ଦେବଦତ୍ତ-ବୁଦ୍ଧଦେବ — ବିଶ୍ୱନାଥ କର · ସ୍ୱର୍ଣ୍ଣଲିପିଗ୍ରୀଷ୍ମର ଏକ ଗୋଧୂଳି ଲଗନେ,କପିଳବାସ୍ତୁ ଊର୍ଦ୍ଧ୍ୱେ ସଘନେ,ଶାନ୍ତି, ସ୍ନିଗ୍ଧ ସୁନୀଳ ଗଗନେବିସ୍ତାର କରି ପକ୍ଷ ।ହଂସ-ଯୁଗଳ ଉତ୍ତରାପଥେ,ଯାତ୍ରା ବିରଚୁ ଥିଲେ ଅବିରତେ,ବର୍ଷୁକ ବାରିବାହ ଉପଗତେ,ମାନସରେ କରି ଲକ୍ଷ୍ୟ ।୧।ଗର୍ଭାଳସା ସେ ମରାଳୀ ମନ୍ଦ୍ର ସୁରେ,ପକ୍ଷ ହଲାଇ ପ୍ରିୟ ମରାଳର ଉରେ,ପୁଚ୍ଛିଲା, ‘‘କହ କହ ଆଉ କେତେଦୂରେ,ଘୁଞ୍ଚିବ ପଥ ଶ୍ରାନ୍ତିଦୀର୍ଘ ଏ ପଥ ଯାତ୍ରା ନ ପାରେ ସହି,ବକ୍ଷ ବେଦନା ନ ପାରେ ଆଉ ଗୋ କହି,ଅଜ୍ଞାତ ଭୟେ ଅନ୍ତର ହୁଏ ଦହି,ମାନସେ ମୋ ଜାଗେ ଭ୍ରାନ୍ତି’’ ।୨।ଉତ୍ତରିଲା ସେ ମରାଳ ପ୍ରଣୟ ଭରେ,‘‘ଅମ୍ବର ଶୋଭା ବିଲୋକ ସଜନି । ଥରେ,ଗ୍ରୀଷ୍ମ ସରିଲା, ବର୍ଷା ଆସିବ ଖରେ,ମାନସରେ ରଚି ବାସ ।ପକ୍ଷ ମେଲାଇ ଆସ ଗୋ ତୁରିତ,ସ୍ୱର୍ଣ୍ଣ କମଳେ ସେ ସର ପୂରିତ,ଦର୍ଶନେ ହେବ ଦୁଃଖ ଦୂରିତ,ବଞ୍ଚିବା ଚାରି ମାସ ।୩।ଜନ୍ମଭୂମି ସେ ଚିରବନ୍ଦ୍ୟ ଗୋ ଆମ,ଅଙ୍ଗେ ପରଶି ହେବା ଗୋ ପୂର୍ଣ୍ଣକାମ,ଦଣ୍ଡେ ମଣିବା ତହିଁ ଗୋ ସଜନି । ଯାମ,ଦର୍ଶନେ ସଖା, ମିତ୍ର ।ଅଭ୍ରପରଣୀ ହିମାଳୟର ସେ ଶୃଙ୍ଗ,ଶୁଭ୍ରବରଣ, ଉଜ୍ଜ୍ୱଳ ତଥା ତୁଙ୍ଗ,ସ୍ୱର୍ଣ୍ଣ କମଳ ବଦନ ଚୁମ୍ବେ ଭୃଙ୍ଗ,ମୁଗ୍ଧକର ସେ ଚିତ୍ର ।’’ ।୪।ମୃଦୁ ଆଶ୍ୱାସେ ମରାଳୀ ମରାଳ ସଙ୍ଗେ,ଯାତ୍ରା ଯେବେ ସେ ବିରଚଇ ନାନା ରଙ୍ଗେ,ତୀକ୍ଷଣ ସାୟକ ବିଦ୍ଧ ହେଲା ତା ଅଙ୍ଗେ,ପକ୍ଷ ତାହାର ସ୍ଥିର ।ଉଲ୍କା ପରାୟେ ଭୂତଳେ ପଡ଼ିଲା ଖସି,ଉଦ୍ୟାନେ ଯହିଁ ବୁଦ୍ଧ ଥିଲେକ ବସି,କୃତକାର୍ଯ୍ୟତା ଦେଖି ଆପଣାର ହସି,ସେ ଦେବଦତ୍ତ ବୀର ।୫।ସସ୍ମିତ ମୁଖେ, ହଂସୀ ପତନେ ଲକ୍ଷ୍ୟ,ଶର ସଂଧାନେ ପୁଲକି ଉଠେ ତା’ ବକ୍ଷ,ମଣେ ସେ ନିଜକୁ ବାଣ-ସଂଯୋଗେ ଦକ୍ଷ,ଚଣ୍ଡ ସେ ଦେବଦତ୍ତ ।ବୁଦ୍ଧ ସମୀପେ ମିଳିଲା ତୁରିତେ ଯାଇଁ,ପୁଚ୍ଛିଲା, ‘‘କୁହ ହଂସୀକୁ କାହିଁ ପାଇଁ,ଅଙ୍କେ ଧରିଛ କାହାର ଆଦେଶ ଭାଇ !’’ଗର୍ବେ ହୋଇଣ ମତ୍ତ ।୬।ହଂସୀର ଦେଖି ମରଣାନ୍ତକ ବ୍ୟଥା,
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ବୁଦ୍ଧଦେବର ଭାଜିଲା ତନ୍ମୟତା,
ବଜ୍ର କି ଅବା ଭେଦିଲା ତାଙ୍କ ମଥା,
ସହସା ଆବେଗ ଭରେ ।
ପୁଷ୍କରିଣୀର ସଲିଳ ତା ଦେହେ ସଞ୍ଚି,
ପଟ୍ଟବସନ ଅଞ୍ଚଳେ ଧୀରେ ବିଞ୍ଚି,
ପକ୍ଷୁଁ ତାହାର ରକ୍ତ ପ୍ରବାହ ମୁଞ୍ଚି,
ଆଶ୍ୱସି ନିଜ କରେ ।୭।
ଦର୍ଶନେ ତାହା ମରାଳ ମର୍ମାହତ,
ଚିତ୍କାର ଡାକେ କାନ୍ତାରେ ଅବିରତ,
ପକ୍ଷ ଲୋଟାଇ ଗ୍ରୀବାଦେଶ କରି ନତ,
ବୁଦ୍ଧ ଅନତିଦୂରେ ।
ଅଶ୍ରୁ ଝରଣା ଯାଏ ତା ନେତ୍ରେୁଁ ବହି,
କାନ୍ଦେ ଅଧୀରେ ମରାଳ ଲୋଟିଣ ମହୀ,
ମର୍ମ ବେଦନା ନ ହୁଏ ତାହାର କହି,
ବିଳପେ କରୁଣ ସୁରେ ।୮।
ଜଗବନ୍ଦନ, ଭବନନ୍ଦନ ବୁଦ୍ଧ,
ଦେବଦତ୍ତର ଉତ୍ତରେ ନୋହି କ୍ରୂଦ୍ଧ,
ଶାନ୍ତିରେ ଯା’ର ଅନ୍ତା ଚିର ଶୁଦ୍ଧ,
ପୁଚ୍ଛିଲେ ରାଜସୁତେ ।
‘‘ଶାନ୍ତି ଆଚରି ଶୁଣ ଭାଇ ଦେବଦତ୍ତ !
କାର୍ମୁକୀ ବୋଲି ନ ହୁଅ ଗର୍ବେ ମତ୍ତ,
ଅଜ୍ଞ ତୁମେ ହେ ଜାଣନି ଜୀବନ-ତତ୍ତ୍ୱ,
ବଞ୍ଚାଇ ପାର ମୃତେ ? ।୯।
ସୃଷ୍ଟି ଯାହାରେ ନ ପାରିବ ତୁମେ କର,
କିମ୍ପାଇ ନେବ ବାହୁବଳେ ତାକୁ ହରି,
ମୂର୍ଖ ଅଛି କେ ଏ ଜଗତେ ତୁମ ସରି,
ଶାନ୍ତି ଆଚର ଭାଇ !’’
ମୃଦୁ ଶିହରଣେ ହଂସୀ ମେଲାଇ ପକ୍ଷ,
ଏସନ ସମୟେ ପୁଲକିତ କରି ବକ୍ଷ,
ବୁଦ୍ଧ-ଉରସୁଁ ଅମ୍ବରେ କରି ଲକ୍ଷ୍ୟ,
ତ୍ରସ୍ତେ ରହିଲା ଚାହିଁ ।୧୦।
ବୃଦ୍ଧ ସହସା ଦେବଦତ୍ତରେ ଚାହିଁ,
ପୃଚ୍ଛିଲେ, ‘‘ସତେ, କ୍ଷୁବ୍ଧ ହେଲ କି ଭାଇ ।
ହଂସୀ ଏ ଦୁଃଖ ଲଭି ତ ଥିବ କାହିଁ,
କମ୍ପେନା ତୁମ ବକ୍ଷ ?
ଦେଖ ଏ ହଂସ ବିରହ-କରୁଣ-ସୁରେ,
ଅକୁହା, ଅଜଣା ଶଙ୍କା ବହିଣ ଉରେ,
ମର୍ମ ଫଟାଇ କାନ୍ଦେ ସେ ଶୋକାତୁରେ,
ଭ୍ରଷ୍ଟ ଯେଣୁ ତା ଲକ୍ଷ୍ୟ ।୧୧।
‘‘କ୍ଷତ୍ରିୟର ଏ ଅଟଇ ବଂଶ-ଧର୍ମ,
ଯୁଦ୍ଧ, ଶିକାର ସିନା ତା’ ନିତ୍ୟକର୍ମ,
ଜାଣନି କି ଭାଇ ! କ୍ଷତ୍ରିୟତ୍ୱର ମର୍ମ,
ନୁହେଁ ମୁଁ ଗର୍ବେ ମତ୍ତ ।
ରକ୍ଷଣ ଆଶେ ପିତୃ ପାଳିତ ରାଜ୍ୟ,
ଯୁଦ୍ଧ ଚରଚା ଅଟେ ତା ମୁଖ୍ୟ କାର୍ଯ୍ୟ,
ଶାନ୍ତି, ଅହଂସା କ୍ଷତ୍ରିୟର ତ ତ୍ୟାଜ୍ୟ,
ଉତ୍ତରେ ଦେବଦତ୍ତ ।୧୨।
ସସ୍ମିତ ମୁଖେ ପ୍ରଶ୍ନ କରିଲେ ବୁଦ୍ଧ,
‘‘କାମ୍ୟ କି ଏକା କ୍ଷତ୍ରିୟର ଏ ଯୁଦ୍ଧ ?
ଶାନ୍ତି ସତ୍ୟେ ଅଙ୍ଗ ହୁଅଇ ଶୁଦ୍ଧ,
ନଶ୍ୱର ଏହି ବିଶ୍ୱ ।
ଯୁଦ୍ଧ, ହିଂସା ଏ ଜଗତେ ସିନା ଘୃଣ୍ୟ,
ରାଜ୍ୟକ୍ଷମତା ମିଥ୍ୟା, ଅଳୀକ, ଶୂନ୍ୟ,
ଈଶ୍ୱର-ପ୍ରୀତି, ଜୀବେ ଦୟା ସିନା ପୁଣ୍ୟ,
ଜନ୍ମେ ମରଣ ନିଃସ୍ୱ ।୧୩।
ଝରିଛି ଅଶ୍ରୁ ଜନ୍ମ ଲଭିବା ସାଥେ,
ମୃତ୍ୟୁ ଭାଇରେ ! ଆସିବ ଲୋତକ ପାତେ,
ପୂର୍ଣ୍ଣ ଜୀବନ ଝଞ୍ଜର ଅମା ରାତେ,
କାହିଁରେ କାହିଁରେ ଶାନ୍ତି ?
ଯାତ୍ରୀ ଆମେରେ ଅଢ଼େଇ ଦିନର ଲାଗି,
କିମ୍ପା ହେବାରେ ହିଂସାପାପରେ ଭାଗୀ,
ସତ୍ୟ, ଶାନ୍ତି ପଥରେ ଚଳିବା ଜାଗି,
ତୁଟିବ ମାନସୁଁ ଭ୍ରାନ୍ତି’’ ।୧୪।
‘‘ଆସିନି ମୁଁ ଏଥି କରିବାକୁ ନୀତି ଶିକ୍ଷା,
ମନ୍ତ୍ରେ ତୁମର ନ ଚାହେଁ ନେବାକୁ ଦୀକ୍ଷା,
ହାସୀ ଏ ମୋର ଦାବୀ- ନ କରେ ମୁଁ ଭିକ୍ଷା,
ଦର୍ବାର ମୋର ପଣ ।
ଶର ସନ୍ଧାନେ ସିଦ୍ଧ ପ୍ରଥମ ଲକ୍ଷ୍ୟ,
ଚିନ୍ତିବେ ପିତା ଆଜ ମୁଁ କେସନ ଦକ୍ଷ,
ଦର୍ଶନେ ଏହା ପୁଲକିବ ତାଙ୍କ ବକ୍ଷ,
ନ ଦେଲେ କରିବି ରଣ’’ ।୧୫।
ସାନ୍ଧ୍ୟ ଲଗନେ ରାଣୀ ମାୟାଦେବୀ ସଂଗେ,
ପ୍ରମୋଦ-କାନନେ ବୁଲୁଥିଲେ ରାଜା ରଙ୍ଗେ
ହଂସକଳହେ ଆସିଲେ ଶାନ୍ତି ଭଂଗେ,
ମୁକ୍ତି ଦେବାକୁ ହଂସେ,
ଶୁଦ୍ଧ ଉଦନେ ସମ୍ମୁଖେ ହେରି ବୁଦ୍ଧ,
ପଦ ବନ୍ଦନେ ଚିତ୍ତ କରିଲେ ଶୁଦ୍ଧ,
ପୁଚ୍ଛିଲେ, ‘‘ପିତ ! କାମ୍ୟ କି ଏକା ଯୁଦ୍ଧ
କ୍ଷତ୍ରିୟ ରାଜବଂଶେ’’ ? ।୧୬।
ଶାନ୍ତ ବଦନେ ମାୟାଦେବୀ ମୁଖ ଚାହିଁ
ପୁଚ୍ଛିଲେ ପୁଣି, ‘‘କହ ମାତ ! କାହିଁପାଇଁ,
ନିର୍ଦ୍ଦୟ ଏତେ ମୋ ଦେବଦତ୍ତ ଭାଇ ?
ଦେଖ ଏ କ୍ଷୁଦ୍ର ହଂସୀ ।
ଉଡ଼ି ଯାଉଥିଲା ସରାଗେ ହଂସ ସାଥେ,
ଦେବଦତ୍ତର ତୀକ୍ଷ୍ଣ ଶାୟକ ପାତେ,
ସ୍ପର୍ଶିଲା ମହୀ ଯେହ୍ନେ ସହସା ରାତେ,
ଉଲକା ପଡ଼ଇ ଖସି ।୧୭।
ସମ୍ମୁଖେ ଦେଖ ସାଥି ହଂସଟି ତା’ର,
ତ୍ରସ୍ତ ପରାଣେ କାନ୍ଦେ ଗୋ ବାରବାର,
ମର୍ମଫଟାଏ ଏ ଦୃଶ୍ୟେ ମା । ନୀରଧାର,
ନେତ୍ରୁଁ ଯାଏ ମୋ ବହି ।
ଅନ୍ତର କା’ର ଦେବଦତ୍ତର ସମ,
ପ୍ରସ୍ତରେ ଗଢ଼ା, ଚଣ୍ଡ ସେ ନିରିମମ,
ଦୁର୍ବାର ତା’ର ହୃଦୟେ ହିଂସା, ତମ,
ଚିତ୍ତ ତା’ ନୋହେ ଦହି’’ ।୧୮।
ନମ୍ର ବଦନେ ସେ ଦେବଦତ୍ତ ବୀର,
ଦଣ୍ଡକ ପାଇଁ ହୋଇଗଲେ ଧୀର ସ୍ଥିର,
ସାଙ୍ଗ ହୁଅନ୍ତେ ବୁଦ୍ଧଦେବର ଗିର,
ଉନ୍ନତ କରି ବକ୍ଷ ।
କହିଲେ, ‘‘ପିଅର ! ସର ସନ୍ଧାନେ ମୁହିଁ,
ହଂସୀକୁ ସିନା ଛୁଆଇଁ ଦେଇଛି ଭୂଇଁ;
ସମ୍ମୁଖେ ଦେଖ ଶାୟକ ମୋ ନଭ ଛୁଇଁ,
ଭେଦିଛି ଏହାର ପକ୍ଷ ।୧୯।
ଶର ସନ୍ଧାନେ ହେବି ମୁଁ ଶତ୍ରୁ-ଧ୍ୱଂସୀ,
କର୍ମେ ଏ ମୋର ଜନନି ଗୋ ! ପରଶଂସି,
ତୁଟାଅ ବିବାଦ ଦେଇ ମୋର କରେ ହଂସୀ,
ଆଦ୍ୟ ବିଜୟେ ମମ’’ ।
ସସ୍ମିତେ ରାଣୀ ହଂସୀକୁ ଧରି କରେ,
ଅମ୍ବରେ ଛାଡ଼ି, କହିଲେ ସେନେହ ଭରେ,
‘‘ବିଜୟୀ କେବଳ କାରୁଣିକ ଧରା ପରେ,
ନୁହେଁ କେବେ ନିରିମମ ।୨୦।’’
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ