ବଳକା ଧନଟା — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିଲୋଡ଼ାନାଇଁ, ସିଏ କହିଦେଲେହାତଗଣ୍ଠିଧନଧରି ରଖିଥିଲି ମୋର କୋଳେ,ଚାଲିଗଲାବେଳେ ରଖି ନ ପାରିଲେ କେହି ବଳେ ।ଏତକି ପଚାରେ,ରଖି ଯେ ନ ପାରେ ସିଏ କିଆଁଏ ମୋର ମନରେଜାଳି ଦେଇଗଲା ଏଇ ନିଆଁ ?ସାରିଚି ତ ଆଗୁଁ ଜନନୀ-ଜୀବନ ଦିଆନିଆ ।[ଅକ୍ଟୋବର-୧୯୬୩]ଆହ୍ୱାନନିଶି ସୁଗଭୀର, ଖୋଲି ଇତିହାସ ପୋଥିନ ପଢୁ ଶୁଣିଲି ପ୍ରତିବେଶୀ ହୁଂକାର,ଏଣେ ଉଭା କିଏ ଫୁଟାଇ ଅମର ଜ୍ୟୋତିକଣ୍ଠୁ ଶୁଭିଲା ପ୍ରଣବର ଓଁକାର ।ଅତି ସୁମହାନ ବିରାଟ ବିପୁଳ ତନୁଶତ ଶତାବ୍ଦୀ ଛାୟାରେ ଆଚ୍ଛାଦିତ,ଚାହାଣି ସତେ ବା ଗ୍ରହ ତାରା ଶଶୀ ଭାନୁସ୍ରଷ୍ଟାର ସେ କି କୈାଶଳ-ସଂଚିତ !କହିଲା - ମୁଁ ତୋର ଧ୍ୟାନ ଗର୍ବର ରୂପଇହ ପରକାଳ ଯୁଗ-ଯୁଗାନ୍ତ ଧରିମୁଁ ତୋର ମନ୍ତ୍ର ମୁକ୍ତିର ଅନୁରୂପଗଲେ କେତେ ଯୋଗୀ ମୁନି ଋଷି ଅନୁସରି ।ଏ ଚରଣତଳେ କେତେ ନତମସ୍ତକ,ଧୂଳିରେଣୁ ସମ ସଭ୍ୟତା ଗଲା ଉଡ଼ି,କାଳବୁକେ ମୁଁ ତ ଅଲିଖିତ ପୁସ୍ତକଉଭା ଯେତେ ମୁହିଁ ରହିଚି ତା’ ତହୁଁ ବୁଡ଼ି ।ସାଗର ଏ କର ଅଞ୍ଜଳି ଚୋଳା ତଳେ,ଇତିହାସ ତୁଲେ ଜନ୍ମିଛି କିଏ କହ ?କା’ କୋଳେ ପାଳିତ ତାଣ୍ଡବରତ ହେଲେଶିବ ଶଙ୍କର, ମୁହିଁ ସେହି ହିମାଳୟ ।କେତେ ରାକ୍ଷସ ଦାନବ ଆକ୍ରମଣେପରାହତ କେତେ ମରଣରେ ଅଭିଯାନ,କେତେ ଯେ ଶୁମ୍ଭ, କେତେ ନିଶୁମ୍ଭ ରଣେଏ ପଥପ୍ରାନ୍ତେ ବିରଚିଲେ ଶମଶାନ !ଶକ୍ ହୁନ୍ ଗଲେ, ଗଲା ଚେଙ୍ଗିସ୍ଫେରି,ସେଇ ପଥେ ପଥେ ଫେରିଲା ସିକନ୍ଦର,ଗଲା ତୈମୁର ମରଣ-ନୃତ୍ୟ କରିଦିଏ ପ୍ରତିତାଳ ଏଇ ମୋର କନ୍ଦର !ଆଜି ମାଓ-ଚାଓ-ଦାନବ ନୃତ୍ୟ ଦେଖିଶୁଣ ତୁ ମନ୍ତ୍ର - ମା ଭୈଃ, ମା ଭୈଃ ରବ,ଇତିହାସ ମୋର ତନୁରେ ହୋଇଛି ଲେଖିସେଇ ଇତିହାସ ଜଗତର ଗଉରବ ।[ଫେବୃୟାରୀ-୧୯୬୩]ଘିଅମନ ନେଇ ଯେବେ ଶୁଣିବ ପିଲାଏକଥାଏ କହିବି ବସିସେ କଥା ହେଲାଣି କେତେ ବରଷରୁ ବେଶି ।ଆମରି ଗାଆଁର ରାଧି ଗଉଡ଼ୁଣୀ -ଚନ୍ଦରା ବେହେରା ଝିଅ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ସେ ପୁରାକାଳରେ ବିକିଯାଉଥିଲା ଘିଅ ।
ତୁମେ ତ ପଢୁଛ ଇସୁକୁଲେ ପାଠ -
‘ଘିଅ’ ଘୋଷୁଅଛ ଖାଲି
ମାଟିର ଘଡ଼ିରେ ଘିଅ ରହୁଥିଲା ବୋଲି ।
ବାପା ବଡ଼ବାପା ଖାଉଥିଲେ ଘିଅ
ସାର ଥାଏ ତହିଁ ଭାରି
ଘିଅ ଦୁଧ ପାଇଁ ଗାଈ ରଖୁଥିଲେ ପାଳି ।
ସେଇ ଘିଅ ପୁଣି ଦିଅଁ ଦେଉଳରେ
ପୂଜା ଆଳତିରେ ବତି
ଘିଅଖିଆ ଲୋକେ ରଣେ ଆସୁଥିଲେ ଜିତି ।
ସେଇ ଘିଅ ନେଇ କେବେ ପୁରାକାଳେ
ଋଷି କରୁଥିଲେ ଯାଗ
ଏବକାଳ ପରି ନଥିଲା ତ ମହରଗ !
ରଜା ମହାରାଜା ଘିଅ ଖାଉଥିଲେ,
ପରଜା ନଥିଲେ ଛାଡ଼ି
ଖାଇବା କଥାରେ ଘିଅ ହୋଇଥିଲା ଯୋଡ଼ି ।
ସେ ଘିଅ ଦେଖିବ କିମିତି ମହକ
କ୍ଷୀରରୁ ଜନମ ତାର
ଲୋକେ କରୁଥିଲେ ସେଇ ଘିଅ କାରବାର ।
ତତଲା ଭାତରେ ସେ ଘିଅ ପଡ଼ିଲେ
ପୂରିଉଠୁଥିଲା ମନ
ଖାଇବାକୁ କହେ ନାହିଁ କରୁଥିବା ଜନ ।
ଆରିଷା, କାକରା, ଲଡ଼ୁ, ପୁରି ପରା
ସେ ଘିଏ ଲାଗଇ ଭଲ
କ୍ଷୀଣ-ହଳଦିଆ ଦେଖିବାକୁ ରୂପ ତାର ।
କି କଥା କହିବି କେତ କାଳ ହେଲା
ସେ ଘିଅ ଗଲାଣି କାହିଁ
ବଜାର ହାଟରେ ସେ ଘିଅ ତ ମିଳୁନାହିଁ ।
ରାଧି ଗଉଡ଼ୁଣୀ ଗାଆଁ ଅଛି ଏବେ
ଅଛି ତ ନାତୁଣୀ ତା’ର
ସିଏ ବି କରଇ ଘିଅ-ଦୁଧ କାରବାର ।
ମଫସଲେ କିଏ ଜାଣି ତ ନ ଥିଲେ
ସିଏ ବି ନଥିଲା ଜାଣି
ଘିଅରେ କିମିତି ବିଷ ପୂରାଯାଏ ଆଣି !
ବଜାରେ ମିଳିଲା କେତେ ଘାସ-ଘିଅ
ଡ଼ାଲଦା ନାମରେ ଡାକ
ଘିଅ ବୋଲି ତାକୁ ଖାଇଗଲେ ଗାଆଁଯାକ !
ଦୁଧକୁ ମୁହାଁଇ, କାଢ଼ି ସେ ଲହୁଣି
ଘିଅ ମାରି ଆଣି ବିକେ
ଦର ବେଶି ବୋଲି କିଣିଲେ ନାହିଁ ତା’ ଲୋକେ ।
ରାଧି ଗଉଡ଼ୁଣୀ ନାତୁଣୀ କରୁଚି
ଏବର ତେଲକୁ ଘିଅ
ସେ ଘିଅକୁ ତମେ ଚୋଳା ଚୋଳା କରି ପିଅ !!
[ଅବଲମ୍ବନେ, ନଭେମ୍ବର-୧୯୫୫]
ପଶୁ ଓ ମାନବ
ଓଡ଼ିଶାର ବଣ ପାହାଡ଼େ ଲାଗିଛି
ତୁମୂଳ ଗଣ୍ଡଗୋଳ
ଧର୍ମଘଟର ନୋଟିସ ଦେଲେଣି
ଶ୍ୱାପଦ ଜନ୍ତୁକୁଳ ।
ହରିଣ, ମାଙ୍କଡ଼, ହସ୍ତୀ, ନକୁଳ,
ବ୍ୟାଘ୍ର କଲେଣି ପାଟି -
ଭୟ ନାହିଁ ଆଉ ସହିବାକୁ ଗୁଳି,
ବନ୍ଧୁକ, ତୀର, ଲାଠି ।
ଚିଡ଼ିଆଖାନାରେ ବନ୍ଦୀ ହେବାରେ
ଲଜ୍ଜା ନାଇଁ ରେ ଆଉ
ଭାରତ ସ୍ୱାଧୀନ, ଆମେ ପରାଧୀନ,
ଗଲେ ଏ ପରାଣ ଯାଉ ।
ଅଗନାଅଗନି ଘୋର ବନସ୍ତେ
ମିଳି ପଶୁ ଦଳେ ଦଳେ
କଲେଣି ବିଚାର ନର-ଅନାଚାର
ବେଶୀ ଦିନ ନାହିଁ ଚଳେ ।
ପାଣି ଖାଇଯାଇ ପାଣିତୋଠେ ଥାଇ
ମିରିଗରେ ଡାକେ ବାଘ -
ଏ ପଶୁ-ବିଶ୍ୱ ମଙ୍ଗଳ ଲାଗି
ଛାଡ଼ିଲି ଆଜିଠୁ ରାଗ ।
ମର୍କଟେ ହେରି ଭଲ୍ଲୁକ କହେ -
ନଖ ମୁଁ ଦେଲିଣି କାଟି
ଭାରତ ସ୍ୱାଧୀନ, ଆମେ ପରାଧୀନ
କା’ରେ ନ ମାରିବି ଚାଟି ।
ଦୂର ମେଘାସନେ ଘୋର ଅରଣ୍ୟେ
ଏ ସଭା ବସିଚି ଜାଣ
ବିଚାର କରିବେ ମୁକ୍ତ ହେବାକୁ
ପଶୁ ଯେତେ ପରାଧୀନ ।
ବାଘ ମହାବଳ ସଭାପତି ତାର,
ହାତୀ ତା’ ସେକ୍ରେଟାରୀ
ସର୍ପ, ମାଙ୍କଡ଼, ହରିଣ, ନକୁଳ
ଦର୍ଶକ ଯେତେ ଖାଲି ।
ଗର୍ଜନ କରି ସଭାପତି କହେ
ଭାଷଣ ଉଚ୍ଚେ ଦେଇ
ଭାରତ ସ୍ୱାଧୀନ, ଆମେ ପରାଧୀନ !
ଆଉ ବେଶୀ ଦିନ ନାହିଁ ।
ହେ ମୋର ବଣର ବନ୍ଧୁ ଶ୍ୱାପଦ,
ହେ ମୋର ଜନ୍ତୁଦଳ
ଡାକରା ଆସିଚି ଆଜି ଏତେବେଳେ
ଦେଖାଅ ଆପଣା ବଳ !
ଯୁଗ-ଯୁଗ ଧରି ‘ପଶୁଜାତି’ ବୋଲି
ଦୁର୍ନାମ ଥିଲେ ବହି
ନଗରେ, ଗ୍ରାମରେ, ପଲ୍ଲୀ, ପଦାରେ
ଘୋର ଅପମାନ ସହି
ଏତେକାଳ ଭାଇ ! ‘ପଶୁଜାତି’ କହି
ଆମକୁ ରଖିଲେ ନର
ଆମରି ବୃତ୍ତି ଆଚରି ଏବେ ସେ
ହେଲେଣି ଆମରି ଦଳ ।
ଜାଣିଚ କି ଭାଇ ବିବର୍ତ୍ତନରେ
ନରରେ ଜନକ ପଶୁ
ଭାରତ ସ୍ୱାଧୀନ ଆଜି ଯେତେବେଳେ
ଆମ ସ୍ୱାଧୀନତା ଆସୁ ।
ମାନବ-ଧର୍ମ ଭୁଲିଚି ମାନବ,
କରିଚି ପଶୁକୁ ଗତି
ହିଂସା ନୀତିରେ, ଘାତକ ରୀତିରେ
ପଶୁରେ ଗଲାଣି ଜିତି ।
ଆମେ କରୁଥିଲେ ଭୋକରେ ହତ୍ୟା,
ଶୋଷରେ ରକ୍ତପାନ,
ମାନବ କଣ୍ଠେ ଶୁଣ ପଶୁକୁଳ
କଳା-ବଜାରର ଗାନ !
ପଶୁ ଓ ମାନବ ସବୁ ତ ସମାନ
ଏ ନବ ଯୁଗରେ ଭାଇ,
ମଣିଷ ହେଲାଣି ପ୍ରଣୟ-ପ୍ରାର୍ଥୀ
ଆପଣା ଭଉଣୀଠାଇଁ ।
ଆମେ ତ ମାରିନେ ଦୁହିତା, ତନୟ,
ସ୍ୱଜାତି ଉଦରତାପେ
ଧ୍ୱଂସ କରିନେ ରାଜ୍ୟଜୟରେ
ଆମେ ଆମ ମାଆବାପେ ।
ବାସ ପରିଧାନ ଆମର ନଥିଲା,
ଏକଥା ମାନିବା ସତ
ବସନ ଅଭାବେ ମଣିଷ ଦେଲାଣି
ଛାଡ଼ି ସେ ସତ୍ୟପଥ ?
ଆମେ କି ପାରିବା ନାଇଁ ପଶୁକୁଳ,
କରିଲେ ସତ୍ୟାଗ୍ରହ ?
ଆମେ କି ଭାଙ୍ଗିପାରିବା ନାହିଁ ହେ
ପ୍ରସ୍ତର କାରାଗୃହ
ମଣିଷ ଆମକୁ ଶିଖାଇ-ଦେଇଚି
ଆଇନଭଙ୍ଗ ନୀତି
ଧର୍ମ ନାମରେ ଚୋରି, ନାରୀ, ଦଗା,
ଛଳନା, ମଦ୍ୟପ୍ରୀତି
ତେଣୁ ଆଜି ଭାଇ ସ୍ୱାଧୀନତା ନାମେ
ପୁଲକି ଉଠଇ ଛାତି,
ଜୟ ପଶୁକୁଳ, ଜନ୍ତୁ, ଶ୍ୱାପଦ
ସମାନ ମାନବଜାତି !
[ଅବଲମ୍ବନେ, ଫେବୃୟାରୀ-୧୯୫୦]
ଚଉଦ କ୍ୟାରେଟ୍
ପ୍ରେମିକା
ମୋର ଗୁଣମଣି ‘ଚଉଦ କ୍ୟାରେଟ୍’
ସେ ଦିନ କହିଲେ ଯାହା
ଦେଶାଇ ଛଡ଼ା ମୁଁ କାହାରେ କହିବି
ମନର ବେଦନା ଆହା !
ମାନି ସରକାରୀ ନୀତି ‘ନିବାରଣ’
ଯାମିନୀ ବାରଟା ପରେ
ଢଳିଢଳି ଘରେ ଫେରି ସେ ଅଇଲେ,
କିମିତି ପରାଣ ଧରେ ?
ନେଇ ପଦଧୂଳି ପଚାରିବସିଲି
ଲୋଚନୁ ଲୋତକ ଢାଳି -
ଏ କି ଆଚରଣ ? ଭାଷିଲେ ବଚନ
ଅଳପ ଅଳପ କରି -
ଠିକ୍ଅଛି ମୁହିଁ ‘ଚଉଦ କ୍ୟାରେଟ୍,’
ନ’ ଅଣା ଖାଣ୍ଟି ସୁନା
ସାତ’ଣାର ଖାଦ ମିଶିଚି ଏ ଦେହେ
ମନରେ ନ କର ଘେନା ।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ