ଚିତ୍ତବୋଧ ବା ଚିତ୍ତବିନୋଦ (ଦ୍ୱିତୀୟ ଭାଗ)
ଅଚ୍ୟୁତାନନ୍ଦ ଦାସ · ଭାଗ ୯ / ୧୧
ସମ୍ପୂର୍ଣ୍ଣ ସୂଚୀପତ୍ର
ଚାଣୁର, ମୁଷ୍ଟିକ, କୁକୁଟ ପ୍ରଭୃତି ମାଲଙ୍କର ବିନାଶ
ଗଜ ମାରି ରାମକୃଷ୍ଣ ହୋଇଲେ ବାହାରବହିଛନ୍ତି କନ୍ଧେ ଡାର ଦନ୍ତ ହଳଧର ।ସାକ୍ଷାତରେ ମୃତ୍ୟୁ ଦେବ ପ୍ରାୟେ ସେ ଦିଶନ୍ତିଅରୁଣ ସମାନ ଦିଶେ ଗଜରକ୍ତ ଜ୍ୟୋତି ।ଭୟଙ୍କର ମୂର୍ତ୍ତି ଧରିଛନ୍ତି ହଳଧରଯେ ରୂପ ଦେଖିଲେ ଭୟେ କମ୍ପିବେ ଅମର ।ପୁଣି ଦେଖିବାକୁ ରଙ୍ଗସଭା ପୀତବାସଧୀରେ ଧୀରେ ଚଳନ୍ତି ସେ ହୋଇଣ ହରଷ ।ଦୂରୁ ଚାଣୁର ମୁଷ୍ଟିକ ବେନି ବୀରଙ୍କରପଡ଼ନ୍ତେ ଦୃଷ୍ଟି ମିଳିଲେ ଶ୍ରୀକୃଷ୍ଣ ଛାମୁର ।ବୋଲନ୍ତି ଗଉଡ଼େ ଆରେ ଆଜ କାହିଁଯିବଗୋପପୁର ନୁହେଁ ଏତ କରିଛି ଗରବ ।ମଥୁରାପୁରରେ ତୁମ୍ଭେ ହୁରିଜୁରି କରରଜକ ମାରି ବସନ ଲୁଟିଲ ରାଜାର ।ପୁଣି ବେନିଖଣ୍ଡ କରି କାର୍ମୁକ ଭାଙ୍ଗିଲଏବେ କୁବଳୟା ଗଜ ଜୀବନ ହାରିଲ ।ଜୀବନ ଧରିଣ ଏଥୁ ଯିବକିରେ ଫେରିମନେ କରିଛ ଦେଖିବ ଯାଇ ଗୋପପୁରୀ ।ମାଲଯୁଦ୍ଧେ ଯିବ ଆଜ ତୁମ୍ଭର ଜୀବନଇଷ୍ଟଦେବତା ତୁମ୍ଭର ସୁମର ନନ୍ଦନ ।ଶ୍ରବଣେ ବୋଲନ୍ତି କୃଷ୍ଣ ଶୁଣରେ ଅସୁରେଧନୁଯାତ୍ରା ଦେଖିବାକୁ ଆସିଛୁ ଏ ପୁରେ ।ମଲ୍ଲଯୁଦ୍ଧ କାହୁଁ ଆମ୍ଭେ ଜାଣିବୁରେ ପୁଣଜାତିରେ ଗଉଡ଼ ପୁଣି ବାଳକ ନନ୍ଦନ ।ଜନମରୁ କେବେ ମଲ୍ଲଯୁଦ୍ଧ ଦେଖାନାହିଁତୁମ୍ଭେ ବୋଲ ମଲ୍ଲଯୁଦ୍ଧ କର ବେନିଭାଇ ।ଦୁର୍ବଳ ଥିଲା ରଜକ ଝୁଣ୍ଟିପଡ଼ି ମଲାଏଥିରେ ଆମ୍ଭର ଦୋଷ କେଉଁପରି ହେଲା ।ପୁରୁଣା ବାଉଁଶ ଧନୁ ମାମୁଁ କରିଥିଲାହସ୍ତେ ଧରି ଗୁଣ ଦେଉଁ ବେନିଖଣ୍ଡ ହେଲା ।ମଥୁରାର ହାଟବାଟ କରିବାକୁ ଜୁରିକିମ୍ପାଇ ତୁମ୍ଭେରେ କହୁଅଛି ମିଥ୍ୟାକରି ।ଆମ୍ଭଙ୍କୁରେ କୁବଳୟା ଗଜ ମାରୁଥିଲାଧରମେ ବଞ୍ଚିଲୁ ସେ ଯେ ମହାନିଦ୍ରା ଗଲା ।ଆମ୍ଭଙ୍କୁ ଚିହ୍ନିବ ଭାଇ ତୁମ୍ଭେ କାହିଁପାଇଁତୁମ୍ଭ ଆମ୍ଭର ତ କେବେ ଦେଖାଦେଖି ନାହିଁ ।ଦେଖିଥିଲେ ଆମ୍ଭଙ୍କୁରେ ଷଣ୍ଢା ଅଘା ବକାତୁମ୍ଭେମାନେ ତାଙ୍କଠାରୁ ଶୁଣିଥିବ ଏକା ।ପୁତନା ମାଉସୀ ମୋତେ ସ୍ତନ ପିଆଇଲାଏତେବେଳଯାଏ ମୋତେଭେଟ ସେ ନଦେଲା ।ଆମ୍ଭପଛେ ତୁମ୍ଭ ସ୍ଥାନେ ଜଗୁଅଛୁ ଭାଇସେମାନଙ୍କୁ ତୁମ୍ଭେ ଥରେ ଡାକିଆଣ ଯାଇ ।ଶୁଣି ଚାଣୁର ମୁଷ୍ଟିକ କ୍ରୋଧଭର ହେଲେରେରେକାର କରି ଦୁହେଁ ଗର୍ଜିଣ ଉଠିଲେ ।ଚାଣୁର ବୋଇଲା ଶୁଣରେ ମୁଷ୍ଟିକ ଭାଇତୋ ଭାଗେ ପଡ଼ିଲା ରାମ ମୋ ଭାଗେ କହ୍ନାଇ ।ଏମନ୍ତ ବୋଲି ଚାଣୁର କୃଷ୍ଣଙ୍କୁ ଧଇଲାତାହା ଦେଖିଣ ମୁଷ୍ଟିକ ରାମଙ୍କୁ ଝିଙ୍କିଲା ।ମଲ୍ଲବନ୍ଧେ ହଳଧର ବସନ ପିନ୍ଧିଲେବାମକରେ ମୁଷ୍ଟିକର ଗଳାକୁ ଧଇଲେ ।ଧରାଧରି ହୋଇଣ ସେ ଭୂମିପରେ ପଡ଼ିପୁଣିହିଁ ହୁଅନ୍ତି ମଲ୍ଲବନ୍ଧେ ଗଡ଼ାଗଡ଼ି ।ମାଇଲା ମୁଷ୍ଟିକ ରାମେ ବିଧାଏ ଉଞ୍ଚାଇରୋହିଣୀ ନନ୍ଦନ ମଲ୍ଲବନ୍ଧେ ତା ବଞ୍ଚାଇ ।ରାକ୍ଷସର ଗର୍ବେ ରାମ କ୍ରୋଧଭର ହେଲେରକ୍ତଚକ୍ଷୁ ଭୀମମୂର୍ତ୍ତି ତକ୍ଷଣେ ଧଇଲେ ।ବୋଇଲେ ମୁଷ୍ଟିକ ଗଲୁ ଶମନ ଦମନତୋ ଇଷ୍ଟ ଦେବତା ତୁରେ କର ସୁମରଣ ।ଶୁଣି ମୁଷ୍ଟିକ ରାମଙ୍କୁ ଚାପୋଡ଼େ ମାଇଲାତା ଦେଖି ରାମଙ୍କ ମନେ କ୍ରୋଧ ଉପୁଜିଲା ।ବୋଇଲା ମୁଷ୍ଟିକ ତୁରେ ଗଲୁ ଯମପୁରରଖି ନ ପାରିବେ ତୋତେ ବ୍ରହ୍ମ । ଇନ୍ଦ୍ର ହର ।ଏମନ୍ତ ବୋଲିଣ ତାର କେଶକୁ ଧଇଲେମୁଣ୍ଡମୋଡ଼ି ଆକାଶକୁ କ୍ରୋଧେ ଫିଙ୍ଗିଦେଲେ ।ବୋଇଲେ ମୁଷ୍ଟିକ ଦେଖ କଂସକୁ ତୁ ଯାଇଏତେ ବୋଲି ଫିଙ୍ଗିଦେଲେ ତାକୁ ହଳସାଇଁ ।ହସ୍ତ ମୁଣ୍ଡ ଦହି ଗଣ୍ଡି ଶୂନ୍ୟେ ଉଡ଼ିଗଲାକଂସର ଜଗତୀ ପରେ ଯାଇଣ ପଡ଼ିଲା ।ମୁଣ୍ଡକୁ ପକାଇ ରାମ ତଳେ ଉଭାହେଲେଶ୍ରୀକୃଷ ଚାଣୁର ଯୁଦ୍ଧ କୌତୁକେ ଦେଖିଲେ ।କୃଷଙ୍କୁ ଚାହିଁ ବୋଲନ୍ତି ପୁଣି ହଳଧରମୁଷ୍ଟିକ ଗଲାଣି କଂସ ନୃପତି ଛାମୁର ।ମୁଣ୍ଡ ତାର ଦ୍ୱାର ଜଗି ରହିଅଛି ଦେଖଶୀଘ୍ର କ୍ଷେପ ଚାଣୁରକୁ ଯାଉ ତାର ପାଖ ।ଏକାକୀ ସେ ଯାଇଅଛି ନୃପତି ଛାମୁରବେଗେ କ୍ଷେପ ଚାଣୁରକୁ ବିଳମ୍ବ ନକର ।ଶୁଣି ରାମଙ୍କ ବଚନ କୃଷ୍ଣ କ୍ରୋଧ କରିଚକ୍ରପ୍ରାୟେ ଘୁରାଇଲେ ଚାଣୁରକୁ ଧରିରାମ ଯେ ମୁଷ୍ଟିକ ପ୍ରାଣ କରିଛନ୍ତି ନାଶତୁ ଯାଇ ବାରତା କହ କଂସରାଜା ପାଶ ।ଏତେବୋଲି ମୁଣ୍ଡ ମୋଡ଼ି ପକାଇଲେ ହରିଗଣ୍ଡିକି ଫିଙ୍ଗିଣି ଦେଲେ ଶୂନ୍ୟେଗତି କରି ।ମୁଣ୍ଡକୁ ପକାଇ ତଳେ ରାମ ସଙ୍ଗେ ଗଲେଦେଖଣାହାରୀ ସକଳେ ପଛେ ଗୋଡ଼ାଇଲେ ।ଚାଣୁର ମୁଷ୍ଟିକ ଗଣ୍ଡି ଜଗତୀ ଉପରେପଡ଼ନ୍ତେ ଅନାଇ କଂସ ଥରିଲା ଭୟରେ ।ଅଦ୍ଭୁତ ବିଚାରି ମନେ ହେଲା ଚମକିତରଙ୍ଗ ସଭା ଜନମାନେ ହେଲେ ଆଚମ୍ବିତ ।ଉଗ୍ରସେନଙ୍କୁ ଅନାଇ ବୋଲେ ରାଜା କଂସକାହାର ଏ ଗଣ୍ଡି ଚିହ୍ନିଆସ ତାର ପାଶ ।ଶୁଣି ଉଗ୍ରସେନ ରାଜା ତୁରିତେ ଉଠିଲାଗଣ୍ଡି ବେନି ପଡ଼ିଅଛି ନୟନେ ଦେଖିଲା ।ବୋଇଲା ରାଜନ ଗଣ୍ଡିରେ ତା ମୁଣ୍ଡ ନାହିଁମୁଣ୍ଡ ନଥିବା ଗଣ୍ଡିକି ଚିହ୍ନି ତ ନୁହଇ ।ଚାଣୁର ମୁଷ୍ଟିକ ଗଣ୍ଡି ପ୍ରାୟତ ଦିଶଇଏ ସମୟେ ଜଗତୀର ତଳେ ଚାର ଯାଇ ।ବୋଇଲା ତୁମ୍ଭେ ରାଜନ ସାବଧାନେ ଶୁଣଚାଣୁର ମୁଷ୍ଟିକ ଆଜି କଲେ ଘୋର ରଣ ।ରାମକୃଷ୍ଣ ବେନିଭାଇ ସେ ବେନିଙ୍କୁ ମାରିଫିଙ୍ଗି ଦେଲେ ଗଣ୍ଡି ଦୁଇ ଶୂନ୍ୟେ ଗତିକରି ।ଯାଅ ବୋଲି କଂସ ଆଗେ କହ ଏ ବାରତାବେନି ମୁଣ୍ଡ ପକାଇଲେ ଦ୍ୱାରେ ବେନିଭ୍ରାତା ।ପଡ଼ିଛି ସେ ବେନିଖଣ୍ଡ ଜଗତୀର ତଳେପ୍ରତ୍ୟକ୍ଷେ ଦେଖିଛି ରାଜା ରହି ବେନିଡୋଳେ ।ଶୁଣି କଂସ ନୃପତିର ସାହସ ଉଡ଼ିଲାନିଶ୍ଚେ ମଲି ବୋଲି ତାର ମନରେ ଭାବିଲା ।ମନୁଷ୍ୟ ହୋଇଣ କେଡ଼େ କରୁଛି ସାହସକେଡ଼େକେଡ଼େ ମାଲଙ୍କର କଲେ ପ୍ରାଣନାଶ ।ଦେଖୁଥିଲେ ମଲ୍ଲଙ୍କର ଭାଇ ପୁତ୍ରଗଣଡାକଦେଲେ ଉଗ୍ରସେନ ଆସରେ ବହନ ।କିମ୍ପାଇଁ ବସିଛ କିସ କରୁଛି ବିଚାରଶବକୁ ନେଇଣ ବେଗେ କରରେ ସଂସ୍କାର ।ବେନି ମାଲଙ୍କୁ ନାଶିଲେ ରାମକୃଷ୍ଣ ଦୁଇଶବ ପଡ଼ିଥିବାରୁ ତ ଏଥି ନ ଯୋଗାଇ ।ଚାଣୁର ମୁଷ୍ଟିକ ପୁତ୍ର ଆଦି ବନ୍ଧୁଗଣଆଜ୍ଞାପାଇ ଶବ ନେଇ କରନ୍ତି ଦହନ ।ତତକ୍ଷଣେ ଉଗ୍ରସେନ ବିପ୍ରଗଣ ରାଇକଂସହସ୍ତେ ଧେନୁ ସ୍ୱର୍ଣ୍ଣ ପ୍ରଦାନ କରାଇ ।କରାଇଲେ ସଂସ୍କାର ସେ ଶବ ଥିବା ସ୍ଥାନତହୁଁ କଂସ ମନୁ ଭୟ ଛାଡ଼ିଲା ବହନ ।ଅଷ୍ଟମଲ୍ଲ ରାଇ ପୁତ୍ର ବୋଲେ କଂସାସୁରଯେ ପାଇବ ମାର ଆଜି କୃଷ୍ଣହଳଧର ।ମଧୁପୁରେ ହୋଇବେଟି ସେହି ଅଧିକାରୀଦାସତୁଲ୍ୟ ଖଟିବି ମୁଁ ତାର ସେବାକରି ।ପିତୃମାନଙ୍କୁ ତୁମ୍ଭର କଲେ ସେ ସଂହାରପିତୃଶତ୍ରୁ ତୁମ୍ଭରଟି ସେ ବେନି ସୋଦର ।ଏତେବୋଲି ସେମାନଙ୍କୁ ଶାଢ଼ୀ ବଳା ଦେଲାଗନ୍ଧ ଚନ୍ଦନ ନେଇଣ ହୃଦେ ବୋଳାଇଲା ।ଶୁଣି ଅଷ୍ଟମଲ୍ଲ ପୁତ୍ର ରେରେକାର କରିଝମକାଇଲେ କରରେ କ୍ରୋଧେ ଖଡ଼୍ଗ ଧରି ।ରଙ୍ଗସଭା ମଧ୍ୟେ ସିଂହଠାଣିକି ଦେଖାଇବସିଣ ଅଛନ୍ତି ବୀରେ ଛାତିକି ଫୁଲାଇ ।ଏ ସମୟେ ରଙ୍ଗସଭା ତଳେ ଦାମୋଦରପ୍ରବେଶ କରିଲେ ସଙ୍ଗେ ଛନ୍ତି ହଳଧର ।ଶିଘାଂବେଣୁ ଯଷ୍ଟି ଧରି ଅଛନ୍ତି ସେ କରେଥୋକାଏ ଗୋପାଳଛନ୍ତି ତାହାଙ୍କ ପଛରେ ।ଦେଖି ଅଷ୍ଟମଲ୍ଲ ସୁତେ ରେରେକାର କଲେକେଡ଼େ ସାହସ ଗଡ଼ରେ ପଶିଛ ବୋଇଲେ ।ଆନ ମଲ୍ଲ ପ୍ରାୟେ କିରେ ମଣିଛ ମନରବାହୁବଳେ ମର୍ତ୍ତ୍ୟେ ଆଣିଅଛୁ ସ୍ୱର୍ଗପୁର ।ଦେଖିଗଲେ ଆମ୍ଭ ପିତା ତାହାଙ୍କୁ ମାଇଲୁପଥର ଫୋପାଡ଼ି ତୁରେ ମୁଣ୍ଡ ଦେଖାଇଲୁ ।ଜ୍ୱଳନ୍ତ ଅନଳେ ନେଇ ଭରୁଅଛୁ ମୁଖଚକ୍ଷୁହୀନ ହୋଇ କେହ୍ନେ ଜଗତକୁ ଦେଖ ।ଆକାଶର ଚନ୍ଦ୍ରକୁରେ କରେ ଧରି ଲୋଡ଼ଏଠାରେ ଗୋପଗାରିମା ଛାଡ଼ରେ ଗଉଡ଼ ।ପ୍ରଥମେ ପୁତନା ସୁତ ହେଲା ଆଗଭରବୋଇଲା ଶ୍ରୀକୃଷ୍ଣ ଆଜ ଗଲୁ ଯମପୁର ।ତୋର ଜନ୍ମ ଶୁଣି ମୋର ମାତା ଦେଖାଗଲାମାଉସୀ ବୋଲି ତୋହର ଦୟା ନଆସିଲା ।ମାଇଲ ତାହାକୁ ତୁରେ ଫେରି ନ ଆସିଲାନିଜେ ମୋଠାରୁ କି ବର୍ତ୍ତିଯିବୁ ନନ୍ଦବଳା ।ପୁତନାର ଜ୍ୟେଷ୍ଠ ପୁତ୍ର ଅଟଇରେ ମୁହିଁମୋହଠାରୁ ସାନ ପୁଣି ଛନ୍ତି ଚାରିଭାଇ ।ହଂସକ ଡିମ୍ବକ ସଙ୍ଗେ କରନ୍ତି କୌତୁକମୋହର ନାମ ଅଟଇ ଶତ୍ରୁ ବିମର୍ଦ୍ଦକ ।ଜନମକାଳରୁ ଶତ୍ରୁ ଦେଖିଲେ ମାରଇବହୁତ କାଳରୁ ଶତ୍ରୁ ସଙ୍ଗେ ଦେଖାନାହିଁ ।ଏବେ ମୋ ଛାମୁରେ ତୁମ୍ଭେ ପଡ଼ିଲରେ ଆସିମାତୃଋଣ ଶୁଝିବି ମୁଁ ତୋ ପ୍ରାଣ ବିନାଶି ।ଅସୁର ନନ୍ଦନ ବାକ୍ୟ କୃଷ୍ଣ କର୍ଣ୍ଣେ ଶୁଣିବୋଇଲେ ତୁମ୍ଭ ଆମ୍ଭର ଦ୍ୱନ୍ଦ୍ୱ କାହିଁ ପୁଣି ।ସୋଦର ଭଣଜା ସିନା କଂସର ତୁ ଅଟୁମଧୁପୁରେ ଥାଇ ନିତ୍ୟେ ମାମୁଁ ପାଦେ ଖଟୁ ।ମୁହିଁ ସୋଦର ଭଣଜା କଂସର ଅଟଇଜନମକାଳରୁ ତାର ରୂପ ଦେଖିନାହିଁ ।ଗୋପପୁରେ ରହି ନନ୍ଦ ଗୃହରେ ବଢ଼ିଲିମାମୁଁଘର ବୋଲି ଭାଇ କେବେ ନଜାଣିଲି ।ପାଖରେ ଥିଲେ ସିନାରେ ଅଟେ ନିଜ ଗୋତ୍ରଦୂରେ ଥିଲେ ବନ୍ଧୁ କାହିଁ ହୋଇବ ତେମନ୍ତମୁଁ ତୋର ମାଉସୀପୁଅ ଅଟଇରେ ଭାଇତୁ କାହୁଁ ଚିହ୍ନିବୁ ତୋର ମୋର ଦେଖା ନାହିଁତୋତେ ନ ଦେଖି ମାଉସୀ ହେଉଥିବେ ଝୁରିତୁ ତାର ଜ୍ୟେଷ୍ଠ ନନ୍ଦନ ଯାଅ ବେଗକରି ।ପୁତନା ନନ୍ଦନ ଶୁଣି କୃଷ୍ଣର ବଚନଗଦା ନେଇ ତାଙ୍କ ଅଙ୍ଗେ ପିଟିଲା ବହନ ।କୃଷ୍ଣ ଅଙ୍ଗେ ଗଦାପଡ଼ି ଶତଖଣ୍ଡ ହେଲାଦେଖି ପୁତନାର ସୁତ ବିଧାଏ ମାଇଲା ।ସେ ବିଧା ବଞ୍ଚାଇ କୃଷ୍ଣ ବୋଇଲେରେ ଭାଇକଂସ ଆଗରେ ବାରତା କହିବୁ ଯା ତୁହି ।ଏତେକହି ଅତିରାଗେ ଚାପୋଡ଼େ ମାଇଲେଛିଣ୍ଡାଇ ମସ୍ତକ ତାର ଲୋଟାଇଲେ ତଳେ ।କଂସର ଛାମୁରେ ମୁଣ୍ଡ ଯାଇଣ ପଡ଼ିଲାଅନାଇ ମୁଖକୁ ତାର ଉଚ୍ଚେ ହାସ୍ୟ କଲା ।ପୁତନାର ପୁତ୍ର ପ୍ରାଣେ ନାଶ ଗଲା ଯହୁଁଚାଣୁର ମୁଷ୍ଟିକ ପୁତ୍ର କ୍ରୋଧ ହେଲେ ତହୁଁ ।ବୀରଚଣ୍ଡ ସାୟକ ଯେ ଚାଣୁର କୁମରଅଛନ୍ତି କନିଷ୍ଠ ତାର ବେନି ସହୋଦର ।ମୁଷ୍ଟିକର ପୁତ୍ର ମେଘାଜିତ ଯେ ଅଟଇତାତହୁଁ କନିଷ୍ଠ ତାର ଛନ୍ତି ପାଞ୍ଚଭାଇ ।ହଂସକ ଡିମ୍ବକ ସଙ୍ଗେ ସାନଭାଇମାନେଖେଳନ୍ତି କୌତୁକେ ଯାଇ କଂସର ଭୁବନେ ।କୃଷ୍ଣଙ୍କୁ ଅନାଇ ବୋଲେ ଚାଣୁର କୁମରଆଜି ନିଶ୍ଚେ ଗଉଡ଼ରେ ଯିବ ଯମପୁର ।ଶ୍ରବଣେ ବୋଲନ୍ତି କୃଷ୍ଣ ଶୁଣରେ କୁମରେପିତାମାତାଙ୍କର କଥା ସୁମରରେ ଥରେ ।ଶୁଣି ବୋଲନ୍ତି ନନ୍ଦନେ ହୋଇଲକି ବାଇଚକ୍ଷୁ ଥାଉ ଆଉ ଅନ୍ଧ ହେଉଛ କିମ୍ପାଇଁ ।ପିତାମାନେ ତୁମ୍ଭରରେ କରୁଥିଲେ ଟାଣଭାଙ୍ଗିଲା ସେ ଟାଣ ଗଲେ ଶମନ ଭୁବନ ।କୁବଳୟା ପଡ଼ିଅଛି ଦେବ ସିଂହଦ୍ୱାରେନ କହିଲେ ଦୂତେ କିରେ ରାଜାର ଆଗରେ ।ବାପେ ତୁମ୍ଭର କହିଲେ ପୁଅକୁ କହିବୁବାଟରେ ଚାହିଁଛୁ ଆମ୍ଭେ ସେ ଆସିଲେ ଯିବୁବିଳମ୍ବ ନ କରି ବେଗ ହୋଇ ସେ ଆସିବେକହିବୁ କୃଷ୍ଣ ତାହାଙ୍କୁ ଦଣ୍ଡେ ନ ରଖିବେ ।ଆମ୍ଭର ପୁତ୍ର ଆସିଲେ ଯିବୁ ଯମପୁରନୃପତି କରିବେ ନିଜେ ବନାଇବୁ ଘର ।ନ କହିବୁ ତାହାଙ୍କର ବାରତା କାହିଁକିକୁବଳୟାକୁ ଘେନିଣ ବାଟେ ଛନ୍ତି ଟାକି ।ନ କହେ ବାରତା ଯେହୁ ସର୍ପ ସେ ହୁଅଇକିମ୍ପାଇଁ ବାରତା ମୁଁରେ ରଖିବି ଲୁଚାଇ ।ତୁମ୍ଭେ ମଲା ପୁଅମାନେ ଯାଅ ବେଗ ହୋଇକ୍ଷୁଧା ତୃଷାରେ ଆକୁଳ ହେଉଥିବେ ସେହି ।ଆମ୍ଭଙ୍କୁ କିମ୍ପାଇଁ ତୁମ୍ଭେ ଲୋଡୁଅଛ ମାରିଆମ୍ଭେ ତ କଦାପି ନୋହୁଁ ତୁମ୍ଭର ବଇରୀ ।ଡକାଇଥିବାରୁ ମାମୁଁ ଆସିଅଛୁ ଧାଇଁସ୍ୱଇଚ୍ଛାରେ ଆମ୍ଭେମାନେ ଆସନ୍ତୁ କିମ୍ପାଇଁ ।ମାମୁଁଙ୍କୁ ତ ଆଜି ଆମ୍ଭେ କରିବୁ ଦର୍ଶନଦେଖିଲେ ମାମୁଁ ଆମ୍ଭଙ୍କୁ ହେବ ତୁଷ୍ଟମନ ।ଦେଖିଲେ ଆମ୍ଭଙ୍କୁ ମାମୁଁ କ୍ଷଣେ ନ ଛାଡ଼ିବେମାଈଁମାନେ ଶ୍ରଦ୍ଧାକରି ପାଖରେ ରଖିବେ ।ମାମୁଁଘର ଭାତ ଖାଇ ହେବୁ ବଳବାନଆଉ ନ ଯିବୁ ଗୋପକୁ ରେ ମାଲ ନନ୍ଦନ ।ହଂସକ ଡିମ୍ବକ ମୋର ମାମୁଁ ପୁଅ ଭାଇନିତ୍ୟେ ଖେଳ ଖେଳିବୁରେ ତାଙ୍କ ସଙ୍ଗେ ରହିକୃଷ୍ଣ ବଚନେ ଅସୁରେ କ୍ରୋଧଭର ହୋଇବୋଲନ୍ତି ଗଉଡ଼ କେତେ କରୁଛ ବଡ଼ାଇ ।ଏ ନୁହଇ ଗୋପପୁର ଗୋପୀଙ୍କର ଘରନାନା ଅନୀତି କରିବ ରହି ସେଠାବର ।ଏ ମଧୁକଟକ କଂସ ରାଜାର ଅଟଇଗଉଡ଼ଙ୍କ ଖେଳଘର ଏଠାରେ ନୁହଇ ।ଏତେ ବୋଲିଣ କୃଷ୍ଣଙ୍କୁ ବଳେ ସେ ଧଇଲେଧରା ନ ଦେଇ ଶ୍ରୀକୃଷ୍ଣ ଅନ୍ତର ହୋଇଲେ ।ପୁଣି ଶ୍ରୀକୃଷ୍ଣଙ୍କୁ ବାହୁ ବଳରେ ସେ ଭିଡ଼ିପଡ଼ିଲେ ଭୂମିତଳରେ ହୋଇ ଗଡ଼ାଗଡ଼ି ।ମାୟାଧର କୃଷ୍ଣ ଗଲେ ମାୟାରେ ବାହାରିଚାଣୁର ମୁଷ୍ଟିକ ସୁତ ହେଲେ ମରାମରି ।ଆପଣା ଆପଣା ମଧ୍ୟେ ମଲ୍ଲଯୁଦ୍ଧ କଲେଦେଖି ମୁଖେ ବାସଦେଇ ସକଳେ ହସିଲେ ।ପୁଣି ଚିହ୍ନଚିହ୍ନି ହୋଇ ଛଡ଼ାଛଡ଼ି ହେଲେଧାଇଁ ଓଗାଳି କୃଷ୍ଣଙ୍କୁ ପ୍ରହାର ସେ କଲେ ।ଆରେରେ ଗଉଡ଼ ଆଜି କାହିଁ ଯିବୁ ତୁହିଖସିକରି କେଉଁଆଡ଼େ ଯାଉଛୁ ପଳାଇ ।କ୍ରୋଧେ କୃଷ୍ଣ ଅଙ୍ଗେ ପ୍ରହାରିଲେ ଅସିବରବାଜନ୍ତେ ସଙ୍ଗେ ଖଡ଼ଗ ହେଲା ଶତେଚୂର ।ପୁଣି କୃଷ୍ଣ ଗଳାରେ ସେ ପକାଇଲେ ହସ୍ତତାହା ଦେଖି ହଳଧର ହୋଇଲେ ତରସ୍ତ ।ମଲା କୃଷ୍ଣ ବୋଲିଣ ସେ ବୁକୁ ପରେ ଚଢ଼ିମଧୁପୁର ଜନେ ଦେଖି ଚାରିପାଶେ ବେଢ଼ି ।ବୋଲନ୍ତି ଦେଖନ୍ତୁ ତୋର ମୃତ୍ୟୁ ତାତମାତଆଜହୁଁ ମଥୁରାପୁର ହୋଇଲାଟି ସୁସ୍ଥ ।ଚାରମୁଖ ଚାହିଁ ମଲ୍ଲେ ବୋଲନ୍ତି କ୍ରୋଧରେରାଜାକୁ ଡାକିଣ ବେଗେ ଘେନିଆସ ଚାରେ ।ଦେଖି ମଧୁପୁର ନାରୀ ବିକଳ ହୋଇଲେଥିଲେ ବାଳହତ୍ୟା ପାପ ଲାଗିବ ବୋଇଲେ ।ଚାଲ ଗୋ ଏଠାରେ ଆମ୍ଭେ ରହିବା କିମ୍ପାଇଁଏ କଂସରାଜା ହୃଦୟେ ଦୟା ଧର୍ମ ନାହିଁ ।ଦେଖ ଗୋ ଚାଣୁର ସୁତ କୃଷ୍ଣ ହୃଦେ ବସିମାରିବ ସେ ଏହିକ୍ଷଣି ଧରିଛି ଆକର୍ଷି ।ବୋଲନ୍ତି ଭୋ ପ୍ରଭୁ ବାରେ ରଖନ୍ତୁ ଏହାଙ୍କୁରଖ ଲୋ ସର୍ବମଙ୍ଗଳା ଏ ରାମ କୃଷ୍ଣଙ୍କୁ ।କେ ବୋଲେ ବଞ୍ଚିବେ ଯେବେ ଦେବକୀର ସୁତଲକ୍ଷେ ଛାଗବଳି ତୋତେ ଦେବୁ ଆଗୋମାତକେ ବୋଲେ ଏହାଙ୍କୁ ଆଜ ରକ୍ଷାକଲେ ତୁହିଲକ୍ଷେ ମନ୍ଦାରରେ ମାଳକରି ଦେବି ମୁହିଁ ।କେ ବୋଲଇ ରଙ୍ଗ ପାଟଶାଢ଼ୀ ପିନ୍ଧାଇବିକେ ବୋଲେ ରଙ୍ଗ ସିନ୍ଦୂର ରତ୍ନଚୁଡ଼ି ଦେବି ।କେ ବୋଲଇ ଲକ୍ଷେ ପୂଜା ଦେବି ଗୋମଙ୍ଗଳାଯେବେ ତୁ କରିବୁ ରକ୍ଷା ଦେବକୀର ବଳା ।କେ ବୋଲଇ ଦେଖ କୃଷ୍ଣ ବାଳୁତ କୁମରସେ ଅବା କି ଦୋଷ କରିଅଛନ୍ତି କଂସର ।କେହୁ ବୋଲଇ ଅଦୋଷୀମାନଙ୍କୁ ଦଣ୍ଡିଲେବିଧାତା ଦଣ୍ଡଇ ନିଶ୍ଚେ ନଛାଡ଼ଇ ଭଲେ ।ଦେବକୀ କଷଣ କିଏ ଆଜ ଗୋ ଦେଖିବପୁତ୍ର ମଲେ ଦେବକୀ କି ଜୀବନ ରଖିବ ।ପୁଣି ସେ ଚଣ୍ଡୀ ସାୟକ ଚାଣୁର କୁମରକୃଷ୍ଣର ବକ୍ଷରେ ପକାଇଲା ବାମ କର ।ମୁଷ୍ଟିକର ପୁତ୍ର ମେଘଜିତ ନାମେ ବୀରକୃଷ୍ଣ କର ଧରି ଟାଣେ ହୋଇ ଆଗଭର ।ଦେଖି ନରନାରୀମାନେ ହେଲେ ହାହାକାରନ ଦେଖିବା କୃଷ୍ଣ ମୃତ୍ୟୁ ନଥିବା ଏ ପୁର ।ସୁଜ୍ଞଜନମାନେ ତହିଁ କୃଷ୍ଣେ ଦେଲେ ଦୃଷ୍ଟିଭୂମିକର୍ଣ୍ଣେ ଛୁଇଁ ସର୍ବେ ଗଲେ ତହୁଁ ଉଠି ।କେହୁ ରାମକୃଷ୍ଣ ବୋଲି ମୁଖରେ ବୋଇଲାରାଜା ଡରେ ସଭାରୁ କେ ଉଠି ନ ପାରିଲା ।ଦେବେ ଦେଖିଣ ଶୂନ୍ୟରେ କରନ୍ତି ବିଚାରଦେଖି ଶ୍ରୀକୃଷ୍ଣଙ୍କୁ ମାଡ଼ିବସିଛି ଅସୁର ।ଆମ୍ଭ ଲାଗି ସିନା ପ୍ରଭୁ ଏ ଦୁଃଖ ପାଇଲେଅସୁର ବସିଛି ବକ୍ଷେ ପଡ଼ିଛନ୍ତି ତଳେ ।ଶୂନ୍ୟରେ ଡାକନ୍ତି ଦେବେ ଉଠି ଆଦିମୂଳଚାଣୁର ମୁଷ୍ଟିକ ସୁତେ କରନ୍ତି ସମର ।ପୁଣିହିଁ ବୋଲନ୍ତି ଦେବ ଶୁଣ ହଳଧରଏ ବେନି ରାକ୍ଷସ ତୁମ୍ଭେ ବେଗ କରି ମାର ।ଦେବଙ୍କ ଆରତ ଦେବ ଦଇତ୍ୟାରି ଜାଣିସଚେତ ହୋଇ ମାଲଙ୍କୁ ଚାହିଁଲେ ତକ୍ଷଣି ।ରାମ ବୋଇଲେରେ ତୁମ୍ଭେ ଶୁଣ ବେନିବୀରଯହିଁ ରହିଛନ୍ତି ତାତ ତୁମ୍ଭ ଦୁହିଁଙ୍କର ।ସେଠାବକୁ ତୁମ୍ଭେ ଦୁହେଁ ଯାଅ ବେଗହୋଇପିତାଙ୍କ ସଙ୍ଗେ ରହିବ ମିଶିକରି ତହିଁ ।ଗଲାବେଳେ କଂସକୁରେ ଯାଅ ଦେଖିକରିମୁଷ୍ଟିକ ସୁତର କେଶ ଧରି ପ୍ରଳମ୍ବାରୀ ।ଆକର୍ଷି କ୍ରୋଧରେ ତାର ମୁଣ୍ଡ ଛିଣ୍ଡାଇଲେକଂସକୁ ଦର୍ଶନ କର ବୋଲି ଫିଙ୍ଗିଦେଲେ ।ତଳେ ପଡ଼ି କୃଷ୍ଣ ଚଣ୍ଡସାୟକକୁ କହିଯାଅ ଯାଅ ସାୟକରେ ଯମପୁରେ ତୁହି ।ପ୍ରଥମେ ଯାଇ କଂସକୁ ଦରଶନ କରପ୍ରହାରି ଚାପୋଡ଼େ ତାର ଛିଣ୍ଡାଇଲେ ଶିର ।କଂସ ଜଗତୀକି ଶୂନ୍ୟେ ମୁଣ୍ଡ ଫିଙ୍ଗିଦେଲେବେନିବୀରେ କଂସ ପାଦତଳରେ ପଡ଼ିଲେ ।ତାର ମୁଖ ଦେଖି ଚଣ୍ଡସାୟକ କାନ୍ଦଇମେଘଜିତ ଦେଖି ମହାକ୍ରୋଧରେ ଗର୍ଜଇ ।ଝାଡ଼ି ହୋଇଣ ଶ୍ରୀକୃଷ୍ଣ ତଳରୁ ଉଠିଲେଖଣ୍ଡେଦୂରେ ଅଘାସୁର ସୁତକୁ ଭେଟିଲେ ।ରେରେକାର କରି ଦୁଷ୍ଟ ଆଗରେ ଓଗାଳେମହାକ୍ରୋଧେ କୃଷ୍ଣ ତାକୁ ଚାପୋଡ଼େ ମାଇଲେଛିଡ଼ିଲା ମସ୍ତକ ତାର ଶୂନ୍ୟେ ଗଲା ଉଡ଼ିଜଗତୀ ଉପରେ କଂସ ପାଦତଳେ ପଡ଼ି ।ଦେଖି ବକାସୁର ପୁତ୍ର କରି ଘୋର ରଡ଼ିଶ୍ରୀକୃଷ୍ଣ ଉପରେ ଆସି ପଡ଼ିଲା ଯେ ମାଡ଼ି ।ଦେଖି ତାର ବୁଷ୍ଟବୁଦ୍ଧି ମସ୍ତକ ମୋଡ଼ିଲେକଂସକୁ ଦେଖଯା ବୋଲି ଶୂନ୍ୟେ ଫିଙ୍ଗିଦେଲେବକାସୁର ସୁତ ମୁଣ୍ଡ ଶୂନ୍ୟେ ଉଡ଼ିଗଲାଦେଖି ବତ୍ସାସୁର ସୁତ ଗରଜି ଧାଇଁଲା ।ଦୂରୁ ଚାହିଁ କୃଷ୍ଣ ତାକୁ ଚାପୋଡ଼େ ମାଇଲେମୁଣ୍ଡମୋଡ଼ି ରାଜାପାଶେ ଯାଅରେ ବୋଇଲେଫିଙ୍ଗନ୍ତେ ସେ ମୁଣ୍ଡ ଶୂନ୍ୟେ ବିକ୍ରମିଣ ଗଲାଜଗତୀ ଉପରେ କଂସ ନିକଟେ ପଡ଼ିଲା ।ଏଅନ୍ତେ ଯାମିଳାସୁତ କ୍ରୋଧରେ ଧାଇଁଲାମାଲପୁତ୍ରଙ୍କର ଶବ ଦେଖି ଛନ୍ନ ହେଲା ।ପଡ଼ିଲା ଯେ କୃଷ୍ଣପାଦେ ଦଣ୍ଡ ପ୍ରାୟ ହୋଇପିଣ୍ଡିରୁ ଛାଡ଼ିଣ ପ୍ରାଣ ପଦ୍ମମୁଖ ଚାହିଁ ।ଲୋକେ ଦେଖି ବୋଲୁଛନ୍ତି କୃଷ୍ଣ ପଦତଳେପଡ଼ିଛି ଯାମଳାସୁତ ଜୀବନ ବିକଳେ ।ଦେଖି ତାହାକୁ ଶ୍ରୀକୃଷ୍ଣ ହେଲେ ହସ ହସଉଠ ହୋ ଯାମଳାସୁତ ଯାଅ ନିଜ ବାସ ।ତୁମ୍ଭ ରାଜା କଂସ ପାଦତଳରେ ପଡ଼ିବୁତେବେ ଏ ମଧୁନଗରେ ରହି ତୁ ପାରିବୁ ।ତୁ ଯେବେ ଯାମଳାସୁତ ପଡ଼ିଲୁ ମୋ ପାଦେନ ମାରିବି ମୁହିଁ ତୋତେ ଯାଅ ନିରାପଦେ ।ଶରଣ ପଞ୍ଜର ବାନା ବହିଅଛି ମୁହିଁନ ମାରିବି ଶରଣ ତ ପଶିଲୁଣି ଯହିଁ ।ବୋଲନ୍ତି ଶ୍ରୀକୃଷ୍ଣ ଡାକି ମଧୁପୁର ଜନେଘେନିଯାଅ ଏହାକୁ ହେ ଏହାର ଭୁବନେ ।କୃଷ୍ଣଙ୍କ ବଚନେ ଭାଇ ବନ୍ଧୁ ତା ଆସିଲେଯମକେଶରୀ ଯାମଳାସୁତେ ପଠାଇଲେ ।ପିଣ୍ଡରେ ପରାଣ ନାହିଁ ବସିବ ସେ କାହୁଁଧରି ନ ପାରି ତାହାକୁ ପଳାଇଲେ ତହୁଁ ।ଏ ଅନ୍ତେ ତାଳକସୁତ ତାଳଧ୍ୱଜ ବୀରଧାଇଁ ବିଧାଏ ମାଇଲା ରାମଙ୍କ ପିଠିର ।ଦେଖି ରାମ କୁବଳୟା ଦନ୍ତ ଉଞ୍ଚାଇଲେତାଳଧ୍ୱଜ ବୀର ପରେ ଯାଇଣ ପିଟିଲେ ।ବୋଇଲେରେ ତାଳଧ୍ୱଜ ବୀର ଯାଅ ବେଗେକଂସରାଜାକୁ ଦର୍ଶନ କର ଅନୁରାଗେ ।ପିଟନ୍ତେ ଶ୍ରୀରାମ ଦନ୍ତ ତାର ବକ୍ଷସ୍ଥଳେଛିଡ଼ି ପଡ଼ିଲା ମୁଣ୍ଡ କଂସ ପାଦତଳେ ।ପୁଣି ରାମ ଅଜଗର ସୁତକୁ ଧଇଲେଗଜଦନ୍ତ ପ୍ରହାରେ ତା ବୁକୁ ଉଠାଇଲେ ।ମସ୍ତକ ଛିଣ୍ଡାଇ ତାର ଫିଙ୍ଗିଲେ ଶୂନ୍ୟରେସେ ମୁଣ୍ଡ ପଡ଼ିଲା ଯାଇ କଂସ ଜଗତୀରେ ।ପୁଣି ରାମ ଶକଟାର ସୁତକୁ ଯେ ମାରିବୋଇଲେ ଦର୍ଶନ ଯାଇ କରି ଦଣ୍ଡଧାରୀ ।ବାମକରେ ତାହାକୁ ଯେ ଚାପୋଡ଼େ ମାଇଲେମୁଣ୍ଡେ ଛିଡ଼ି ପଡ଼ିଲା କଂସ ଜଗତୀରେ ।ରାକ୍ଷସକୁ ରାମ ମାରି କୃଷ୍ଣ ପାଶେ ଗଲେଦେଖିଣ ଶ୍ରୀକୃଷ୍ଣ ପାଦେ ପଡ଼ିଅଛି ମାଲେ ।ଦଣ୍ଡବତ ହେଲା ପ୍ରାୟେ ଧେନୁକାର ସୁତଶ୍ରୀକୃଷ୍ଣଙ୍କ ପାଦେ ପଡ଼ି ହୋଇଛି ଅଚେତ ।ଅସୁର ଶ୍ରୀକୃଷ୍ଣ ପାଦପଦ୍ମ ଅଛି ପଡ଼ିମଧୁପୁର ନରନାରୀ ରହିଛନ୍ତି ବେଢ଼ି ।ରାମଙ୍କୁ ଦେଖି ସେମାନେ ବୋଲନ୍ତି ବଚନକୃଷ୍ଣ ପାଦତଳେ ଏ ଯେ ପଶିଲା ଶରଣ ।ଦେଖ ରାମ କେଉଁପରି ତାର ପ୍ରାଣଗଲାଶରଣପଞ୍ଜର ବାନା କିପରି ରହିଲା ।ଶୁଣିଣ ରାମ କୃଷ୍ଣଙ୍କୁ ବୋଲନ୍ତି ବଚନଏ ଅସୁର ପାଦତଳେ ପଶିଲା ଶରଣ ।ଶରଣାଗତକୁ ସେହୁ ବଳରେ ମାରିବବିଷ୍ଣୁ ପାଦତଳେ ଯେହୁ ଅପରାଧୀ ହେବ ।ରଣଭୂଇଁରେ ଯେ ଜନ କେଶ ମୁକ୍ତକରିତାହାକୁ ବଳରେ ଯେହୁ ମାରଇଟି ଧରି ।କଳ୍ପକଳ୍ପାନ୍ତରେ କୁମ୍ଭୀପାକେ ସେ ପଡ଼ଇସମର ଭୂମିରେ ଦିଗମ୍ବର ଯେ ହୁଅଇ ।ଶସ୍ତ୍ରକୁ ପକାଇ ଯେହୁ ପଛକୁ ଘୁଞ୍ଚାଇକି ଅବା ମୁଖେ ଅଙ୍ଗୁଳିଭରି ଠିଆହୋଇ ।ଯେହୁ ତାର ବଳାତ୍କାରେ କରେ ଶିରଚ୍ଛେଦଅପଯଶ ମିଳେ ତାକୁ ପଡ଼ଇ ବିପଦ ।କୁମ୍ଭୀପାକେ ପଡ଼ି ଛଟପଟ ସେ ହୁଅଇବିଷ୍ଣୁପାଦରେ ଦ୍ରୋହୀ ସେ ଗତି ତାକୁ ନାହିଁ ।ଏବେ ସେ ଶତ୍ରୁପାଦରେ ପଶିଲା ଶରଣଛାଡ଼ ତାକୁ ଦଣ୍ଡିବାର ନୁହଇ ବିଧାନ ।ଆଜ୍ଞା ଦିଅ ଅସୁରକୁ ଯାଉ ତାର ପୁରଲୋକନିନ୍ଦା କଥା ବାବୁ ନ ଶୁଣି କର୍ଣ୍ଣର ।ରାମ ବାକ୍ୟେ ଅସୁରକୁ ଶ୍ରୀକୃଷ୍ଣ ବୋଇଲେଉଠ କଂସ ରାଜା ଆଗେ ଜଣାଅ ତୁହିରେ ।ବୋଲିବୁ ରାମକୃଷ୍ଣଙ୍କୁ ମାରିବାର ପାଇଁଆଣିଲୁ ମଥୁରାପୁରେ କପଟେ ଡକାଇ ।ଯେତେ ଯେତେ ବୁଦ୍ଧି ତୁହି ପାଞ୍ଚିଲୁ ରାଜନରାମକୃଷ୍ଣ ସବୁ କରିଦେଲେ ଅକାରଣ ।ରଜକାଦି କୁବଳୟା ଗଜ ତା ମାହୁନ୍ତଚାଣୁର ମୁଷ୍ଟିକ ସହ ମାଲଙ୍କର ସୁତ ।ସମସ୍ତଙ୍କୁ ମାରି ଲୀଳା ରଙ୍ଗେ ଆସୁଛନ୍ତିଏମାନେ ଦେଖନ୍ତେ ମୋର ଉପୁଜିଲା ଭୀତି ।ତେଣୁ ରାମକୃଷ୍ଣ ପାଦେ ପଶିଲି ଶରଣଶରଣବତ୍ସଳ ମୋତେ କଲେ ପ୍ରାଣଦାନ ।କହିବାକୁ ପଠାଇଲେ ମୋତେ ତୋ ଛାମୁରେସୈନ୍ୟସାମନ୍ତ ତୋହର ଗଲେଣି ଆଗରେ ।ତୁ ଏବେ ପ୍ରସ୍ତୁତ ହୁଅ ଯିବାର ନିମନ୍ତେଆସୁଛନ୍ତି ପଠାଇବେ ଏହିକ୍ଷଣି ତୋତେ ।କହିଲେ ଏମନ୍ତ ବାକ୍ୟ ଯହୁଁ ଦାମୋଦରଗରଜି ଉଠିଲା ତହୁଁ ସେ ରାକ୍ଷସ ବୀର ।ଧନୁସାୟକ ଧେନୁକା ସୁତ କ୍ରୋଧେ ଚାହିଁବେଢ଼ିଲେ ମଥୁରାପୁର ନରନାରୀ ଯାଇଁ ।ବୋଲନ୍ତି ଅସୁର ଆରେ ଶୁଣ ଆମ୍ଭବାଣୀଅକାରଣେ କାହାକୁ ତୁ କ୍ରୋଧେ କରୁବାଣୀ ।ଷଣ୍ଢା ଶକଟା ପୁତନା ବକା ଅଘାସୁରକେଶୀ ଯାମଳା ଧେନୁକା ମୁଷ୍ଟିକ ଚାଣୁର ।ଏହି ରାମକୃଷ୍ଣ ତାଙ୍କୁ କଲେ ରେ ସଂହାରପୁଣିହିଁ ନାଶିଲେ ଯୁଦ୍ଧ ସୁତଙ୍କୁ ତାଙ୍କର ।କୁବଳୟା ଗଜ ଅଟେ କେତେ ବଳବାନମୁହୂର୍ତ୍ତକେ ବିନାଶିଲେ ତାହାର ଜୀବନ ।ତାଙ୍କ ତୁଳନାରେ ତୃଣଠାରୁ ହୀନ ତୁହିବୃଥା କ୍ରୋଧ କଲେ ପ୍ରାଣ ନ ପାଇବୁ ତୁହି ।ବଇକୁଣ୍ଠବାସୀ ଏହି ରାମକୃଷ୍ଣ ଦୁଇଜନ୍ମିଛନ୍ତି ମହୀଭାରା ଉଶ୍ୱାସିବା ପାଇଁ ।ସନ୍ଥପାଳି ଦୁଷ୍ଟଙ୍କୁରେ କରିବେ ନିଧନତୁ କିମ୍ପା ବଡ଼ିମା କରୁ ଅସୁର ନନ୍ଦନ ।ଜୀବନରେ ଆଶାଥିଲେ ପଶରେ ଶରଣଅଭୟ ପାଦପଦ୍ମରେ ତେଜି ଧୂର୍ତ୍ତପଣ ।ନ ଶୁଣି କାହାର ବାକ୍ୟ ଅସୁର ଧାଇଁଲାମଲୁ ଆରେ କୃଷ୍ଣ ବୋଲି ବିଧାଏ ମାଇଲା ।ରୋହିଣୀ ନନ୍ଦନ ଦେଖି କ୍ରୋଧରେ ଧାଇଁଲେଧନୁସାୟକ ମସ୍ତକେ ଚାପୋଡ଼େ ମାଇଲେ ।ଛିନ୍ନ ହୋଇ ମୁଣ୍ଡ ତାର ଶୂନ୍ୟେ ଉଡ଼ିଗଲାଜଗତୀ ଉପରେ କଂସ ନିକଟେ ପଡ଼ିଲା ।କଂସର ମୁଖକୁ ଚାହିଁ କରଇ ଗର୍ଜନଶୁଣି ଉଗ୍ରସେନ ବେଗେ ତେଜିଲା ଆସନ ।ଛିଡ଼ିଣ ମୁଣ୍ଡ କିମ୍ପାଇଁ ଗରଜନ କଲାଦେଖିଣ କଂସର ମନେ ମହାଭୟ ହେଲା ।ପୁତନାର ସୁତ ମୁଣ୍ଡ ଛିଡ଼ିଣ ସେଠାରେକଂସର ମୁଖକୁ ଚାହିଁ ଅଟ୍ଟହାସ କରେ ।ଦେଖି କଂସର ମନରେ ଜନମେ ବିଷାଦମୁଣ୍ଡନାହିଁ ଗଣ୍ଡି କିମ୍ପା ହସେ ଗଦ ଗଦ ।ପୁଣି ଚାଣୁର ନନ୍ଦନ ମୁଣ୍ଡ ପଡ଼ି ତହିଁକଂସର ମୁଖକୁ ଚାହିଁ ବିକଳେ କାନ୍ଦଇ ।ଛିଡ଼ିଲା ମସ୍ତକ କିମ୍ପା କାନ୍ଦେ ଉଚ୍ଚସ୍ୱରେଦେଖି କଂସ ନରପତି କମ୍ପଇ ଭୟରେ ।ପୁଣି ମୁଷ୍ଟିକର ସୁତ ମେଘଜିତ ବୀରମସ୍ତକ ନାଚଇ ବଂଶେ ଅନାଇ ତାହାର ।ଦେଖିଣ କଂସ ରାଜାର ସାହସ ଉଡ଼ିଲାବିପରୀତ ଏହି କଥା ଦେଖା ତ ନ ଥିଲା ।ପୁଣି ଅଘାସୁତ ମୁଣ୍ଡ କଂସକୁ ଅନାଇବିକରାଳ ଭାବେ ଜିହ୍ୱା କାଢ଼ିଣ ବୁଲଇ ।ପୁଣି ବକାସୁତ ମୁଣ୍ଡ ଜଗତୀ ଉପରେବୀରଭଦ୍ରା ନାମ ତାର ଜଗତ ମଧ୍ୟରେ ।ସେ ମୁଣ୍ଡ କଂସକୁ ଦେଖି ନେତ୍ର ତରାଟିଲାତାହା ଦେଖି କଂସାସୁର ମନେ ଭୟ କଲା ।ପୁଣି ବତ୍ସାସୁତ ବୀର କଙ୍କଳିର ମୁଣ୍ଡକଂସ ମୁଖ ଚାହିଁ କ୍ରୋଧେ ହୁଅଇ ପ୍ରଚଣ୍ଡ ।କେବେ ହସେ କେବେ ପୁଣି ରୋଦନ କରଇକେତେବେଳେ କୋପେବେନି ପାଟି ବିସ୍ତାରଇତାହା ଦେଖିଣ କଂସର ସର୍ବାଙ୍ଗ କମ୍ପିଲାମହାଭୟେ ବୀରବର ନୟନ ବୁଜିଲା ।ପୁଣି ତାଳଧ୍ୱଜ ବୀର ତାଳକର ସୁତକଂସର ମୁଖକୁ ଚାହିଁ କରଇ ଇଙ୍ଗିତ ।ପୁଣିହିଁ ଅମରସେନ ଅଜଗର କାନରେରେକାର କରେ ଚାହିଁ କଂସର ବଦନ ।ପର୍ବତ ନାମେ ଶକଟାସୁରର ନନ୍ଦନଧନେଶ୍ୱର ନାମେଣ କଦମ୍ବାସୁର ପୁଣ ।ଏ ଦୁହିଁଙ୍କ ମୁଣ୍ଡ ଖେଳେ ଜଗତୀରେ ଲୋଟିଭୟରେ ତହିଁକି କଂସ ନ ଦିଅଇ ଦୃଷ୍ଟି ।ଧେନୁକର ସୁତ ଧନୁସାୟକର ମୁଣ୍ଡକଂସକୁ ଦେଖିଣ କ୍ରୋଧେ ହୋଇଲା ପ୍ରଚଣ୍ଡ ।କୃଷ୍ଣମାୟା କରନ୍ତେ ସେ କହେ କଂସ ଆଗେଆରେ କଂସାସୁର ଶୁଣ ମୋ ବଚନ ବେଗେ ।ଏହିକ୍ଷଣି କୃଷ୍ଣଙ୍କୁ ତୁ ନୟନେ ଦେଖିବୁଚାହିଁଥିବେ ସଭାଜନେ ଜୀବନ ହାରିବୁ ।ତହିଁ ମୁଣ୍ଡମାନେ ଗଲେ ଜଗତୀରୁ ଖସିଦେଖନ୍ତି ରଙ୍ଗସଭାରେ ଥିଲେ ଯେତେ ବସି ।ଉଠ ଉଗ୍ରସେନ ରାଜା ଦୂତକୁ ବୋଇଲେଫିଙ୍ଗିଆସି ଏ ମୁଣ୍ଡକୁ ନେଇ ଶ୍ମଶାନରେ ।ପୁଣି ତାଙ୍କ ଭାଇବନ୍ଧୁମାନେ କରଯୋଡ଼ିବୋଲନ୍ତି ପାଇଲେ ଆଜ୍ଞା ପକାଇବୁ ପୋଡ଼ି ।ଉଗ୍ରସେନ ବୋଲେ ଶବ ବାଛି ଘେନିଯାଅଯେମନ୍ତେ ଆସେ ମନକୁ ପ୍ରେମ କରାଅ ।ଶୁଣନ୍ତେ ସେମାନେ ସେହି ଶବ ବହିନେଲେଯମୁନା କୂଳରେ ନେଇ ଦାହ କରାଇଲେ ।ମାଲସୁତଙ୍କର ଭାଇମାନେ କ୍ରୁଦ୍ଧ ହୋଇବୋଇଲେ ଆଦେଶ ତୁମ୍ଭେ ଦିଅ ଭୋଜସାଇଁ ।ପିତା ଭ୍ରାତାଙ୍କ ବଇରୀ ମାରିବୁ ରାଜନକରାଇବୁ ସ୍ଥିର ଆଜ ମଥୁରା ଭୁବନ ।ଏମନ୍ତ ବୋଲି ଗରଜି ସକଳେ ଉଠିଲେନକହେ ରାଜନ କିଛି ରହିଛି ନିଶ୍ଚଳେ ।ପୁଣି କହନ୍ତି ମାଲଙ୍କୁ ପୁତ୍ର କରଯୋଡ଼ିକଂସର ବେନି ଚରଣ ତଳେ ଯାଇ ପଡ଼ି ।ବେଗେ ଆଜ୍ଞାଦିଅ ତୁମ୍ଭେ ଭୋଜ ବୀରମଣିପିତୃ ବଇରୀ ସାଧିବୁ ମାରିବୁ ଭାଇବେନି ।କଂସ ଦେହେ ଜ୍ଞାନ ନାହିଁ ଚାହେଁ ଜଳଜଳଉଗ୍ରସେନ ବୋଲେ ଶୁଣ ମଲ୍ଲଙ୍କର ବାଳ ।ତୁମ୍ଭ ପିତାଙ୍କଠାରୁ କି ତୁମ୍ଭେ ବଳିଆରଯାହାଙ୍କୁ ଦେଖିବାମାତ୍ରେ କମ୍ପେ ପୁରନ୍ଦର ।ବାହୁବଳେ ତିନିପୁର ଜୟ ସେହୁ କଲେଦେବଙ୍କ ଭଣ୍ଡାରୁ ନାନା ରତ୍ନ ଜୁର କଲେ ।ଏବେ ଶ୍ରୀକୃଷ୍ଣଙ୍କ ହସ୍ତେ ସର୍ବେ ନାଶଗଲେତୁମ୍ଭେମାନେ ଦେଖିଅଛି ବେନି ନୟନରେବୋଲୁଅଛ ରାମକୃଷ୍ଣ ବିନାଶିବୁ ଆମ୍ଭେବୃଥା ଅହଙ୍କାର କିମ୍ପା କରୁଛରେ ତୁମ୍ଭେ ।ନକରରେ ଆଉ ତାଙ୍କ ସଙ୍ଗେ କଳିଦ୍ୱନ୍ଦ୍ୱଚକ୍ଷୁ ଥାଉଁ ଥାଉଁ କିମ୍ପା ହେଉଛରେ ଅନ୍ଧ ।ଚାଣୁର ମୁଷ୍ଟିକ କୁବଳୟା ଗଲେ ନାଶସେହି ରାମକୃଷ୍ଣ ପାଦପଦ୍ମେ କରି ଦୋଷ ।ବସ ରଙ୍ଗସଭା ମଧ୍ୟେ କିଛି କହନାହିଁରହିଲେ ମାଲ କୁମରେ ଶୁଣି ତୁନି ହୋଇ ।ଚେତି କଂସ ଉଗ୍ରସେନ ଅକ୍ରୂରଙ୍କୁ ଡାକିବୋଲେ କଳିଦ୍ୱନ୍ଦ୍ୱ ଆଉ କରିବା କାହିଁକି ।କଂସ ବୋଲେ ତୁମ୍ଭେ ଏଥୁ ବେଗହୋଇ ଯାଅରାମକୃଷ୍ଣ ଦୁହିଁଙ୍କୁ ହୋ ଲେଉଟାଇ ଦିଅ ।ଆଜିକ ରହନ୍ତୁ ଭାଇ ବେନି ମଧୁବନେବୋଲିବ ମାମୁଁ ତୁମ୍ଭର କହିଛିଏସନେ ।ତୁମ୍ଭେ ସୋଦର ଭଣଜା ଅଟ ତ କଂସରତୁମ୍ଭଙ୍କୁ ଆଦର କରି ନେବ ନିଜପୁର ।କାଲି ପ୍ରଭାତରୁ ମାମୁଁ ତୁମ୍ଭର ଆସିବେବେନିଭାଇଙ୍କୁ ସେ ହସ୍ତୀପରେ ବସାଇବେ ।ନାନାଉପହାରମାନ ଦେବେ ହୋଇ ତୋଷଏକଥା ଉଗ୍ରସେନକୁ କହୁଛନ୍ତି କଂସ ।ଦେବକୀ ବସୁଦେବଙ୍କ ପାଦେ ଦୋଷକଲିଭଗିନୀ ଭିଣୋଇ କଷ୍ଟ ନୟନେ ଦେଖିଲି ।ଦେବଙ୍କ ଚକ୍ରରେ ମୁହିଁ ଅର୍ଜିଲି ଏମାନତେଣୁ ଏତେ ଏତେ ଜନ ଲଭିଲେ ନିଧନ ।ରାମକୃଷ୍ଣ ଦୁଇଭାଇଙ୍କି ଯତ୍ନର ଭାବରେନଗର ବୁଲାଇ ଧନରତ୍ନ ଦେଇ କରେ ।ରଥରେ ବସାଇ ତୋଷ କରିଣ ତାହାକୁକାଲି ଛାଡ଼ିଆସ ଯାଇ ଗୋପ ଭୁବନକୁ ।ଏହି କଥା କଂସ କହେ ଉଗ୍ରସେନେ ଚାହିଁଶୁଣି ଉଗ୍ରସେନ ମନେ ଆନନ୍ଦ ହୁଅଇ ।ମଉନ ଭାବେ କେମନ୍ତେ ଏ ଜ୍ଞାନ ଉପୁଜିଲାବିଷବୃକ୍ଷେ ସୁଧାଫଳ କେମନ୍ତେ ଫଳିଲା ।ଅବସନ୍ତେ ବସନ୍ତ ବହିଲା କେଉଁପରିଲବଣ ସମୁଦ୍ରେ କାହିଁ ମିଳେ ସୁଧାବାରି ।ସେହିପରି କଂସଠାରେ ହେଲା ଦିବ୍ୟଜ୍ଞାନଯା କରିବ କର ପ୍ରଭୁ ଦେବ ଜନାର୍ଦ୍ଦନ ।