ଦୁଃଶାସନ ନାଗରିକ
୧୮୯୮–୧୯୬୫
- ସଂକଳନ: ବଙ୍କା ଓ ସିଧା
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୩୨
- ସ୍ଥିତି
- ସାର୍ବଜନୀନ (Public domain)
ତୁମକୁ କେ ରଖିଅଛି ବାନ୍ଧିରାଜନୀତି ପଣ୍ୟାଗାରେକେଉଁଠାରେ, ଖୋଜି ମରେ କାନ୍ଦି ।କାହିଁ ଅଛ ଦେଖାଦିଅଯାତ୍ରାପଥେ ପ୍ରଚୁର ରୂପରେଡ଼ାକେ ମଧ୍ୟବିତ୍ତ ମୁହିଁବେକ ରଖି ଶାସନ ଯୂପରେ ।ଚାକିରି -କପାଳେ ଜୁଟିଲା, ଦେଢ଼-ବରଷରେ ଦେଶଟା ବୁଲିମାସକୁ ସତୁରି, ଘରଭଡ଼ାଛାଡ଼ି ଚାକିରି କଲି ।ମାସେ ଚାରିଥର ଡାକବାଲାଯାଏ ଦୁଆରେ ଡାକି,ଚାରିଟା ଚିଠିରେ ଅନୁଭବେକା’ର ସଜଳ ଆଖି -ଆଜି ଲୁଗା ନାଇଁ, କାଲିଠୁକୁନିର ଚାଲିଚି ଝାଡ଼ା,ବହି ନାହିଁ ବୋଲି ବଡ଼ଝିଅରୁଷି ଛାଡ଼ିଲା ପଢ଼ା ।ଝଡ଼-ପବନରେ ବାଡ଼ିଘରଛାତ ଯାଇଚି ଉଡ଼ି,ବେଭାର ପଡ଼ିବ ଆଖି ବୁଜି -ଦେଲା ମାଉସୀ ବୁଢ଼ୀ ।ଆଗ ପଛ ଭାଳି ପରିବାରଧର ଛାଡ଼ିଲି ଘରରଇତ ହାତରେ ଛାଡ଼ିଦେଇଖାଲି ଛ’ମାଣ ବିଲ ।ଚାକିରି ଭିତରେ ଚାଉଳ-ମୁଠାକେ ନ ହେଉ ଭୋଗବିଚାରେ କାହାକୁ ଛାଡ଼ିବି ?ବିଲ ବା ଚାକିରି ଆଗ ?ଚାଷ -ଆଖି ବୁଜିଦେଲେ ଚାକିରି ଭିତରେକି ହେବ, ବିଚାର କଲିଚାକିରି ଛାଡ଼ି ମୁଁ ବିଲରେ ପଶିଲିତଳ ଉପରକୁ ଭାଳି ।ବଳଦ ହଳେକୁ ବିହନ ଖତରେହିସାବ କରି ମୁଁ ଦେଖେସାଉକାର ଘର କରଜା ପାଖକେବିଲର ଆଦାୟ ପାଖେ ।ଲୁଗା ବୋଲି ଯାକୁ ବରଣ କରିଲିତାକୁ ତ ନ ପାରେ ଫିଙ୍ଗିକୁଞ୍ଚକୁ ଊଣା, କଛାକୁ ନ ପାଏ,ହେଲା ତା’ ଶେଷରେ ଲୁଙ୍ଗି ।[ସେପ୍ଟେମ୍ବର-୧୯୬୧]ଦୀପଦାନବେଳେଲିଭି ଆସୁଥିବାବେଳେ ଦୀପଆଜି ଘୋର ଅନ୍ଧକାରେକି ଦୀପ କରିବି ଦାନପିତୃଗଣ, କହ କି ପ୍ରକାରେ ?ଲିଭୁଚି ସୀମାରେ ଦୀପ,ବାତ୍ୟା ଆସେ ଅଣଞ୍ଚାଶେ ବହିକି ଭଳି ଜାଳିବି ଦୀପତୁମ ପାଇଁ ଆକାଶକୁ ଚାହିଁ !
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର