ଚାକିରି ଆଶେ
୧୮୯୮–୧୯୬୫
- ସଂକଳନ: ବଙ୍କା ଓ ସିଧା
- ପଢ଼ିବା ସମୟ
- ୫ ମିନିଟ୍
- ଶବ୍ଦ
- ୭୪୪
- ସ୍ଥିତି
- ସାର୍ବଜନୀନ (Public domain)
କିମିତି କହିବି ଗୋଟାଏ ତାରକା ଜୀବନାକାଶେ ?ଗୋଟିଏ କୁସୁମ ଚିତ୍ତ-ତରୁରେ,ଏକଇ ବିନ୍ଦୁ ଜୀବନ-ମରୁରେକିଭଳି ଆଜି ମୁଁ ମିଥ୍ୟା କହିବି ଜଗତ ପାଶେବହୁବଚନରେ ପ୍ରଣୟ ଫାଶେ ?[ଜୁଲାଇ-୧୯୫୫]ଫଟୋ-ଚାଷ
(୧)
ଖବରକାଗଜେ ନିତି ଚାଲେ ଫଟୋ-ଚାଷ-ପିନ୍ଧି ପାଇଜାମା, ଅଙ୍ଗି ଶୁଭ୍ର ବେଶବାସକାହିଁ ମହାମାନ୍ୟବର ଧାରିଛନ୍ତି ହଳଘେରିଚନ୍ତି ଚଉପାଶେ ସ୍ତୁତିବାଦୀ ଦଳ ।
(୨)
ଉଠିଛନ୍ତି କାହିଁ ମନ୍ତ୍ରୀ ଟ୍ରାକ୍ଟର ବକ୍ଷରେ,ଫଟୋତଳେ ଲେଖାଅଛି ବିରାଟ ଅକ୍ଷରେ-ଦୁର୍ଗତିର ଶେଷ ଆଜି, ଶୁଭ ସମାଗତଦେଲେ ଯେଣୁ ମାନ୍ୟବର ଲଙ୍ଗଳରେ ହାତ !
(୩)
ଆପାଦମସ୍ତକ ବସ୍ତ୍ରେ ହୋଇ ସମାଚ୍ଛନ୍ନବସ୍ତ୍ରହୀନ ଜନେ ଦେବାପାଇଁ ଶିକ୍ଷାଦାନକରୁଚନ୍ତି ଧାନଚାଷ ଅଫିସରବରପ୍ରଚାରିତ ଫଟୋ-ଯନ୍ତ୍ରେ ଦେଶେ ଏ ଖବର ।
(୪)
ଥାଉ ବା ନ ଥାଉ କ୍ଷେତ୍ରେ ଫସଲର ସତ୍ତାଫଟେ ପ୍ରଚାରିତ ହୁଏ ଫସଲବାରତା,ଫାଇଲିରେ ହୁଏ ଜମା, ମହଣ ମହଣମାଣ୍ଡିଆ , ଗହମ, ବିରି, ଯବ, ମକା, ଧାନ ।
(୫)
ଫଟୋରେ ଫସଲ ଫଳେ, ଗଛେ ଫୁଟେ ଫୁଲଚମତ୍କୃତ ହୁଏ ଦେଖି ଦୂର ମଫସଲ ।‘‘ଗ୍ରୋ ମୋର୍ଫୁଡ଼୍’’ ହୁଏ କେବଳ ଫଟୋରେଦେଇ ‘ଆଶା-ବୈତରଣୀ’ ଭୋକିଲା ଭୋଟରେ ।
(୬)
ଜମିହୀନ ଜନେ ଦିଏ ଆଶାର ବାରତା,ଜମି ବୋଲି ନାହିଁ ଯା’ର ଜଗତରେ ସତ୍ତାହେବ ସେହୁ ଜମିଦାର ବାକସ-ଚାଷରେଚାଲେ ଫଟୋ-ଚାଷ ଆଜି ଏ ସାରା ଦେଶରେ ![ଅଗଷ୍ଟ-୧୯୪୯]ନାରୀମହଲ*ଘର ପରିବାର ଘନ ବନ-ତଳେ ରହିଆମେ ଯେ ଫୁଟୁଚୁ ସଙ୍ଗିନୀ, ସଖୀ, ସହି,ଯୁଗ-ଯୁଗଧରି ଝଡ଼ୁଚୁ ସେ ବନତଳେପୁରୁଷ-ଝଞ୍ଜାମାଡ଼େ ।ନିଠୁର ପୁରୁଷ ବନ୍ଦନା-ଗୀତି ଗାଏ-ଅୟି ସୁହାସିନି, ଅୟି ଜବାଧରି, ପ୍ରିୟେ,ହାରେମ୍ ଭିତରେ ଆମରି କବରୀ ତଳେପ୍ରଣୟ-ପ୍ରଦୀପ ଜଳେ ।ନ ଛୁଉଁ ଅଧରେ ବିକଚ କମଳ ଆଭା,ବଦନ ନ ଛୁଉଁ ରାକା ଶଶଧର ଶୋଭା,ନ ଛୁଉଁ ଚରଣେ ସରଳ ମରାଳଗତି,ନ ଫୁଟୁ କିଶୋରୀ ଛାତି ।ନ ଉଠୁଁ କିଶୋରୀ ହାସ୍ୟ ତରଳ ଖେଳନ ଲୋଡ଼ୁ ଆମର ବାହୁ ଆନ ବାହୁତଳ,ପରଦା ଭିତରେ ପୁରୁଷ ରଖିଚି ଜାଣିବୋଲି ତା କୁଟୀର-ରାଣୀ !କରିଚି ଆମକୁ ବନ୍ଦିନୀ ନରଜାତି,ଆହେ ଚଉଧୁରୀ, ଆହେ ବୀର ସେନାପତି,ପୁର-ବନ୍ଧନେ ନିଜାମ ଭୁବନ ତଳେଅବଳା ଅଶ୍ରୁ ଝରେ ।ମୁକ୍ତ କର ହେ, ମୁକ୍ତ କର ହେ ବୀର,ଉନ୍ନତ ହେଉ ଚିର ଅବନତ ଶିର ।ବଜାରେ, ହାଟରେ ହଜାର ବରଷ ପରେଆମେ ଜାଗୁ ଆଉ ଥରେ ।ଚୂର୍ଣ୍ଣିତ କର ହାରେମ୍-ପ୍ରାଚୀର ଏଇ,ପୁରୁଷର ଭୋଗ-କାମନା-ଲାଳସା ନେଇଆଉ କେତେ କାଳ ଶିକାର ହୋଇବ ନାରୀ ?ଆହେ ବୀର ଚଉଧୁରୀ !ଏଇ ନରଜାତି ତସ୍କରଗିରି କରିକରିଚି ଆମର ବନ୍ଦନ-ଚନ୍ଦ୍ର ଚୋରି,ପାନ କରି ଆମ ଅଧର ପୀୟୁଷରସଅପହରି ଆମ ହାସ,ଲେଖିଚି ଯେତେ ଏ କାବ୍ୟ କବିତା ଗୀତି,ରସାଣିଚି ତହିଁ ଆମରି ସୋହାଗ ପ୍ରୀତି,ଆମରି ବିରହେ ଆପଣାକୁ କରି ବଡ଼ବୋଲାଇଚି ପାରିବାର !ପୀରତି-ସାଗରେ ଆମକୁ ତରଣୀ ରଚିଇନ୍ଦ୍ର ବୋଲାଏ କରି ସେ ଆମକୁ ଶଚୀ ।ଆମରି ବସନ, ଆମରି ଫେସନ ପାଇଁଧ୍ୱଂସ କରିଚି ମହୀ ।ପୁଲିଶି-ଚାଳନା କର ଆହେ ସେନାପତିଗଡ଼ଜାତ ସମ ଭାଜିପଡ଼ୁ ନରଜାତି !ଧରାଅ ପତାକା ଚରଖା-ଚକ୍ର ହାତେଭାରତ ରାଷ୍ଟ୍ରପଥେ ।ଗାଇବୁ ବେତାରେ ଖେଳିବୁ ସିନେମା ହଲେକିସ୍-ମି-ନଟ୍-ପାଉଡ଼ର ବୋଳି ଗାଲେ ।ବୁଲିବୁ ମୋଟରେ, ବ୍ୟୋମଯାନେ ଯିବୁ ଉଡ଼ିହାରେମ୍ କଷଣ ଭୁଲି ।ତେଣୁ ଆଜି ଆମେ ପାଞ୍ଚହଜାର ନାରୀଅଭିନନ୍ଦନେ ବନ୍ଦୁ ହେ ଚଉଧୁରୀ !ନାରୀ ପୁରୁଷର ସମର ଘୋଷଣା କରଦେଖିବ ଆଗାମୀ କାଳ ।[ଜାନୁୟାରୀ-୧୯୪୯]ମାନହାନିମିସେସ୍ କହଇ- ମିଷ୍ଟର ତୁମେକେଡ଼େ ବଡ଼ ଭୁଲ କଲ !ବିବାହ ବେଦିରେ ହାତ ଧରି ଆମେକରିଅଛେ ସିନା ଘର ।ଏଇଥି ପାଇଁକି ମୋ ଚିଠି ଖୋଲିବ ?ସ୍ୱାଧୀନତା ମୋର ନାଇଁ ?ମାନହାନି କଲ, ରେଡ଼ି ହୁଅ ଏବେଅଦାଲତରେ ଯିବାପାଇଁ !ଅତି ଆଧୁନିକା ଅଭିଯୋଗ କରେ -କାଲି ଆସିଥିଲେ ସିଏ,ସିନେମା ଯିବାକୁ ମନାକରିଦେଲ,ଡାକୁଥିଲେ କେଡ଼େ ସ୍ନେହେ ।ମାଳତୀ ଯାଉଚି, ସରଳା ଯାଉଚି,ଯାଉଚି ଲତିକା ଦେଈଦେଖୁଚି ଏ ଘରେ ମୋର ମାନ ନାଇଁ,ମୋର ସ୍ୱାଧୀନତା ନାଇଁ !ଛାତ୍ର କହୁଚି - ଗୁରୁଜୀ ଆପଣ !ବିଚାରିଲେ ନାଇଁ ଜମାକାଲି ଡ଼ାକଥିଲେ ଚାହାଭୋଜି ପାଇଁଆମରି ଶ୍ରେଣୀର ରମା ।ଆପଣ ତ ଥିଲେ, ମୁଁ ବି ଯାଇଥିଲି,ପଢ଼ା ହୋଇନାହିଁ ଜାଣିପ୍ରଶ୍ନ ପଚାରି ଅପମାନ ଦେଲ,ଏ କି ନୁହେଁ ମାନହାନି ?ଲେଖକ ଲେଖଇ - ସଂପାଦକ ହେ,କେଡ଼େ ମାନହାନି କଲ !ସବୁଠି କହିଚି ମୋହର କବିତାବାହାରିବ ଏଇ ଥର ।ତୁମ କାଗଜରେ ମେମ୍ବର ହେଲିବାର୍ଷିକ ମୂଲ ଦେଇକବିତା ନ ଛାପି ମାନହାନି କଲଟିକିଏ ବିଚାର ନାଇଁ ?ଦୋକାନ ଉପରେ ଦୋକାନୀ କହଇଆଚ୍ଛା ଖରିଦଦାର !କହୁଅଛି ମୁହିଁ ‘ବ୍ଲାକ୍’ କରୁଛି ?ହୁସିଆର, ହୁସିଆର !!ଯୋଗାଣ-ଜେଗାରୁ ଯାହା ମୁଁ ଆଣୁଛି,ଭିତିରି ପଇସା ଗଣି,ତାହା ମୁଁ କଷିଲେ ‘ବ୍ଲାକ୍’ କହୁଚ !କରିଦେବି ମାନହାନି !!ଏମ. ଏଲ. ଏ. କହଇ - ଭୋଟରବୃନ୍ଦ !ସାବଧାନ, ସାବଧାନ !ଲାଟସଭାର ମୁଁ ସଭ୍ୟ ହୋଇଚି,ଜାଣ ତୁମେ ମୋର ମାନ ?ନିର୍ବାଚନରେ ପାଣିପରି ମୁହିଁଖର୍ଚ୍ଚ କରିଚି ଯେତେଦେଶ ‘ସେବା’ ମୁହିଁ କରୁନି କହିଲେନେଇଯିବି ଅଦାଲତେ ।ଆସାମୀ ବଖାଣେ ପୁଲିସ ଥାନାରେଦାରୋଗା ବାବୁ ହେ ଶୁଣ,ଡାକିଆଣି ମୋତେ ପ୍ରଶ୍ନ ପଚାରିଦେଲ ଏତେ ଅପମାନ ।ନାହିଁ କଲେ ମୁହିଁ ପୁଣି ପଚାରିଲ,ଠିଆକରାଇଲ ଜାଣି,ଏ ଗଣତନ୍ତ୍ର ଦେଶରେ କରିଲଏ ଘୋର ମାନହାନି !!!ନେତା କହୁଅଛି - ଖବରକାଗଜସମ୍ପାଦକ ହେ ଶୁଣ -ଦେଶକୁ ତୁମର ସ୍ୱାଧୀନ ଯେ କଲାଗାଅ ତାର ଦୁର୍ଗୁଣ ?ଦେଶର ନାଆଁରେ ଯେତେ ଯାହା ଆମେକରୁଅଛୁ ଜାଣି ଜାଣିକିଏ ଜାଣେନାହିଁ ? ତୁମେ ଯଦି ଲେଖକରିଦେବୁ ମାନହାନି ।[ସେପ୍ଟେମ୍ବର-୧୯୫୨]ଭାଗବତଭାଗବତ କାନ୍ଦେ ଆଜିକାନ୍ଦ ତାର ଶୁଣଚି କି କିଏ ?ଗାଆଁ ସେପାଖରେ ତାରଛୋଟ ଏକ ଚାଳଘରଟିଏ ।ଛାତେ ତାର ନଡ଼ା ନାଇଁ,କାନ୍ଥ ବାଡ଼ ପଡ଼ିଲାଣି ଲଇଁଚାରି ଛ’ଟା ବୁଢ଼ିଆଣୀଜାଲ ବୁଣି ରହିଚନ୍ତି ତହିଁ ।ଉପରୁ ପଡ଼ିଲା ବର୍ଷା,କାନ୍ଥ ମାଟି ଖସି ହେଲା ଫାଙ୍କାସେ ଭିତରେ ଠିଆକଲେଉଇ କେତେ ଛୋଟ ଛୋଟ ହୁଙ୍କା ।ଝଡ଼-ତୋଫାନରେ କାହିଁନୀଡ଼ହୀନ ଦି’ଚାରି ଚଢ଼େଇସେଇ ଭଙ୍ଗା ଛାତତଳେବିରଚିଲେ ନୂଆ ବସା ଯାଇ ।ଭାଗବତ ଗୃହହୀନ,ଖ୍ୟାତି ନାଇଁ ସେ ଗାଆଁରେ ଆଉଫୁଲସଞ୍ଜବେଳେ ତାରଦ୍ୱାରେ ଉଭାହେବେ ଲୋକେ କାହୁଁ ?
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ