ଭାଇ
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୩୦
- ସ୍ଥିତି
- ସାର୍ବଜନୀନ (Public domain)
ମରଣେ ମୁଦିଛି ନୟନ ଯୁଗଳଅନ୍ତିମ ତଳପେ ଶୋଇଛି ଭାଇ,ସୋଦର-ବନିତା- ତନୟ ସେନେହେପରାଣୁ ନିଠୁରେ ବିସୋରି ଦେଇ ।କୁଟୀରୁ ଅନ୍ତର କରିନେଇ ତ୍ତ୍ୱରାଶୁଶାନେ ଦେବେ ସେ ତା ତନୁ ଜାଳି,ପ୍ରତିବାସୀ ଚିର ହୃଦ ଘେନା ଘେନିନିରଦୟ ଚିତା ଅନଳେ-ଢାଳି ।ତନୟ-ବନିତା- କରୁଣ ବିଲାପେପୂରିଛି ତାପିତ କୁଟୀର ସାରା,ନିତି ଯହିଁ ଖେଳେ ସ୍ନେହ ସୁଧା ହାସ;ବହେ ଆଜି ଶୋକ ଲୋତକ ଧାରା ।ଭାଇଟି ନୀରବେ ଠିଆ ହୋଇ ପାଶେ,ଉଦାସେ କି ଅବା ଭାଳଇ ମନେ;ଯୁଗଳ ଜୀବନେ କେତେ ତ କାନ୍ଦିଛି,ଲୁହବିନ୍ଦୁ ଆଜି ନାହିଁ ନୟନେ ।କରମେ ବିରାମେ, ଶୟନେ ସପନେଭାଇଟି ଏକା ଯେ ଧିଆନ ତାର;ମୋହନ ନିବେଶେ ବୁହାଇଛି ହୃଦେସୋଦର ନିସର୍ଗ ସେନେହ ଧାର ।ଅଧିକୁ ଅଧିକ ବଢ଼ଇ ବିଳାପ;ଜଣୁ ଜଣେ ଶୋକେ କାନ୍ଦଇ ଆସି;ଭାଇଟି ନୀରବେ ହୋଇଛି ଠିଆ ତ,ବିନ୍ଦୁ ବାରି ନେତ୍ରେ ନ ଉଠେ ଭାସି ।ପ୍ରତିବାସୀ ଜନେ ଉଠାଇ ଶବଟି,କୁଟୀରୁ ଅନ୍ତର କଲେକ ତହୁଁ,ଅଶ୍ରୁନୀରେ ଗଲା ତିନ୍ତି ଭାଇ-ତନୁ-‘‘କା ଲାଗି, ଭାଇ, ଏ କୁଟୀର ଆଉ ?’’ବକୁଳବନତରୁଲତା-କୁଞ୍ଜେ ତରୁଲତା କି ମୁଁରହିଛି ନୀରବେ ବସି,ପତ୍ରଗହଳୁ ଏ ଗୀତି-ମଧୁଧାରାଗୁଞ୍ଜରେ ପରାଣେ ପଣି ।ପଲ୍ଲବ ପରଶେ ଆସି ସମୀରଣଛୁଇଁ ଯାଏ ତରୁଲତାଚାଲିଗଲାବେଳେ କହିଯାଏ କେତେହୃଦୟଗୁପତ-କଥା ।ପତ୍ର-ଲତିକାର ଶ୍ୟାମଳ ସେନେହେଢଳଇ କନକ ଫୁଲ,ବିପିନ ସମ୍ପଦ ବାଛି କହିଁ କରିସାରା ବନ ଦେଶୁଁ ଠୁଳ ।ତରୁ ଲତା-କୁଞ୍ଜେ ବସିଛି ଧୀରେ ମୁଁ,ଆନ ତରୁଲତା ପରି;ତରୁଲତା ଅଙ୍ଗୁ ପଡ଼ୁଛି ମୋ ଅଙ୍ଗେମଉନେ ସୁମନ ଝଡ଼ି ।ଉଷା ବିମୋହନ କନକ ବିତାନେଏ କିବା ସରଗ ଶୋହା,ନିଶୀଥ-ସୁନ୍ଦରୀ ବିଧୂ ହିମ ଶିରୀଅନନ୍ତ ରଜତ ଛାୟା ।ପୁନିଅ ଯାମିନୀ ପୂର୍ଣ୍ଣ ନିଶାମଣିବଦନ-ସମ୍ପଦେ ବଳି,କୁଞ୍ଜ କୁଞ୍ଜେ ଆହା ଏ ଶିଶୁସକଳ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର