ବିଚ୍ଛେଦେ
୧୮୭୫–୧୯୨୮
- ସଂକଳନ: ତରଙ୍ଗିଣୀ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୩୯
- ସ୍ଥିତି
- ସାର୍ବଜନୀନ (Public domain)
ମେଘ ବରଷଇ ବିଜୁଳି ମାରଇବାଆ ବହେ ସୁଲୁ ସୁଲୁ,ଘୋର ଅନ୍ଧକାର ବରଷାର ନୀରଝରୁଥାଇ ଝୁରୁ ଝୁରୁ ।ପଡ଼ି ଧରାତଳ ଗଡ଼ିଯାଏ ଜଳନାଳେ ନାଳେ କୁଳୁ କୁଳୁ,ତରୁ ଡାଳେ ଡାଳେ ଉଡ଼ି ମାଳେ ମାଳେଜୋନାକୀଏ ଜୁଳୁ ଜୁଳୁ ।ଜଳବିନ୍ଦୁ ଦଳେ ତରୁଲତା ଦଳେପଡ଼ୁଁ ଟପ ଟପ ସ୍ୱନ,ଅଳପବୟସୀ ଦୂରପରବାସୀଶୁଣନ୍ତେ ଉଦାସ ମନ ।କେଉଁ ଦୋଷେ ଦୋଷୀ ହେଲେ ପରବାସୀକରନ୍ତି ବିଧାତା ଜନେ,ଏହା ମନେ କରି ଦୁଃଖୀ ନରନାରୀବିଧି ନିନ୍ଦେ ମନେ ମନେ ।କବି କହେ ଧ୍ୟାୟି, ଶୁଣ ଶୁଣ ଭାଇ,ବିଧି କି ନିନ୍ଦି ଚାଣ୍ଡେ,ନୁହ ତରତର ସୁଧୀରେ ବିଚାରବିଧିଲୀଳା ବିଶ୍ୱଦାଣ୍ଡେ ।ବିଚ୍ଛେଦ ମିଳନ ସୋଦର ସମାନଏକ ପାଶେ ଥାଏ ଆନ,ଅଭିନ୍ନ ଅନ୍ତର ବିବାଦ ତାଙ୍କର—ବିଚିତ୍ର ବିଧିବିଧାନ ।ମିଳନେ ଜନ୍ମଇ ବିଚ୍ଛେଦେ ବଢ଼ଇପ୍ରୀତିର ଏହି ଲକ୍ଷଣ,ପୀରତି କନକ ଦିଶେ ଜକ ଜକବିରହ−ବହ୍ନି−କଷଣ ।ପ୍ରଥମ ଦର୍ଶନେ ଜାତ ହୁଏ ମନେଅପୂର୍ବ ପ୍ରୀତି ଅଙ୍କୁର,ଚାରିଚକ୍ଷୁ କୋଣେ ମଧୁର ମିଳନେପିଏ ସେ ରସ ମଧୁର ।କାଳେ ସେ ଉଭାଏ କେଣେ ଚାଲିଯାଏ,ମିଳନ ଅନ୍ତେ ବିରହକବି ପଚାରଇ ଏହି କାଣ୍ଡ ଭାଇ,କେଉଁଠି ନ ହୁଏ କହ ?ସତୀ ଦମୟନ୍ତୀ ଜାନକୀ ପାର୍ବତୀଶକୁନ୍ତଳା ଆଦି ଯେତେବିଚ୍ଛେଦେ ମିଳନ ଜଗତ−ଜୀବନବର୍ଣ୍ଣିବି ମୁଁ ଆଉ କେତେ ?ଗୋପପୁରବାସ ମଥୁରା ପ୍ରବାସପ୍ରଭାସ−ମିଳନ−ଲୀଳା,ଅଯୋଧ୍ୟା−ଜୀବନ ଲଙ୍କା−ଅପମାନଅନ୍ତେ ଅଭିଷେକ ଖେଳା ।ଏହି ପ୍ରୀତିରୀତି, ଯୁଗଯାଏ ବିତି,ଯାଆଁଳା ଭାଇ ସେ ଦୁହେଁବିଚ୍ଛେଦ−ମିଳନ ବିଧାତା−ନନ୍ଦନଭାଳି ଭାଳି କବି କହେ ।ପ୍ରୀତିର କପଟତାବିଷମ ଏ କପଟତା,(କିମ୍ପା) ଲୁଚାଏଁ ପରାଣ ବ୍ୟଥା,ନ ଦେଖିଲେ ଯାକୁ ପ୍ରାଣ କାନ୍ଦେ, ତାକୁଦେଖିଲେ ନ କହେଁ କଥା ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ