ମୋ ବାସନା, ଅଙ୍ଗରାଗରୂପେରହନ୍ତି ମୁଁ ପ୍ରିୟା ଅପଘନେ,କଜ୍ୱଳପାତୀର କଳା ହୋଇରହନ୍ତି ମୁଁ ଆୟତ ନୟନେ ।ଫରୁଆର ସିନ୍ଦୂର ହୋଇଣରହନ୍ତି ମୁଁ ପ୍ରିୟତମା ଭାଲେ,ତିଳକର ଟୋପା ରୂପ ଧରିଲାଖନ୍ତି ମୁଁ ପ୍ରେୟସୀ କପାଳେ ।ଚନ୍ଦ୍ରହାର ହୋଇଣ ନିତମ୍ୱ—ଜଘନ ମୁଁ ମଣ୍ଡନ୍ତି ପ୍ରିୟାର,ଚୁମ୍ୱୁଥାନ୍ତି ପୀନ ପୟୋଧରହୋଇଣ ତା ଗଳା ରତ୍ନାହାର ।କର୍ଣ୍ଣେ ଝୁଲି କର୍ଣ୍ଣ ଫୁଳରୂପେଚୁମ୍ୱନ୍ତି ତା ହେମ ଗଣ୍ଡସ୍ଥଳ,ବଳୟ ରୂପରେ ହସନ୍ତି ମୁଁଛନ୍ଦି ପ୍ରିୟାଚରଣଯୁଗଳ ।ବାଜୁବନ୍ଧରୂପେ ବେଢ଼ନ୍ତି ମୁଁପ୍ରିୟା ବାହୁମୃଣାଳଯୁଗଳ,ଉପାଧାନ ହୋଇ ମୁଁ ରହନ୍ତିଘନ−କୃଷ୍ଣ−କେଶ ଶିରତଳ ।ଫୁଲହୋଇ ହରନ୍ତି ମାନସ,ମଣ୍ଡନ୍ତି ମୁଁ କର−କର୍ଣ୍ଣ−କେଶ,ପଡ଼ନ୍ତି ତ ସ୍ୱର୍ଣ୍ଣ ତନୁପରିହୋଇ ଶୁଭ୍ର କୌମୁଦୀର ବେଶ ।ମାଟି ହୋଇ ପଡ଼ିଥାନ୍ତି ତଳେପ୍ରିୟା ମୋ ଚାଳନ୍ତା ମୋ ଉପରେ,ଭାଙ୍କି ମୋତେ ଜାଳନ୍ତା ଶ୍ରୀକରେ,ଜନ୍ମନ୍ତି ମୁଁ ଇନ୍ଧନରୂପରେ ।ହୁଅନ୍ତି ମୁଁ ବାସିତ କୁସୁମବାସ ପ୍ରିୟା କରନ୍ତା ଗ୍ରହଣ,ମଧୂରୂପେ ଲାଜବତୀ ଶ୍ୟାମାକରନ୍ତା ମୋ ସ୍ୱାଦ ଆସ୍ୱାଦନ ।ଛବିରୂପେ ଦେଖନ୍ତା ସେ ମୋତେ,ପକ୍ଷୀରୂପେ ଶୁମନ୍ତା ମୋ ଗୀତ,ଏତେରୂପେ ହେଲେହେଁ ତା ସଙ୍ଗୀହୁଅନ୍ତା କି ତୃପତ ମୋ ଚିତ୍ତ ?ତନୁ ତାର ହେଲେହେଁ ସୁନ୍ଦରଦୂର ହେବି ରହି ଅପଘନେ,ମନ ତାର ଅଧିକ ସୁନ୍ଦରସ୍ୱପେ ତାର ପଶନ୍ତି କି ମନେ ।ନାହିଁ ନାହିଁ ପ୍ରବେଶିଲେ ମନେଅଜ୍ଞାତେ, ମୋ ନ ମେଣ୍ଟିବ ଆଶା,ଜ୍ଞାନେ ଯେବେ ଇଚ୍ଛାବତୀ ବାଳାମୋହଠାରେ ବଢ଼ାନ୍ତା ପିଆସା !ରୂପ ତ ଅଳପଦିନ ସ୍ଥାୟୀ,ଅଢ଼ାଇ ଦିନରେ ଯିବ ତାହା,ଧନ ଯଉବନ ତ ଚଞ୍ଚଳ,ଚାହୁଁ ଚାହୁଁ ଚାଲିଯାଏ ଆହା !ଏମନ୍ତ ଅସ୍ଥିର ଧନ ରୂପେମୁଗ୍ଧା ବାଳା ଦୁଇ ଦିନ ପରେଜାଣିପାରି ପ୍ରବଞ୍ଚିତା ବୋଲିତେଜନ୍ତା ସେ ଅସାର ରୂପରେ ।କେଉଁରୂପେ ଲାବଣ୍ୟମୟୀରଯୋଗ୍ୟ ହେବି କାହିଁ ତାର ବାଟ ?ଏ ଜଗତେ ବସିଅଛ ମହା—ରୂପବନ୍ତ ରାଜପୁତ୍ରହାଟ ।ଭୂବନବିଜୟୀ ବାହୁବଳ−ବୃତ୍ତାନ୍ତ ମୋ ରଟନ୍ତା ସଂସାରେ,ଲକ୍ଷ ରାଜା ଉପେକ୍ଷିଣ ବାଳାଲମ୍ୱାନ୍ତା କି ମାଳା ମୋ ଗଳାରେ ।ମହାଧନୁ ଭାଙ୍ଗନ୍ତେ ସବଳେପ୍ରିୟା ମୋତେ କରନ୍ତା ବରଣଅସାଧ୍ୟସାଧନ ଲକ୍ଷ୍ୟ ଭେଦୁପାଣି ମମ କରନ୍ତା ଗ୍ରହଣ ।ପିତା ତାର ବିବାହ−ସଭାରେକରିଥାନ୍ତା ବିଭା ଆୟୋଜନ,ମୋତେ ଝୁରି ମୋର କୀର୍ତ୍ତନୁଗ୍ଧାପାଶେ ବାର୍ତ୍ତା କରନ୍ତା ପ୍ରେରଣ ।ଈର୍ଷ୍ୟାନଳେ ଜଳି ତାର ପିତାମୋ ମୂର୍ତ୍ତକୁ ଦ୍ୱାରରେ ରଖନ୍ତା,ମଦ୍ଗତ ହୃଦୟା ବୀରବାମାପିତୃ−ଶତ୍ରୁ−ମୂର୍ତ୍ତିକୁ ବରନ୍ତା ।ବିବାହସଭାରୁ ତାକୁ ଘେନିକଟାକ୍ଷେ ମୁଁ କରନ୍ତି ଗମନ,ଛତ୍ରିପଣ ଚାହିଁଣ ତଟସ୍ଥେରହିଥାନ୍ତେ ମହାବୀରଗଣଗୁଣେ ମୁଗ୍ଧା ବାଳା ଗୁଣବତୀରୂପହୀନ ଜାଣି ମୋତେ ସତୀବରରୂପେ ବରିବାର ପାଇଁକରୁଥାନ୍ତା ତପ କଷ୍ଟେ ଅତି ।ଛଦ୍ମବେଶେ ନିଜକୁ ନିନ୍ଦନ୍ତେନାମ ଗୁଣ ଜପି ବାଳାମଣିକହନ୍ତା,“ହେ ମୋ ପତିନିନ୍ଦୁକ,ତୁମ୍ଭେ ଏଥୁଁ ଯାଅ ଏହିକ୍ଷଣି ।”ମମ ଗୁଣେ ତୃପତହୃଦୟାଅଳ୍ପାୟୁ ବୋଲିଣ ମୋତେ ଜାଣି,ପିତୃ−ଋଷି−ବଚନ ଲଙ୍ଗିଣକରନ୍ତା ଗ୍ରହଣ ମୋର ପାଣି ।ରୂପଗୁଣମୁଗ୍ଧା ଗାଜବାଳାତେଜି ଇନ୍ଦ୍ର ଆଦି ଦେବଗଣନିମନ୍ତ୍ରିତ ଲକ୍ଷ ନରପତିମଧ୍ୟେ ମୋତେ କରନ୍ତା ବରଣ ।କର୍ମଦୋଷେ ହୋଇ ବନବାସୀସଙ୍ଗିନୀକୁ ମୁଁ ଦାରୁଣ ହୃଦୟେଘୋରବନେ ଏକା ପଳାୟନ ।କର୍ମଦୋଷେ କାଟି ଘୋଡ଼ାଘାସଯାପୁଥାନ୍ତି କୁତ୍ସିତ ଜୀବନ,ନାନାଦି କୌଶଳେ ରାଜବାଳାଖୋଜିନେଇ ଘଟାନ୍ତା ମିଳନ ।ଚିତ୍ରକୂଟ ଦୀର୍ଘ−ବନବାସୀହୁଅନ୍ତି ମୁଁ ସୋଦର ସହିତ,କପଟ ଭର୍ତ୍ସନା କରି ସ୍ନେହେସେବୁଥାନ୍ତା ପଦ ପ୍ରାଣମିତ ।ସତ୍ୟ−ନିଷ୍ଠା ମର୍ଯ୍ୟାଦା ବୁଝିଣମନେ ମନେ ଥାଆନ୍ତି ସନ୍ତୁଷ୍ଟ,ହାସ୍ୟମୁଖେ ଉଜଳି କୁଟୀରବ୍ୟାଜଭରେ ହେଉଥାନ୍ତା ରୁଷ୍ଟ ।ପିତୃ−ସତ୍ୟ ପାଳି ବନେ ଯାନ୍ତି,ସଙ୍ଗେ ପ୍ରିୟା କରନ୍ତା ଗମନ,ମମ ଗୁଣମୁଗ୍ଧା ରାଜସୁତାବନ କଷ୍ଟ ନ ଧରନ୍ତା ମନ ।ଘୋଷିଲେହେଁ ତାହାର କଳଙ୍କସାଧାରଣ ସଂସାର ଜନତାତାଙ୍କ କାର୍ଯ୍ୟେ ତାଙ୍କ କଥା ରଖିବୁଝିଥାନ୍ତି ତାର ନିର୍ଦୋଷତା ।ସେ ମୋତେ ଜାଣନ୍ତା ମୁଁ ତାହାକୁ,ଦୁହେଁ ବୁଝି ପରସ୍ପର ମନନିଃସ୍ୱାର୍ଥ ଭାବରେ ଦୂରେ ରହିକରୁଥାନ୍ତୁଁ ସ୍ୱଧର୍ମ ପାଳନ ।ମୋର ସତ୍ୟ ନିଷ୍ଠା ନ୍ୟାୟ ବୁଦ୍ଧିଧ୍ରୁବ ଜାଣି ମଦଗତମନାମୋ ହସ୍ତେ ଦାରୁଣ ଦଣ୍ଡପାଇନ ରୁଷନ୍ତା ନୃପତି−ଦୁଲଣା ।ବନେ ପରିତ୍ୟକ୍ତା ଏକାକିନୀସ୍ୱଧର୍ମ ନିରତା ମହାସତୀମୋ ନାମ କରୁଥାନ୍ତା ଜପ,ରହିଥାନ୍ତି ତା ପାଇଁ ମୁଁ ଯତି ।ସ୍ୱଧର୍ମ ସ୍ୱଦେଶପାଇଁ ପ୍ରାଣକରନ୍ତି ମୁଁ ସାହସେ ଅର୍ପଣ,ହସିଣ ସେ ଦିଅନ୍ତା ମେଲାଣି,ନୀରବରେ ପୋଛନ୍ତା ନୟନ ।ବିପତ୍ନୀକର ଅନୁଶୋଚନା(ଜଣେ ବିପତ୍ନୀକ ବନ୍ଧୁଙ୍କ ଅନୁରୋଧରେ ରଚିତ)ମାଣିକ ଦୀପ ଜଳୁଥିଲା ମୋ ଘରେ,ନିୟତି−ବାତେ ନିଭିଗଲା ସେ ଖରେ ।ରାବୁଥିଲା ଶାରିକା ମୋର ପ୍ରାଙ୍ଗଣେ,କାଳ−ମାର୍ଜାର ଆସି ଝାମ୍ପିଲା କ୍ଷଣେ ।ତଟିନୀ ବକ୍ଷେ ଫୁଟିଥିଲା ପୁଷ୍କର,ଭସାଇ ନେଲା କାଳ−ସ୍ରୋତ ପ୍ରଖର ।ହସୁଥିଲା କୁସୁମ ମୋ ଉପବନେ,ଝଡ଼ି ପଡ଼ିଲା କାଳ−ପବନେ ।ବରଷୁଥିଲା ବିଧୁ ସୁଧା−ଆସାର,ଗ୍ରାସିଲା କାହୁଁ ଆସି କାଳ−ଅନ୍ଧାରମୋହୁଥିଲେ ଜାନକୀ ଶ୍ରୀରାମ ମନ,ହରିଲା କାହୁଁ ଆସି କାଳ−ରାବଣ ।କଠୋର ତରୁ ଅଙ୍ଗେ ଚାରୁବଲ୍ଲରୀ,ଲୋଟିଣ ଥିଲା ଶୋଭା ବିସ୍ତାର କରି ।ଛିନ୍ନ ହୁଅନ୍ତେ ଲତା କାଳ−ପବନେ,ନୀରସ ଶୁଷ୍କ ତରୁ ସଂସାର−ବନେ ।କୁଟୀର ଦ୍ୱାରେ ମୋର ଖେଳିଲା ପରି,ପ୍ରାଣୁ ଅଧିକ ମୋତେ ଥିଲା ସେ କରି ।ସ୍ୱର୍ଗୀୟ ଶାନ୍ତି ଶୋଭା ବିସ୍ତାର କରି,ସଂସାର ତାପ ନେଉଥିଲା ମୋ ହରି ।ଜୀବନ ପଥେ ଏକ ନବ ଯୁବତୀକାହୁଁ ଆସିଣ ହସ୍ତ ଧରିଲା ସତୀ ।ମୋ ଘରେ ପ୍ରେମ−ପ୍ରଭା କରି ବିସ୍ତାର,ଆଲୋକି ଥିଲା ମୋର କ୍ଷୁଦ୍ର ସଂସାର ।ଯାଇଥିଲି ମୁଁ ଛାଡ଼ି ବିଦେଶେ ଥରେ,ଆସି ଦେଖିଲି ସେ ଯେ ନାହିଁ ମୋ ଘରେ ।ନ କହି ଯାଇଥିଲି ସଖି ! ପ୍ରବାସ,ସେଥିପାଇଁ କି କରିଗଲ ନିରାଶ ?ଜାଣି ତ ଥିଲ ଦଗ୍ଧ ଉଦର ପାଇଁଭ୍ରମଇଁ ଏ ପରାଣୀ ବିବିଧ ଠାଇଁ ।ଜାଣଇଁ କାଳବଳେ କଲ ଗମନ,କିପାଇଁ ବୁଝୁନାହିଁ ତଥାପି ମନ ।ଶୁଣିଛି ଗଲାବେଳେ ମୋର ଦର୍ଶନେଲୋଡ଼ିଣ ଥିଲ ବ୍ୟାକୁଳିତ ବଚନେ ।ଦେଇ ଥାଆନ୍ତି ହେଲେ ଶେଷ ମେଲାଣି,କହିଥାଆନ୍ତି ପ୍ରାଣ ବ୍ୟାକୁଳ ବାଣୀ ।ଦେଖି ଯାଇ ଥାଆନ୍ତ ବିଚ୍ଛେଦ−ଭୟକେସନ ବ୍ୟାକୁଳିତ କରେ ହୃଦୟ ।ମାଗି ଥାଆନ୍ତି କ୍ଷମା ସର୍ବ ଦୋଷର,ପଚାରି ଥାନ୍ତି ଲକ୍ଷ୍ୟ ମୋ ଜୀବନର ।ପ୍ରତି କଥାରେ ଦେଉଥିଲ ମନ୍ତ୍ରଣା,ତବ ବିଚ୍ଛେଦେ ଏବେ ମୁଁ ବାଟବଣା ।ପଚାରି ଥାନ୍ତି ବାରେ ଅଧମ ଦୀନତୁମ୍ଭ ବିନା କେସନ କାଟିବି ଦିନ ?ଶେଷ ବିଦାୟ−ସ୍ମୃତି ହୃଦରେ ଧରି,ଯପି ଥାଆନ୍ତି ଯପ−ମାଳିକା ପରି ।ସେ ସୁଖୁଁ କ୍ରୂର କାଳ କଲା ବଞ୍ଚିତ,ଭାଳି ସେ କଥା ଘାଣ୍ଟି ହେଉଛି ଚିତ୍ତ ।କରିଥିଲେହେଁ ଯତ୍ନ ସ୍ୱଜନଗଣ,ତଥାପି ନ ମାନଇ ଏ ମୋର ମନ ।କରିଥାଆନ୍ତି ହେଲେ ନିଜେ ଯତନ,ପାଇ ଥାଆନ୍ତ କାଳେ ସଖି ! ଜୀବନ ।କି ଛାର ଅର୍ଥ ପାଇଁ ଗଲି ବିଦେଶେ,ହରାଇ ବସିଲି କି ରତନ ଶେଷେ ।କରିଗଲ ଏକାକୀ କେଉଁ ଦୋଷରେ,କେଉଁ ପ୍ରାଣରେ ଗଲ ନକହି ଥରେ ।ହେଉଅଛି ମୁଁ ଦେବି, ଏତେ ବିକଳ,ଝରୁଛି ତୁମ୍ଭ ଲାଗି ନୟନୁ ଜଳ,ତଥାପି ଦେବି, କିପାଁ ଦାରୁଣମନାଦେଉନାହିଁ ଦୁଃଖୀକୁ ସୁପ୍ରବୋଧନା ?ଜାଣଇଁ ଯେ ଦେଶକୁ ଅଛ ଗୋ ଯାଇ,ସେ ଦେଶୁଁ ପ୍ରାଣୀ ଆଉ ଫେରଇ ନାହିଁ ।ତଥାପି ନ ବୁଝଇ ଅବୋଧ ମନ,ନିରତେ ଝରେ ସଖି, ବେନି ନୟନ ।ନରର ସୁଖ ଦୁଃଖ ସ୍ୱର୍ଗଲୋକରେଆସଇ ନାହିଁ କି ରେ ପ୍ରିୟ ଗୋଚରେ ?ଏତେ ପ୍ରଣୟ ଥିଲା ଯାହା ସଙ୍ଗତେ,କ୍ଷଣକେ ବିସ୍ମୃତ ସେ ହେଲା କି ସତେ !ଏ ଯେ ଦାରୁଣ କଥା ନୁହେ ବିଶ୍ୱାସ,ଦିବ୍ୟ ପ୍ରଣୟ ହୋଇପାରେ କି ନାଶ !ଶୁଣି ଅଛଇ ସାଧୁ−ଶସ୍ତ୍ର−ବଚନ,ମାନବ ଆତ୍ମାର ଯେ ନାହିଁ ମରଣ ।ଅଛ କି ତୁମ୍ଭେ କେଉଁ ଉଚ୍ଚ ଲୋକରେ ?ପୂର୍ବ କଥା କି ମନେ ନ ପଡ଼େ ଥରେ ?ଅଥବା ଜାଣି ଧରା ଜନର ଶୋକେଦୁଃଖିତ ନୁହେ ମୁକ୍ତ ଆତ୍ମା ସ୍ୱର୍ଲୋକେ ।ନୁହଇ ଏ କଥା ତ ପ୍ରଣୟ ରୀତି,ତେଣୁ ଦାରୁଣ କଥା ନୋହେ ପ୍ରତୀତି ।ଦେଖି ମୋ ଦୁଃଖ ତୁମ୍ଭେ ନୁହ ଦୁଃଖିତ,ନ ମାନେ ଏ କଥାରେ ସଖି, ଏ ଚିତ୍ତ ।ନିଶି ଦିନ ବ୍ୟାକୁଳ ମୁହିଁ ଯା ପାଇଁ,ତାହା ମନରେ ଦୁଃଖ ଲବେ କି ନାହିଁ !ନିରତେ ଝରୁଥିବା ନୟନ ଜଳେକେମନ୍ତେ ସଖି, ଦେଖୁଅଛ ଅଟଳେ ?ବିଚ୍ଛେଦେ ହେବ ଯେବେ ଏତେ ଅନ୍ତର,କିପାଇଁ ହେଲା ତେବେ ପର ନିଜର ।ପ୍ରଣୟ ପରିଣାମ ଯେବେ ଏସନ,କିମ୍ପା ପ୍ରଣୟ ତେବେ ହେଲା ସର୍ଜନ ?ଖସି ପଡ଼ିବ ଘନ ଧରାରେ ଯେବେ,କିମ୍ପା ଚପଳା−କୋଳେ ଖେଳଇ ତେବେ ?ଚାହୁଁ ଚାହୁଁ ଯେବେ ରେ ହେବ ବିନାଶ,କିପାଇଁ ଫୁଟେ ଫୁଲ, ଚହଟେ ବାସ !ସଂସାରେ ସାର ଯେବେ ଜନ୍ମ ମରଣକିପାଇଁ ଦେଖେ ନର ପ୍ରୀତି−ସ୍ୱପନେ !ଏତେ ଚଞ୍ଚଳେ ମଧୁ ସରିବ ଯେବେ,କିପାଇଁ କୁହୁ ସ୍ୱନ ଶୁଭଇ ତେବେ !ନବ ପଲ୍ଲବେ ନବ କୁସୁମ ରାଶିକିପାଇଁ ହସେ ନବ ଶୋଭା ପ୍ରକାଶି ।ଘୋଟିବ ଯେବେ ଘୋର ଅନ୍ଧାର ରାତି,କିପାଇଁ ବିଭାସଇ ଭାନୁର ଭାତି !ନିଶି ପରେ ଆସଇ ପୁଣି ବାସର,ପୁଣି କି ହେବ ଭେଟ ତୁମ୍ଭ ମୋହର ?କହନ୍ତି ଜ୍ଞାନୀ ପ୍ରୀତି ଅବିନଶ୍ୱର,ହେବ କି ମେଳ ପୁଣି ତୁମ୍ଭ ମୋହର ?ପୋଷିଣ ଏହି ଆଶା ଏ ଦଗ୍ଧ ପ୍ରାଣେକାଟିବ ନିଶି ଦିବା ତୁମ୍ଭରି ଧ୍ୟାନେ ।ନାହିଁ ସିନା ଶରୀର ଆଉ ପାଶରେ,ବସିଛ ରାଣୀ ହୃଦ−ସିଂହାସନରେ ।ଭସ୍ମ ହୋଇଛି ଦେହ, ଶୋଭାର ରାଶି,ଉଜ୍ଜ୍ୱଳ ଦିଶେ ତୁମ୍ଭ ସୁନ୍ଦର ଠାଣି ।କିନ୍ତୁ ଦେଖିଲେ ସଖି, ଶୂନ୍ୟ ଭବନଆକୁଳ ହୁଏ ମୋର ପରାଣ ମନ ।ତବ ତ୍ୟକ୍ତ ଭୂଷଣ ତ୍ୟକ୍ତ ବସନଦେଖି ବିଷାଦ−ନୀରେ ମଗନ ମନ ।ଅର୍ଦ୍ଧ ଶୂନ୍ୟ−ଶଯ୍ୟାରେ ଶୋଇ ନିର୍ଜନେବଳେ ଲୋତକ−ଧାରା ବହେ ନୟନେ ।ଭୋଜନ ବେଳେ ସଖି, ତୁମ୍ଭ ବିଚ୍ଛେଦପୂର୍ବସ୍ମୃତି ଜଗାଇ ଦିଅଇ ଖେଦ ।ମୋର ଆହାରେ ଯେତେ କର ଯତନ,ମନେ ପଡ଼ିଲେ ହୃଦ ହୁଏ କର୍ତ୍ତନ ।ଜାଗ୍ରତେ ତବ ସ୍ମୃତି ସ୍ୱପ୍ନ ଶୟନେ,ଯାଇ ରହିଛି ବ୍ୟାପି ଏ ମୋ ଜୀବନେ ।ଦିନେ ତୁମ୍ଭରି କଥା କରି ଭାଳେଣୀତିନ୍ତିଲା ଶଯ୍ୟା ଫୁଲି ନୟନ ବେନିଶାନ୍ତିରେ ନିଦ୍ରା ଆସୁଁ ଦେଖେଁ ସ୍ୱପନ,ମଞ୍ଚାଳି ଦେଉଅଛ ମୋର ଚରଣ ।ଦୂରତ୍ୱେ ଦୁଃଖ ହେଲା ଡାକିଲି ପାଶ,ଭାଙ୍ଗି ଯାଆନ୍ତେ ନିଦ୍ରା ହେଲି ନିରାଶ ।ସେ ଯେ ଯାତନା ହେଲା ଦୁଃଖିର ପ୍ରାଣେ,ଅନ୍ତର୍ଯ୍ୟାମିଙ୍କ ବିନା ଆନ କେ ଜାଣେ ?ବିଷୟେ ଆଉ ମନ ପ୍ରବେଶେ ନାହିଁ,ମାୟାରେ ଘାଣ୍ଟି ହେବି ଆଉ କିମ୍ପାଇଁ !ବିଳାସ କୋଳାହଳେ ନାହିଁ ମାନସ,ଲୋଡ଼ଇ ନାହିଁ ମନ ସମ୍ପଦ ଯଶ ।ତୋ ଲାଗି ପ୍ରିୟେ ଯଶ, ତୋ ଲାଗି ଧନ,ଏକାକୀ ସମ୍ଭୋଗରେ ଅତୃପ୍ତ ମନ ।ବିଅର୍ଥ ତୁମ୍ଭ ବିନା ଜୀବନ ମୋର,ଘୋଟି ଆସୁଛି ଜରା−ବିଷାଦ ଘୋର ।ରୋଗ ଶୋକରେ ଶାନ୍ତି ପ୍ରାଣର ସହି,ଯାଇଛି ପ୍ରାଣ, ଜଡ଼ ପଡ଼ିଛି ରହି ।ଶୂନ୍ୟ ଜୀବନ ମମ, ଶୂନ୍ୟ ଭବନ,ନୀରସ ଏ ସଂସାର, ଭଗ୍ନ ଏ ମନ ।କିଛିହିଁ ଆଉ ଭଲ ଲାଗଇ ନାହିଁ,ଜୀବନର ଆଲୋକ ଗଲା ମୋ କାହିଁ ?ହେ ପ୍ରଭୁ, ଦେଇଥିଲ ପ୍ରଣୟ−ରତ୍ନ ।ହୃଦୟେ ମଣ୍ଡିଥିଲି କରିଣ ଯତ୍ନ ।ମୋ ଗଳା−ମାଳା ଏବେ କଲ ହରଣ,ରଖିଛ କିମ୍ପା ଏହି ଅର୍ଦ୍ଧ ଜୀବନକି ସୁଖ ଅଛି ଆଉ ଘୋର ସଂସାର,ଗଲା ଆଲୋକ, ଏ ଯେ ଘୋର ଅନ୍ଧାର ।କିମ୍ପାଇଁ ରଖିଅଛ ଆଉ ଏ ପ୍ରାଣ,ହେ ଇଚ୍ଛାମୟ ! ତାହା ତୁମ୍ଭେ ଟି ଜାଣ ।ନେଲ ପ୍ରଣୟ−ପାତ୍ର ଯେବେ ହେ ହରି,ଦିଅ ଏ ଦଗ୍ଧ ପ୍ରାଣ ଶୀତଳ କରି,ସିଞ୍ଚ ସାନ୍ତ୍ୱନା−ନୀର ଏ ଦଗ୍ଧ ପ୍ରାଣେ,ନିବାର ତାପ ଶାନ୍ତି−ଅମୃତ ଦାନେ ।କାଳ−ବାଣାଘାତରେ ପ୍ରାଣ−ହରିଣବିକଳ ହେଉଅଛି, ତା କଣ୍ଠ ଛିନ୍ନ ।ଦିଅ ଶାନ୍ତି−ଔଷଧ ହେ ଭଗବାନ,ନତୁବା ନିଅ−ଦଗ୍ଧ−ଏଣ−ପରାଣ ।ଯାଇଛି ଚାଲି ପ୍ରେମାସ୍ପଦ ମୋହର,ଦେଖା ସେ ମଧୁ ମୂର୍ତ୍ତି ସାରା ବିଶ୍ୱର ।ସକଳ ପ୍ରଣୟର ତୁମ୍ଭେ ଆଧାର,ସୃଷ୍ଟି ପିନ୍ଧିଛି ତୁମ ପ୍ରଣୟ ହାର,ତୁମ୍ଭରି ଚନ୍ଦ୍ର ସୂର୍ଯ୍ୟ ତୁମ୍ଭରି ଧରା,ପବିତ୍ର ପ୍ରେମେ ଅଛି ନିଅତ ଭରା ।ନଦୀ ପର୍ବତ ବନ ଗିରି କନ୍ଦରନିଭୃତ ପ୍ରୀତିରସମୟ, ଈଶ୍ୱର ।ସୁଶ୍ୟାମଳ କେଦାର ଶୁଭ୍ର ନର୍ଝରଗମ୍ଭୀରନାଦୀ ସିନ୍ଧୁ ହୃଦ ଗହ୍ୱର ।ସୀମାହୀନ ଗଗନ କିବା ସୁନ୍ଦର ।ବିହଙ୍ଗ କଳତାନ ବିଚିତ୍ର ଗୀତଦିବା ନିଶି ପ୍ରଭୁ ହେ ହରଇ ଚିତ୍ତ ।ବିକଚ କୁସୁମର ପବିତ୍ର ପ୍ରଭାନୀଳାକାଶେ ଯେସନ ତାରକା−ସଭା ।ତରୁବଲ୍ଲରୀ ପଶୁ ବିହଙ୍ଗ ସୃଷ୍ଟିଆକର୍ଷୁ ମୋର ଶୁଷ୍କ ମାନସ−ଦୃଷ୍ଟି ।ମାନବ ସମାଜର ଚିତ୍ର ଜୀବନେନିବେଶେଁ ଆହେ ପ୍ରଭୋ ! ଏ ଭଗ୍ନ ମନେ ।ଏବେ ଆବଦ୍ଧ ଥିଲା ଏ ମୋ ଜୀବନ,ଆଲିଙ୍ଗନ କରୁ ସେ ବିଶ୍ୱ ଭୁବନ ।ରୋଗୀ ଦୁଃଖୀ ଆତୁର ପାତକୀ ଜନସେବାରେ ନିୟୋଜିତ ହେଉ ଜୀବନ ।ସ୍ୱଜନ କୁଟୁମ୍ବଙ୍କ ସକଳ ଦୁଃଖହରି ହେ ହରି ! ହେଉ ମୋହର ସୁଖ ।ସ୍ୱଦେଶ ସ୍ୱଜାତିର ସେବା ସୁବ୍ରତପାଳନ କରି ପ୍ରାଣ ହେଉ ମହତ ।ପରାର୍ଥେ ପୁଣ୍ୟ ବ୍ରତ କରି ଗ୍ରହଣସ୍ୱାର୍ଥକୁ ଜଳାଞ୍ଜଳି କରେଁ ଅର୍ପଣ ।ପରାର୍ଥେ ହେଉ ସାର୍ଥ, ପରୋପକାର,କରିଣ ହୃଦେ ହେଉ ମୁଦ ଅପାର ।ଚଉପାଶେ ପ୍ରେୟସୀ−ମୂର୍ତ୍ତି ଦିଶଇ,ପରାର୍ଥ−ପଥ ମୋତେ ଦିଏ ସେ କହି ।ପ୍ରଭୁ ହେ, ତୁମ୍ଭ ଇଚ୍ଛା ଏ ମୋ ଜୀବନଜ୍ଞାତସାରରେ ସଦା କରୁ ପାଳନ ।ତୁମ୍ଭରି ଇଚ୍ଛା ବଳେ ମୁଁ ଦୂରେ ଗଲି,ଅମୂଲ୍ୟ ରତ୍ନ ହରାଇଣ ବସିଲି ।ହେ କର୍ତ୍ତବ୍ୟ, ତୁହି ତ ହେଲୁ ମୋ ବାମ,ତୁହି ମୋ ଧର୍ମ ଅର୍ଥ ତୁହି ମୋ କାମ ।କର୍ମରୂପୀ ବିଧାତା ବଜ୍ର−କଠୋର,ଉତ୍ସର୍ଗିଲି ପୟରେ ସର୍ବସ୍ୱ ମୋର ।ଯାଅ ପ୍ରଣୟ ଏବେ ବିଦାୟ ନିଅ,ରହୁ ନୀରସ କର୍ମ, ଯାଅ ହେ ପ୍ରିୟ ।ନିଦାରୁଣ ଶ୍ମଶାନ ଏ ମୋ ଜୀବନ,କରିବଇଁ ଏଥି ମୁଁ ତପ ସାଧନ ।ଜଳଇ କର୍ମ−ଯଜ୍ଞ−ଅନଳ ଘୋର,ନିହିବି ଆଜ୍ୟରୂପେ ବାସନା ମୋର ।କର୍ତ୍ତବ୍ୟ ! ଦେଖିଥିଲି ଜୀବନେ ଥରେପ୍ରାଣେଶ୍ୱରୀର ସେବା ଭୋଗରୂପରେ ।ଶିଖାଇଛନ୍ତି ସତୀ କର୍ମ−ସାଧନ,ପରାର୍ଥେ କରି ସର୍ବ ସୁଖ ଅର୍ପଣ ।ପରୋପକାରେ ଥିଲା ତାହାଙ୍କ ସୁଖ,ଭ୍ରମି ସେ ପଥେ ପାଶୋରିବଇଁ ଦୁଃଖ ।ମୋର ସେବାରେ ସତୀ କାଟି ଜୀବନକରାଇଛନ୍ତି ମୋତେ ପଥ−ଦର୍ଶନ ।ଧରି ପ୍ରଶାନ୍ତ ସୁବିଷଣ୍ଣ ମୂରତିପରୋପକାର ବ୍ରତେ ହେବାକୁ ବ୍ରତୀ ।ପାଳେଁ କର୍ତ୍ତବ୍ୟ, ଯାଅ ଯାଅ ପ୍ରଣୟ,ହେଉ ଏ ସୃଷ୍ଟିଶୁଷ୍କ ବୈରାଗ୍ୟମୟ ।ନାହାନ୍ତି ସତୀ, ନାହିଁ ପୀରତି ଆଉ,କର୍ମ ସାଧନେ ଶୁଷ୍କ ଜୀବନ ଯାଉ ।ସଂସାର ନୁହେ ଚିର, ସଂସାର ସୁଖପଛରେ ଲୁକ୍କାୟିତ ଦାରୁଣ ଦୁଃଖ ।ପଥିକ ଆଶ୍ରା ପାନ୍ଥଶାଳା ଏ ଭବ,ବିସୋରି ନର ଏଥି ଲୋଡ଼େ ବିଭବ ।ପ୍ରିୟଜନେ ବିୟୋଗ ଦେଲା ଯେ ଶିକ୍ଷା,ମାନିବି ମୁହିଁ ଯେହ୍ନେ ସଦ୍ଗୁରୁ−ଦୀକ୍ଷା ।ଗଲା ସଜନୀ, ଯିବି ମୁହିଁ ସେ ଠାବେ,ଯାଉ କେତେକ ଦିନ ନିଷ୍କାମ ଭାବେ ।ଲୋଡ଼େ ଯେ ଏ ସଂସାରେ ଶାଶ୍ୱତ ଶାନ୍ତି,ଭାଙ୍ଗିବ ଦିନେ ତାର ବିଷମ ଭ୍ରାନ୍ତି ।ସଂସାରେ ନାହିଁ ନାହିଁ ଶାଶ୍ୱତ ସୁଖ,ନୁହେ ପ୍ରାଣୀର ଲକ୍ଷ୍ୟ ସୁଖ କି ଦୁଃଖ ।ଦୁଃଖ ସୁଖ ମଧ୍ୟରେ କର୍ତ୍ତବ୍ୟ କର୍ମସାଧିବା ମାନବର ଶାଶ୍ୱତ ଧର୍ମ ।ପ୍ରଭୁଙ୍କ ଇଚ୍ଛା ପାଳି ନିଷ୍କାମ ଭାବେତରୁ ଭବାବ୍ଧି ନର କର୍ତ୍ତବ୍ୟ−ନାବେ ।ଏ ମହାଜ୍ଞାନ ହେଲା ପ୍ରିୟବିୟୋଗେ,ଚିରଦିନ ନ ଯାଏ ସୁଖ ସମ୍ଭୋଗେ ।