ବ୍ରହ୍ମାଣ୍ଡ ଭୂଗୋଳ — ଦୀନକୃଷ୍ଣ ଦାସ · ସ୍ୱର୍ଣ୍ଣଲିପିପ୍ରଥମ ଅଧ୍ୟାୟ
ହେ ଦେବଦେବ ଜଗନ୍ନାଥ ।ଭକ୍ତବତ୍ସଳ ଗୋପୀନାଥ । ୧ ।ତୁମ୍ଭେ ଯେ ସଂସାରର ସେତୁ ।ସର୍ବ କର୍ମର ଅଟ ହେତୁ । ୨ ।ତୁମ୍ଭ କୃପାରେ ମୂଢ଼ ନର ।ସୁଧିଏ କରନ୍ତି ଆଦର । ୩ ।ତେଣୁ ଶରଣ ବଳରାମ ।ଦିଅ ହେ ପ୍ରଭୁ ଦିବ୍ୟଜ୍ଞାନ । ୪ ।ବ୍ରହ୍ମାଣ୍ଡ ଭୂଗୋଳେ ଆପଣ ।ପାର୍ଥେ କହିଲ ଯେଉଁ ଜ୍ଞାନ । ୫ ।ତାହା ମୁଁ କରିବି ଲିଖନ ।ଏହି ମୋହର ମନସ୍କାମ । ୬ ।ପୂରଣ କର ଚକ୍ରଧର ।ପ୍ରଣାମ ଶତ ସସ୍ରବାର । ୭ ।ଶ୍ରୀ ଅର୍ଜୁନ ଉବାଚ - ଅର୍ଜୁନ ବେନିକର ଯୋଡ଼ି ।କହେ ଗୋବିନ୍ଦ ପାଦେ ପଡ଼ି । ୮ ।ଭୋ ନାଥ ଆରତ ଭଞ୍ଜନ ।କରୁଣାସିନ୍ଧୁ ଜନାର୍ଦ୍ଦନ । ୯ ।ନମସ୍ତେ ପ୍ରଭୁ ଦିବ୍ୟରୂପୀ ।ସକଳ ଦେହେ ଅଛ ବ୍ୟାପୀ । ୧୦ ।ମୁକତି ଲଭିବି କେମନ୍ତେ ।ଏମନ୍ତ ଆଜ୍ଞା ହେଉ ମୋତେ । ୧୧ ।ଶ୍ରୀକୃଷ୍ଣ ଗୋବିନ୍ଦ ଗୋପାଳ ।କହ ହେ ବ୍ରହ୍ମାଣ୍ଡ ଭୂଗୋଳ । ୧୨ ।ଏ ଭାଗବତ ଧର୍ମ ଅର୍ଥ ।ଦୟାକର ହେ ଗୋପୀନାଥ । ୧୩ ।କହ କେଶବ ତୋଷମନେ ।ନମଇ ତୁମ୍ଭର ଚରଣେ । ୧୪ ।ମାୟା ନକରି ମୋତେ କହ ।ଫିଟାଅ ମୋ ମନୁ ସଂଶୟ । ୧୫ ।ଶ୍ରୀଭଗବାନୁବାଚ - ଭକତ ସ୍ତୁତି ଶୁଣି କର୍ଣ୍ଣେ ।କହନ୍ତି ପ୍ରଭୁ ତୋଷମନେ । ୧୬ ।ଶୁଣ ଭକତ ଦେଇ ଚିତ୍ତେ ।କହିବା ଭାଗବତ ଅର୍ଥେ । ୧୭ ।ମନକୁ କର ତୁ ନିଶ୍ଚଳ ।ହତା ବ୍ରହ୍ମାଣ୍ଡ ଭୂଗୋଳ । ୧୮ ।ଶୁଣ ହେ ପାର୍ଥ ମନ ଦେଇ ।କହିବା ଭାଗବତ ଫେଇ । ୧୯।ଯେ କାଳେ ନ ଥିଲା ସଂସାର ।ନ ଥିଲେ ଚନ୍ଦ୍ର ଦିବାକର । ୨୦ ।ନ ଥିଲା ଦିବସ ରଜନୀ ।ନ ଥିଲା ଭୁବନ ମେଦିନୀ । ୨୧ ।ଆଦ୍ୟରୁ ନ ଥିଲା ପବନ ।ନ ଥିଲେ ଶୂନ୍ୟେ ତାରାଗଣ । ୨୨ ।ନ ଥିଲେ ଦେବାସୁର-ନର ।ନ ଥିଲା ସଂସାର ପ୍ରଚାର । ୨୩ ।ନ ଥିଲା ଜଳ ସ୍ଥଳାନିଳ ।ନ ଥିଲା ଗଗନ ମଣ୍ଡଳ । ୨୪ ।ନ ଥିଲେ ବରୁଣ କୁବେର ।ନ ଥିଲା ତେଜ ଆଉ ନୀର । ୨୫ ।
ସମ୍ବନ୍ଧିତ ରଚନା
ଦୀନକୃଷ୍ଣ ଦାସ
ପ୍ରସ୍ତାବ ସିନ୍ଧୁଦୀନକୃଷ୍ଣ ଦାସ ଦୀନକୃଷ୍ଣ ଦାସ
ନ ଥିଲେ ବ୍ରହ୍ମା ବିଷ୍ଣୁ ଶିବ ।
ନ ଥିଲେ ବେଦର ସ୍ୱଭାବ । ୨୬ ।
ସେ କାଳେଶୂନ୍ୟ ମୋର ରୂପ ।
ଏମନ୍ତେ ଗଲା କୋଟିକଳ୍ପ । ୨୭ ।
ବ୍ରହ୍ମାଣ୍ଡ ମୋର ଗର୍ଭେ ନେଇ ।
ରଖିଲି ବ୍ରହ୍ମରୂପ ହୋଇ । ୨୮ ।
କେହି ନ ଥିଲେ ହେ ଅର୍ଜୁନ ।
ବ୍ରହ୍ମାଣ୍ଡ ହୋଇଥିଲା ଶୂନ୍ୟ । ୨୯ ।
ଏମନ୍ତେ କୋଟିକଳ୍ପ ଅନ୍ତେ ।
ଦୟା ଉପୁଜିଲା ମୋ ଚିତ୍ତେ । ୩୦ ।
ସୃଷ୍ଟି କାରଣେ ବାଞ୍ଛା ହେଲା ।
ମୋ ଅଙ୍ଗ ବିନ୍ଦୁ ଉଛୁଳିଲା । ୩୧ ।
ସେ ବିନ୍ଦୁ ତ୍ରୟଭାଗ ହେଲା ।
ତ୍ରିବୀଜ ରସ ବୋଲାଇଲା । ୩୨ ।
ସେ ବିନ୍ଦୁ ହସ୍ତରେ ଧରିଲି ।
ତ୍ରୟଅଙ୍ଗୁଳେ ଗଳାଇଲି । ୩୩ ।
ତ୍ରୟ ବୀଜରୁ ତ୍ରୟ ଦେବ ।
ହୋଇଲା ବ୍ରହ୍ମା ବିଷ୍ଣୁ ଶିବ । ୩୪ ।
ଏ ତିନିମୂର୍ତ୍ତିଠାରୁ ପୁଣ ।
ଉତ୍ପତ୍ତି ହେଲା ରାମ ନାମ । ୩୫ ।
ନାମରୁ ଭାଗବତ ହେଲା ।
ତେଣୁ ଦ୍ୱିଗୁଣ ବୋଲାଇଲା । ୩୬ ।
କହଇ ବଳରାମ ଦାସ ।
ପ୍ରଥମ ଅଧ୍ୟା ହେଲା ଶେଷ । ୩୭ ।
ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ
ନାମ ପ୍ରଥମୋଽଧ୍ୟାୟଃ ।
ଦ୍ୱିତୀୟ ଅଧ୍ୟାୟ
ଅର୍ଜ୍ଜୁନ ଉବାଚ - ଅର୍ଜୁନ ବିନୟ ଭାବରେ ।ପଡ଼ଇ କୃଷ୍ଣଙ୍କ ପୟରେ । ୧ ।କଥାଏ ପଡ଼ିଲା ମୋ ମନ ।କହ ହେ ପ୍ରଭୁ ଭଗବାନ । ୨ ।ଭାଗବତ ଯେ ବୋଲାଇଲା ।କେମନ୍ତେ ଏକାଦଶ ହେଲା । ୩ ।ଏ କଥା କହ ଭାବଗ୍ରାହୀ ।ଭାଗବତ ଯେ ପୁଣ ଫେଇ । ୪ ।ଶ୍ରୀଭଗବାନୁବାଚ - କହନ୍ତି ପ୍ରଭୁ ଦଇତାରି ।ଶୁଣ ଅର୍ଜୁନ ହେତୁ କରି । ୫ ।ମାତା ପିତାଙ୍କ ରଜ ବୀଜ ।ତେଣୁ ହୋଇଲା ମହାତେଜ । ୬ ।ରଜୋବୀଜକୁ ଭାଗକଲା ।ଏମନ୍ତେ ଭାଗବତ ହେଲା । ୭ ।ଏକାଦଶ ଇନ୍ଦ୍ରିୟଗଣ ।ରଜୋବୀଜରୁ ଜାତ ପୁଣ । ୮ ।ବେଦରୁ ବ୍ରହ୍ମ ଏକ ହୋଇ ।ଏକାଦଶ ଏହୁ ବୋଲାଇ । ୯ ।ଦ୍ୱିତୀୟ ଅଧ୍ୟା ହେଲା ଶେଷ ।କହଇ ବଳରାମ ଦାସ । ୧୦ ।ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଦ୍ୱିତୀୟୋଽଧ୍ୟାୟଃ ।
ତୃତୀୟ ଅଧ୍ୟାୟ
ଅର୍ଜୁନ ଉବାଚ - ଅର୍ଜୁନ ବୋଲଇ ଗୋସାଇଁ ।କଥାଏ ମନେ ପଡ଼ିଲଇଁ । ୧ ।ଗୀତା ସ୍ମୃତି ଯେତେକ ତତ୍ତ୍ୱ ।କାହୁଁ ଏ ଶାସ୍ତ୍ର ହେଲା ଜାତ । ୨ ।ଏତେକ ଶାସ୍ତ୍ର ଜାତ କଲ ।କାହୁଁ କେମନ୍ତେ ଭିଆଇଲ । ୩ ।ସେ ତତ୍ତ୍ୱ କହ ମୋତେ ଫେଇ ।ନମସ୍ତେ ପ୍ରଭୁ ଭାବଗ୍ରାହୀ । ୪ ।ଭୃତ୍ୟ ବଚନ ଶୁଣି କର୍ଣ୍ଣେ ।କହନ୍ତି କୋମଳ ବଚନେ । ୫ ।ଶ୍ରୀଭଗବାନୁବାଚ - ଶୁଣ ଅର୍ଜୁନ ମନଦେଇ ।କହିବା ଭାଗବତ ଫେଇ । ୬ ।ଏମନ୍ତେ ମହାପୂଣ୍ୟ ହେଲା ।ସେ ଶୂନ୍ୟୁ ପ୍ରଣବ ହୋଇଲା । ୭ ।ପ୍ରଣବ ଓଁ କାରକୁ କହି ।ଏକାକ୍ଷରଟି ସେ ଅଟଇ । ୮ ।ଓଁ କାରୁ ନାମ ହେଲା ଜାତ ।ନାମରୁ ବେଦଟି ସମ୍ଭୂତ । ୯ ।ଓଁ କାରୁ ନାମ ଜାତ ହେଲା ।ନାମଟି ଶାସ୍ତ୍ର ବୋଲାଇଲା । ୧୦ ।ଦେହକୁ ଶାସ୍ତ୍ର ବୋଲି କହି ।ନାମଟି ଶରୀରେ ବସଇ । ୧୧ ।ରାତ୍ର ଦିବସ ଭଜୁଥାଇ ।ତିଳେହେଁ ନାମ ନ ଛାଡ଼ଇ । ୧୨ ।ଏମନ୍ତେ ଶାସ୍ତ୍ର ହେଲା ଜାତ ।ଶୁଣ ଅର୍ଜୁନ ଭାଗବତ । ୧୩ ।ଭଣିଲେ ବଳରାମ ଦାସ ।ସେ ବ୍ରହ୍ମ ପାଦେ ମୋର ଆଶ । ୧୪ ।ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ତୃତୀୟୋଽଧ୍ୟାୟଃ ।
ଚତୁର୍ଥ ଅଧ୍ୟାୟ
ଅର୍ଜୁନ ଉବାଚ - ଅର୍ଜ୍ଜୁନ ଶିରେ ଦେଇ କର ।ବୋଲ ହେ ବ୍ରହ୍ମାଣ୍ଡଠାକୁର । ୧ ।ଷଡ଼ସମ୍ବାଦ କାହୁଁ ହେଲା ।ଏ କଥା ସଂଶୟ ଲାଗିଲା । ୨ ।ଷଡ଼ସମ୍ବାଦ ଅର୍ଥ କହ ।ମନରୁ ଫେଡ଼ ମୋ ସନ୍ଦେହ । ୩ ।ଶ୍ରୀଭଗବାନୁଉବାଚ - ଶୁଣ ଅର୍ଜୁନ ଦେଇ ଚିତ୍ତ ।କହିବା ତୋତେ ଜ୍ଞାନ ତତ୍ତ୍ୱ । ୪ ।ଷଡ଼ସମ୍ବାଦ ଅର୍ଥ ଶୁଣ ।ହୃଦରେ ଗଣ୍ଠିକରି ଘେନ । ୫ ।ପୂର୍ବେ ହୋ ଏକାକ୍ଷର ଥିଲା ।ଅନନ୍ତ ମୁଖରୁ କ୍ଷରିଲା । ୬ ।ଏକାକ୍ଷର ବାସୁକି ହସ୍ତେ ।ବାସୁକି ଦେଲେ ବ୍ରହ୍ମାହସ୍ତେ । ୭ ।ବ୍ରହ୍ମା ତା ଦେଲେ ନାରଦଙ୍କୁ ।ନାରଦ କହିଲେ ବ୍ୟାସଙ୍କୁ । ୮ ।ବ୍ୟାସ ତା’ ଶୁକ ହସ୍ତେ ଦେଲେ ।ଶୁକ ତା’ ପରୀକ୍ଷେ କହିଲେ । ୯ ।ପରୀକ୍ଷଠାରୁ ସୁତଋଷି ।ସନକ ଆଗରେ ପ୍ରକାଶି । ୧୦ ।ସନକ ମୈତ୍ରେୟେ କହିଲେ ।ମୈତ୍ରେୟେ ବିଦୂରେ ଭାଷିଲେ । ୧୧ ।ଏମନ୍ତେ ଭାଗବତ ଧର୍ମ ।ଷଡ଼ ପ୍ରକାରେ ଏହି ମର୍ମ । ୧୨ ।ଶୁଣି ଅର୍ଜୁନ ହେଲେ ତୋଷ ।ଭଣିଲେ ବଳରାମ ଦାସ । ୧୩ ।ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଚତୁର୍ଥୋଽଧ୍ୟାୟଃ ।
ପଞ୍ଚମ ଅଧ୍ୟାୟ
ଅର୍ଜୁନ ଉବାଚ - ଅର୍ଜୁନ ବୋଇଲେ ଗୋସାଇଁ ।ସଂଶୟ ଫେଡ଼ ଭାବଗ୍ରାହୀ । ୧ ।ପୂର୍ବେ ଯେ ଏକାକ୍ଷର ହେଲା ।କେମନ୍ତେ ମୁଖରୁ କ୍ଷରିଲା । ୨ ।ପୂର୍ବେ ବୋଲିଣ କେହୁ ପୁଣ ।ଏକ ଅକ୍ଷର କେ ପ୍ରମାଣ । ୩ ।ମୁଖରୁ କେମନ୍ତେ କ୍ଷରିଲା ।ବାସୁକି ହସ୍ତରେ କେ ଦେଲା । ୪ ।ଅନନ୍ତ କେ ଅବା ବୋଲାଇ ।ବାସୁକି କାହାକୁଟି କହି । ୫ ।ବ୍ରହ୍ମା ସେ କେହି ବୋଲି ଜାଣି ।ନାରଦ କେ ଅଟଇ ପୁଣି । ୬ ।ବ୍ୟାସ ଋଷିଟି କେ ହୋଇଲେ ।ଶୁକ କେ ପୁଣ ବୋଲାଇଲେ । ୭ ।ପରୀକ୍ଷ କାହାକୁଟି କହି ।ସୁତଋଷିଟି କେ ବୋଲାଇ । ୮ ।ସନକ କାହାକୁଟି କହି ।ମଇତ୍ରେୟଟି କେ ବୋଲାଇ । ୯ ।ବିଦୂର ପୁଣି କେ ଅଟଇ ।ଫେଡ଼ି କହିବା ଯଦୁସାଇଁ । ୧୦ ।ଶ୍ରୀ ଭଗବାନୁବାଚ - ଶୁଣ ଅର୍ଜୁନ ଦେଇ ମନ ।କହିବା ତୋତେ ବ୍ରହ୍ମଜ୍ଞାନ । ୧୧ ।ପୂର୍ବେଟି ମହାଶୂନ୍ୟ ଜାଣ ।ଅନନ୍ତ ଜ୍ୟୋତିଟି ପ୍ରମାଣ । ୧୨ ।ଓଁ କାର ଏକାକ୍ଷର କହି ।ଜ୍ୟୋତିରୁ ରକାର ଜନ୍ମଇଁ । ୧୩ ।ବାସୁକି ପବନକୁ କହି ।ରକାରୁ ପବନ କ୍ଷରଇ । ୧୪ ।ନାମଟି ବ୍ରହ୍ମ ବୋଲାଇଲା ।ଓଁ କାର ତହୁଁ ଜାତ ହେଲା । ୧୫ ।ନାରଦ ତ୍ରିଗୁଣକୁ କହି ।ଋକାର, ସେହି ଜନ୍ମ ହୋଇ । ୧୬ ।ବ୍ୟାସଟି ଚୈତନ୍ୟ ପୁରୁଷ ।ଓଁ କାର ତହୁଁ ଯେ ପ୍ରକାଶ । ୧୭ ।ଶୁକ ଯେ ସୁଷୁମୁନା ଦ୍ୱାର ।ରକାର ଠାରୁ ସେ ବାହାର । ୧୮ ।ନାମଟି ପରୀକ୍ଷ ହୋଇଲା ।ଓଁ କାରୁ ଶବଦ ହୋଇଲା । ୧୯ ।ସୂତ୍ର ଯେ ସୁତଋଷି ଜାଣ ।ସନକ ଶକ୍ତିଟି ପ୍ରମାଣ । ୨୦ ।ବିନ୍ଦୁଟି ମଇତ୍ରେୟ ହୋଇ ।ବିଦୂର ଜ୍ଞାନଟି ବୋଲଇ । ୨୧ ।ଶୂନ୍ୟରୁ ବିନ୍ଦୁ ଯେ ଖସିଲା ।ଷଡ଼ ପ୍ରକାରେ ସେ ହୋଇଲା । ୨୨ ।ଷଡ଼ ସମ୍ବାଦ ହୁଏ ଆସି ।ମାତା ରଜରେ ଯାଇ ମିଶି । ୨୩ ।ଭାବରୁ ଯାହା ସେ ସଂଭୂତ ।ଏଣୁଟି ନାମ ଭାଗବତ । ୨୪ ।ଷଡ଼ ପ୍ରକାରେ ସେ ଖସିଲା ।ଷଡ଼ ସମ୍ବାଦ ବୋଲାଇଲା । ୨୫ ।ଶୁଣି ଅର୍ଜ୍ଜୁନ ହେଲେ ତୋଷ ।ଭଣିଲେ ବଳରାମ ଦାସ । ୨୬ ।ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ଷଡ଼ସମ୍ବାଦ କଥନେ ନାମ ପଞ୍ଚମୋଽଧ୍ୟାୟଃ ।
ଷଷ୍ଠ ଅଧ୍ୟାୟ
ଅର୍ଜୁନ ଉବାଚ - ଅର୍ଜୁନ ବୋଲେ ଭଗବାନ ।କଥାଏ ପଡ଼ିଲା ମୋ ମନ । ୧ ।ଦ୍ୱାଦଶସ୍କନ୍ଧ କାହୁଁ ହୋଇ ।ଏକଥା କହ ଭାବଗ୍ରାହୀ । ୨ ।ଦ୍ୱାଦଶସ୍କନ୍ଧ ପଦ ଅଥ ।ଫେଡ଼ି କହିବା ଜଗନ୍ନାଥ । ୩ ।ଶ୍ରୀଭଗବାନଉବାଚ - ଶୁଣ ଅର୍ଜୁନ ମନ ଦେଇ ।କହିବା ଭୂଗୋଳକୁ ଫେଇ । ୪ ।ପ୍ରଥମସ୍କନ୍ଧ ତାକୁ କହି ।ଦ୍ୱିତୀୟସ୍କନ୍ଧ ଲଲାଟହିଁ । ୫ ।ତୃତୀୟସ୍କନ୍ଧ କର୍ଣ୍ଣ କଲା ।ଚତୁର୍ଥସ୍କନ୍ଧ ଚକ୍ଷୁହେଲା । ୬ ।ପଞ୍ଚମସ୍କନ୍ଧ ନାସା ଜାଣ ।ଷଷ୍ଠସ୍କନ୍ଧ ଯେ ମୁଖ ପୁଣ । ୭ ।ସପ୍ତମସ୍କନ୍ଧ କଣ୍ଠ କହି ।ଅଷ୍ଟମସ୍କନ୍ଧ ହୃଦ ହୋଇ । ୮ ।ନବମସ୍କନ୍ଧ ନାଭି ପୁଣ ।ଦଶମସ୍କନ୍ଧ ପଞ୍ଚପ୍ରାଣ । ୯ ।ଏକାଦଶ ଇନ୍ଦ୍ରିୟ କଲା ।ଦ୍ୱାଦଶ ବାୟୁ ସୂତ୍ର ହେଲା । ୧୦ ।ଦ୍ୱାଦଶସ୍କନ୍ଧ ଯେ ଏମନ୍ତେ ।ଅର୍ଜୁନ କହିଲି ମୁଁ ତୋତେ । ୧୧ ।ଅର୍ଜୁନ ଶୁଣି ହେଲେ ତୋଷ ।ଭଣିଲେ ବଳରାମ ଦାସ । ୧୨ ।ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଷଷ୍ଠୋଽଧ୍ୟାୟଃ ।
ସପ୍ତମ ଅଧ୍ୟାୟ
ଅର୍ଜୁନ ଉବାଚ । - ପୁଣି ଅର୍ଜୁନ ପଚାରଇ ।ଭୋ ନାଥ କହ ମୋତେ ଫେଇ । ୧ ।ନିଗମକଳ୍ପତରୁ ଅର୍ଥ ।ଫେଡ଼ି କହ ହେ ଜଗନ୍ନାଥ । ୨ ।ନିଗମ ବୋଲି ଯେ କେମନ୍ତ ।କିପାଁ ତାହାର ନାହିଁ ଅନ୍ତ । ୩ ।ଶ୍ରୀ ଭଗବାନୁବାଚ - ଶୁଣ ଅର୍ଜୁନ ମନ ଦେଇ ।କହିବି ଭୂଗୋଳକୁ ଫେଇ । ୪ ।ନିଗମ ବୋଲି ଯାହା କହି ।ମହାଶୂନ୍ୟଟି ସେ ଅଟଇ । ୫ ।ବେଦ ଯହିଁକି ନ ଗମିଲା ।ତେଣୁ ନିଗମ ନାମ ହେଲା । ୬ ।କଳ୍ପତରୁଟି ଯାହା କହି ।ନିରାକାରଟି ରୂପ ହୋଇ । ୭ ।ସେଠାରୁ ରସବିନ୍ଦୁ ଗଳି ।ସେବୀଜ ରସୁ ଫଳ ଫଳି । ୮ ।ଶୁକବୋଲିଣ ଯାହା କହି ।ଶିଶୁ ଧାରଟି ସେ ଅଟଇ । ୯ ।ବିନ୍ଦୁଟି ସେହି ବାଟେ କ୍ଷରି ।ଏଣୁ ଏ ଶୁକମୁଖୁଁ ଝରି । ୧୦ ।ବୀଜ ସଂଯୁକ୍ତ ହୋଇଖସି ।ମାତା ରଜରେ ଯାଇଁ ମିଶି । ୧୧ ।ଏ ରଜ ବୀଜକୁ ପିଅଇ ।ଏଣୁଟି ଭାଗବତ ହୋଇ । ୧୨ ।ଭାବରେ ଭାବ ଯହୁଁ କଲା ।ତେଣୁଟି ଏ ଦେହ ପାଇଲା । ୧୩ ।ସୁଜନମାନେ ହେତୁକର ।ଭବକୁ ଛାଡ଼ି ଭାବଧର । ୧୪ ।ଭାବଟି ନାମ ରସ ଜାଣ ।ପିଅ ହେ ସାଧୁ ସୁଜ୍ଞଜନ । ୧୫ ।ଭବସାଗରେ ତୁମ୍ଭେ ପଡ଼ି ।ନାମର ଭବକୂପେ ବୁଡ଼ି । ୧୬ ।କହଇ ବଳରାମ ଦାସ ।ବ୍ରହ୍ମାଣ୍ଡଭୂଗୋଳ ପ୍ରକାଶ ॥ ୧୭
ଇତି ଶ୍ରୀ ବ୍ରହ୍ମାଣ୍ଡଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ସପ୍ତମୋଽଧ୍ୟାୟଃ ।
ଅଷ୍ଟମ ଅଧ୍ୟାୟ
ଅର୍ଜୁନ ଉବାଚ - ଅର୍ଜୁନ ପୁଣି ପଚାରିଲା ।ସଂଶୟଚିତ୍ତେ ଭୟ କଲା । ୧ ।ଶ୍ରୀଭାଗବତ ପଦ ଅର୍ଥ ।ମୋତେ କହି ତା’ ତୋଷ ଚିତ୍ତ । ୨ ।ନମଇଁ ନୃସିଂହ ଚରଣ ।ଅନାଦି ପରମ କାରଣ । ୩ ।ପରମ କାରଣ କିପାଇଁ ।ଅନାଦି ପ୍ରଭୁ ଭାବଗ୍ରାହୀ । ୪ ।ଏ ପଦ ଅର୍ଥ କହ ମୋତେ ।ନମଇଁ ତୋର ପାଦାଗ୍ରତେ । ୫ ।ଶ୍ରୀଭଗବାନୁବାଚ - ଅର୍ଜୁନ ବଚନେ ମୁରାରି ।କହନ୍ତି ଭୂଗୋଳ ବିସ୍ତାରି । ୬ ।ଶୁଣ ଅର୍ଜୁନ ସାଧୁଚେତା ।ତୋତେ କହିବା ତତ୍ତ୍ୱ ଗାଥା । ୭ ।ଅବ୍ୟକ୍ତରୂପ ଭଗବାନ ।ମୋ ତହୁଁ ସୃଷ୍ଟି ନୋହେ ଭିନ୍ନ । ୮ ।ଅନାଦି ରାଧା କେ ବୋଲାଇ ।ରାଧାଙ୍କ କାରଣ ଅଟଇ । ୯ ।ରାଆ ଅକ୍ଷରେ ସେ ଯୁଗଳ ।ରାଆରେ ମଅଟି ବିହାର । ୧୦ ।ଏ ପଦ ଅର୍ଥର ସନ୍ଦେଶ ।ଭଣିଲେ ବଳରାମ ଦାସ । ୧୧ ।ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଅଷ୍ଟମୋଽଧ୍ୟାୟଃ ।
ନବମ ଅଧ୍ୟାୟ
ଅର୍ଜୁନ ଉବାଚ - ପୁଣି ଅର୍ଜୁନ କରଯୋଡ଼ି ।ବୋଲଇ କୃଷ୍ଣ ପାଦେ ପଡ଼ି । ୧ ।ନମଇଁ ନୃସିଂହ ଚରଣ ।ଏ ଅର୍ଥ କହ ଭଗବାନ । ୨ ।ଏହି ଅକ୍ଷର ଏକ ଅର୍ଥ ।ମୋତେ କହିବ ପଦ୍ମନେତ୍ର । ୩ ।ଅର୍ଜୁନ ବଚନେ ଗୋବିନ୍ଦ ।କହନ୍ତି ଏକାଦଶସ୍କନ୍ଧ । ୪ ।ଶ୍ରୀ ଭଗବାନୁବାଚ । - ଅକ୍ଷର ଗୋଟିକେ ଯେ ଅର୍ଥ ।ତୋତେ କହିବା ଯେ ତଦନ୍ତ । ୫ ।ନଅଟି ନିରାକାର ରୂପ ।ମଅ ଯେ ମହା ସୂକ୍ଷ୍ମ ରୂପ । ୬ ।ଈ’ କାର ଈଶ୍ୱର ପ୍ରମାଣ ।ନଅ ଯେ ଅର୍ଦ୍ଧମାତ୍ରା ଜାଣ । ୭ ।ସିଇରୁ ସୂକ୍ଷ୍ମମୁନା ଜାତ ।ହଅରୁ କ୍ଷରୁଛି ଜଗତ । ୮ ।ଚଅରୁ ଚରାଚର ହେଲା ।ରଅଟି ଶରୀରେ ରହିଲା । ୯ ।ଣଅ ଅକ୍ଷର ମହାଶୂନ୍ୟ ।ଅନ୍ତେ ହୋଇବ ତହିଁ ଲୀନ । ୧୦ ।ଭଣିଲେ ବଳରାମ ଦାସ ।ବ୍ରହ୍ମାଣ୍ଡ ଭୂଗୋଳ ପ୍ରକାଶ । ୧୧ ।ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି- ଅର୍ଜୁନ ସମ୍ବାଦେ ନାମ ନବମୋଽଧ୍ୟାୟଃ ।
ଦଶମ ଅଧ୍ୟାୟ
ଅର୍ଜୁନ ଉବାଚ । - ଅର୍ଜୁନ ବିନୟ ଭାବରେ ।ପଡ଼ଇ କୃଷ୍ଣର ପୟରେ । ୧ ।ହେ କୃଷ୍ଣ ଜୀବନ ମୋହର ।ତୋ ନାମ ସଂସାରରେ ସାର । ୨ ।ଅନାଦି ପ୍ରଭୁ ଭାବଗ୍ରାହୀ ।ପରମ କାରଣ କିମ୍ପାଇଁ । ୩ ।ଶ୍ରୀ ଭଗବାନୁଉବାଚ - କହନ୍ତି କମଳ ଲୋଚନ ।ଶୁଣ ହୋ ଭକତ ଅର୍ଜୁନ । ୪ ।ଅନାଦି ଅର୍ଦ୍ଧମାତ୍ରା କହି ।ପ୍ରକୃତି ଭାବ ସେ ଅଟଇ । ୫ ।ପ୍ରଳୟେ ପରମେ ମିଶନ୍ତି ।ଜୀବକୁ କାରଣ କରନ୍ତି । ୬ ।ଏବେହେଁ ପିତାଭାବେ ଥିଲା ।ପରମ କାରଣ ସେ କଲା । ୭ ।କହଇ ବଳରାମ ଦାସ ।ବ୍ରହ୍ମାଣ୍ଡ ଭୂଗୋଳ ପ୍ରକାଶ । ୮ ।ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରିଅର୍ଜୁନ ସମ୍ବାଦେ ନାମ ଦଶମୋଽଧ୍ୟାୟଃ ।
ଏକାଦଶ ଅଧ୍ୟାୟ
ଅର୍ଜୁନ ଉବାଚ । - ଅର୍ଜୁନ ବୋଲଇ ଗୋସାଇଁ ।କଥାଏ ପଚାରିବି ମୁହିଁ । ୧ ।ଲୀଳାବିଧୃତ କଳେବର ।ଦେବ ମାନବେ ଅଗୋଚର । ୨ ।ଏ ଜ୍ଞାନ କହ ଭାବଗ୍ରାହୀ ।ଶୁଣିଲେ ପ୍ରତେ ଯିବି ମୁହିଁ । ୩ ।ଶ୍ରୀ ଭଗବାନୁବାଚ - କହନ୍ତି କମଳାର ବର ।ମୁଁ ଥାଇ ସକଳ ଶରୀର । ୪ ।ଘଟରେ ଲୀଳା କରୁଥାଇ ।ଘଟ ଛାଡ଼ିଲେ ଶୂନ୍ୟେ ଯାଇ । ୫ ।ଘଟରୁ ପ୍ରାଣ ଛାଡ଼ିଯାଇ ।ତାହାକୁ କେହି ନ ଦେଖଇ । ୬ ।ଜୀବ ଯେ ଶୂନ୍ୟେ ଚଳିଗଲା ।ଦେବ ମନୁଷ୍ୟ ନ ଜାଣିଲା । ୭ ।ମେଘେ ବିଜୁଳି ଯେହ୍ନେ ମାରେ ।ମାରିଣ କେଉଁଦିଗେ ଚଳେ । ୮ ।ବିଜୁଳି ପ୍ରାୟେ ଦେହୁ ଯାଇ ।ଦେବ ମାନବେ ନ ଦେଖଇ । ୯ ।କହଇ ବଳରାମ ଦାସ ।ବ୍ରହ୍ମାଣ୍ଡ ଭୂଗୋଳ ପ୍ରକାଶ । ୧୦ ।ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଏକାଦଶୋଽଧ୍ୟାୟଃ ।