ବିରହୀ କୋକିଳ
୧୮୯୮–୧୯୬୫
- ସଂକଳନ: ଯେ ଫୁଲ ଫୁଟିଥିଲା
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୬୬
- ସ୍ଥିତି
- ସାର୍ବଜନୀନ (Public domain)
ମଧୁର ମଳୟ ମନ୍ଥର ସମୀରବନସ୍ପତି-ଚାରୁ-ଶ୍ୟାମଳ ସଂଭାରନିସର୍ଗ ମାଧୁରୀ ମେଳେକିମ୍ପା ଆଜି ପିକ ଏକାକୀ ନିର୍ଜନେଢାଳୁ ଅବିରଳ ଆକୁଳ ପରାଣେବସି ଶୁଷ୍କ ଚୂତ ଡାଳେ ।ବାସନ୍ତୀ ସୁଷମା ଖେଳଇ କାନନେଧରା ଚାହେଁ ଆଜି ସୁମନ ନୟନେନବୀନ ଭୂଷଣେ ସାଜିକିମ୍ପା ଯେତେ ତେବେ ସେ ସଂପଦ ରାଜିଆସିଅଛ ଆଜି ସେ ସକଳ ତେଜିକିଅବା ଯାଇଛି ହଜି ?ନବୀନ ପଲ୍ଲବ ଚାରୁ ପାଟଳତାଶ୍ୟାମ କାନନର ସୁନୁସୁନୁ ଗାଥାଘେନୁ ନାହୁଁ କିମ୍ପା ପରାଣେତେଜି ଦେଇ ଯେତେ ସଉଭାଗ୍ୟ ସୁଖକିବା ରଖି ହୃଦେ ଜୀବନର ଲକ୍ଷ୍ୟଭରୁଛୁ ବିଷାଦ ଗାନେ ।ଏ ଯେ ଚୂତରାଣୀ ଶୁଖିଲା ଆକୁଳେପୋଡ଼ି ଦେଇ ଯେତେ ସୁଷମା ସଂଭାରେଜାଣୁଥିବ କିରେ ତିଳେ ?ଯେତେ ତୋର ଏଥି ନିରସା ରାଗିଣୀନିଜନ ଧିଆନ ବିଷାଦ ଭାଳେଣିଅନ୍ତର ବିଷମ ଭରେ ।ବିଷାଦ ନୟନ ଅବିରଳ-ଧାରଅନ୍ତର ବେଦନା ନିରିମମ ଗାରହେବ ନାହିଁ କି ରେ ଲୟମୃତ ଚୂତ ଶାଖେ ବସି ନିତି ଏଥିଗାଉଥିବୁ କି ରେ ତୋ ବିଷାଦ ଗୀତିହୃଦ କରି ଦୁଃଖମୟ ।ସ୍ମୃତି ତାମସୀ କି ଢାଳିଛି ନୟନେଆନ ଚାରୁ ଛବି ନ ପଡ଼େ ଦର୍ଶନେତା’ ରୂପ ଦେଖୁଛି ନିରତେସମୀର ଲହରେ ଆସୁଛି କି ଢଳିତୋତେ ତୋର ପୂର୍ବ ମଧୁର କାକଳିଜୀବନ କାଟୁଛୁ ଭାଳିତେ ।କେତେ ମଧୁମାସ କାଟିଛୁ କୋକିଳକେତେ ଦିନୁ ଅବା ରଖିଥିଲୁ ତୋରଏ ତୋର ଅଚ୍ଛେଦ୍ୟ ପୀରତିସୁନ୍ଦର ନ ଦିଶେ ତା ବିନେ ସଂସାରବସନ୍ତ ହୋଇଛି ନିରସ ଶିଶିରମର ଦିଶେ ବନସ୍ପତି ।ଆଜି ଯେ ବସିଣ ନିରାଶେ ଏଭଳିସରଗ ସଂଭାର ଲବେ ଦୂର କରିଘେନିଛୁ ଏ ଜଡ଼ ଶରୀରବିରହ-ସଙ୍ଗୀତେ ଭରି ଏ କାନନବିଷାଦ-ବଦନେ ବାରି ଅନୁକ୍ଷଣଢାଳୁଅଛୁ ଅବିରଳ ।ଏ ଯେ ନେତ୍ରଧାର ପଡୁଅଛି ଢଳିଶୁଷ୍କ ତରୁଗୋଟି ନିରତେ ପଖାଳିତୋ ବିଷମ ଭାରା ବହିପ୍ରୀତି-ସମାଧିରେ ସ୍ମୃତି ତୁଳସୀଟି
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର