ଦୁଇଟି ସାଇ
୧୮୯୮–୧୯୬୫
- ସଂକଳନ: ପାହାଚ ତଳର ଘାଷ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୪୦
- ସ୍ଥିତି
- ସାର୍ବଜନୀନ (Public domain)
ଏକଇ ଗାଏଁ ସେ ଦୁଇଟି କୁଟୀର ଥିଲା,ଦୁଇଟି କୁଟୀରେ ଦୁଇଟି ସେ ସାଇ ଗଡ଼ା,ଏକଇ କୁଟୀର ଜଣାଣ ହୋଇଲେ ବୋଲାଆନଟିରେ ହୁଏ ଗୀତା, ଭାଗବତ ପଢ଼ା ।୧।ଗୋଟିଏ କୁଟୀର ବେଦନା ଉଠିଲେ ବୁକେ,ଆନ ପୁରବାସୀ ଲୋଚନ ଲୋତକ ଦିଶେ,ଏ ଘରେ ଉଠିଲେ ମଧୁର ହାସ୍ୟ ମୁଖେକମ୍ପନ ତାର ଆନ ଘରେ ପରକାଶେ ।୨।ଏ ଘର ବାସନ ବ୍ୟଞ୍ଜନେ ହେଲେ ଭରାସେ ଘର ଭୋଜନେ ଅଭାବ ନ ଥାଏ ତିଳେ,ଏ ଘରୁ ତୁଟିଲେ ଦୁଃଖ-ଦୁର୍ଦ୍ଦଶା ଭାରାସେ ପୁରା ପରାଣୀ ମାନସେ ଶାନ୍ତି ମିଳେ ।୩।କେତେ ଯେ ବରଷ ଗଲାଣି ସେ ଦିନୁ ବହିକେତେ ତରୁ ଉଠି ଭୂଇଁରେ ଗଲେଣି ମିଶି,ଦୁଇଟି କୁଟୀର ଥାନାରେ ଦୁଇଟି ସାଇ,ଶହୁଁ ଅଧା ଘର ମଥା ଟେକିଲେଣି ଆସି ।୪।ଦୁଇଟି ଗାଆଁରେ ଦୁଇଟି ବାହିନୀପତି,ଦୁଇ ମକଦ୍ଦମ, ଦୁଇ ସରବରାକାର,ଜଣେ ଯେବେ ଆସେ ମକଦ୍ଦମା ତାର ଜିତି,ଆନ କହେ କାଲି ସାରିଦେବି ତାର ଘର ।୫।ସେଇ ଗାଆଁ–ଏବେ ସେଇ ତ କୁମାରପୁରଦୁଇଟି କୁଟୀର ନାହିଁ ସେ କାହାଣୀ ଆଜି,କି କଥା ହୋଇଲା ! ଆପଣାକୁ କରି ପର,ମଫସଲ ଆଜି ପଡ଼ୁଛି ମନକୁ ଭାଜି ।୬।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର