ବାସି
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୫୦୫
- ସ୍ଥିତି
- ସାର୍ବଜନୀନ (Public domain)
ଗୁରୁ ପୁଷ୍ପରାଜ୍ୟେ ପୁଣ୍ୟ ରାଣୀ ଗୋ ମାଳତି,କାହିଁପାଇଁ ଏତେ ତୋର ସେନେହ ପୀରତି ?ଅନାଇ ରହିଛୁ ବାଟ କାହା ଆସିବାର,ଗୁନ୍ଥି କାହାପାଇଁ ନିତି ରଖୁ ପ୍ରୀତିମାଳ ?ନୟନ ପଲକେ ସୁଖେ ଚାହିଁଛୁ ଧିଆନେ,କି ଦୂର ପ୍ରତିମା ମୁଖେ ତୃଷିତ ପରାଣେ ?କିପାଇ ତୋର ଗୋ ଏହି ନିତି ଚାହିଁ ବସା,କି ବାଞ୍ଛା ସିଦ୍ଧିକି ଏତେ ଜୀବନ ତପସ୍ୟା ?ଦିବାନିଶିୁ ଅବିରଳ ବସି ଯୋଗାସନେ,ଅଟଳ ସାଧନା ସାଧୁକି ପୁଲକ ମନେ ।ନିତି ଶ୍ରମେ ଗୁନ୍ଥାମାଳ ଶୁଖେ ତୋର ନିତି,ଆଶା ମାତରେ ଟି ଦିନୁ ଦିନ ଯାଏ ବିତି ।ପୁଣି ଆଶା ଧରି ବସୁ, ସେ ପଥ ଅନାଇଁ,ନୂଆ ପରି ଗୁନ୍ଥିରଖ ମାଳଟି ତା ପାଇଁ ।କିଏ ସେ ଏଭଳି ଅଛି ଏ ବିଶ୍ୱ ଭିତର,ତୋର ଏତେ ସାଧନାର ଉଚିତ ପାତର ?ତୋ ଜୀବନେ ଅଛି ଯଦି ଏତେ ଚାହିଁ ବସା,ଏ ମହା ସାଧନା ସଙ୍ଗେ ଏ ନିରାଶ ଆଶା ।ତୋ ହାତର ଏତେ ମାଳା ବାସି ହୁଏ ଯେବେ,ମୋ ପରାଣ ନିରାଶାର ହେତୁ କିବା ଭବେ ?ବାଛୁରୀକି ସାନ୍ତ୍ୱନା *‘ହେ-ମା ହେ-ମା’ ରାବେ କେତେ ତୁ ଡାକିଛୁ,ମୁହୂର୍ତ୍ତେ ନୋହୁଛୁ ଥିର,ନୟନ ଯୁଗଳୁ ଢାଳୁ ଅବିରଳପରାଣ ଦୁର୍ଲଭ ନୀର ।ନ ଜାଣୁ କି ମାଆ ନ ଶୁଣେ ତୋ ଡାକ,ବାଟ ଦୂର ଦେଶେ ଚାଲ ?ପାଞ୍ଚ କୋଶ ଏବେ ପାରି ତ ହେବଣିକୁଦି ବନ ପଦା ବାଲି ।ଖରା ତୋପେ ଦେହ ଝାଉଁଳି ଯିବଣି,ପାଦେ ଲାଗିବଣି ବଥା,ଗଛଡ଼ାଳୁ ପଦେ ଶୁଣୁଥିବ କାନେବନ କୁଆ ବଣି କଥା ।ଏହିପରି ଦିନ ଚାରି ସେ ଚାଲିବ,ଘୋରି ହୋଇଯିବ ଖୁରା,ଫେରିବାକୁ ବାଟୁ ଚାରା ନାହିଁ ତାର,ବେକେ ଲାଗିଥିବ ଝୁରା ।ଚାଳିଶ କୋଶେ ସେ ଯାଇଟି ରହିବ,ପାଳି ବନପ୍ରସ୍ଥ ବ୍ରତ,ବୁଢ଼ୀ ବୟସର ନୂଆ ସାଥି ମେଳେନବ ଆବେଷ୍ଟନେ ରତ ।ତୁ ହେଲୁ ପିଲାରୁ ତିନି ବର୍ଷ ଛଡ଼ାଦେଲୁ ମାତୃସ୍ତନ ତେଜି;ଆପେ କାଲି ମାଆ ହୋଇ ତ ବସିବୁ,କହକି ନ ପାରୁ ହେଜି ?ଷଠୀ ଯେ ଜଗତେ ସୃଜୁଛି ପ୍ରାଣୀଙ୍କୁଏହିତ ଅଟେ ତା ଲୀଳା;ଜଣେ ଆସି ମଞ୍ଚେ, କାର୍ଯ୍ୟ ସାରି ଚାଲେ,କୋଳୁ ରଖିଯାଏ ପିଲା ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର