ପ୍ରଦୋଷେ ଗମିଲି ଦିନେ ପ୍ରଦୋଷ−ଭ୍ରମଣେଦୁଗ୍ଧ ମମ ପ୍ରାଣମନ ପ୍ରକୃତି ଦର୍ଶନେ ।ନିସର୍ଗ−ସୁଷମା ଆହା କିବା ମନୋଲୋଭା,ଋଷି−ଭକ୍ତ କବି−ପ୍ରିୟ ସ୍ୱଭାବର ଶୋଭା ।ବାରୁଣୀଗଗନ ଦିଶେ କିବା ଶୋଭାବନ,ବର୍ଣ୍ଣ ବୈଭବର କିବା ବିଚିତ୍ର ଭବନ ।ପଲ୍ଲୀର ପଶ୍ଚିମ ପ୍ରାନ୍ତ ବିରୂପାର ତଟେଅସ୍ତୋନ୍ମ ଖରକ୍ତା−ରବି ସାନ୍ଧ୍ୟ ବ୍ୟାମପଟେ ।ପ୍ରଭାତ ପ୍ରଦୋଷ ପରି ମହତ ବ୍ୟାପାର,ଚକିତ କରଇ ପ୍ରାଣ, ଗର୍ବ ମାନେ ହାର ।ମିଳନ−ମେଲାଣି ବେନି ବିଧିର ସର୍ଜ୍ଜନା,ବିସ୍ଫାରିତ କରିଦିଏ କବି−କଳପନା ।ଦୈନନ୍ଦିନ ଜୀବନର ସାମାନ୍ୟ ଘଟନା,ପ୍ରାଣ କରେ ଉଦାସୀନ ଗଭୀର ଭାବନା ।ସୁନ୍ଦର ବିସ୍ମୟକର ପବିତ୍ର ସଂସାରଦେଖି ପ୍ରତିଦିନ ଲାଗେ ସାମାନ୍ୟ ବ୍ୟାପାର ।ନିମର୍ଗେ ସ୍ୱର୍ଗୀୟଶୋଭା ଦିଶଇ ଅସ୍ପଷ୍ଟ,ଅତି ପରିଚୟେ ସିନା ଗଉରବ ନଷ୍ଟଏହିପରି ଭାବୁ ଭାବୁ ଘୋଟିଲା ଅନ୍ଧାର,ପ୍ରକୃତିକୁ ତେଜି ବାହୁଡିଲି ସ୍ୱା−ଆଗାର ।ଚାହୁଁ ଚାହିଁ ଜନପଦ ମଉନ ଲଭିଲା,ଯାହା ଥିଲା ସ୍ପଷ୍ଟ ତାହା ଅସ୍ପଷ୍ଟି ହୋଇଲା ।ଗୃହେ ଗୃହେ ନିର୍ବାପିତ ପ୍ରଦୀପ−ବର୍ତ୍ତିକା,ମୃଦୁଁ ମୃଦୁତର ହେଲା ଜୀବନ−ନାଟିକା ।ଅସ୍ପଷ୍ଟ ଯା ଥିଲା ତାହା ହେଲା ସ୍ପଷ୍ଟତର,ଏକ ପଟ ପଡ଼ୁ ଉଠିଗଲା ପଟାନ୍ତର ।ଦେବକନ୍ୟାଗଣ ଜାଳି ରତ୍ନଦୀପତାରାଝଲକାଇ ଦେଲେ ଦେବଦାଣ୍ଡ ବ୍ୟୋମସାରା ।ସାମାନ୍ୟ ଜନତା ହେଲା ନିଦ୍ରାରେ ବିହ୍ୱଳ,ଉଠିଲେ ଜାଗ୍ରତ ହୋଇ ଭକ୍ତକବି ଦଳ ।ଯାହା ନିଶା ହୁଏ ସର୍ବଭୂତ ମଣ୍ଡଳର,ତହିଁ ଜାଗରଣ କବି ଭାବୁକ−ଦଳର ।ଏହିପରି ଦିନ ବିତି ଯାଏ ଜଗତରେ,ଜନ୍ମ ଜନ୍ୱାନ୍ତର ଲାଳା କେଉଁ ଉଦ୍ଦେଶ୍ୟରେ ?ବିରୂପା ତଟେ(ରାଗ−ରାମକେଶରୀ)ନଦୀ ନାମ ଶୁଣି ବିରୂପା ନାମ ପଡ଼େ ମୋ ମନେ,କୋଟି ବାଲ୍ୟସୃତି ଝଲସି ଉଠେ ସ୍ମୃତି କାନନେ ।ତୋର ଚାରୁ ତଟେ ବିରୂପା ଘୋଷେ ଚଉଦୁଆର,“କାଳ ପ୍ରତାପରେ ମାନବ କୀର୍ତ୍ତି କେଡ଼େ ଅସାର ।ତୋ ଚାରୁ ପୁଳିନେ ନିମ୍ନଗା ଶୋଭେ ଅସଂଖ୍ୟ ଗ୍ରାମ,ଉଭା ନୈସର୍ଗିକ ଶୋଭାରେ ତୀର ଦକ୍ଷିଣ ବାମ ।ପଲ୍ଲୀ−ସୀମାନ୍ତିନୀ ପ୍ରଭାତୁଁ ଆସି ତୋ ଚାରୁ ତୀରେ,ସ୍ନାନ କରୁଁ କରୁଁ ହସିଣ ବାଣୀ ଭାଷନ୍ତି ଧୀରେ ।ଧଳା କଳା ନୀଳ ଲୋହିତ ଶାଢ଼ୀ ନବୀନାମାନ,ପିନ୍ଧି ଆସି ନୀରେ ପ୍ରବେଶି ବସି କରନ୍ତି ସ୍ନାନ ।ଶାଶୁ ନଣନ୍ଦଙ୍କ ଗଞ୍ଜାଣା କହି ଯୁବତୀଗଣ,ପରସ୍ପରେ ଗୁପ୍ତେ କରନ୍ତି ତୁଠେ ଅଭିଭାଷଣ ।ସ୍ୱକାନ୍ତ ସୁହାଗବାରତା ସୁହାଗିନୀ କହନ୍ତି,ଅଭାଗିନୀମାନେ ବିଷାଦେ ନେତ୍ରୁଁ ନୀର ପୋଛନ୍ତି ।ବୃଦ୍ଧାଗଣ ବଧୂମାନଙ୍କ ଦୋଷଗୁଣ ବଖାଣିକଳିକାଳ ଢଙ୍ଗ ନିନ୍ଦିଣ ସୂର୍ଯ୍ୟେ ଟେକନ୍ତି ପାଣି ।ଯୁବାଗଣ ନୀରେ ସନ୍ତରି ବିଡ଼ି ଖେଳନ୍ତି ଖେଳକେତେବେଳେ ଅବା ବିଭିନ୍ନ କେବେ ହୋଇଣ ମେଳ ।ବିରୂପାପଠାରେ ଗୋପାଳେ ରଖି ମେଷ ଗୋଧନ,ରଖୁଆଳ ଗୀତ ହରଷେ କରୁଥାନ୍ତି ଗାୟନ ।ମନେ ପଡ଼େ ଯେବେ ବିରୂପା ଦୂର ଶୈଶବ ତଟେ,ଆହା କି ସୁନ୍ଦର ସେ ଚିତ୍ର ଦୁଗ୍ଧ ହୃଦୟ ପଟେ ।ଗ୍ରାମ ଚାଟଶାଳୀ ତୋ ତଟେ, ଚାଟ ଥିଲଇଁ ତହିଁତୋ ସ୍ରୋତସମାନ ସେ କାଳ ଆହା ଗଲାଣି ବହି ।‘ଦୁଇ’ ମାଗି ଯାଇଁ ଗୁରୁଙ୍କୁ ବସି ତୋ ଚାରୁ ତୀରେ,ଉଆସ ପ୍ରାଚୀର ଏ ଆଦି ଗଢ଼ୁଥିଲି ବାଲିରେ ।ଗୁରୁଙ୍କର ଭୟରେ ସେ ଖେଳ ଛାଡ଼ି ପଳାଉଁ ଫେରିପାଇଁ ପାଇଁ ବେତ ବସିବ ଯେବେ ହୋଇବ ଡେରି ।ବାଲିଘର ଚଢ଼ା ଏ ଭବ ସିନା ଏହି ପ୍ରକାରବିଶ୍ୱଗୁରୁଦେବେ ବିଳମ୍ୱ ହେଲେ ଦୁଃଖପ୍ରହାର ।ଆଜି ଘର କାଲି ଭାଙ୍ଗିଣ ଯାଏ ଜଳପଦନେ,କାଲି ପୁଣି ଆସି ଗଢ଼େ ମୁଁ ସେହି ବାଲି−ଭବନେ ।ସେହିପରି କେତେ ଆଶାରେ କରେ ଗୃହ ସଂସାରବିପଦପବନ ବିପକ୍ଷନୀର କରେ ସଂହାର ।ତୋ ପୁଳିନ ବାଲି ଉଆସ କାହିଁ ଗଲା ଉଭାଇ,ସେ ଜଳ ବାଲୁକା ସେ ପ୍ରାଣ କାହିଁ ଉଭାଇ ଯିବ,ଜନ୍ମସ୍ମୃତିପଟେ ମୋ ଗୀତ ତେହ୍ନେ ବଞ୍ଚି ରହିବ ।ପଶ୍ଚିମାଦ୍ରି ତଟେ ବୁଡ଼ଇ କ୍ଳାନ୍ତ ଲୋହିତ ରବି,ସନ୍ଧ୍ୟା ଦୀପାବଳୀ ବିକାଶେ ବିଶ୍ୱେ ବିଲୋଳ ଛବି ।ଦିବେ ଦେବକନ୍ୟା ଦିବାନ୍ତେ ନୀଳ ନଭଭୁବନେ,ଜାଳନ୍ତି କି ତାରା−ପ୍ରଦୀପ ବିଶ୍ୱେଶ୍ୱର ଚରଣେ ।କେତେ ପୁଷ୍ପବନେ ତୋ ତୀରେ ଫୁଲ ନିର୍ଜନେ ଫୁଟି,ନୀରବେ ହସିଣ ନୀରବେ ଯାଉଅଛି ଉକୁଟି ।କେତେ ସ୍ୱର୍ଣ୍ଣ ଗୋରୀ ତୋ ତୀର ଗ୍ରମେ ନବ ଯୌବନେବିଧବା ହୋଇଣ ବଞ୍ଚନ୍ତି ଦୀନ ବିଷ୍ଣଣ୍ଣ ମନେ ।କେତେ ଫୁଲ ଖେଳି ପବନ ସଙ୍ଗେ ରମି ହସନ୍ତି,କେତେ ନବବାଳା ଯୁବକକାନ୍ତ କୋଳେ ରମନ୍ତି ।ଦିନ ନ ସରଇ ଆହା ରେ । ନବ ତରୁଣୀଙ୍କରନିର୍ଜ୍ଜନନିଶୀଥେ ଝରଇ ବାଳା ଲୋଚନୁଁ ଝର ।ମୃତପତି ସ୍ମୃତି ସଙ୍ଖାଳି କରି ନବୀନ ସତୀ,ଶିଶିର−ପଦ୍ମିନୀ ପରାଏ ବଞ୍ଚେ ବିଷାଦେ ଅତି ।କେତେ ଦୀନ ସାଧୁ ପୁଳିନେ ପଲ୍ଲୀଗ୍ରାମ ନିକରେଅପ୍ରଗଲଭେ ପର−ମଙ୍ଗଳ ସାଧି ସ୍ୱଜୀବନରେଜୀବନ୍ତ ମୁଞ୍ଚିଣ ଯାଆନ୍ତି ଲୋକେ କରନ୍ତି ‘ଆହା’ଦିଗ୍ବିଜୟୀ ବୀର ପ୍ରାଣାନ୍ତେ ପାଇ ନ ପାରେ ଯାହା ।ଅଛି ଆପ୍ତ ବାକ୍ୟ “ପ୍ରାଣୀର ଭଲ ମନ୍ଦ ଯା ବାଣୀ,ମରଣ କାଳରେ ସଂସାର ଲୋକେ ପାରନ୍ତି ଜାଣି ।”ଭଲ ପାଏ ‘ଭଲ’ ପଦକ ମନ୍ଦ ‘ମନ୍ଦ’ ବଚନ,‘ମନ୍ଦ’ ନାମ ଘେନି ମରିଲେ ବ୍ୟର୍ଥ ଯାଏ ଜୀବନ ।ତୋ କୂଳ ବକୁଳତମାଳତଳେ ଗହଳକୁଞ୍ଜେ,ଗୁଣୁ ଗୁଣୁ ଅଳି ଉଡ଼ିଣ ନିକାଞ୍ଚନରେ ଗୁଞ୍ଜେ ।ଏହି ଯେ ବିରୁପା ଯା ତଟେ ମୋର ବାଲ୍ୟ−କୁଟୀର,ଯା ତୀରେ କାନନ ପର୍ବତ ଦିଶୁଥିଲା ରୁଚିର ।ମନେ ପଡେ ଦେଖୁ ଥିଲଇଁ ବାଲ୍ୟେ ନିସର୍ଗ ଶିରୀ,‘ଆସିଆ’, ‘ଅଳତି’, ‘ଉଦୟଗିରି’, ‘ଲଳିତଗିରି’,ସେ ‘ଜଟିଆକୁଦ’, ‘ଛତର ତୋଟା’, ହାଡ଼ୁଆପାଳ’ଯା ଦର୍ଶନେ ଫେରି ଆସଇ ପ୍ରିୟ ଶୌଶବକାଳ ।ଏହି ପାଳକୁଦ ତୋଟାରେ ପରା ଡାଆଣୀମାନେସେକୁଥାନ୍ତି ନିଆଁ ଜାଳାଇ ନିଜ ନିଜ ସନ୍ତାନେ ।ମସାଲ ହାତରେ କୂଳରେ ବାସୁଳେଇ ଦଉଡ଼ି,ଚିରକୁଣୀ ବୃକ୍ଷୁଁ ବୃକ୍ଷାନ୍ତେ ଯାଉଥଲା ସେ ଉଡ଼ି ।“ପିଙ୍ଗୁଳେଇ ବର ଭୋଡ଼ା ”ରୁ କୋକିଶିଆଳୀସ୍ୱନକି ରହସ୍ୟପୂର୍ଣ୍ଣ ଆବେଶ କରୁଥିଲା ଉତ୍ପନ୍ନ ।“ବେଲ ଗଡ଼ିଆ”ର ଶ୍ମଶାନେ ସୂଚେ ଫେରଣ୍ଡା ରବ,କଲାରାପତର ବାଘର ଆସୁଥିବା ସମ୍ଭବ ।ମହାବଳ ଘୋର ନିଶୀଥେ କରୁଁ ଘୋର ଗର୍ଜନ,“ବିଲ ତୋଟା” କିଆ ବଣରେ, ଆତଙ୍କିତ ମୋ ମନ ।ଶୋଇ ପଡ଼ିଥିଲି ଦାଣ୍ଡରେ କିଏ ରାତ୍ରି ଅର୍ଦ୍ଧରେତହିଁଆର ଦିନ ସକାଳୁଁ ସୀତା ଅପା କହିଲା,“ଏହା ନାମ ଧରି ରାତ୍ରରେ କିଏ ଏତେ ଡାକିଲା ?”“ତୁଣ୍ଡରୁ ବାରିଲି ତା ମାତା ଡାକୁଥିଲା ତାହାକୁ”ବଳିଗଲା ମୋର ଆତଙ୍କ ମୃତ ମାତୃମାୟାକୁ ।କାନ୍ଧିଲେ ଜନନୀ ଡରାନ୍ତି କକଛୁଆ ନାମରେ,କକଛୁଆ କିନ୍ତୁ ମୟନେ ନ ଦେଖିଲି ମୁଁ ଥରେ ।ଶୁଣିଲି ତା ଶଦ୍ଦ ରାତ୍ରୀରେ ଥରେ ଉଝଟବେଳେ,କିନ୍ତୁ ଜାଣେ ତାହା “କୁମୁଦ ଅପା” ଡରାଣ ଛଳେ ।ଥରେ “ତାଳଗଣ୍ଡ” ବାଉଁଶ ଭଡ଼ା ଉପରେ ପାରି,ହେଉଁ,କେତେ କଲି ମନାସ ଭୟ ମାଡ଼ିଲା ଭାରି ।ପଛରେ ଥାଇଁଣ ସାଧବ ଅପା ତାହା ଶୁଣିଲା,ଯାଥା ସମୟରେ ସଭିଙ୍କ ଆଗେ କହି ହସିଲା ।ଶୁଣି ତା ଯେ ଲଜ୍ଜା ହୋଇଲା ତାର ନାହିଁ ବର୍ଣ୍ଣନବଡ଼ଦିନେ ଲାଜ ମାଡ଼ଇ ତାହାହେଲେ ସ୍ମରଣ ।ମନେ ଅଛି ଥରେ ଛାଡ଼ିଣ ମାତା ପୁରୁଷୋତ୍ତମକ୍ଷେତ୍ରେ ଯାଇଥିଲେ, ମୋ ମନ ହୋଇଥଲା ଉଚ୍ଛନ୍ନ ।ଯେବେ ରାମଲୀଳା ଯାତରା ହୁଏ ଗ୍ରାମ ଦାଣ୍ଡରେ,ପଲକ ନ ପଡ଼େ ସେ ରାତ୍ରେ ଆଉ ମୋର ନେତ୍ରରେରାମଲକ୍ଷ୍ମଣଙ୍କ ଚରିତ ସୀତା ଦେବୀକଷଣଶୁଣି ନେତ୍ରୁ ନୀର ଝରଇ ରାକ୍ଷସ ଯେ ଭୀଷଣ ।ପିଲାଦିନେ ଥିଲା ପ୍ରଗାଢ଼ ନିଷ୍ଠା ଦେବତା ପ୍ରତିନ ଫେରିଲା ଆଉ ଏ ପ୍ରାଣେ ସେହି ଦୃଢ଼ଭକତି ।ପ୍ରତି ସୋମବାର “ଐଶାନ୍ୟେଶ୍ୱର” ଦେବଙ୍କ କତିଯାଇ ଆଣୁଥିଲି ଚନ୍ଦନ ଭୋଗ ଶ୍ରୀବିଲ୍ୱପତ୍ରୀ ।ରାଜଯାତ୍ରାଦିନ ଥରେ ମୁଁ ଗଲି ଅଳତିଗିରିଗିରିଶିଖେ ଚଢ଼ି ଦେଖିଲି ନେତ୍ରେ ନିସର୍ଗଶିରୀ ।ନୀଳବେଣୀସମ ଦିଶିଲୁ ତୁହି ଗୋ ସ୍ରୋତସ୍ୱତି !ପ୍ରଶସ୍ତ କେଦାର ଯେସନ ଶାକ ପଟାଳୀ ତଥି ।କେତେ କେତେ କଥା ବିରୂପା କାଳ ଅତୀତସ୍ରୋତେତୋ ଜଳବୁଦ୍ବୁଦସମାନ ଏବେ ଅଦୃଶ୍ୟ ମୋତେ ।‘ପୋତା ପୋଖରୀ’ର କୂଳରେ ମଲାମଣିଷମୁଣ୍ଡତାର ଚଉଷଠି କଙ୍କାଳ ଆଖି ବ୍ୟାଦାନ ତୁଣ୍ଡ ।ଅଣ୍ଟା ଗୋଡ଼ ହାଡ଼ ଶ୍ମଶାନେ ସବୁ ପଡ଼ି ଯା ଥିଲାରାତ୍ରେ ସେ ସ୍ୱପନେ ଆସିଣ ଯଷ୍ଟି ଧରି ନାଚିଲା ।ମରିଥିଲା ଜଣେ ତରୁଣୀ ସନ୍ନିପାତରୋଗରେ,ପାଉଁଶିଆ ବର୍ଣ୍ଣ ଦେଖିଣ ଥିଲି ପାଣ୍ଡୁଗଣ୍ଡରେ ।କେମନ୍ତ ସୁନ୍ଦର ଥିଲା ସେ ଚମ୍ପାଗଉର ଦେହ,କରିଥିଲା ମୋତୋ ଶୈଶବେ ସେହୁ କେତେ ସେନେହକେଉଁ ରୂପେ କେଉଁ ଅଜଣା ଦେଶେ ଗଲା ସେ ଚାଲିକିରୂପାଶଯ୍ୟାରେ ଶୋଇଣ ବୃଦ୍ଧ କଲା ତା ବାଲି ।କୁମ୍ଭୀର ଗଭୀରଗାତରେ ମନ୍ତ୍ରୀଘରର ଝିଅନରମୁଣ୍ଡମାଳ ଦେଖିଲା ହସୁଥିଲେ ସଭିଏଁ ।କହିଲେ “ଆମ୍ଭକୁ ଆଣିଣ ତୋହପରି ରଖିଲା,ଶେଷକୁ ଖାଇଣ ଆମ୍ଭର ମୁଣ୍ଡ ଏଠିଁ ଟାଙ୍ଗିଲା,ପଳା ପଳା ଯେବେ ନୋହିବୁ ତୁ ଲୋ ଜୀବନତ୍ୟାଗୀ,ତୋ ପାଇଁ ସୁନ୍ଦରି ! ରଜାର ପୁଅ ହୋଇଛି ଯୋଗୀ ।”ମରାତ୍ମକରୋଗ−ସଙ୍କଟେ ପଡ଼ନ୍ତେ ମୋ ଜୀବନଦେବତାଙ୍କ ପଦେ ଜନନୀ କଲେ ମୋତେ ଅର୍ପଣ ।କହିଲେ, “ମୋ ପୁତ୍ର ବଞ୍ଚିଲେ ଏଥୁଁ ଗାଦିଗୋସାଇଁନବବରଷେ ବୈରାଗୀ ତାକୁ ଦେବି କରାଇ ।”ସେହି ହେତୁ କିବା ଜନନୀ ଏ ମୋ ଉଦାସ ପ୍ରାଣ,ସଂସାର ମର୍ଯ୍ୟଦା ସମ୍ପଦେ ନ ବଳଇ ମୋ ମନ ।କିପାଁ ତେବେ ପ୍ରାଣ ଜନନି ! ଲୋକେ ଧନ ଅର୍ଜ୍ଜନପାଇଁ କରୁଛନ୍ତି ଯାମିନୀ ଦିବା ସମୁତ୍ତେଜନ ?ଦାଣ୍ଡ ଗୋଡ଼େବାଣ ମାଳତୀ ଜାମୁ ନାରଙ୍ଗ ତାଳପିଜୁଳି ପିଆରା ନଅରକୋଳି ବେତ ରସାଳ ।ନଳିତାବାଡ଼ିର ବାଡ଼ିରେ କଣ୍ଟିଆଳୀ କାକୁଡ଼ୀମୋ ସ୍ମୃତିଗଗନେ କାହିଁକି ଆସେ ବଳେ ଦଉଡ଼ି ।କାଲିର ସ୍ୱପନ ପରାଏ ମୋତେ ଲାଗଇ ସବୁଚିର ବିଦାୟ ସେ ନେଇଛି କିନ୍ତୁ ବାସ୍ତବ ଭାବୁଁ ।ଗୁଡ଼ାଆସାଇର ବଉଳଗଛି, ମଠତମାଳ‘ବାଲିଗରି’ ବିଲ ସେପରି ଗ୍ରାମେ କମାରଶାଳ‘ଗାଆଁ ତଳ’ ‘ବେଲ ଗଡ଼ିଆ ନାଳବନ୍ଧେ ମହାଳ‘ଛତ୍ରତୋଟା’ ଆମ୍ୱବଚିଚା ‘ଦର୍ଘାପର୍ବତ’ ତାଳ ।ତାଳଗଣ୍ଡ ପୋତା ପୋଖରୀ ବିଲ ତୋଟା ପଡ଼ିଆମାଣ୍ଡୁକା ପାହାଡ଼, ଅଲମଗିରି, ସଙ୍ଗେ ଅସିଆ,ଲଳିତଗିରିରେ ଚନ୍ଦନ, ଗୁମ୍ଫା ଉଦୟଗିରି,ଷୋଳପୁଅମାଆ ପର୍ବତ ବାମ୍ପୀ ତୋ ତୀରଶିରୀ ।ନାରାୟଣ−ଚଣ୍ଡୀ ତନୟା ପିଙ୍ଗୁଳେଇ ସୁନ୍ଦୀରଘୋଡ଼ା ଚଢ଼ି ପରା ନିଶୀପଥେ ଗ୍ରାମେ ଥାନ୍ତି ପ୍ରହରୀ ।ନିଃଶଦ୍ଧ ରାତିରେ ମଶାଲ ଦଳେ ନିଶାଗର୍ଜନେଦାଣ୍ଡେ ନଈ ନାଳ−ବନ୍ଧରେ ଚାଲିଯାନ୍ତି ଝଣ୍ଝଣେ ।ସାତଶ ପଚାଶ ଡ଼ାଙ୍କୁଣୀ ଯୋଗିନୀଙ୍କ ଭଉଣୀଆସିଲେ କାଳିସୀ ଲାଗଇ, ହୁଏ ଆତଙ୍କ ଶୁଣି ।ବୁଢ଼ୀ ଖାଏ ପିଲା ଭେଣ୍ଡିଆ ରାଣ୍ଡ ସଧବା ବାଳା,ସଙ୍ଗାଡ଼ୀରେ ଯାନ୍ତି ମଶାଣି ଶବ ମାଳାକୁ ମାଳା ।“ହରି ହର ବୋଲି” ନିଶୀଥେ ନଭେ ପ୍ରତିଧ୍ୱନିତ,ଶୁଣି କଣ୍ଠାଗ୍ରତ ଜୀବନ ଥର ଉଠଇ ଚିତ୍ତ ।ବରଡ଼ାପତର ସମାନ ଥରେ ଅଷ୍ଟାଙ୍ଗ ଶିରଛାଞ୍ଚୁଣି ବାନ୍ଧିଣ ଜନନୀ କରୁଥାଆନ୍ତି ସ୍ଥିର ।ସପ୍ତା ହୋମ ଯଜ୍ଞ ମାର୍ଜ୍ଜନା ହୋନ୍ତି ଗ୍ରାମର ଚଣ୍ଡୀତିମୁହାଣୀ ଛକେ ଦିଅନ୍ତି ଛେନା ପଣାର ହାଣ୍ଡି ।ଅଦଭୂତେ ଆସି ଡାଙ୍କୁଣୀ ପଣା ପିଇ ଦିଅଇଝୁଣା ଗୋଗୁଳର ଗନ୍ଧରେ ଗ୍ରାମ ମହକୁଥାଇ ।କାଳିସୀ କହଇ, ‘କା, ଘରୁ ଯିବ କେତେଟା ମୁଣ୍ଡ,କାହା ପାପଫଳେ ଘଟିଲା ଏହି ଦଇବଦଣ୍ଡ ।“ହଟୁ ନାହାନ୍ତି ସେ ଡାକୁଣୀ କରୁଅଛନ୍ତି ଅଳିଅତିକଷ୍ଟେ ନିଜ ଗ୍ରାମକୁ ରଖୁଅଛନ୍ତି ବାଳୀ ।”ଅନ୍ୟ ଗ୍ରାମେପ୍ରାନ୍ତେ ନେଇଣ ଛାଡ଼ି ଦେଇ ଆସନ୍ତିସେ ଦିନୁ ସେ ଗ୍ରାମେ ଲାଗିଣଯାଏ ଝାଡା ଓ ବାନ୍ତି ।କାହିଁ ଗଲା ବୁଢ଼ୀ ଡାଙ୍କୁଣୀ କାହିଁ ଗ୍ରାମଦେବତାବିଜ୍ଞାନେ ପଢ଼ିଲି ବ୍ୟାଧିର ହେତୁ ବୀଜାଣୁ କଥା ।ନାହିଁ ଆଉ ଭୟ ଅଛଇ ସେହି ଶୈଶବସ୍ମୃତିସ୍ୱପ୍ନ−ଦୃଷ୍ଟ ଭୟ ସମାନ ତୁଟିଅଛି ସେ ଭୀତି ।ସୂଦୂରେ ବିରାଜେ ଯେ ଛବି ବାଲ୍ୟଜୀବନତଟେଉଦ୍ଭାସଇ କିପାଁ ଆହା ସେ ଆଜି ମୋ ସ୍ମୃତି−ପଟେସେ ମଧୁର ବାଲ୍ୟଜୀବନ ମଧୁ−କବିତାମୟବିଷମ ଜୀବନ −ସଂଗାରାମବେଳ ଯୁବାସମୟ ।ମନେ ପଡେ ଯେବେ ଶୈଶବେ ବସି ଉଷାକାଳରେନିବେଶୁଥିଲି ମୁଁ ନୟନ ଦୂର ଚକ୍ରକାଳରେକି ଅପୂର୍ବ ଭାବ ମୋ ହୃଦୟ ଦିଗ୍ବଳୟରେଖାଆଣି ଦେଇଥିଲା ଅଛଇ ସ୍ମୃତି ପଟେ ତା ଲେଖା ।ସେ ଲେଖା ଦେଖାଇ ପାରନ୍ତି ଯେବେ ପ୍ରାଣୁଁ ଉଦ୍ଧାରିମନ ପୂରାଇଣ ଦେଖନ୍ତେ ସର୍ବ ଦେଖଣାହାରି ।ଚକ୍ରବାଳରେଖା ଦେଖାଇଥିଲା ଅନନ୍ତ ପ୍ରୀତିପ୍ରକୃତିଦେବୀଙ୍କ ନିଃଶଦ୍ଦ ଚିର ପ୍ରଣୟ ଗୀତ ।ତୁଙ୍ଗ ବିଦାୟସେ ଦେଖଇ ଯେବେ ବିହଙ୍ଗପନ୍ତିଶୈଶବ ସ୍ମୃତିଏ ହୃଦୟାକାଶେ ଉଡ଼ିଆସନ୍ତି ।ଆଶାୟୀ ମାନବ ଭବିଷ୍ୟ ଆଶେ ଭୂଞ୍ଜଇ ସୁଖ,ମୋର ଅନ୍ତରାମୀ ନିରତେ ସ୍ମରେ ବିଗତ ସୁଖ ।ଅତୀତ ହସ୍ତରୁ ନିଜକୁ ନ ପାରଇ ଛଡ଼ାଇ,ଅତୀତର ଦାସ ମୁହିଁ, ମୋ ସୁଖ ଅନ୍ୟତ୍ର ନାହିଁ ।କେତେ ଦ୍ୱୀପ ଦେଶଦେଶାନ୍ତ ପୋତ−ବାଣିଜ୍ୟ ଯାଏଚଉଦିଗେ ଚଉକୋଣକୁ କେତେ ମୁଖ ଫେରାଏ ।ଅୟସ୍କାନ୍ତ−ମଣି ଯେସନ ସଦା ଉତ୍ତରମୁଖୀଅତୀତ ଜୀବନ ଆଡ଼କୁ ଚାହିଁ ହୁଏ ମୁଁ ସୁଖୀ ।ଅତୀତ−ଗରଭେ ଅଛଇ ଯେତେ ସ୍ମତି−ସଞ୍ଚିତ,ଗାଇଲେ ବହୁତ ବରଷ ନ ସରିବ ମୋ ଗୀତ ।ନିସର୍ଗର ଲୀଳାକ୍ଷେତ୍ରରେ ବିଧାତାଙ୍କ କୃପାରୁପାଳିତ ହେଉଛି କଳ୍ପନା ଅତି ଶୈଶବକାଳୁଁ !ନିର୍ଜ୍ଜନକୁଟୀରୁଁ ବାହାର ହେଲେ ନୟନ ଆଗେଗିରିନଦୀ ବନପ୍ରାନ୍ତର ନାଚୁଥିଲେ ସରାଗେ ।ପଶ୍ଚିମାଶାତଟେ ତପନ ଯେହ୍ନେ କାଞ୍ଚନଥାଳୀଚାହିଁ ନିର୍ମିମେଷେ ଭାଳଇ ବାଲ୍ୟ−ଘଟନାବଳୀ,ଏ ଛବି ମଧ୍ୟରେ ପଡ଼ଇ ପୁରାତନର ଛାୟାକେହି ନ ପୁଚ୍ଛଇ ଯାହାକୁ କିପାଁ ଏତେ ତା ମାୟା ।ତୋ ତଟପଠାରୁ ବିରୁପା ଫେରେ ଗୋଷ୍ଠେ ଗୋଧନଗୋଧୂଳିଗଗନ ହୁଅଇ ଧୂଳି−ଧୂମ−ଆଚ୍ଛନ୍ନ ।ଦୀର୍ଘଛାୟା ଯାଏ ମିଳାଇ ଘନ ଛାୟାନ୍ଧକାରକାନନକନ୍ଦରାଖୋଲାରୁ କ୍ରମେ ହୁଏ ବାହାର ।ମିହରବିମ୍ୱିକୁ ଅନାଇ ଗଛ ବାଡ଼ି ଉହାଡ଼େଭାଲେ କ୍ଷଣେ ଦିବ୍ୟଦୃଷ୍ଟିକୁ ଏଡ଼େ ଯିବ କୁଆଡ଼େ ?ନିମେଷେ ନିର୍ଭୟେ ବାହାରି ଘୋଟିଯାଏ ଭୁବନନଦୀପରପାରେ ସେ ଧ୍ୱାନ୍ତେ କରେ ଶିଶୁଦର୍ଶନ,ଯେସନେ ନୂତନ ପାତକୀ ପାପବାସନା−ଧ୍ୱାନ୍ତବିବେକ−ଭାସ୍କର ଅନାଇ ଭୀତ ହୁଏ ଏକାନ୍ତ ।କିଛିକ୍ଷଣେ ପୁଣି ବାହାରି ଘୋଟେ ପ୍ରାଣ−ଆକାଶଆନନ୍ଦ−ଆଲୋକ ଜୀବନକାଶୁଁ କରେ ବିନାଶ ।ଧ୍ୱାନ୍ତ−ଅନ୍ତେ ଇନ୍ଦୁଚନ୍ଦ୍ରକାଧାରା ଢାଳେ ଯେସନପାପ ଅନ୍ତେ ବିଭୁ କରୁଣା ଶାନ୍ତି−ସୁଧା ତେସନ ।ଭୀତ ସଙ୍ଗେ ମଧ୍ୟ ଜଡ଼ିତ ମଧୁମୟ ଆନନ୍ଦନ ଲାଗିବ ଫେରି ଆସିଲେ ମୋତେ ଶୈଶବ ମନ୍ଦ ।ଶୌଶବ, ହରଷ, ବିଷାଦ, କ୍ରୀଡ଼ା, କୌତୁକ, ଭୟ,ସ୍ନେହ, ପ୍ରେମ, ହାସ୍ୟ, ରୋଦନ, ସ୍ମୃତି, ମୋହେ ହୃଦୟ ।ବାର ମାସେ ତେର ପାର୍ବଣ ଓଷାବାର ବିବାହନବଶିଶୁ ଜନ୍ମ ନବାନ୍ନ ଗୃହ−ପ୍ରତିଷ୍ଠାଚୟ,ଶ୍ରାଦ୍ଧ, ନବବଧୂ−ଆଗମ, ପଞ୍ଚାୟତ, ବଣ୍ଟୋରା,ବନ୍ଧୁ−କୁଣିଆଙ୍କ ଆଗମ କିବା ଆନନ୍ଦଭରା * * *ଚାଲିଯାଏ ଯାହା ସଂସାରୁ ହୁଏ ସେ ପୁରାତନସଂସାରୀ ନୂତନ−ନିବନ୍ଧ ନ ଫେରାଏ ନୟନ ।କିନ୍ତୁ ରେ ଏ କିସ ଆଶ୍ଚର୍ଯ୍ୟ ! ସେହି ମୃତ ଅତୀତସ୍ୱପ୍ନ ଛାୟା ପରି କରଇ ଅଭିଭୂତ ମୋ ଚିତ୍ତ ।ନିସ୍ତବ୍ଧ ନିଶୀଥେ ନିର୍ଜ୍ଜନେ ନିଶା କରେ ଗର୍ଜ୍ଜନମଣେ ପୁରାତନ ସେ ସ୍ୱନେ କରେ ଦୂରେ ରୋଦନତରୁଣ ତପନ ଅରୁଣ ପଛେ ଆସି ଭୁବନେଚମ୍ୱନ୍ତି କାଞ୍ଚନ−ବିଭାରେ ହେମମୟ କିରଣେ ।ସେ ଦୁୟତିରେ ସେହି ଅତୀତ ନିହିଥାଏ ତା ଛାୟା,ଚାଲିଗଲା ଯାହା କିପାଇଁ ଏତେ ତାହାର ମାୟା !ବିଭାତେ ବିହଙ୍ଗ−ନିସ୍ୱନେ ଶୁଣେ ଅତୀତ−ବାଣୀକୁହୁ ସ୍ୱନେ ‘ଉହୁ’ ଛକିଛି ଶୁଣି ପାରେ ମୁଁ ଜାଣି ।ପ୍ରଫୁଲ୍ଲ ପ୍ରସୂନ କହଇ ପୁରାତନ ବାରତା,ଅସ୍ତୋନ୍ନଖ−ଭାନୁ ମଣ୍ଡଳେ ଲେଖା ଅତୀତ କଥା ।କୁଳୁ କୁଳୁ ନାଦେ ବିରୂପା ବହେ ସିନ୍ଧୁ−ସଙ୍ଗମେସୁସୁ ସୁଲୁ ସ୍ୱନେ ପବନ ଦୂର ଦିକ୍ଦେଶେ ଗମେ ।ସବୁର ମଧ୍ୟରେ ଅତୀତ କହେ ନିଜକାହାଣୀ,ଦୂର ବଂଶୀସ୍ୱନ ପରାଏ ସଦା ଶୁଭେ ସେ ବାଣୀ ।ପ୍ରାବୃଟେ ନବୀନନୀରଦେ ପୂରାତନର ଛାଇ,ଆହା ଚାଲିଗଲା ଥରେ ଯେ ପୁଣି ଫେରଇ ନାହିଁ ।କାନନକାସାରକୂଳରେ ଦୀର୍ଘଶାଖା ବକୁଳପୁଂସ୍କୋକିଳ କଳ ନିଃସ୍ୱନେ ବନବାଳା ଆକୁଳ;ଗ୍ରାମବାଳା ଜଳ−କଳସୀ କରେ ଶୁଣେ ସେ ସ୍ୱରେକୂଳରେ ବକୁଳ ମୂଳରେ ବସି ତୁଠ ଉପରେ;ଊର୍ଦ୍ଧ୍ୱେ ନୀଳ ନଭ ଚୌଦିଗେ ନୀଳଗିରିନିକରପୁରାତନ ଶୋଭଇ ଦିଗନ୍ତ−ବ୍ୟାପୀ ଶ୍ୟାମ ପ୍ରାନ୍ତର,କାଞ୍ଚନକେଦାରେ କାଞ୍ଚନ−କାନ୍ତି ସୁପକ୍ୱଶାଳିକି ଲାବଣ୍ୟମୟ ଦିଶଇ ବୁଲିଯିବ କି ଥାଳୀ,କାହିଁ ଅବା ଧାନ୍ୟ−କେଦାର ଦିଶୁଥାଇ ସାଗୁଆପତ୍ର ଛିନି ଛିନି କଅଁଳ ବୁଲି ଶୁଆପକ୍ଷିଆ ।ତାହାରି ମଧ୍ୟରେ ଦେଖଇଁ ଅତୀତର ମୁଁ ଛାୟା,ପ୍ରାଣ ମୋର କିଣି ନେଇଛି ସେହି ଅତୀତ ମାୟା ।ଯେଉଁ ଆତ୍ମା ମୋହ ମଧ୍ୟରେ ସେହି ବିଶ୍ୱସଂସାରେମହୀ ଅନ୍ତରୀକ୍ଷ ବ୍ୟାପିଣ ସାରା ଏ ଚରାଚରେ,ଗିରି ଜନପଦ ନଗରେ ଜଳେ କାନନେ ସ୍ଥଳେସଜନେ ବିଜନେ ତଟିନୀତଟେ ଜଳଧିତଳେ,କଠିନ ତରଳ କୋମଳ ଚଳ ଚଞ୍ଚଳ ସ୍ଥିରେଦୀପ୍ର−ଧ୍ୱାନ୍ତେ ପ୍ରାଣେ ମରଣେ ନିସ୍ତବ୍ଧତା ବାଗିରେ,ସୂଦୂର ତାରକା−ଲୋକରେ ତୃଣ ଧୂଳି−କଣାରେତରଲତା−ପୁଷ୍ପ−ପଲ୍ଲବେ ବଂଶୀ ବାଦ୍ୟ ବୀଣାରେସେହି ଏକ ଆତ୍ମା; ନୋହିଲେ ମୋ ଆତ୍ମାରେ କିପାଇଁସାରା ସଂସାରର ମାୟାରେ ଯାଏ ମୋ ପ୍ରୀତି ଧାଇଁ ?ସେମାନେ ଯା, ଥିଲି ପୁରୁବେ ମୁଁ ତା ଦୂର ଅତୀତେ,ତେଣୁ ଆକର୍ଷଣ ତାଙ୍କରି ବିସ୍ତାରେ ବା ମୋ ଚିତ୍ତେ ।ମୋ ମଧ୍ୟେ ଯା ଅଛି ଅଛଇ ଜଡ଼ ଉଦ୍ଭିଦଲୋକେ,ଚିହ୍ନଇ ଭୁଞ୍ଜଇ ଜଗତ ମୁଁ ମୋ ଆତ୍ମା−ଆଲୋକେ ।ଜ୍ଞାନ ଇଚ୍ଛା ପ୍ରେମ ସ୍ୱରୂପେ ଆତ୍ମାରେ ଯେ ଅଛଇମୋର ଲୋମକୃପେ ସୋ ଆତ୍ମା ସଂଜୀବିତ କରଇ ।କି ଲୋଡ଼େ ଏ ପ୍ରାଣ ମୋହର ମୁଁ ଯେ ନ ପାରେ କଳିଅନୁଦିନ ପ୍ରାଣପ୍ରୟାସ ଯାଏ କଳ୍ପନା ବଳି,ଉଦ୍ଦାମ ଅନ୍ତର ଏ ମୋର ଅଳ୍ପେ ବୋଧ ନ ମାନେ;କେଉଁ ଦୂର ଦେଶେ ଗମଇ ଚଢ଼ି କଳ୍ପନା−ଯାନେ;ଗିରି ନଦୀ ବନ ପ୍ରାନ୍ତର ବସୁନ୍ଧରା ବାରିଧିରବି ଚନ୍ଦ୍ର ତାରା ନକ୍ଷତ୍ର ସୌର ସୃଷ୍ଟି ପରିଧିକେଉଁ ଅବଜ୍ଞାତ ଲୋକରେ କରେ ମନ ଭ୍ରମଣ,କେଉଁ ଦୂରଦେଶବାରତା ଶୁଣେ ମୋର ଶ୍ରବଣ ?ଅଛି ଯାହା ତୁହିଁ ମୋ ମନ ନ ମାନଇ କିପାଇଁ,ଶୁଭୁଅଛି ଦୂର ଆହ୍ୱାନ ଜାଣି ପାରଇ ନାହିଁ ।ଅସ୍ପଷ୍ଟ ଛବି ଏ କାହାର ଦେଖୁଅଛି ନୟନସୁସ୍ପଷ୍ଟଭାବରେ ନ ଦେଖା ଦିଏ ମନ−ମୋହନ ।ଯେତେ ଦୂରେ ଯାଏ ତେତିକି ଦିଗ୍ବଳୟରେଥାଅପସରି ଯାଇ ସୁଦୂରେ ମୋତେ ଯାଏ ରେ ଦେଖା ?ଦଉଡ଼ି ଦଉଡ଼ି ତାହାକୁ ନ ପାରଇ ମୁଁ ଧରିଚକ୍ରବାଳ ପଛେ ଧାବନ କେବେ ନ ଯାଏ ସରି ।ଏହା କି ବିଧାତାବିଧାନ ଯେତେ ଦୂର ଯେ ଯାଏଦୃରତର ଦେଶ ସଦୃଶ ତାର ନୟନ ପାଏ ।ଯେଉଁ ପକ୍ଷୀ ଯେତେ ଉଡ଼ଇ ସେତେ ଦୂରଦେଶରବାର୍ତ୍ତା ବିହାୟସ ଚରକୁ ହେଉଥାଏ ଗୋଚର ।ଆତ୍ମାବିହଙ୍ଗମ ଉଡ଼ଇ ଭୂମା କଳ୍ପନାମ୍ୱରେଯେତେ ଦୂର ଉଡ଼େ ସେତିକି ଅଶା ଜାଗେ ଅନ୍ତରେ ।ଅନନ୍ତ ଆକାଶେ ଅନନ୍ତ କାଳ ଉଡ଼ିବ ପରା,ଅନନ୍ତ ଉନ୍ନତି ତା ଲକ୍ଷ୍ୟ କେବେ ନ ଦେବ ଧରା ।ଧରାଦେଲେ ହେବ ସନ୍ତୁଷ୍ଟି, ସନ୍ତୁଷ୍ଟି ହିଁ ମରଣ,ମରଣ−ଅତୀତ ଶାଶ୍ୱତ ମାନବର ଜୀବନ ।କେଉଁ କବିତା ମୁଁ ଲେଖିବି କିସ ବାଛି ନେବଇଁ,କି ଚିର ସୌଭାଗ୍ୟ ମୋଭାଗ୍ୟେ ଅଛି ଭବିଷ୍ୟେ ରହି ?କେଉଁ କାବ୍ୟ ଲେଖି ମୋର ଏ କ୍ଷୁଦ୍ର କବିଜୀବନଚରିତାର୍ଥ ହେବ ଜାଣିବା ପାଇଁ ଉଦ୍ବିଗ୍ନ ମନ !ପ୍ରାଣୁ କି ଅବ୍ୟକ୍ତ ଆବେଗ ଉଠୁଅଛି ନିୟତ,ସେତେ ଜଳିଉଠେ ସେ ବହ୍ନି ଯେତେ କରେ ସଂଯତ ।ଜାଣେ ମୁଁ ଜୀବନ−ଉଦ୍ଦେଶ୍ୟ ମୋର ଏହି ଲେଖନୀ,ମୃତ୍ୟୁ ପଛେ ମନେ ରଖିବ କିଛିଦିନ ଧରଣୀ,ଏ ମୋର ପରାଣ−କାମନା ହେଲେ ହେବ ସଫଳନ ହେଲେ ମୋ ଜନ୍ମ ଧରାରେ ହେଇଯିବ ବିଫଳ ।