ବନଫୁଲ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ଯେ ଫୁଲ ଫୁଟିଥିଲା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୫
- ସ୍ଥିତି
- ସାର୍ବଜନୀନ (Public domain)
କୁଞ୍ଜବନେ ତଟିନୀ-ତଟେ ନିତିକୋଇଲି ଯେବେ ପୁଲକେ ଗାଏ ଗୀତିଲହରି ରଚେ ଚପଳ ତା’ର ଖେଳଫୁଟ ଗୋ ବନଫୁଲ !ଅରୁଣ ଯେବେ ଯାମିନୀ ଅବସାନେକନକମିଶା କିରଣ ଢାଳେ ପ୍ରାଣେ,ଦୂର୍ବାଦଳେ ଶିଶିର କରେ କେଳିଆସ ଗୋ ଅବତରି ।ବରଷା-ନିଶି ଅନ୍ଧକାରେ ମିଶିବଜ୍ର ଯେବେ ଥରାଏ ଦଶ ଦିଶିପ୍ରଳୟ ପଥେ ବରଣମାଳା ଧରିହସ ଗୋ ପ୍ରାଣଭରି ।ନିରାଶା ଯେବେ ଆପଦେ କରି ସାଥୀଜୀବନେ ଆଣେ ଗଭୀର ଅମାରାତିସାହା କେ ନାହିଁ, ଯାତ୍ରୀ ଏକା ଚାଲେଫୁଟ ଗୋ କୁତୂହଳେ ।ଲିଭାଇ ଦୀପ ସାଧନା-ପଥେ ଯେବେକର-ଚରଣେ ଚେତନା ନ’ଥେ ଲବେସେକାଳେ ଆମ ଫୁଲ ଗୋ ‘ବନଫୁଲ’ !କରିବ ଅନୁକୂଳ !ଫୁଟୁଚୁ ବନେ, ଆମେ ଯେ ଶତ ଶତମରତେ ଫୁଟୁ କୁସୁମ ଅବିରତ,ଅଜଣା ନଈ - ବିଜନ ବନେ ବସିଉଠୁଚୁ ନିତି ହସି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର