ଚାଉଳ
୧୮୯୮–୧୯୬୫
- ସଂକଳନ: ହାଣ୍ଡିଶାଳର ବିପ୍ଳବ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୮୦
- ସ୍ଥିତି
- ସାର୍ବଜନୀନ (Public domain)
ନୀଳାକାଶ ତଳେ ଚଳା ମେଘ-ମେଳେଚଳେ ବ୍ୟୋମତରୀ କ୍ଷଣକୁ କ୍ଷଣ,ଦୂର ରଣଭୂଇଁ ଚମକି ଉଠଇବୋମା ବରଷଇ ଅନଳ-ବାଣ ।ମରୁ ପାଲଟଇ ରୁଧିର ସାଗର,ଘନ ବନ ତଳେ ଅନଳ ଜଳେ,ଏ କାଳେ କି ଲାଗି ହେ ଚାଉଳ ମୋରପକାଅ ଚହଳ ଉଦରତଳେ ?ଅଜଣା କୁଟୀରେ ଛାର ଢିଙ୍କିଶାଳେତବ ଜନ୍ମ ସିନା ଜାଣନ୍ତି ଜନଆଜି ତୁମ ଲାଗି ସାରା ଓଡ଼ିଶାରପଡ଼ିଛି ଚହଲି ଧନ-ଜୀବନ ।ଥାନ ଥିଲା ତବ ଉଦରେ ଉଦରେ,ଆଜି ମୁଖେ ମୁଖେ ଉଠିଛି କଥା,ଆଜି ‘ଗଜପତି’ ଉଡ଼ିଚାଲିଛନ୍ତିଦୂର ଇନ୍ଦ୍ରପ୍ରସ୍ଥେ ଘେନି ବାରତା ।ଆଜି ପ୍ରାଣ ଝୁରେ ତୁମରି ଚିନ୍ତାରେ,ବଜାରେ ଉଠିଛି ତୁମରି ରୋଳ,ଏ ଘୋର ସମରେ ସାହା ସିନା ତୁମେଅସ୍ତ୍ର ଧରିବାକୁ ଆହେ ଚାଉଳ !ଉଆସ ବିହାରେ ପଲାଉ ତୁମେଟି;ଦରିଦ୍ର କୁଟୀରେ ପଖାଳ ଭାତ;ଭିକାରି ଥାଳର ମୁଠିକ ଚାଉଳ;ଦେବପୂଜା ପୀଠେ ପୁଣ୍ୟ ଅକ୍ଷତ ।ଖଜାପିଠା ଯେତେ ଏ ଦୀନ ଦେଶର,ଯେବା ଭୋଜିଭାତ ବିଲାସ ଖେଳ;ସବୁଥିରେ ତୁମେ ଶୁଭ କାମଧେନୁ,ତୁମ ବିନେ ପ୍ରାଣ କି କଲବଲ !ମୁଖେ ତୁମେ ବାଣୀ, ନୟନେ ଚାହାଣି,ଅଧରେ ପୀୟୁଷ, ଅନ୍ତରେ ବଳ -ସବୁ ଆଜି ଭାଜି ପଡ଼ୁଛି ବନ୍ଧୁ ହେମଉଳିଗଲାଣି ଚିତ୍ତ-ମୁକୁଳ ।ବାଲେଶ୍ୱରେ ଆଜି ଡାକୁଚି ବାଟୋଇ,ଡାକୁଚି ପୋଲୋରେ କୁଟାରବାସୀପଲ୍ଲିପଡ଼ା ତଳେ ଲୁହ ବସି ଢାଳେପଲ୍ଲି-ସୀମନ୍ତିନୀ ଉପାସେ ବସି ।ଅବୁଝା ଭାଷାରେ ଶିଶୁ ଡାକିମରେ,ଦିଅଁ ତେଜି ଭକ୍ତ ତୁମକୁ ଭଜେ,ରଣଭୂମିତଳ କୋଳାହଳୁ ବଳିଉଦର-ସମର ବିଷମ ଏ ଯେ !
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର