ଚାଟୁକାରୀ ପ୍ରତି
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କବିତା କଳାପ (ଦ୍ୱିତୀୟ ଭାଗ)
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୬
- ସ୍ଥିତି
- ସାର୍ବଜନୀନ (Public domain)
ଚିର ଉପାର୍ଜ୍ଜିତ ମାନ ହରାଇ,କିପାଁ ଚାଟୁ କଥା କହିଲୁ ଯାଇ,କହିଲୁ ଯାଆଗେ ସେତ ଅତିରାଗେସ୍ୱାର୍ଥପର ହୋଇ ଦେଲା ଫେରାଇ,ମୁଖ ନ ଫିଟାଅ ଏଣିକି କାହିଁ,ବିନୟେ କହୁଛି ତୋତେ ବତାଇ ।୧।ଅନ୍ନ ନ ମିଳିବ ନାହିଁ ଶୋଚନା,ପ୍ରାଣଗଲେ ଯିବ ନାହିଁ ଭାବନା,ଅନ୍ୟେ ଚାଟୁ କଥା କହିବାର ପ୍ରଥାମୁଁ ମଣେ ତାହାକୁ ବଡ଼ ବେଦନା,ମିଳୁରେ ପଛକେ ହୀରକ ସୁନା,ସେ ଅଟେ ମରଣୁଁ ଅଧିକ ସିନା ।୨।ସ୍ୱାଧୀନତାଧନ ଜଗିଣ ଥିବି,କାହାକୁ କିଞ୍ଚିତେ ମୁଁ ନ ମାଗିବି,ମୋ ପର୍ଣ୍ଣକୁଟୀରେ ଆନନ୍ଦଭାବରେଯାହା ଅଛି ତାହା ଖାଇ ବଞ୍ଚିବି,ତୁଚ୍ଛ ରାଜପଦ ମୁଁ ନ ଲୋଡ଼ିବି,ନିତ୍ୟ ନିଧି ନାମ ନିତି ଭଜିବି ।୩।ମୁନିମାନଙ୍କର କଷ୍ଟସାଧନ,ଜାଣନ୍ତି କି କେବେ ପାପିଷ୍ଠ ଜନ,ସ୍ୱାଧୀନ ଜୀବନ କେଡ଼େ ମୂଲ୍ୟବାନଜାଣିବେ କି ତାହା ଚିରଅଧୀନ,ସଦା କଳୁଷିତ ତାହାଙ୍କ ମନ,ସ୍ୱାଧୀନସଙ୍ଗରେ ନୁହେ ସମାନ ।୪।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ