ବିଭୁପଦ ଅରବିନ୍ଦ
କୁନ୍ତଳା କୁମାରୀ ସାବତ
୧୯୦୦–୧୯୩୮
- ସଂକଳନ: ବିବିଧ କବିତା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୪
- ସ୍ଥିତି
- ସାର୍ବଜନୀନ (Public domain)
ଯୁଗଳ ତଳରେ, ଶୋକାଶ୍ରୁ ଜଳରେଲୋଟି ଲଭନ୍ତି ଆନନ୍ଦ ।
(୧୨)
ପାଳିବି ତୋହରି ବଚନ ବରଷା,ସେହି ପ୍ରଭୁ ବିନା ନାହିଁ ମୋ ଆଶା ।ଜାଗେ ସେହି ଦିନେଦୟା କରି ଦୀନେ,ଶମିବେ ମୋହର ଦଗ୍ଧ ପରାଣ,ଏତେ ଜାଣି ବୁଝି କାନ୍ଦଇ ମନ,କି କରିବି କହ ମୁହିଁ,ମନକୁ ବୁଝାଏ ମନ ତ ନ ବୁଝେବୁଝାଇ ଯାଅ ଗୋ ତୁହି ।
(୧୩)
ବୃଥା ଭବିଷ୍ୟତ ଆଶାରେ ମୋହିତହେବାର କେବେହେଁ ନୁହେଁ ବିହିତ ।କାଳ ବିଡ଼ମ୍ୱନାବିଷମ ଛଳନା–କିଏ ଜାଣେ, ତେଣୁ କାନ୍ଦଇ ଚିତ୍ତକହ କି କରିବି ବରଷା ମିତ,କେବଳ ସେ ଦୟାମୟପଦ-ଅରବିନ୍ଦ ସୁମରି ଶମିବିମୋର ଏ ଦଗ୍ଧ ହୃଦୟ ।
(୧୪)
କେଉଁ ଦିନ ଶାନ୍ତି ଲଭିବି ପ୍ରାଣେଭାବେ ତାହା ସଦା ଆକୁଳ ଧ୍ୟାନେ,କହ କହ ତୁହିହୋଇବୁ କି ନାହିଁସଦୟ ମୋ’ ପରେ, ମର ଜଗତେନ ଦେବୁ ଆନନ୍ଦ ଶାନ୍ତି କି ସତେ ?
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର