ଭେଟି
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୮୩
- ସ୍ଥିତି
- ସାର୍ବଜନୀନ (Public domain)
‘‘ଟହ ଟହ କୋଳି ପାଚିଥିଲା ଡାଳେଆଣିଛି ଯତନେ ତୋଳି,ସାଂଧ୍ୟ ଉପାୟନେ, ନ ଜାଣେ, ସଖା ହେ,କା’ କରେ ସମ୍ପିବ ବୋଲି ।ତୋଳି ନିଜେ, ସୁଖେ ଚାଖିଥାନ୍ତି ନିଜେ,ଚିତ୍ତ ମୋ ବଳିଲା ନାହିଁ,ଏ ସ୍ୱର୍ଗ ମଧୁ କି ମୋ ତିକ୍ତ ଅଧରେପରଶି ପାରନ୍ତା କେହି ?କରେ କା’ ନ ଥାପି, ଫିଙ୍ଗିଦେବି ତଳେ,କେତେ ତ ପାଞ୍ଚିଲ ମନେ,ନିମିଷେ ମରୁଛି ଫିଙ୍ଗି ନ ପାରିଲିଲକ୍ଷ୍ୟକର ବିସ୍ମରଣେ ।କାରେ ଦେବି, ଆହା କେବଣ ଜନ ସେ,କେ ପାତ୍ର ଅଛି ତା ପାଇଁ,ଆଲୋକ ଅନ୍ଧାରେ ବନ ପଦା ଘରେଖୋଜି ନ ପାଇଲି କାହିଁ ।ଆସିଛ ସଖା ହେ ଦେବି ମୁଁ ଅରପିଘେନି ତ ବଢ଼ାଇ କର,ତୁମ ଭଳି ଜନ ପାଇଁ ସିନା ଏହିନିଧି କରି ଆସେ ଜୂର ।ଡାଳେ ଥିଲେ, ତରୁ ଶୋହା ସେ ବଢ଼ାଇ-ଥାଆନ୍ତି ନିଖିଳ ବନେ,ତୁମ କରେ ଏବେ ଶୋହିବ ମରତ-ପ୍ରୀତି ଅକଳିତ ଧନେ ।‘‘ନିଅ, ବନ୍ଧୁ, କରୁ କର ବଢ଼ାଇ ହେ,ରଖି କି ପାରିବି ଧରି ?ନେଇ କି ପାରିବି ଏ ମର ଜୀବନେଏଭଳି ସମ୍ପଦ ବରି ?ଫୁଲ ପରି ଦିନେ ଦିଶି ନାହିଁ ତୋରା,ଫଳ ପରି ଢଳ ଢଳ,ତୋଳିବା ଜନର ପରାଣ ପୁଲକଦିନେ ତ ନୋହିଛି ମୋର ।ବନ ପରବତେ ବୁଲି ମୁଁ ନିରତେପାଲଟିଛି ବନ ତରୁ,କାଠ ପାଷାଣେ ତ ଗଢ଼ିଛି ଏ ତନୁ,ଜୀବନ କରିଛି ମରୁ ।ଯାହା କରେ ଯାହା ଶୋହିବ ସିନା ହେ,ସେ ତାହା ପାରଇ ନେଇ,ମୋ ଲାଗି ଏ ନୁହେଁ ଯୋଗ୍ୟ ଉପାୟନ,କି ଲଭ୍ୟ ମୋ କରେ ଦେଇ ?’’‘‘ଗଛ ମୁଁ ସରଳ ଜଡ଼ ଏ ଜଗତେ,ପତ୍ର ଫୁଲ ଫଳେ ଗଢ଼ା,ମୁଁ କିବା ବୁଝିବ କି ସୁଧା ନିଝରେବନ୍ଧୁ ବନ୍ଧୁ ହୃଦଭରା ?ଦିନୁ ଦିନ ଅଙ୍ଗେ ସେନେହ ବରଣେବହିଛି ତନୁଜ ଭାର,କାଠୁଟି ପଲ୍ଲବି ପଲ୍ଲବୁ ସୁମନସୁମନ୍ତୁ ବିରଚି ଫଳ ।ସାର୍ଥକ କରନ୍ତି ଏ ତରୁ ଜୀବନବିଶ୍ୱବନ ପରିସରେ,ମୋ ଫଳ ଭାଗରୁ ଏ ବନ୍ଧୁଟି ଯେବେଘେନନ୍ତା ଗୋଟିଏ କରେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର