ବଷ ମେଲାଣି
୧୮୭୫–୧୯୨୮
- ସଂକଳନ: ପ୍ରଭାତ-ସଙ୍ଗୀତ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୫୨
- ସ୍ଥିତି
- ସାର୍ବଜନୀନ (Public domain)
ଅନାଉଁ ଅନାଉଁ ଅତୀତ ବରଷନୀରବେ ଆରୋହି ଦୂତଗ ରଥେ,ନୀରବେ ସମାପି ଆପଣା ସାଧନା,କାହିଁ ଚାଲିଗଲା ଅଦୃଶ୍ୟ ପଥେ ।କାହାର ନୟନୁଁ ଝରାଇ ଲୋତକ,କାହା କଣ୍ଠୁ କାଢ଼ି କାଞ୍ଚନମାଳା,ଜାଳି ହୃଦବନେ ଶ୍ମଶାନ ଅନଳକାହା ପ୍ରାଣେ ଢ଼ାଳି ବିଷମ ଜାଳା,ପ୍ରଣୟ−ପିଆସା ଅତୃପ୍ତ ରଖିଣକାହାକୁ ବିଚ୍ଛେଦ ବିଷରେ ଦହି,ଅନନ୍ତ ସିନ୍ଧୁକୁ ଅତୀତ ବରଷକି କର୍ମ ସାଧିଣ ଗଲା ରେ ବହି ।ପୀୟୂଷେ ଗରଳ ଢ଼ାଳି ଦେଇ ଆହାଗଲା ପୁରାତନ ବରଷ କାହିଁ,ସିନ୍ଧୁଗତ ସୋତ, ରୁକିଣ୍ମୀର ରଥ,ଗଲା କଥା ଆଉ ବାହୁଡ଼େ ନାହିଁ ।ବରଷ ପହିଲେ ଆଶାୟୀ ସାଧକଅଦୃଷ୍ଟ ଅଜ୍ଞାତେ ନିହିଲା ମନ,ଚାହୁଁ ଚାହୁଁ ଗଲା ବରଷକ ବିତି,ନୋହିଲା ରେ ତାର ଇଷ୍ଟ−ସାଧନ ।ବରଷ ଆରମ୍ଭେ ସ୍ୱଦେଶ−ସେବକକେତେ ଆଶା ରଖି ଉଦ୍ଦାମ ଚିତ୍ତେ,ବାନ୍ଧିଲା ସାହସ, ଆତ୍ମପର ଭୁଲିବିସର୍ଜିବି ପ୍ରାଣ ଜଗତ ହିତେ ।ଯେଉଁଠାରେ କର୍ମ ସେହିଠାରେ ଅଛି,ଅତୀତ ବରଷ ଗଲା ଉଭାଇ;ଉତ୍ସାହ ଉଦ୍ୟମ ଆଶା ପରପ୍ରୀତିଘେନିଗଲା ନିଜ ସ୍ରୋତେ ଭସାଇ ।କେତେ ନବବୀର ଅଗ୍ନିମନ୍ତ୍ର ଜପିବୁଡ଼ିଲେ ଉଦାସ−ଅତଳ−ଜଳେ,ପଡ଼ିଲେ ଜୀବନ−ଆହବେ ହାରିଣନିରାଶା−ମରଣ କ୍ରୂର କବଳେ ।କେହୁ ଛିନ୍ନ ହୋଇ ଲୋଭ−କଣ୍ଟକରେସ୍ୱାର୍ଥ−ଜମ୍ବାଳରେ ପଡ଼ିଲେ ବୀରେଆସିଥିଲେ ଶୁକ୍ଳଯଶ ଆଶେ ଆହାଅପଯଶ ବୋଝ ବହିଲେ ଶିରେ ।ଅତୀତ ବରଷ କେତେ ଲୀଳାଖେଳାଦେଖାଇ ମହୀରୁ ମେଲାଣି ନେଲା,କେଉଁ ଦେଶୁଁ ଆସି ହରଷ ବିଷାଦଏ ବିଶ୍ୱେ ବରଷ ବାଣ୍ଟିଣ ଗଲା ।କେତେ ବ୍ୟଥା ଦେଲା କେତେ ହୃଦୟରେଦାରୁଣ ଅତୀତ ବରଷ ଆହା !କାଳ−ଶିଶୁ ସେ ଯେ କଠିନ ତା ହିଆବାଣ୍ଟିଗଲା ତା ନିୟତି ଯାହା ।ଯାଅ ରେ ଅତୀତ ଘେନି ସୁଖ ଦୁଃଖ,ସୁଖ ଦୁଃଖ ନୁହେ ଜଗତୋଦ୍ଦେଶ,ବିଗତ ଭାବନା ଭବାଇ ଅତୀତମୋର ବର୍ତ୍ତମାନେ ନ କର ଶେଷ ।ତୋର ଶବ ତୁହି କର ରେ ସତ୍କାର,କର ନିଜ ପ୍ରେତତ୍ରିୟା ଶ୍ମସାନେ;ଆଶା−ତକ୍ରବାଳେ ଦିଶେ ନୀଳଚକ୍ର
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ