !
ମହା ମିଥ୍ୟାର ଜାଲ ଛନ୍ଦିବେ ମହୀରାବଣା ବେଶେ,
ସିଂହବେଶରେ ଶୃଗାଳ ବାହିନୀ ବୁଲିବେ ସିଂହଦେଶେ,
ଦେଖେ ମୁଁ ଏ କାଳ ତୀରେ
ଜନଗଣ ମନ ଜାଗିବ ରେ ଦିନେ ନିବିଡ଼ ଅନ୍ଧକାରେ ।
ଏଭଳି ଆସିବ ଗୁରୁ ପରୀକ୍ଷା, ଏଭଳି ହସିବ ରବି,
ଦୂର କାଳ-କାଳେ ଦେଖୁଚି ଏବେ ମୁଁ ସିଂହଭୂମିର ଛବି,
ଶିଖିମନାଇର ଦଳ
ଉଠିବେ, ଲୁଚିବେ, ଉଜ୍ଜ୍ୱଳ ହେବ ମୋ ଜନନୀ ଉତ୍କଳ !
(ସିଂହଭୂମିର ପାହାଡ଼ିଆ ଅଞ୍ଚଳରେ ବେଳେବେଳେ ଅଦିନ ବର୍ଷା ହୁଏ, ବଜ୍ର ମାରେ, ଝଡ଼ତୋଫାନ ଦେଖାଯାଏ । ସିଂହଭୂମିରେ କାମ କରୁଥିବା ସମୟରେ ଉତ୍କଳମଣି ଗୋପବନ୍ଧୁଙ୍କ ସହିତ ପଣ୍ଡିତ ଗୋଦାବରୀଶ ଏହିପରି ଝଡ଼ତୋଫାନବେଳେ ଉଚ୍ଚ ହୁଡ଼ାତଳେ ଶୋଇରହି ବିପଦରୁ ରକ୍ଷାପାଇଥିଲେ ।)
କିମିତି ସହର ?ବାବୁ ! ମତେ ତମେ ସହର କଥାଟି କହଦେଖିନି ନୟନେ, ବିଚାରଇ ଅହରହ ।ଦୁଇ ସାଇ, କୂଅ, ପୋଖରୀ, ଦେଉଳ, ବିଲ,ଅଛିଟି କି ମୋତେ ବୋଲ ।ଅଛି କି ଦୋକାନ ଆମ ଗାଁ ଦୋକାନ ପରି,ଜିରା, ତେଲ, ମେଥି, ହଳଦି, ମରିଚ ଭରି,ଭିଡ଼ କି ହୁଅଇ ସେ ଦୋକାନେ ବେଳବୁଡ଼େକାରବାର ହେଲାବେଳେ ।ସାହୁକାର ଆମ ‘ବିନା’ ସାହୁକାର ଭଳିଦେଖିଚ କି ବାବୁ ସହରେ ଲୋକ ଦି’ଚାରି,ଗରଜନ କରି କରଜ ଦିଅନ୍ତି ଡାକିପୁଅ ନାତି ନାଆଁ ଲେଖି ।ସକାଳ ଗଉଡ଼ ଫିଟାଇନିଏ କି ଗାଈ ।ବାଟଘାଟ ନିକି ଧୂଳିରେ ହୁଅଇ ଛାଇ,କଇଁଫୁଲ, କାଳି, କସରା, ଓଲେଇ କହି–ଓଡ଼ାଏ ଗଉଡ଼ ଗାଈ ?ପିଠିରେ ଧୋବଣୀ ଲୁଗା-ପରବତ ଧରିଯାଏ କି ତୋଠକୁ ଗତି ମନ୍ଥର କରି ?କୁହାଟ ଶୁଭେ କି ନିର୍ଜନ ତୋଟା ମାଳେତୋଠେ ସେ କାଚିଲାବେଳେ ।ସକାଳୁ ଗାଧୋଇଯା’ନ୍ତି କି କୁଳବୋହୂଖରା ପଡ଼ି ଧରା ସଫା ନିରିମଳ ନୋହୁ,ଓଦା ବସନରେ ଫେରି ଆସନ୍ତି ଘରେବହି ପାଣି ଗରେ ଗରେ ?ଦିନ ଦି’ପହରେ ବାଡ଼ି କୂଅ ମୂଳେ ବସିକଥା ପକାନ୍ତି ସହରର ମଦାଳସୀ ?କାଚରା ଆସିଲେ ବିଚାର ନ କରି କିଛିକାଚ ନିଅନ୍ତି ବାଛି ?ସେଠି କି ରହିଚି ଚାଳକୁ ଚାଳ ହେ ଲାଗି,ଛନ୍ତି କି ତହିଁ ଯେତେକ ଦୁଃଖଭାରୀ ?ଏ ଭଳି ବରଷା ସହରେ କି ହୁଏ ଖାଲି,କାଦୁଏ ନ ହୁଏ ଚାଲି ?ପାଣିରେ ତିନ୍ତି ଖରାରେ ଜଳାଇ ଦେହଆମ ପରି ସେଠି ’ଛନ୍ତି କି ଲୋକ କହ ?ବସି ବେଳବୁଡ଼େ ବିଚାରନ୍ତି କି ସତେକି ଭଳି ଜଗିବେ କ୍ଷେତେ ?କୋଠ ଭୋଗରାଗ ହୁଏ କି ସହରମୟବାଡ଼ି ମଡ଼କରେ ପାଠ କୀର୍ତ୍ତନ ସହ ?ଭାଇ, ନନା, କକା କିଏ କି କାହାକୁ ଡାକେବିପଦ ପଡ଼ିଲେ ପାଖେ ?
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ