ଦ
୧୮୬୭–୧୯୨୩
- ସଂକଳନ: ପ୍ରବାଦ ପୁଷ୍ପାଞ୍ଜଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୮୮
- ସ୍ଥିତି
- ସାର୍ବଜନୀନ (Public domain)
ଦାସଙ୍କ ବାଡ଼ିକଟା ।ଦେଶଗୁଣେ ବେଶ ।ଦୁଇ ନାଆରେ ଗୋଡ଼ ।ଦିନ ଯିବ କଥା ଥିବ ।ଦାତାପଣରେ କର୍ଣ୍ଣ ।ଦିନକ ଯାଏ କ୍ଷଣକ ଯାଏ ନାହିଁ ।ଦାଣ୍ଡରେ ପୁଅ ବେଇ ଡାହାଣୀକି ଡର ।ଦାରିଦ୍ରଦୋଷେ ଗୁଣରାଶିନାଶୀ ।ଦାରୀକି ମାଦଳିଆ ସାକ୍ଷୀ ।ଦଇବ ଦଉଡି ମଣିଷ ଗାଈ, ଯେଣିକି ଇଚ୍ଛା ତେଣିକି ନେଇ ।ଦିଲ୍ଲିକାଲଡୁ ଯୋ ଖାୟା ଓବି ପସ୍ତାୟା, ଯେ ନେହିଁ ଖାୟା ଓବି ପସ୍ତାୟା ।ଦିହ ଦେଖି ଧରମ କର ।ଦିଅଁ ଗଢ଼ୁ ଗଢ଼ୁ ମାକଡ଼ ।ଦେଖଇ ଚନ୍ଦନ ପୋଛଇ କାଠ ।ଦାନ୍ତୁରୀର ହସିବା କାନ୍ଦିବା ସମାନ ।ଦିଏ ଥୁଏ ରଖେ ମାନ, ତେବେ ଜାଣିବ ଯଜମାନ ।ଦୀପ ତେଜିଲେ ହାତ ଚିକଣ ।ଦିହୁଡି ଆଗରେ ଦୀପ ।ଦଧିର ଅଗ୍ର, ଘୋଳର ଶେଷ ।ଦାଳୁଅଲାଗି କାନିଶିରି ପାଣି ପାଏ ।ଦୀପତଳେ ଅନ୍ଧାର ।ଦକ୍ଷିଣଦ୍ୱାରୀ ଘରର ରଜା, ପୂରୁବଦ୍ୱାରୀ ତାର ପରଜା ।ପଶ୍ଚିମଦ୍ୱାରିର ମୁହଁରେ ନିଆଁ, ଉତ୍ତରଦ୍ୱାରିର ପାଶେ ନ ଯାଆ ।ଦେଉଳକୁ ମୁକୁଶିଆଳି ବଳି ।ଦେଇଥିଲେ ପାଇ ।ଦାମ ସାଉର ଗୋଜା ଶାମ ସାଉର ସହି ।ଦାଈ ଆଗରେ ପେଟ ଛପା ।ଦିନକ ଭାତ ଯୁଗକ କଥା ।ଦୁବ କି ସହେ କରତର ଘା ।ଦେଖାସୁନ୍ଦର କଖାରୁବଡ଼ି ।ଦୂର ବନ୍ଧୁ ସୁନ୍ଦର, ଦୂର ପର୍ବତ ସୁନ୍ଦର ।ଦେ କଉଡି ଖା ପିଠା, ଏଥିପାଇଁ କିଆଁ ଦାନ୍ତନିକୁଟା ।ଦେଖା ଶିଖା ଓଡ଼ିଶା ।ଦେଶକେ ଫାଙ୍କ ନଈକେ ବାଙ୍କ ।ଦଣ୍ଡିବା ଶକ୍ତି ଯାର ଥାଇ, ସେ ପୁଣି କ୍ଷମା ଆଚରଇ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର